ଅମ୍ଳରୋଗ ରୋଗ ବା ପିୟୁଡି, (ଇଂରାଜୀରେ Peptic ulcer disease or PUD, peptic ulcer or stomach ulcer), କ‌ହିଲେ ପାକସ୍ଥଳୀ ବା ଅନ୍ତନଳୀର ପ୍ରଥମ ଭାଗ ବା ଏସୋଫେଗସର ନିମ୍ନ ଭାଗର ଅନ୍ତଃସ୍ତରରେ ହେଉଥିବା ଘାଆକୁ ବୁଝାଏ ।[୧][୨] ପାକସ୍ଥଳୀର ଘାଆକୁ ଗ୍ୟାସ୍ଟ୍ରିକ ଅଲ୍‌ସର, ଅନ୍ତନଳୀର ପ୍ରଥମ ଭାଗରେ ହେଉଥିବା ଘାଆକୁ ଡୁଓଡେନାଲ ଅଲ୍‌ସର କୁହାଯାଏ । ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଲା ପେଟର ଉପର ମଝି ଭାଗରେ ଯନ୍ତ୍ରଣା ହେତୁ ନିଦ୍ରାଭଙ୍ଗ ହୁଏ ଓ ଏହି ଯନ୍ତ୍ରଣା କିଛି ଖାଦ୍ୟ ଖାଇଲେ ଉପଶମ ହୁଏ । ଏହି ଯନ୍ତ୍ରଣାକୁ ରୋଗୀ 'ପୋଡ଼ାଜଳା' ବା 'ସାମାନ୍ୟ କଷ୍ଟ' ହେଉଛି ବୋଲି ବର୍ଣ୍ଣନା କରେ । ଢ଼କାର ମାରିବା, ବାନ୍ତି ହେବା, ଓଜନ ହ୍ରାସ ଓ ଅରୁଚି ଇତ୍ୟାଦି ଏହି ରୋଗର ଅନ୍ୟାନ୍ୟ ଲକ୍ଷଣ । ବୟସ ବୃଦ୍ଧି ହୋଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ।[୧] ଏହି ରୋଗ ଜଟିଳ ହେଲେ ପାକସ୍ଥଳୀ-ଅନ୍ତନଳୀରୁ ରକ୍ତସ୍ରାବ, ପାକସ୍ଥଳୀ-ଅନ୍ତନଳୀରେ ଛିଦ୍ର ଓ ପାକସ୍ଥଳୀ ସଙ୍କୋଚନ ହେତୁ ଖାଦ୍ୟର ଅଗ୍ରଗତି ବାଧାପ୍ରାପ୍ତ ହୁଏ । ଏହି ରୋଗୀଙ୍କ ମଧ୍ୟରୁ ୧୫ % ଲୋକଙ୍କର ରକ୍ତସ୍ରାବ ହୁଏ ।[୩]

Peptic ulcer
Deep gastric ulcer.png
Deep gastric ulcer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K25.K27.
ଆଇସିଡ଼ି-୯-ସିଏମ୍531534
ରୋଗ ଡାଟାବେସ9819
ମେଡ଼ିସିନ-ପ୍ଲସ000206
ଇ-ମେଡ଼ିସିନmed/1776 ped/2341
MeSHD010437

ଏହି ରୋଗର ମୂଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ସ୍ଟିରଏଡ ବିହୀନ ଆଣ୍ଟିଇନଫ୍ଲାମେଟରି ଔଷଧ (ଏନ‌.ଏସ.ଆଇ.ଡି.)[୧] ଅନ୍ୟାନ୍ୟ ସାଧାରଣ କାରଣ ମଧ୍ୟରେ ଧୂମ୍ରପାନ। ସାଂଘାତିକ ରୋଗର ଚାପ, ବେସେଟ ରୋଗ (Behcet disease), ଜୋଲିଞ୍ଜର-ଏଲିସନ ସିଣ୍ଡ୍ରୋମ, କ୍ରୋନ ରୋଗ, ଓ ଯକୃତ ସିରୋସିସ[୧][୪] ବୟସ୍କ ଲୋକଙ୍କର ଅଧିକ ଏନ‌.ଏସ.ଆଇ.ଡି. ଔଷଧ ସେବନ ଯୋଗୁ ଘାଆ ହୁଏ । ସ୍ୱାଭାବିକ ଭାବେ ଏହାର ଲକ୍ଷଣ ଉପସ୍ଥାପନ ଯୋଗୁ ରୋଗ ନିର୍ଣ୍ଣୟ କରାଯାଏ ଯାହା ଏଣ୍ଡୋସ୍କୋପି କିମ୍ବା ବେରିଅମ ସ୍ୱାଲୋ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । ଏଚ. ପାଇଲୋରି ଜୀବାଣୁ ଉପସ୍ଥିତି ନିମନ୍ତେ ରକ୍ତରେ ଆଣ୍ଟିବଡି, ୟୁରିଆ ବ୍ରେଥ ପରୀକ୍ଷା, ମଳରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କିମ୍ବା ବାୟୋପ୍ସି କରାଯାଏ । ସମାନ ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗମାନଙ୍କର ନାମ ପାକସ୍ଥଳୀ କର୍କଟ, କରୋନାରୀ ହୃଦରୋଗ, ପାକସ୍ଥଳୀ ପ୍ରଦାହ ଓ ପିତ୍ତକୋଷରେ ଲିଥିଆସିସ ।[୧]

