ସେରେବ୍ରାଲ ଆନିଉରିଜ୍ମ
ସେରେବ୍ରାଲ ଆନିଉରିଜିମ ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା କୌଣସି ଏକ ରକ୍ତନଳୀ ସ୍ଥାନୀୟ ଭାବରେ ବେଲୁନ ଭଳି ଫୁଲିଯାଏ ।[୩] [୪] ଅଧିକାଂଶ କ୍ଷେତ୍ରରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ | [୩] ବେଳେବେଳେ ମୁହଁକୁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାଇବାରେ ଅସୁବିଧା ହୁଏ, ଯନ୍ତ୍ରଣା କିମ୍ବା କାଲୁଆ ଲାଗିପାରେ | [୪] ରୋଗ ଜଟିଳ ହେଲେ ସାବାରାକନଏଡ ହେମୋରେଜ ହୋଇପାରେ, ଯାହା ଯାହା ଯୋଗୁ ହଠାତ୍ ପ୍ରବଳ ମୁଣ୍ଡବିନ୍ଧାଆରମ୍ଭ ହୋଇଥାଏ | [୩]
Intracranial aneurysm, brain aneurism, brain aneurysm, cerebral aneurism | |
ବିଭାଗ | Interventional radiology, neurosurgery |
---|---|
ଲକ୍ଷଣ | None, numbness, pain, inability to move one side of face[୧] |
ଆକ୍ରାନ୍ତ ସମୟ | 30–60 years old[୨] |
ବିପଦ କାରକ | High blood pressure, smoking, alcohol misuse, cocaine, head trauma,infectious endocarditis, family history[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[୩] |
ସଠିକ ରୋଗ ନିର୍ଣ୍ଣୟ | Arteriovenous malformations, vertebral artery dissection, stroke[୩] |
ଚିକିତ୍ସା | Monitoring for growth, endovascular coiling, surgical clipping[୩][୨] |
ପୁନଃପୌନିକ | 3%[୩] |
ମୃତ୍ୟୁ ସାନ୍ଦ୍ରତା | 0.5% of all deaths[୩] |
ଏହାର ସଙ୍କଟ କାରକ ଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମପାନ, ଦୂଷିତ ମଦ୍ୟପାନ, କୋକେନ, ମୁଣ୍ଡରେ ଆଘାତ, ଇନଫେକ୍ଟିଭ ଏଣ୍ଡୋକାର୍ଡ଼ିଆଟିସ ବା ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍ ଏବଂ ପାରିବାରକ ଇତିହାସ ଉଲ୍ଲେଖନୀୟ | [୩] ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ଅଟୋସୋମାଲ ଡୋମିନାଣ୍ଟ ପଲିସିସ୍ଟିକ ବୃକ୍କ ରୋଗ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ ଥିଲେ ଅଧିକ ସଙ୍କଟ ରହେ | [୩] ଏହି ରୋଗର ବିଭିନ୍ନ ପ୍ରକାର ଥାଏ ଯଥା: ସାକୁଲାର୍, ଫ୍ୟୁଜିଫର୍ମ ଏବଂ ସଂକ୍ରାମକ | [୩] ସାଧାରଣତଃ ମେଡିକାଲ ଇମେଜିଙ୍ଗ କରି ଏହି ରୋଗ ନିର୍ଣ୍ଣୟ କରାଯାଏ | [୩]
ରୋଗର ସ୍ଥାନୀୟ ଆକାର, ଅବସ୍ଥାନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଚିକିତ୍ସା ନିର୍ଭର କରେ | [୩] ଆନିଉରିଜିମ ୭ ମିଲିମିଟରରୁ ଅଧିକ ହୋଇଥିଲେ ସାଧାରଣତଃ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | [୩] ଛୋଟ ଆନିଉରିଜିମ ରୋଗର ଚିକିତ୍ସା ଅସ୍ପଷ୍ଟ ଏବଂ ଏହା ବୃଦ୍ଧିକୁ ନିରୀକ୍ଷଣ କରାଯାଇପାରେ | [୩] [୨] ଏଣ୍ଡୋଭାସ୍କୁଲାର କଏଲିଙ୍ଗ ବା ସର୍ଜିକାଲ କ୍ଲିପିଙ୍ଗ କରି ଏହାର ଚିକିତ୍ସା କରାଯାଇପାରିବ | [୩]
ପ୍ରାୟ ୩% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [୩] ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ ଭାବରେ ଏହି ରୋଗ ହୁଏ | [୩] ସେଗୁଡ଼ିକ ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ | [୨] ସମସ୍ତ ମୃତ୍ୟୁର କାରଣ ମଧ୍ୟରୁ ପ୍ରାୟ ୦.୫% ଏହି ରୋଗ କାରଣରୁ ହୁଏ ।[୩] ଆନିଉରିଜମ ଫାଟିବାର ତିନି ମାସ ମଧ୍ୟରେ ମୃତ୍ୟୁ ହେବା ଆଶଙ୍କା ପ୍ରାୟ ୫୦ % ଅଟେ ।[୩] ଏହି ରୋଗର ପ୍ରଥମ ବର୍ଣ୍ଣନା ପ୍ରଥମେ ