ଡାଳୁଆ ବୋଡ଼ା

ଗଛରେ ରହୁଥିବା ଏକ ବୋଡ଼ା ସାପ ପ୍ରଜାତି

ଡାଳୁଆ ବୋଡ଼ା ସାପ (ଇଂରାଜୀ ଭାଷାରେ bamboo pit viper ବା Indian green pit viper ବା common green pit viper, ଜୀବବିଜ୍ଞାନ ନାମ Trimeresurus gramineus[]) ଏକ ବିଷାକ୍ତ ବୋଡ଼ା ସାପ । ଭାରତର ଦକ୍ଷିଣ, ପୂର୍ବ ଓ ଉତ୍ତର-ପୂର୍ବ ଅଂଶରେ ଏହି ସାପ ଦେଖାଯାନ୍ତି । ଟ୍ରାଇମେରେସରସ୍ ଜାତିର ଜୀବଙ୍କର ଏହା ପ୍ରକାର ଜାତି (type species) ।[]

ଡାଳୁଆ ବୋଡ଼ା ସାପ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Serpentes
Family: Viperidae
Genus: Trimeresurus
ଜାତି: T. gramineus
ବାଇନୋମିଆଲ ନାମ
Trimeresurus gramineus
ଜର୍ଜ୍ ଶ (୧୮୦୨)
Synonyms[]

ବାଉଁଶ ବୁଦା ବୋଡ଼ା
ସବୁଜ ବୋଡ଼ା

ବର୍ଣ୍ଣନା

ସମ୍ପାଦନା

ଡାଳୁଆ ବୋଡ଼ାର ତଳ ପାଟିର କାତି ଓସାରିଆ ଓ ଅଳ୍ପ ଗଭୀର । ମୁଣ୍ଡ ଉପର ପାଟର କାତି ଛୋଟ, ଚିକ୍କଣିଆ ଓ ପତଳା । ଦୁଇ ନାକପୁଡ଼ା ମଧ୍ୟରେ ଗୋଟିଏ ବା ଦୁଇଟି କାତି ରହିଥାଏ । ଡାଳୁଆ ବୋଡ଼ା ଦେହର ରଙ୍ଗ ମୁଖ୍ୟତଃ ଉଜ୍ଜ୍ୱଳ ସବୁଜ ରଙ୍ଗ ହୋଇଥାଏ । କିଛି କ୍ଷେତ୍ରରେ ଏମାନଙ୍କ ଦେହର ରଙ୍ଗ ହଳଦିଆ, ପାଉଁଶିଆ, ବାଇଗଣି ମିଶା ମାଟିଆ ମଧ୍ୟ ହୋଇପାରେ । କିଛି ସାପଙ୍କ ଦେହରେ କଳା, ମାଟିଆ ବା ଲାଲ୍ ରଙ୍ଗର ଦାଗ ରହିବା ମଧ୍ୟ ଦେଖାଯାଇଛି । ଲାଞ୍ଜର ଶେଷ ଅଂଶ ହଳଦିଆ ବା ଲାଲ୍ ରଙ୍ଗର ହୋଇଥାଏ । ପେଟ ଅଂଶର ରଙ୍ଗ ସବୁଜ, ହଳଦିଆ ବା ଧଳା ହୋଇଥାଏ ।[]

ଡାଳୁଆ ବୋଡ଼ା ସାପ ୩.୨୫ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୫.୫ ଇଞ୍ଚ୍ ।[]

ବର୍ଗୀକରଣ ଓ ସ୍ଥାନୀୟ ନାମ

ସମ୍ପାଦନା

୧୮୦୨ ମସିହାରେ ଡାଳୁଆ ବୋଡ଼ା ପ୍ରଥମ ଥର ପାଇଁ କୋଲ୍ୟୁବର୍ ଗ୍ରାମିନିୟସ୍ (Coluber graminaeus) ଭାବେ ବର୍ଣ୍ଣିତ ହୋଇଥିଲା ।[] ଏହାର କୌଣସି ଉପପ୍ରଜାତି ଚିହ୍ନଟ ହୋଇନାହିଁ ।[][]