ଏହି ରୋଗ ସୃଷ୍ଟିରେ ଖାଦ୍ୟ କୌଣସି ଭୂମିକା ନେଇ ନ ଥାଏ ।[୫] ଏହି ରୋଗ ସୃଷ୍ଟିକାରୀ କାରକ ଯଥା ଧୂମ୍ରପାନ, ଏନ‌.ଏସ.ଆଇ.ଡି.ମଦ୍ୟପାନ ବନ୍ଦ କରିବାକୁ ଉପଦେଶ ଦିଆଯାଏ ଓ ପାକସ୍ଥଳୀରୁ ଏସିଡ ସ୍ରାବ କମେଇବା ନିମନ୍ତେ ଔଷଧ ଦିଆଯାଏ । ଏସିଡ କମେଇବା ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (ପିପିଆଇ) କିମ୍ବା ଏଚ୨ ବ୍ଲକର ଔଷଧ ୪ ସପ୍ତାହ ନିମନ୍ତେ ପ୍ରଥମେ ଦିଆଯାଏ ।[୧] ଆମୋକ୍ସିସିଲିନ ସ‌ହିତ କ୍ଲାରିଥ୍ରୋମାଇସିନ ଓ ଗୋଟିଏ ପିପିଆଇ ଦିଆଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ବୃଦ୍ଧି ହେବା ଯୋଗୁ ଏହି ଚିକିତ୍ସା ସର୍ବଦା ଫଳପ୍ରଦ ହେଉନାହିଁ ।[୬] ଏଣ୍ଡୋସ୍କୋପିଦ୍ୱାରା ରକ୍ରସ୍ରାବ ଚିକିତ୍ସା କରାଯାଏ, ଏହା ସଫଳ ନ ହେଲେ ଅପରେଶନ କରାଯାଏ ।[୩]

ସମୁଦାୟ ଜନସଂଖ୍ୟାର ୪ % ଲୋକ ଏହି ରୋଗ‌ଗ୍ରସ୍ତ ଅଟନ୍ତି ।[୭] ସନ ୧୯୯୦ରେ ଏହି ରୋଗ ମୃତ୍ୟୁ ୩୨୭,୦୦୦ ଥିଲା ବେଳେ ସନ ୨୦୧୩ରେ ଏହା କମିଯାଏ ୩୦୧,୦୦୦ ହୋଇଥିଲା ।[୮] ପେପ୍‌ଟକ ଅଲ୍‌ସର ଛିଦ୍ର ରୋଗ ଇଂଲଣ୍ଡର ରାଜକୁମାରୀ ହେନରିଏଟଙ୍କୁ ହୋଇଥିବା ବର୍ଣ୍ଣନା ପ୍ରଥମେ ୧୬୭୦ରେ ପ୍ରକାଶ ପାଇଥିଲା ।[୩] ୧୯୮୧ ମସିହାରେ ବାରି ମାର୍ସାଲରବିନ ୱାରେନ ପ୍ରଥମେ ଏଚ ପାଇଲୋରି ଆବିଷ୍କାର କରଥିଲେ ।[୬]


ବର୍ଗୀକରଣସମ୍ପାଦନ କରନ୍ତୁ

ସ୍ଥାନ ଅନୁଯାୟୀସମ୍ପାଦନ କରନ୍ତୁ

ଜନସନ ପରିବର୍ତ୍ତିତ ବର୍ଗୀକରଣସମ୍ପାଦନ କରନ୍ତୁ

  • ଟାଇପ ୧: ଏହା ପାକସ୍ଥଳୀ ଦେହରେ ଓ ମୂଖ୍ୟତଃ ଲେସର ବର୍ଡରର ଇନ୍‌ସାଇସୁରା ଆଙ୍ଗୁଲାରିସରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ଏହାର ସମ୍ପର୍କ ନ ଥାଏ ।
  • ଟାଇପ ୨: ଉଭୟ ପାକସ୍ଥଳୀ ଦେହ ଓ ଡୁଓଡେନମରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ସମ୍ପର୍କ ଥାଏ ।
  • ଟାଇପ ୩: ପାଇଲୋରିକ ଚାନେଲର ୩ ସେ.ମି. ଭିତରେ ।
  • ଟାଇପ ୪: ନିକଟବର୍ତ୍ତୀ(Proximal) ଗ୍ୟାଷ୍ଟ୍ରୋଏସୋଫେଜିଆଲ ଅଲସର ।
  • ଟାଇପ ୫: ପାକସ୍ଥଳୀର ଯେ କୌଣସି ସ୍ଥାନରେ ହୋଇପାରେ । ଏହା ଔଷଧ (ଆସ୍ପିରିନ) ଖାଇବାର ପରିଣାମରେ ହୁଏ ।

