ଭଲଭ୍ୟୁଲସ ନାମ ଦିଆଯାଏ ଯେତେବେଳେ ଅନ୍ତନଳୀ ଓ ମେସେଣ୍ଟେରି ନିଜେ ନିଜ ଚାରିପଟେ ଗୁଡ଼େଇ ହୋଇଯିବାଦ୍ୱାରା ଖାଦ୍ୟନଳୀ ଅବରୋଧ (bowel obstruction) ହୁଏ ।[୧] ଲକ୍ଷଣ: ଉଦର ଯନ୍ତ୍ରଣା (abdominal pain), ପେଟ ଫୁଲା (abdominal bloating|), ବାନ୍ତି, କୋଷ୍ଠକାଠିନ୍ୟ (constipation), ଓ ଝାଡ଼ାରେ ରକ୍ତ (bloody stool.)ପଡ଼େ ।[୧][୨] ଲକ୍ଷଣ ଆରମ୍ଭ ଦୃତ ବା ଧୀର ହୋଇପାରେ ।[୨] ମେସେଣ୍ଟେରି ଗୁଡ଼େଇ ହୋଇଯିବାଦ୍ୱାରା ରକ୍ତନଳୀ ଚିପି ହୋଇ ଅନ୍ତନଳୀକୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।[୧] ଏହା ଫଳରେ ଜ୍ୱର ବା ପେରିଟୋନାଇଟିସ ହୋଇପାରେ ।[୨]

ଭଲଭ୍ୟୁଲସ
କରୋନାଲ ସିଟି ସ୍କାନରେ ଅନ୍ତନଳୀ ମୋଡ଼ିହୋଇଯାଇଥିବା ଦେଖାଯାଉଛି ଯାହାକୁ ଭଲଭ୍ୟୁଲସ କୁହାଯାଏ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସାଧାରଣ ଶଲ୍ୟ ବିଭାଗ
ଆଇସିଡ଼ି-୧୦K56.2
ଆଇସିଡ଼ି-୯-ସିଏମ୍537.3, 560.2
ରୋଗ ଡାଟାବେସ13996
ଇ-ମେଡ଼ିସିନped/2415
MeSHD045822

କେତେକ ସଙ୍କଟ ଜନ‌କ କାରକ: ଜନ୍ମଗତ ତୃଟି (birth defect) ମଧ୍ୟରେ ଅନ୍ତନଳୀ ମାଲରୋଟେସନ (intestinal malrotation), ବୃହତ ଅନ୍ତନଳୀ (colon), ହିରସ୍ପ୍ରଙ୍ଗ ଡିଜିଜ (Hirschsprung disease), ଗର୍ଭାବସ୍ଥା ଓ ଆବଡୋମିନାଲ ଆଡ‌ହେସନ (abdominal adhesion) ।[୧] ଦୀର୍ଘକାଳୀନ କୋଷ୍ଠକାଠିନ୍ୟ ଓ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ଏହି ସଙ୍କଟ ଜାତ ହୁଏ ।[୩] ଅନ୍ତନଳୀର ସର୍ବାଧିକ ପ୍ରଭାବିତ ଅଂଶ ହେଉଛି ସିଗମଏଡ କୋଲୋନ (sigmoid colon) ଓ ତା'ପରେ ସିକମ (cecum) । [୧] ପିଲାଙ୍କର କ୍ଷୁଦ୍ରାନ୍ତ୍ର ଅଧିକ ପ୍ରଭାବିତ ହୁଏ ।[୪] ପାକସ୍ଥଳୀ ମଧ୍ୟ ପ୍ରଭାବିତ ହୋଇପାରେ ।[୫] ସାଧାରଣ ଏକ୍ସ‌-ରେ, ଜିଆଇ ସିରିଜ (GI series) ବା ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧]

