ଉଦର ଯନ୍ତ୍ରଣା ବା ପେଟ ଯନ୍ତ୍ରଣା, (ଇଂରାଜୀ ଭାଷାରେ Abdominal pain)ରେ ଉଦରର ଯେ କୌଣସି ସ୍ଥାନରେ ଯନ୍ତ୍ରଣାକୁ କୁହାଯାଏ । ଏହା ଉଦରର ଚତୁର୍ଥାଂଶ ମଧ୍ୟରୁ ଗୋଟିଏ ସ୍ଥାନରେ ହୋଇପାରେ କିମ୍ବା ବିଭିନ୍ନ ସ୍ଥାନରେ ହୋଇପାରେ | [୨] ଅଇ, ବାନ୍ତି, କିମ୍ବା କୋଷ୍ଠକାଠିନ୍ୟ ଭଳି ଅନ୍ୟ ଲକ୍ଷଣ ମଧ୍ୟ ଉପସ୍ଥିତ ଥାଇପାରେ। [୨] [୩] ଏହା ହଠାତ୍ ଆରମ୍ଭ (ତୀବ୍ର) ବା ଦୀର୍ଘକାଳୀନ ଯନ୍ତ୍ରଣା (କ୍ରନିକ୍) ଏହି ଦୁଇ ଭାଗରେ ବିଭକ୍ତ ହୋଇପାରେ | [୪]

Abdominal pain
Stomach ache, tummy ache, belly ache, belly pain, gut ache
Gray1220.png
Abdominal pain can be characterized by the region it affects
ବିଭାଗGeneral surgery
କାରଣCommon: Gastroenteritis, irritable bowel syndrome[୧]
Serious: Appendicitis, perforated stomach ulcer, pancreatitis, ruptured diverticulitis, ovarian torsion, volvulus, ruptured aortic aneurysm, lacerated spleen or liver, ischemic bowel[୨]

ସାଧାରଣ କାରଣଗୁଡ଼ିକରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ହୁଏ | [୧] ପ୍ରାୟ ୧୫% ଲୋକଙ୍କର ଅନ୍ତର୍ନିହିତ ଆପେଣ୍ଡିସାଇଟିସ, ପିତ୍ତକୋଷ ରୋଗ, ବିଷ ମୂତ୍ରାଶୟ ରୋଗ, ଫାଟିଥିବା ଉଦର ମହାଧମନୀ ସ୍ଫିତି, ଫାଟିଥିବା ଅମ୍ଳରୋଗ, ଅଗ୍ନାଶୟ ପ୍ରଦାହ, ଓଭାରିଆନ ଟର୍ସନ, ଭଲଭ୍ୟୁଲସ, ଡାଏବେଟିକ କିଟୋଏସିଡୋସିସ , ଡାଇଭର୍ଟିକୁଲାଇଟିସ, ଇସକେମିକ ବାୱେଲ, କିମ୍ବା ectopic ଗର୍ଭ ଯୋଗୁ ଏହି ରୋଗ ହୋଇପାରେ । [୧] [୨] ଶିଶୁମାନଙ୍କଠାରେ ନେକ୍ରୋଟାଇଜିଂ ଏଣ୍ଟ୍ରୋକୋଲାଇଟିସ୍, ଭଲଭ୍ୟୁଲସ୍ ଏବଂ ଇଣ୍ଟସସେପସନ ରୋଗକୁ ବିଚାରକୁ ନିଆଯିବା ଉଚିତ୍। [୨] ଏକ ତୃତୀୟାଂଶ କ୍ଷେତ୍ରରେ ପ୍ରକୃତ କାରଣ ଅସ୍ପଷ୍ଟ ଥାଏ। [୨]

ଲକ୍ଷଣ ଓ ଇତିହାସ, ଶରୀର ପରୀକ୍ଷା, ରକ୍ତ ପରୀକ୍ଷା ଏବଂ ଡାକ୍ତରୀ ଇମେଜିଙ୍ଗର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ | [୨] ହୃଦଘାତ ସମ୍ଭାବନାକୁ ଏଡ଼ାଇବା ପାଇଁ ଇସିଜି କରାଯାଇପାରେ | [୨] ଚିକିତ୍ସାରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଇପାରେ। [୨] ମୂଳ କାରଣ ଉପରେ ନିର୍ଭର କରି ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। [୨] ଜରୁରୀକାଳୀନ ବିଭାଗରେ ପ୍ରାୟ ୧୦% ଲୋକ ପେଟ ଯନ୍ତ୍ରଣା ପାଇଁ ଆସନ୍ତି । [୨]  

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ Viniol A, Keunecke C, Biroga T, Stadje R, Dornieden K, Bösner S, et al. (October 2014). "Studies of the symptom abdominal pain--a systematic review and meta-analysis". Family Practice. 31 (5): 517–29. doi:10.1093/fampra/cmu036. PMID 24987023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Patterson JW, Dominique E (14 Nov 2018). "Acute Abdomenal". StatPearls. PMID 29083722.
  3. Mahadevan, S. V.; Garmel, Gus M. (2012). An Introduction to Clinical Emergency Medicine (in ଇଂରାଜୀ). Cambridge University Press. p. 143. ISBN 978-0-521-74776-9.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2020Over ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।