ଗୋପବନ୍ଧୁ ଚୌଧୁରୀ
ଗୋପବନ୍ଧୁ ଚୌଧୁରୀ ( ୮ ମଇ ୧୮୯୫ - ୨୯ ଅପ୍ରେଲ ୧୯୫୮ ) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା ଥିଲେ ।
ଗୋପବନ୍ଧୁ ଚୌଧୁରୀ | |
---|---|
ଜନ୍ମ | କଟକ | ୮ ମଇ ୧୮୯୫
ମୃତ୍ୟୁ | ୨୯ ଅପ୍ରେଲ ୧୯୫୮ | (ବୟସ ୬୨)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ |
ଆନ୍ଦୋଳନ | ଭୂଦାନ ଆନ୍ଦୋଳନ |
ବୈବାହିକ-ସାଥୀ | ରମାଦେବୀ ଚୌଧୁରୀ |
ସନ୍ତାନ | ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ଚୌଧୁରୀ |
ପିତାମାତା | ଗୋକୁଳାନନ୍ଦ ଚୌଧୁରୀ (ବାପା) |
ସମ୍ପର୍କୀୟ | ନବକୃଷ୍ଣ ଚୌଧୁରୀ (ସାନ ଭାଇ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଗୋପବନ୍ଧୁ କଟକରେ ୮ ମଇ ୧୮୯୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଗୋକୁଳାନନ୍ଦ ଚୌଧୁରୀ କଟକରେ ଓକିଲାତି କରୁଥିଲେ । ଗୋପବନ୍ଧୁ ଯେଉଁ ଘରେ ଜନ୍ମଗ୍ରହଣ କରିଥିଲେ, ସେ ଘର ପରବର୍ତ୍ତୀ ସମୟରେ "ସ୍ୱରାଜ ଆଶ୍ରମରେ" ପରିଣତ ହୋଇଥିଲା । ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ଖେରସରେ ଶିକ୍ଷାରମ୍ଭ କରି, ସେ କଟକର ରେଭେନ୍ସା କଲିଜିଏଟ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟ ହୋଇ କଲିକତାର ପ୍ରେସିଡେନ୍ସି କଲେଜରୁ କୃତିତ୍ୱର ସହ ସ୍ନାତକ ଓ ସ୍ନାତକୋତ୍ତର ଉପାଧୀ ହାସଲ କରିଥିଲେ । କଲିକତାରେ ଆଇନ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସାମାଜିକ ଜୀବନ
ସମ୍ପାଦନା୧୯୧୭ ମସିହାରେ ଗୋପବନ୍ଧୁ କଟକର ଡେପୁଟି ମାଜିଷ୍ଟ୍ରେଟ ରୂପେ ଅବସ୍ଥାପିତ ହୋଇଥିଲେ । ୧୯୨୦ ମସିହାର ଭୀଷଣ ନଇବଢ଼ି ସମୟରେ ଗୋପବନ୍ଧୁ ଯାଜପୁରରେ ଡେପୁଟି ମାଜିଷ୍ଟ୍ରେଟ ହିସାବରେ କାର୍ଯ୍ୟ କରୁଥିଲେ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମମାନଙ୍କୁ ଦେଖି ସରକାରଙ୍କ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି ଜଣାଇଥିଲେ । ବ୍ରିଟିଶ ସରକାର ତାଙ୍କ ଦାବି ଅଗ୍ରାହ୍ୟ କରିଦେବାରୁ ସେ ସରକାରୀ ଚାକିରୀରୁ ଇସ୍ତଫା ପ୍ରଦାନ କରିଥିଲେ । ତାପରେ ସତ୍ୟବାଦୀ ଯାଇ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଯୋଗଦାନ, ଗାନ୍ଧୀ ନୀତି ଅନୁସରଣ, ଖଦଡ଼ ଲୁଗା ପିନ୍ଧିବା, ଆଶ୍ରମ ଓ ଦରିଦ୍ରନାରାୟଣଙ୍କ ସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୨୧ ମସିହାରେ ଅଳକା ନଦୀ କୁଳରେ ପ୍ରଥମେ ଏକ ଶିକ୍ଷାନୁଷ୍ଠାନ ଓ ପରେ "ଅଳକାଶ୍ରମ" ପ୍ରତିଷ୍ଠା କରିଥିଲେ । ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ସେ ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ଗ୍ରାମ ସଫେଇ, ନିଶା ନିବାରଣ, ପ୍ରୌଢ଼ଶିକ୍ଷା, ହରିଜନ ସେବା, ମୌଳିକ ଶିକ୍ଷା ସହ ଗ୍ରାମ୍ୟ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନିଷ୍ଠ ଭ୍ରାତା ଗୋପାଳବଲ୍ଲଭଙ୍କ କନ୍ୟା ରମାଦେବୀଙ୍କୁ ବିବାହ କରିଥିଲେ ।[୧] ତାଙ୍କର ସମାଜସେବା କାର୍ଯ୍ୟରେ ପତ୍ନୀ ରମାଦେବୀ, ପୁତ୍ର ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣା ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ ।[୨] ୧୯୩୦ର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ସତ୍ୟାଗ୍ରହ ବେଳେ ପୁଲିସ ଲାଠିଚାଳନାରେ ଆହତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ସ୍ୱାଧୀନତା ପରେ ସନ୍ଥ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଗୋପବନ୍ଧୁ ଚୌଧୁରୀଙ୍କ ଶେଷ ଜୀବନ କଟିଥିଲା କଟକର ଥୋରିଆ ସାହିରେ ଥିବା "ଭୂଦାନ ଆଶ୍ରମ"ରେ । ୨୯ ଅପ୍ରେଲ ୧୯୫୮ ମସିହାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ନାମରେ ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଏକ ମହାବିଦ୍ୟାଳୟ ରହିଛି [୩]
ଆଧାର
ସମ୍ପାଦନା- ↑ "Rama Devi Chowdhury , Indian Women Activist". indianetzone.com. 2012. Retrieved 21 May 2012.
Rama Devi was married to Gopabandhu Chowdhury,
- ↑ Jhabbu, R (2012). "Essay on Civil Disobedience Movement and Orissa". preservearticles.com. Archived from the original on 5 March 2016. Retrieved 21 May 2012.
On 8 April 1930, Gopabandhu Chaudhury was arrested
- ↑ ସମ୍ବାଦ ୨୯/୦୪/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