ଉମାକାନ୍ତ ମିଶ୍ର
ଉମାକାନ୍ତ ମିଶ୍ର ( ୧୪ ଜୁଲାଇ ୧୯୩୯ - ୨୫ ମଇ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ଅଭିନେତା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନର ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଉମାକାନ୍ତ ମିଶ୍ର | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ସୋମନାଥ ରଥ |
ପର ଅଧିକାରୀ | ରାମକୃଷ୍ଣ ଗୌଡ଼ |
ନିର୍ବାଚନ ମଣ୍ଡଳୀ | ଭଞ୍ଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସାନକୋଦଣ୍ଡା, ଭଞ୍ଜନଗର, ଗଞ୍ଜାମ | ୧୪ ଜୁଲାଇ ୧୯୩୯
ମୃତ୍ୟୁ | ୧୫ ମଇ ୨୦୨୧ ଭୁବନେଶ୍ୱର | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବିଜୟ ଲକ୍ଷ୍ମୀ ମିଶ୍ର |
ସମ୍ପର୍କ | ସୋମନାଥ ରଥ (ଶ୍ୱଶୁର) |
ବାପା/ବୋଉ | ଜଗନ୍ନାଥ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଉମାକାନ୍ତ ୧୯୩୯ ମସିହାର ଜୁଲାଇ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ସମାଜସେବୀ ଜଗନ୍ନାଥ ମିଶ୍ର । ସେ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ ଝିଅ ବିଜୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ ।[୨]
ରାଜନୈତିକ ଜୀବନ
ସମ୍ପାଦନାଉମାକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]
ଅଭିନୟ ଜୀବନ
ସମ୍ପାଦନାଉମାକାନ୍ତ କିଛି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମଡ଼ା ବାଟ ଥିଲା ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହା ବ୍ୟତୀତ ସେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଶିଶିର ମିଶ୍ରଙ୍କଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଭିଗି ପଲକେଁ ଆଦିରେ ଅଭିନୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଉମାକାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ମଇ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୩]
ଆଧାର
ସମ୍ପାଦନା- ↑ "Former MLA, Noted Actor Umakanta Mishra Passes Away At 82". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 May 2021. Retrieved 26 May 2021.
- ↑ ୨.୦ ୨.୧ "Shri Umakanta Mishra". odishaassembly.nic.in. Odisha Assembly. Retrieved 3 February 2021.
- ↑ "ବିଶିଷ୍ଟ ଅଭିନେତା, ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ". No. ସମ୍ବାଦ ୨୬/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. 26 May 2021. Archived from the original on 26 May 2021. Retrieved 26 May 2021.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଉମାକାନ୍ତ ମିଶ୍ର