ଇଂରାଜୀ ଭାଷାରେ ଡାଳୁଆ ବୋଡ଼ା ସାପର କିଛି ସାଧାରଣ ନାମ ହେଲା : ବାମ୍ବୁ ପିଟ୍ ଭାଇପର୍,[][] ଇଣ୍ଡିଆନ୍ ଟ୍ରି ଭାଇପର୍,[] ବାମ୍ବୁ ସ୍ନେକ୍, ଇଣ୍ଡିଆନ୍ ଗ୍ରୀନ୍ ଟ୍ରି ଭାଇପର୍, ଗ୍ରୀନ୍ ଟ୍ରି ଭାଇପର୍,[୧୦] ବାମ୍ବୁ ଭାଇପର୍,[୧୧] ବାମ୍ବୁ ପିଟ୍ ଭାଇପର୍,[୧୨] ବୁଡ୍ରୋ ପାମ୍, ଗ୍ରାସ୍-ଗ୍ରୀନ୍ ସ୍ନେକ୍,[୧୩] ଏବଂ ଗ୍ରୀନ୍ ପିଟ୍ ଭାଇପର୍ ।[୧୪]

ଭୌଗୋଳିକ ବ୍ୟାପ୍ତି

ସମ୍ପାଦନା

ଦକ୍ଷିଣ ଭାରତରେ ତାମିଲନାଡ଼ୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଡାଳୁଆ ବୋଡ଼ା ଦେଖିବାକୁ ମିଳନ୍ତି । ମହାରାଷ୍ଟ୍ର ରାଜ୍ୟର ହରିଶ୍ଚନ୍ଦ୍ରଗଡ଼ ଓ ପଶ୍ଚିମ ଘାଟ ପର୍ବତମାଳାର ଶୟାଦ୍ରି ପର୍ବତ ଆଦି ଅଞ୍ଚଳରେ ଡାଳୁଆ ବୋଡ଼ା ପରିଲକ୍ଷିତ ହୁଅନ୍ତି । ଏହି ସାପ ଭାରତର ପୂର୍ବାଞ୍ଚଳରେ ଓଡ଼ିଶା, ଝାଡ଼ଖଣ୍ଡପଶ୍ଚିମ ବଙ୍ଗ ଆଦି ରାଜ୍ୟରେ ମଧ୍ୟ କିଛି ପରିମାଣରେ ଦେଖିବାକୁ ମିଳନ୍ତି ।

ସର୍ପ ବିଶେଷଜ୍ଞ ପ୍ୟାଟ୍ରିକ୍ ରଶେଲ୍‍ଙ୍କ ଅନୁସାରେ ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ଅଞ୍ଚଳରେ ଡାଳୁଆ ବୋଡ଼ା ପ୍ରଜାତି ଦେଖିବାକୁ ମିଳନ୍ତି (୧୭୯୬) ।[]

ଅଧିବାସ

ସମ୍ପାଦନା

କୌଣସି ଜଳ ସ୍ରୋତ ନିକଟବର୍ତ୍ତୀ ଜଙ୍ଗଲ ବା ବାଉଁଶ ବୁଦାରେ ଡାଳୁଆ ବୋଡ଼ା ବାସ କରିଥାଏ ।[୧୪]

ବ୍ୟବହାର

ସମ୍ପାଦନା

ଡାଳୁଆ ବୋଡ଼ା ରାତ୍ରିଚର ଏବଂ ମୁଖ୍ୟତଃ ଗଛର ଡାଳରେ ବିଚରଣ କରିଥାଏ । ବିପଦ ଆଶଙ୍କା କଲେ ଏହି ସାପ ଆକ୍ରମଣାତ୍ମକ ଭଙ୍ଗୀ ଦେଖାଏ ଓ ଶତ୍ରୁକୁ କାମୁଡ଼ିବାକୁ ଚେଷ୍ଟା କରେ ।[୧୪] ଏହାର ବିଷ ମୁଖ୍ୟତଃ ରକ୍ତ ନଷ୍ଟକାରୀ (hemotoxic) ଓ ସ୍ନାୟୁ ତନ୍ତ୍ରିକା ନଷ୍ଟକାରୀ (neurotoxic) ।

ଏଣ୍ଡୁଅ, ଝିଟିପିଟି ଓ ସାନ ପକ୍ଷୀ ଇତ୍ୟାଦି ଡାଳୁଆ ବୋଡ଼ାର ପ୍ରମୁଖ ଆହାର ।[୧୪]

