ରେଭେନ୍‌ସା କଲିଜିଏଟ ସ୍କୁଲ

ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ

ରେଭେନ୍‌ସା କଲିଜିଏଟ ସ୍କୁଲ କଟକରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହି ସ୍କୁଲରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । "ଛାତ୍ରବନ୍ଧୁ" ନାମରେ ସ୍କୁଲର ବାର୍ଷିକ ମୁଖପତ୍ର ପ୍ରକାଶ ପାଇଥାଏ ।

ରେଭେନ୍‌ସା କଲିଜିଏଟ ସ୍କୁଲ
ରେଭେନ୍‌ସା କଲିଜିଏଟ ସ୍କୁଲ
ଅବସ୍ଥାନ
କଟକ, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୮୫୧
ଅଧ୍ୟକ୍ଷ ଅନୁସ୍ମିତା ସ୍ୱାଇଁ
କର୍ମଚାରୀ ୬୪

ଇତିହାସସମ୍ପାଦନ କରନ୍ତୁ

୧୮୫୧ରେ ସ୍ଥାପିତ କଟକ ହାଇ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । [୧] ଏହି ସ୍କୁଲ ସହିତ ଜଡ଼ିତ ରହିଥିବା କଲେଜକୁ ଅଲଗା କରାଯାଇ ରେଭେନ୍ସା କଲେଜ ନାମରେ ନାମିତ କରାଯାଇଥିଲା ।[୨] ଏହି ସ୍କୁଲରେ ସୁଭାଷ ଚନ୍ଦ୍ର ବୋଷ[୩], ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ପ୍ରାଣକୃଷ୍ଣ ପରିଜା, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରାଧାନାଥ ରଥ[୪], ଗୋପାଳ ଚନ୍ଦ୍ର ପ୍ରହରାଜ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ନିତ୍ୟାନନ୍ଦ କାନୁନଗୋ, ଚିନ୍ତାମଣି ପାଣିଗ୍ରାହୀ, ଗୋପବନ୍ଧୁ ଚୌଧୁରୀ, ନିତାଇ ପାଲିତବିନୋଦ କାନୁନଗୋ, ମିହିର ସେନ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।[୫]

ସ୍କୁଲ ପୋଷାକସମ୍ପାଦନ କରନ୍ତୁ

ଆହୁରି ଦେଖିବେସମ୍ପାଦନ କରନ୍ତୁ

ଗ୍ୟାଲେରିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Sambada, 13-03-2016, Page 5
  2. Eng Mahabharata Revisited 1. Sahitya Akademi. pp. 18–. ISBN 978-81-260-2123-9.
  3. Praveen Bhalla. The Life and Times of Subhash Chandra Bose. pp. 22–. ISBN 978-81-8430-395-7.
  4. Braj Bhushan (28 August 2017). Eminent Indian Psychologists: 100 years of Psychology in India. SAGE Publishing India. pp. 157–. ISBN 978-93-86446-43-5.
  5. "ସ୍କୁଲ ସ୍କୁଲ". ପିଲାଙ୍କ ଧରିତ୍ରୀ ୨୪/୦୨/୨୦୧୮. Retrieved 3 March 2018.

ଅଧିକ ତଥ୍ୟସମ୍ପାଦନ କରନ୍ତୁ