ଚିହ୍ନ ଓ ଲକ୍ଷଣସମ୍ପାଦନ କରନ୍ତୁ

  • ପେଟରେ ଯନ୍ତ୍ରଣା: ଉପର ପେଟର ମଝି ସ୍ଥାନରେ(Epigastric area) କଷ୍ଟ ହୁଏ । ପାକସ୍ଥଳୀ ଅଳସର ହେଲେ ଅନେକ ଲୋକଙ୍କର ଖାଇବାର ଅଧ ଘଣ୍ଟା ପରେ ବଦ ହଜମି ଲାଗେ ଭଳି ଲାଗେ । ପୋଡିଲା ଭଳି ଓ ଭୋକ ସମୟରେ ଯେଉଁ ଅନୁଭୂତି ହୁଏ ତାହା ଏହି ରୋଗରେ ହୁଏ । ଡୁଓଡେନାଲ ଅଳସରରେ ଖାଇବାର ପ୍ରାୟ ତିନି ଘଣ୍ଟା ପରେ ଯନ୍ତ୍ରଣା ହୁଏ ବା ରାତି ଅଧରେ ପେଟରେ ଥିବା ଖାଦ୍ୟ କମିଗଲେ କଷ୍ଟ ହୁଏ ।
  • ପେଟ ଫୁଲେ ବା ପେଟ ଭର୍ତ୍ତି ହେଲା ଭଳି ଲାଗେ ।
  • ବାରମ୍ବାର ଛେପ ଢୋକିବାକୁ ହୁଏ ।
  • ବାନ୍ତି ଲାଗେ ଓ ବହୁତ ବାନ୍ତି ହୁଏ ।
  • ଭୋକ ମରିଯାଏ ଓ ଓଜନ ହ୍ରାସ ହୁଏ ।
  • ରକ୍ତ ବାନ୍ତି ହୁଏ ।
  • ମେଲିନା (Melena) ବା ଦୁର୍ଗନ୍ଧଯୁକ୍ତ ପିଚୁ ଭଳି କଳା ଝାଡା ।
  • କ୍ୱଚିତ ଖାଦ୍ୟ ନଳୀ କଣା ହୋଇ ଛୁରୀ ମାରିବା ଭଳି ପ୍ରବଳ କଷ୍ଟ[୯] ସହ ପେରିଟୋନାଇଟିସ (Peritonitis) ହୁଏ ଓ ସଙ୍ଗେ ସଙ୍ଗେ ଅପରେସନ ଦରକାର ହୁଏ ।

ଜଟିଳତାସମ୍ପାଦନ କରନ୍ତୁ

  • ଖାଦ୍ୟନଳୀରୁ ରକ୍ତସ୍ରାବ
  • ଖାଦ୍ୟନଳୀରେ କଣା ହୋଇଯିବା

କାରଣସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Najm, WI (September 2011). "Peptic ulcer disease". Primary care. 38 (3): 383–94, vii. doi:10.1016/j.pop.2011.05.001. PMID 21872087.
  2. "Definition and Facts for Peptic Ulcer Disease". www.niddk.nih.gov/. Retrieved 28 February 2015.
  3. ୩.୦ ୩.୧ ୩.୨ Milosavljevic, T; Kostić-Milosavljević, M; Jovanović, I; Krstić, M (2011). "Complications of peptic ulcer disease". Digestive diseases (Basel, Switzerland). 29 (5): 491–3. doi:10.1159/000331517. PMID 22095016.
  4. Steinberg, KP (June 2002). "Stress-related mucosal disease in the critically ill patient: risk factors and strategies to prevent stress-related bleeding in the intensive care unit". Critical care medicine. 30 (6 Suppl): S362-4. PMID 12072662.
  5. "Eating, Diet, and Nutrition for Peptic Ulcer Disease". www.niddk.nih.gov. Retrieved 28 February 2015.
  6. ୬.୦ ୬.୧ Wang, AY; Peura, DA (October 2011). "The prevalence and incidence of Helicobacter pylori-associated peptic ulcer disease and upper gastrointestinal bleeding throughout the world". Gastrointestinal endoscopy clinics of North America. 21 (4): 613–35. doi:10.1016/j.giec.2011.07.011. PMID 21944414.
  7. Snowden FM (October 2008). "Emerging and reemerging diseases: a historical perspective". Immunol. Rev. 225 (1): 9–26. doi:10.1111/j.1600-065X.2008.00677.x. PMID 18837773.
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)
  9. Bhat, Sriram (2013). SRB's Manual of Surgery. p. 364. ISBN 9789350259443