ସିଗମଏଡ କୋଲୋନ ଭଲଭ୍ୟୁଲସ ଥିଲେ ପ୍ରାରମ୍ଭିକ ଭାବରେ ସିଗମଏଡୋସ୍କୋପି (sigmoidoscopy) ଓ ବେରିଅମ ଏନିମା (barium enema) ଦେଇ ଚିକିତ୍ସା ଆରମ୍ଭ କରାଯାଏ । ଅଧିକ ପୁନରାବୃତ୍ତି ସଙ୍କଟ ଥିବାରୁ ଦୁଇ ଦିନ ମଧ୍ୟରେ ବାୱେଲ ରିସେକସନ ଅପରେଶନ କରିବାକୁ ସାଧାରଣତଃ ସୁପାରିସ କରାଯାଏ ।[୩] ଅନ୍ତନଳୀ ଅତ୍ୟଧିକ ମୋଡ଼ିହୋଇଥିଲେ ତୁରନ୍ତ ଅପରେଶନ ଆବଶ୍ୟକ ହୁଏ ।[୧] ସିକମରେ ଭଲଭ୍ୟୁଲସ ହୋଇଥିଲେ ଅପରେଶନ କରି ସେହି ଅଂଶ କାଢ଼ିଦିଆଯାଏ ।[୩] ସିକମ ଭଲ ଥିଲେ ତାକୁ ନିଜ ପୋଜିସନ‌କୁ ଆଣି ସିଲେଇ କରିଦିଆଯାଏ ।[୧][୩]

ଖ୍ରୀ:ପୂ: ୧୫୫୦ରେ ଭଲଭ୍ୟୁଲସ ବିଷୟରେ ପୁରାତନ ମିଶରରେ ବର୍ଣ୍ଣନା କରାଯାଇଥିଲା । ଅଧିକ ସଂଖ୍ୟାରେ ଏହି ରୋଗ ଆଫ୍ରିକା, ମଧ୍ୟ ପୂର୍ବ (Middle East) ଓ ଭାରତରେ ହୁଏ ।[୩] ବାର୍ଷିକ ଏକ ଲକ୍ଷ ଲୋକରେ ୨-୩ ଜଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଆକ୍ରମଣ କରେ ।[୬][୨] ସିଗମଏଡ ଓ ସିକମ ଭଲଭ୍ୟୁଲସ ୩୦ରୁ ୭୦ ବର୍ଷ ବୟସ ମଧ୍ୟରେ ହୁଏ ।[୧][୭] ଗାଙ୍ଗ୍ରିନ ହୋଇ ତନ୍ତୁ ମୃତ୍ୟୁ ହେବା ନ ହେବା ଉପରେ ଏହାର ଫଳାଫଳ ନିର୍ଭର କରେ ।[୨] ଲାଟିନ ଭାଷାର ଭୋଲଭିଅର ("volvere") ଶବ୍ଦରୁ ଭଲଭ୍ୟଲସ ଶବ୍ଦ ଆସିଛି ଯାହାର ଅର୍ଥ ଗୁଡ଼େଇ ହେବା । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Anatomic Problems of the Lower GI Tract". NIDDK. July 2013. Archived from the original on 28 July 2016. Retrieved 3 August 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Marx, John; Walls, Ron; Hockberger, Robert (2013). "95". Rosen's Emergency Medicine - Concepts and Clinical Practice (in ଇଂରାଜୀ). Elsevier Health Sciences. ISBN 1455749877.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Gingold, D; Murrell, Z (December 2012). "Management of colonic volvulus". Clinics in colon and rectal surgery. 25 (4): 236–44. PMID 24294126.
  4. Wilkins, Lippincott Williams & (2009). Professional Guide to Diseases (in ଇଂରାଜୀ). Lippincott Williams & Wilkins. p. 283. ISBN 9780781778992.
  5. Feldman, Mark; Friedman, Lawrence S.; Brandt, Lawrence J. (2010). Sleisenger and Fordtran's Gastrointestinal and Liver Disease: Pathophysiology, Diagnosis, Management, Expert Consult Premium Edition - Enhanced Online Features (in ଇଂରାଜୀ) (9 ed.). Elsevier Health Sciences. p. 384. ISBN 1437727670.
  6. Gordon, Philip H.; Nivatvongs, Santhat (2007). Principles and Practice of Surgery for the Colon, Rectum, and Anus, Third Edition (in ଇଂରାଜୀ). CRC Press. p. 971. ISBN 9781420017991.
  7. Beck, David; Beck, David E. (2012). "23". Handbook of Colorectal Surgery: Third Edition (in ଇଂରାଜୀ). JP Medical Ltd. ISBN 9781907816208.