ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର

ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ହେଉଛି ଏକ ଔଷଧ ଶ୍ରେଣୀ ଯାହା ଅବସାଦ, ପ୍ୟାନିକ ଡିଜଅର୍ଡର୍ ଏବଂ ଅବସ

 

ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର
Drug class
Serotonin, the neurotransmitter that is involved in the mechanism of action of SSRIs.
Class identifiers
SynonymsSerotonin-specific reuptake inhibitors, serotonergic antidepressants[୩]
UseDepression, panic disorder, obsessive compulsive disorder[୧]
Biological targetSerotonin transporter[୨]
Clinical data
Drugs.comDrug Classes
In Wikidata

ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (ଇଂରାଜୀ ଭାଷାରେ Selective serotonin reuptake inhibitors/ SSRIs ) ହେଉଛି ଏକ ଔଷଧ ଶ୍ରେଣୀ ଯାହା ଅବସାଦ, ପ୍ୟାନିକ ଡିଜଅର୍ଡର୍ ଏବଂ ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ରୋଗ ନିମନ୍ତେ ବ୍ୟବ‌ହୃତ ହୁଏ | [୪] ଅବସାଦରେ ଏହି ଔଷଧର ଲାଭ କମ ମିଳେ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ହୋଇପାରେ, ବିଶେଷତଃ ଯୁବକମାନଙ୍କଠାରେ | [୫] [୬] ଟାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ଭଳି ଏହା ସମାନ ଫଳପ୍ରଦ ହୁଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ପେଟ ବ୍ୟଥା, ଆଲର୍ଜି ଏବଂ ଓଜନ ପରିବର୍ତ୍ତନ ହୋଇପାରେ | [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ସୋଡିୟମ ରକ୍ତ‌ତା , ରକ୍ତସ୍ରାବ ଏବଂ ଆତ୍ମହତ୍ୟା ହୋଇପାରେ | [୧] ଅଧିକ ମାତ୍ରା ଦେଲେ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ[୧] ହଠାତ୍ ବନ୍ଦ ହେବାଦ୍ୱାରା ପ୍ରତ୍ୟାହାର ଲକ୍ଷଣ ଦେଖାଯାଇପାରେ | [୧] ଏହା ନିଉରୋଟ୍ରାନ୍ସମିଟର ସେରୋଟୋନିନର ରିଅପଟେକ ସୀମିତ କରି ଏହାର ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ | [୧]

ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ମେଡିକାଲ ଚିକିତ୍ସା ପାଇଁ ଏସଏସଆର‌ଆଇ ଶ୍ରେଣୀରୁ ବିଶେଷ ଭାବରେ ଫ୍ଲୁକ୍ସେଟାଇନ୍ ଅନୁମୋଦିତ ହୋଇଥିଲା । [୭] ଯୁକ୍ତରାଷ୍ଟ୍ର ସମେତ ଅନେକ ଦେଶରେ ସେଗୁଡିକ ସାଧାରଣ ଆଣ୍ଟିଡେପ୍ରେସାଣ୍ଟ ଭାବରେ ବ୍ୟବ‌ହାର କରାଯାଏ | [୮] [୯] ଏହି ଶ୍ରେଣୀର ଅନେକ ଔଷଧ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ ଏବଂ ଅପେକ୍ଷାକୃତ ଶସ୍ତାରେ ମିଳେ | [୧]  

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 54. ISBN 978-0-7020-7442-4.
  2. "How Antidepressants Block Serotonin Transport". ALS. 12 July 2016. Retrieved 17 April 2021.
  3. Barlow DH, durand VM (2009). "Chapter 7: Mood Disorders and Suicide". Abnormal Psychology: An Integrative Approach (Fifth ed.). Belmont, CA: Wadsworth Cengage Learning. p. 239. ISBN 978-0-495-09556-9. OCLC 192055408.
  4. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 54. ISBN 978-0-7020-7442-4.
  5. Jakobsen JC, Katakam KK, Schou A, Hellmuth SG, Stallknecht SE, Leth-Møller K, Iversen M, Banke MB, Petersen IJ, Klingenberg SL, Krogh J, Ebert SE, Timm A, Lindschou J, Gluud C (February 2017). "Selective serotonin reuptake inhibitors versus placebo in patients with major depressive disorder. A systematic review with meta-analysis and Trial Sequential Analysis". BMC Psychiatry. 17 (1): 58. doi:10.1186/s12888-016-1173-2. PMC 5299662. PMID 28178949.{{cite journal}}: CS1 maint: unflagged free DOI (link)
  6. Hetrick, SE; McKenzie, JE; Cox, GR; Simmons, MB; Merry, SN (14 November 2012). "Newer generation antidepressants for depressive disorders in children and adolescents". The Cochrane database of systematic reviews. 11: CD004851. doi:10.1002/14651858.CD004851.pub3. PMID 23152227.
  7. Stein, Dan J.; Kupfer, David J.; Schatzberg, Alan F. (2007). The American Psychiatric Publishing Textbook of Mood Disorders (in ଇଂରାଜୀ). American Psychiatric Pub. p. PT485. ISBN 978-1-58562-716-5.
  8. Preskorn SH, Ross R, Stanga CY (2004). "Selective Serotonin Reuptake Inhibitors". In Sheldon H. Preskorn, Hohn P. Feighner, Christina Y. Stanga, Ruth Ross (eds.). Antidepressants: Past, Present and Future. Berlin: Springer. pp. 241–62. ISBN 978-3-540-43054-4.
  9. Ghaffari Darab, M; Hedayati, A; Khorasani, E; Bayati, M; Keshavarz, K (November 2020). "Selective serotonin reuptake inhibitors in major depression disorder treatment: an umbrella review on systematic reviews". International journal of psychiatry in clinical practice. 24 (4): 357–370. doi:10.1080/13651501.2020.1782433. PMID 32667275.