ଉତ୍କ୍ରମଣୀୟ ମସ୍ତିଷ୍କ ରକ୍ତନଳୀ ସଙ୍କୋଚନ ସିଣ୍ଡ୍ରୋମ

ଉତ୍କ୍ରମଣୀୟ ମସ୍ତିଷ୍କ ରକ୍ତନଳୀ ସଙ୍କୋଚନ ସିଣ୍ଡ୍ରମ (ରେଭରସିବ୍ଲ ସେରେବ୍ରାଲ ଭାସୋକନଷ୍ଟ୍ରିକ୍ସନ୍ ସିଣ୍ଡ୍ରୋମ ( RCVS ) ହେଉଛି ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା ଧମନୀଗୁଡ଼ିକର ବିଭିନ୍ନ ସ୍ଥାନରେ ସଂକୋଚନ ଏବଂ ବିସ୍ଫାରଣ (ବିସ୍ତାର) ହୋଇଥାଏ ।[୧] ଏହାର ଲକ୍ଷଣଗୁଡିକ ମଧ୍ୟରେ ସାଧାରଣତଃ ହଠାତ୍ ଆରମ୍ଭ ହୁଏ ଏବଂ ବାରମ୍ବାର ଏବଂ ଭୟଙ୍କର ମୁଣ୍ଡବିନ୍ଧା (thunderclap headaches) ହୁଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବାନ୍ତି, ଆଲୋକ ପ୍ରତି ସମ୍ବେଦନଶୀଳତା, ଦ୍ୱନ୍ଦ୍ୱ, ସ୍ଥାନୀୟ ସ୍ନାୟୁ ଜନିତ ଲକ୍ଷଣ ଏବଂ ବାତ ହୋଇପାରେ | [୨] [୧] ରୋଗ ଜଟିଳ ହେଲେ ସବଆରାକନଏଡ଼ ରକ୍ତସ୍ରାବ ଏବଂ ଷ୍ଟ୍ରୋକ ହୋଇପାରେ । [୧]

Reversible cerebral vasoconstriction syndrome
Call-Fleming syndrome, postpartum cerebral angiopathy, benign angiopathy of the central nervous system, migrainous vasospasm, migraine angiitis[୧]
ଫାଇଲ:Reversible-cerebral-vasoconstriction-syndrome-3.jpg
Significant beading of all intracranial arteries, best demonstrated in the anterior cerebral arties due to RCVS.
ବିଭାଗNeurology
ଲକ୍ଷଣRecurrent and severe headaches, vomiting, sensivity to light, confusion, focal neurologic signs, seizures[୨][୧]
ଆକ୍ରାନ୍ତ ସମୟ20 to 50 years old[୧]
ଅବଧି3 weeks[୨]
ବିପଦ କାରକChildbirth, vasoactive drugs, complications of pregnancy[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟSubarachnoid hemorrhage due to an aneurysm, cerebral artery dissection, cerebral venous sinus thrombosis, ischemic stroke, pituitary apoplexy, cerebral vasculitis[୨][୧]
ଚିକିତ୍ସାCalcium channel blockers[୧]
PrognosisGenerally favorable[୧]
ପୁନଃପୌନିକRelatively common[୧]

ବିପଦ କାରଣଗୁଡ଼ିକ ମଧ୍ୟରେ ପ୍ରସବ, ରକ୍ତନଳୀ-ସକ୍ରିୟ ଔଷଧ, ଏବଂ ଗର୍ଭଧାରଣର ଜଟିଳତା ଯୋଗୁ ହୋଇପାରେ । [୨] ଏଥିରେ ସମ୍ପୃକ୍ତ ଔଷଧମଧ୍ୟରେ କୋକେନ, ସୁମାଟ୍ରିପଟାନ, ଖାଦ୍ୟ ବଟିକା, ଏସଏସଆରଆଇ (SSRI) ଏବଂ ସୁଡୋଏଫେଡ୍ରାଇନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୨] [୧] ସାଧାରଣତଃ ଡାକ୍ତରୀ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୧] ସମାନ ଭାବରେ ଉପସ୍ଥାପିତ ହେଉଥିବା ରୋଗମାନ ଯଥାକ୍ରମେ ସେରେବ୍ରାଲ ଆନିଉରିଜ୍ମ, ମସ୍ତିଷ୍କ ଧମନୀ ଡିସେକସନ, ମସ୍ତିଷ୍କ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍, ଇସକେମିକ୍ ଷ୍ଟ୍ରୋକ୍, ପିଟୁଇଟାରି ଆପୋଲେକ୍ସି ଏବଂ ମସ୍ତିଷ୍କ ଭାସ୍କୁଲାଇଟିସ୍ କାରଣରୁ ସାବାରାକ୍ନଏଡ୍ ରକ୍ତସ୍ରାବ ହୋଇପାରେ ।[୨] [୧]

ଚିକିତ୍ସା ପାଇଁ ନିମୋଡିପାଇନ ପରି କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ବ୍ୟବହାର କରାଯାଇଛି ।[୧] ଅଧିକାଂଶ ସମୟରେ ସମସ୍ତ ଲକ୍ଷଣ ତିନି ସପ୍ତାହ ମଧ୍ୟରେ ସ୍ୱୟଂ ଉପଶମ ହୋଇଯାଏ ।[୨] ଅଳ୍ପ ସଂଖ୍ୟକ କ୍ଷେତ୍ରରେ କିଛି ଅଭାବ ରହିଯାଏ; ତୀବ୍ର ରୋଗ କିମ୍ବା ମୃତ୍ୟୁ କ୍ୱଚିତ ହୁଏ ।[୨]

ଏହା କେତେଥର ଘଟେ, ତାହା ଅଜ୍ଞାତ ଅଟେ କିନ୍ତୁ ଏହା ଅପେକ୍ଷାକୃତ ସାଧାରଣ ବୋଲି ବିଶ୍ୱାସ କରାଯାଏ ।[୧] ପ୍ରଭାବିତ ଲୋକମାନେ ପ୍ରାୟ ୨୦ରୁ ୫୦ ବର୍ଷ ବୟସ୍କ ଅଟନ୍ତି ।[୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୧] ଏହି ଅବସ୍ଥା ପ୍ରଥମେ ୧୯୬୦ ଦଶକରେ ବର୍ଣ୍ଣନା କରାଯାଇଥିଲା; ତଥାପି ୨୦୦୭ ମସିହା ସୁଦ୍ଧା ବର୍ତ୍ତମାନର ନାମ ବ୍ୟବ‌ହୃତ ହୋଇନଥିଲା । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Nesheiwat, O; Al-Khoury, L (January 2021). "Reversible Cerebral Vasoconstriction Syndromes". PMID 31869187. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Mehdi, A. & Hajj-Ali, R. A. (2014). "Reversible cerebral vasoconstriction syndrome: a comprehensive update". Current Pain and Headache Reports. 18 (9): 1–10. doi:10.1007/s11916-014-0443-2. PMID 25138149. S2CID 7457809.
  3. Miller, T. R.; Shivashankar, R.; Mossa-Basha, M.; Gandhi, D. (2015). "Reversible cerebral vasoconstriction syndrome, part 1: epidemiology, pathogenesis, and clinical course" (PDF). American Journal of Neuroradiology. 36 (8): 1392–1399. doi:10.3174/ajnr.A4214. PMID 25593203. Archived from the original (PDF) on 2016-06-15. Retrieved 2015-04-23.