ପ୍ରଜନନ

ସମ୍ପାଦନା

ମାଈ ଡାଳୁଆ ବୋଡ଼ା ଏକା ଥରକେ ୬ରୁ ୧୧ଟି ସାପକୁ ଜନ୍ମ ଦିଏ । ନବଜାତ ସାପ ୪.୫ ଇଞ୍ଚ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି ।

  1. Srinivasulu, C.; Srinivasulu, B.; Deepak, V.; Achyuthan, N.S.; Das, A.; Kulkarni, N.U. (2013). "Trimeresurus gramineus". 2013: e.T178245A1528655. doi:10.2305/IUCN.UK.2013-1.RLTS.T178245A1528655.en. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Trimeresurus gramineus at the Reptarium.cz Reptile Database. Accessed 21 January 2019.
  3. http://www.indiansnakes.org/content/bamboo-pit-viper-0
  4. ୪.୦ ୪.୧ McDiarmid RW, Campbell JA, Touré T. 1999. Snake Species of the World: A Taxonomic and Geographic Reference, Volume 1. Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
  5. ୫.୦ ୫.୧ Boulenger GA. 1890. The Fauna of British India, Including Ceylon and Burma. Reptilia and Batrachia. Secretary of State for India in Council. (Taylor and Francis, Printers.) London. xviii + 541 pp. (Trimeresurus, p. 425 & Trimeresurus gramineus, pp. 429–430.)
  6. "Trimeresurus gramineus". Integrated Taxonomic Information System. Retrieved 27 September 2006.
  7. Khaire, N. 2006. A Guide to the Snakes of Maharashtra, Goa and Karnataka. Indian Herpetological Society. Pune, India. (Photographic guide with 61 species.)
  8. Smith MA. 1943. The Fauna of British India, Ceylon and Burma, Including the Whole of the Indo-Chinese Sub-region. Reptilia and Amphibia. Vol. III. – Serpentes. Secretary of State for India. (Taylor & Francis, Printers). London. xii + 583 pp., 166 figures. (Trimeresurus gramineus, pp. 515–517, Fig. 164.)
  9. Mehrtens JM. 1987. Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
  10. U.S. Navy. 1991. Poisonous Snakes of the World. US Govt. New York: Dover Publications Inc. 203 pp. ISBN 0-486-26629-X.
  11. Parker HW, Grandison AGC. 1977. Snakes – a natural history. Second Edition. British Museum (Natural History) and Cornell University Press. 108 pp. 16 plates. LCCCN 76-54625. ISBN 0-8014-1095-9 (cloth), ISBN 0-8014-9164-9 (paper).
  12. Gumprecht A, Tillack F, Orlov NL, Captain A, Ryabov S. 2004. Asian Pitvipers. GeitjeBooks Berlin. 1st Edition. 368 pp. ISBN 3-937975-00-4.
  13. Shaw. 1802. p. 420.
  14. ୧୪.୦ ୧୪.୧ ୧୪.୨ ୧୪.୩ Das, Indraneil. 2002. A Photographic Guide to Snakes and Other Reptiles of India. Ralph Curtis Books. Sanibel Island, Florida. 144 pp. ISBN 0-88359-056-5. (Trimeresurus gramineus, p. 65.)

ଆହୁରି ପଢ଼ନ୍ତୁ

ସମ୍ପାଦନା
  • Cantor, T.E. 1839. Spicilegium serpentium indicorum [parts 1 and 2]. Proc. Zool. Soc. London 7: 31–34, 49–55.
  • Gumprecht, A.; Tillack, F.; Orlov, N.L.; Captain, A. & Ryabow, S. 2004. Asian Pit Vipers. Geitje Books. Berlin. 368 pp.
  • Russell, P. 1796. An Account of Indian Serpents, Collected on the Coast of Coromandel; Containing Descriptions and Drawings of Each Species, Together with Experiments and Remarks on Their Several Poisons. George Nicol. London. viii + 91 pp. + Plates I.- XLVI.
  • Shaw, G. 1802. General Zoology, or Systematic Natural History: Vol. III., Part II. G. Kearsley. (Thomas Davison, Printer). London. iv + pp. 313–615 + Plates 87–140. ("Coluber Gramineus", pp. 420–421.).
  • Stejneger, L. 1927. The green pit viper, Trimeresurus gramineus, in China. Proceedings of the United States National Museum 72 (19): 1–10.