ବାନ୍ତି (ଅନ୍ୟ ନାମ ବମନ, ଉଦ୍‌ଗିରଣ, ଇଂରାଜୀରେ ଯାହା ଏମେସିସ୍ ଭାବରେ ମଧ୍ୟ ଜଣାଶୁଣା) ରୋଗରେ ପାଟି କିମ୍ବା ନାକ ଦେଇ ପେଟର ପଦାର୍ଥ ଅନିଚ୍ଛାକୃତ, ବାଧ୍ୟତାମୂଳକ ଭାବରେ ବହିଷ୍କାର ହୋଇଯାଏ | [୧] ଏହା ଅଇ ସହିତ ଜଡ଼ିତ ଏବଂ ସାଧାରଣତଃ ଦିନେ କିମ୍ବା ଦୁଇ ଦିନ ରହିଥାଏ | [୧][୨] ଜଟିଳତା ମଧ୍ୟରେ ନିର୍ଜଳନ, ଶ୍ୱାସନଳୀ ଭିତରକୁ ପ୍ରବେଶ , ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦାନ୍ତର କ୍ଷତି ଏବଂ ଗ୍ରାସନଳୀ ଛିଣ୍ଡିଯାଇପାରେ | [୧][୫] ପ୍ରତ୍ୟାବ‌ହନଠାରୁ ବା ରିଗର୍ଜିଟେସନଠାରୁ ବାନ୍ତି ଭିନ୍ନ, ସେହି ରିଗର୍ଜିଟେସନରେ ପେଟ କାମୁଡ଼ି ହୁଏନି ବା ଅଇ ହୁଏନି | [୧]

Vomiting
Emesis, puking, barfing, heaving, throwing up, blowing chunks, upchucking, technicolor yawn, spewing, tossing your cookies
Miracle of Marco Spagnolo by Giorgio Bonola (Quadroni of St. Charles)
ବିଭାଗGastroenterology
ଲକ୍ଷଣNausea[୧]
ଅବଧି1 to 2 days[୨]
କାରଣCommon: Gastroenteritis, certain medications or toxins[୧]
Other: Cannabis hyperemesis syndrome, cyclic vomiting syndrome, bowel obstruction, hepatitis, increased intracranial pressure, migraine, eating disorders, diabetic ketoacidosis, motion sickness, nausea and vomiting or pregnancy, appendicitis, labyrinthitis[୧]
Babies: Reflux, volvulus, pyloric stenosis urinary tract infection, intussusception[୩]
ଚିକିତ୍ସାDrinking fluids, antiemetics, intravenous fluids[୧][୪]

ସାଧାରଣ କାରଣଗୁଡ଼ିକରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ କିଛି ଔଷଧ କିମ୍ବା ବିଷାକ୍ତ ପଦାର୍ଥ ଅନ୍ତର୍ଭୁକ୍ତ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ କାନାବିସ୍ ହାଇପରେମେସିସ୍ ସିଣ୍ଡ୍ରୋମ, ସାଇକ୍ଲିକ୍ ବାନ୍ତି ସିଣ୍ଡ୍ରୋମ, ଆନ୍ତ୍ରିକ ଅବରୋଧ, ହେପାଟାଇଟିସ୍, ଇଣ୍ଟାକ୍ରାନିଆଲ୍ ଚାପ, ମାଇଗ୍ରେନ୍, ଖାଇବା ବ୍ୟାଧି, ମଧୁମେହ କେଟୋଏସିଡୋସିସ୍, ଗତି ରୋଗ, ଅଇ ଏବଂ ବାନ୍ତି କିମ୍ବା ଗର୍ଭଧାରଣ, ଆପେଣ୍ଡିସାଇଟିସ ଏବଂ ଲାବିରିନ୍ଥାଇଟିସ୍ ଅନ୍ତର୍ଭୁକ୍ତ | [୧][୨] ଶିଶୁମାନଙ୍କ କାରଣରେ ରିଫ୍ଲକ୍ସ, ଭଲଭୁଲସ୍, ପାଇଲୋରିକ ସ୍ଟେନୋସିସ, ମୂତ୍ରନଳୀ ସଂକ୍ରମଣ ଏବଂ ଇଣ୍ଟସସେପସନ ଅନ୍ତର୍ଭୁକ୍ତ ହୋଇପାରେ | [୩]

ଚିକିତ୍ସାରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବାକୁ ଚେଷ୍ଟା କରାଯାଏ | [୪] ଲକ୍ଷଣଗୁଡିକର ଉନ୍ନତି ପାଇଁ ଆଣ୍ଟିଏମେଟିକ୍ସ ବ୍ୟବହାର କରାଯାଏ | [୧] ଯଦି ନିର୍ଜଳନ ଉପସ୍ଥିତ ଥାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଉପଯୋଗୀ ହୋଇପାରେ | [୧] ଚିନ୍ତାଜନ‌କ ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ବାନ୍ତିରେ ରକ୍ତ, ପ୍ରବଳ ମୁଣ୍ଡବିନ୍ଧା, ନିର୍ଜଳନ ଏବଂ ସବୁଜ ବାନ୍ତି ଅନ୍ତର୍ଭୁକ୍ତ | [୨] ଅଷ୍ଟ୍ରେଲିଆରରେ ବାନ୍ତି ଯୋଗୁ ପରିବାର ଚିକିତ୍ସକଙ୍କ ପାଖକୁ ପ୍ରାୟ ୧.୬% ଲୋକ ଚିକିତ୍ସା ପାଇଁ ଯାଆନ୍ତି | [୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Nausea and Vomiting - Gastrointestinal Disorders". Merck Manuals Professional Edition. Retrieved 20 October 2020.
  2. ୨.୦ ୨.୧ ୨.୨ ୨.୩ "Vomiting in adults | NHS inform". www.nhsinform.scot (in ଇଂରାଜୀ). Retrieved 20 October 2020.
  3. ୩.୦ ୩.୧ Baren, Jill M. (2008). Pediatric Emergency Medicine (in ଇଂରାଜୀ). Elsevier Health Sciences. p. 568. ISBN 978-1-4160-0087-7.
  4. ୪.୦ ୪.୧ "Nausea and Vomiting". medlineplus.gov. Retrieved 20 October 2020.
  5. Antonelli, JR; Seltzer, R (September 2016). "Oral and Physical Manifestations of Anorexia and Bulimia Nervosa". Texas dental journal. 133 (9): 528–535. PMID 30549518.
  6. Helena Britt; Fahridin, S (September 2007). "Presentations of nausea and vomiting" (PDF). Australian Family Physician. 36 (9): 673–784. PMID 17885697. Archived from the original (PDF) on 2019-03-26. Retrieved 2021-05-14.