କୁମାର ଶ୍ରୀ ଚିରଞ୍ଜୀବି
କୁମାର ଶ୍ରୀ ଚିରଞ୍ଜୀବି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୯୮ ମସିହାରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଚିରଞ୍ଜୀବି ଓଡ଼ିଆ ରାଜନେତା ଅନନ୍ତ ସେଠୀଙ୍କର ପୁଅ ।
କୁମାର ଶ୍ରୀ ଚିରଞ୍ଜୀବି | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ ନିର୍ବାଚନ) | |
କାର୍ଯ୍ୟକାଳ ୧୯୯୮ – ୨୦୦୦ | |
ପୂର୍ବ ଅଧିକାରୀ | ଅର୍ଜୁନ ଚରଣ ସେଠୀ |
ପର ଅଧିକାରୀ | ରଥ ଦାସ |
ନିର୍ବାଚନ ମଣ୍ଡଳୀ | ଭଣ୍ଡାରିପୋଖରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗର୍ଷଙ୍ଗ, ବାଲେଶ୍ୱର |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ଅନନ୍ତ ସେଠୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାକୁମାର ଶ୍ରୀ ଚିରଞ୍ଜୀବି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୩]
୧୯୯୮ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାରେ ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ନିର୍ବାଚନ ଲଢ଼ିଥିଲେ । ସେ ବିଜୟୀ ହୋଇ ୧୨ଶ ଲୋକ ସଭାକୁ ଚାଲିଯିବାପରେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପଦଟି ଖାଲି ପଡ଼ିଥିଲା । ଫଳରେ ୩ ଜୁନ ୧୯୯୮ରେ ଖୋର୍ଦ୍ଧା, ଜୁନାଗଡ଼, ବରଗଡ଼ ଓ ବଣାଇ ବିଧାନ ସଭା ଆସନ ସହ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୪]
ଏହି ଉପ-ନିର୍ବାଚନରେ ଶ୍ରୀ ଚିରଞ୍ଜୀବି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ୮ ଜୁନ ୧୯୯୮ରେ ସେ ଶପଥ ପାଠ କରିଥିଲେ ଏବଂ ୨୦୦୦ ମସିହାରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ସେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୪]
ଆଧାର
ସମ୍ପାଦନା- ↑ "କର୍ମୀଙ୍କ ଆଖି ନେତାଙ୍କ ଉପରେ, ନେତାଙ୍କ ଆଖି ଟିକେଟ୍ରେ" (PDF). ସମ୍ବାଦ. 27 October 2018. Archived from the original (PDF) on 7 April 2019. Retrieved 7 April 2019.
- ↑ "MLA Kumar Shree Chiranjibi(Bye) Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-05.
- ↑ "Shri Kumar Shree Chiranjibi". odishaassembly.nic.in. Odisha Assembly. Retrieved 5 April 2019.
- ↑ ୪.୦ ୪.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ସଂସ୍କରଣ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୧. Retrieved 5 April 2019.
- ↑ "MLA Kumar Shree Chiranjibi(Bye) Profile | BHANDARIPOKHARI Constituency". www.odishahelpline.com. Retrieved 2019-04-05.