ଓଭାରିଆନ ଟର୍ସନ

ଘୁରିଯାଇଥିବା ଓଭାରି

ଓଭାରିଆନ ଟର୍ସନ (ଇଂରାଜୀ ଭାଷାରେ Ovarian torsion/ OT) ଏକ ରୋଗ ଯେଉଁଥିରେ ଓଭାରି (ovary) ସ‌ହିତ ସଂଯୁକ୍ତ ହୋଇଥିବା ଅଂଶ ପେଡିକ୍ଲ (attachment to other structures) ମୋଡ଼ିହୋଇଯିବା କାରଣରୁ ଓଭାରିକୁ ରକ୍ତ ସଞ୍ଚାଳନ କମିଯାଏ ।[୩][୪] ଏହା ଫଳରେ ପେଲଭିସ ବା ଶ୍ରୋଣୀର ଏକ ପାଖରେ ଯନ୍ତ୍ରଣା (pelvic pain) ହୁଏ ।[୨][୫] ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ କିନ୍ତୁ ସବୁ କେଶ୍‌ରେ ନୁହେଁ ।[୨] ଅଇ (nausea) ମଧ୍ୟ ହୁଏ ।[୨] ରୋଗ ଜଟିଳ ହେଲେ ସଂକ୍ରମଣ (infection), ରକ୍ତସ୍ରାବ ଓ ବନ୍ଧ୍ୟା (infertility) ଦୋଷ ହୋଇପାରେ ।[୨][୫]

ଓଭାରିଆନ ଟର୍ସନ (Ovarian torsion)
ଆଡନେକ୍ସାଲ ଟର୍ସନ (Adnexal torsion)[୧]
ମହିଳା ପ୍ରଜନନ ପ୍ରଣାଳୀରେ ଥିବା ଧମନୀ ସମୂହ:- ଜରାୟୁ ଧମନୀ, ଓଭାରିଆନ ଧମନୀ ଓ ଯୋନୀପାଥ ଧମନୀ
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣପେଲଭିକ ବା ଶ୍ରୋଣୀ ଯନ୍ତ୍ରଣା (Pelvic pain)[୨]
ଆକ୍ରାନ୍ତ ସମୟହଠାତ୍[୨]
ବିପଦ କାରକଓଭାରିଆନ ସିସ୍ଟ, ବର୍ଦ୍ଧିଷ୍ଣୁ ଓଭାରି (ovarian enlargement), ଓଭାରି ଅର୍ବୁଦ (ovarian tumors), ଗର୍ଭାବସ୍ଥା, ଟ୍ୟୁବାଲ ଲାଇଗେସନ (tubal ligation)[୩][୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ, ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan)[୧][୨]
ସଠିକ ରୋଗ ନିର୍ଣ୍ଣୟଆପେଣ୍ଡିସାଇଟିସ, ବୃକ୍‌କ ସଂକ୍ରମଣ (kidney infection), ବୃକ୍‌କ ପଥର ରୋଗ, ଅଥାନ ଗର୍ଭ[୨]
ଚିକିତ୍ସାଅପରେଶନ[୧]
ପୁନଃପୌନିକବାର୍ଷିକ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୬ ଜଣ[୨]

ଓଭାରିଆନ ସିସ୍ଟ, ବର୍ଦ୍ଧିଷ୍ଣୁ ଓଭାରି (ovarian enlargement), ଓଭାରି ଅର୍ବୁଦ (ovarian tumors), ଗର୍ଭାବସ୍ଥା, ପୂରବତନ ଟ୍ୟୁବାଲ ଲାଇଗେସନ (tubal ligation) ହୋଇଥିଲେ ଓଭାରିଆନ ଟର୍ସନ ରୋଗ ସଙ୍କଟ ରହେ ।[୩][୨][୫] ଲକ୍ଷଣ, ଅଲଟ୍ରାସାଉଣ୍ଡ (ultrasound done via the vagina) ଓ ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ କିନ୍ତୁ ଏହା ସମ୍ପୁର୍ଣ୍ଣ ରୂପେ ରୋଗ ନଥିବା ପ୍ରମାଣ କରିପାରେ ନାହିଁ ।[୨] ନିର୍ଣ୍ଣୟ କରିବା ନିମନ୍ତେ ଅପରେଶନ ଶ୍ରେଷ୍ଠ ପଦ୍ଧତି ।[୨]

ଅପରେଶନ କରି ମୋଡ଼ିହୋଇଥିବା ଅଂଶକୁ ସିଧା କରିଦିଆଯାଏ ବା କାଢ଼ିଦିଆଯାଏ ।[୨][୧] ଅଧିକାଂଶ ସମୟରେ ଓଭାରି ଭଲ ଅବସ୍ଥାକୁ ଆସିଯାଏ, କିଛି ଅଧିକ ସମୟ ରହିଥିଲେ ମଧ୍ୟ ।[୫] ଗୋଟିଏ ଓଭାରିର ଟର୍ସନ ଥିଲେ ୧୦% କେଶ୍‌ରେ ଅନ୍ୟଟିରେ ମଧ୍ୟ ଏହି ରୋଗର ୧୦% ହେବା ସମ୍ଭାବନା ରହେ ।[୪] ବାର୍ଷିକ ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୬ ଜଣକୁ ଏହି ରୋଗ ହୁଏ ।[୨] ପ୍ରଜନନକ୍ଷମ ବୟସରେ ଏହି ରୋଗ ଅଧିକ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ ।[୨]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ପୁରୁଷମାନଙ୍କର ଏହି ଭଳି ରୋଗକୁ ଟେସ୍ଟିକୁଲାର ଟର୍ସନ (*Testicular torsion) କୁହାଯାଏ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Adnexal Torsion". Merck Manuals Professional Edition. Retrieved 12 September 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Robertson, JJ; Long, B; Koyfman, A (April 2017). "Myths in the Evaluation and Management of Ovarian Torsion". The Journal of Emergency Medicine. 52 (4): 449–456. doi:10.1016/j.jemermed.2016.11.012. PMID 27988260.
  3. ୩.୦ ୩.୧ ୩.୨ Asfour, V; Varma, R; Menon, P (2015). "Clinical risk factors for ovarian torsion". Journal of Obstetrics and Gynaecology. 35 (7): 721–5. doi:10.3109/01443615.2015.1004524 (inactive 2018-12-09). PMID 26212687.{{cite journal}}: CS1 maint: DOI inactive as of ଡିସେମ୍ବର 2018 (link)
  4. ୪.୦ ୪.୧ Ros, Pablo R.; Mortele, Koenraad J. (2007). CT and MRI of the Abdomen and Pelvis: A Teaching File (in ଇଂରାଜୀ). Lippincott Williams & Wilkins. p. 395. ISBN 9780781772372.
  5. ୫.୦ ୫.୧ ୫.୨ ୫.୩ Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1232. ISBN 978-0323354790.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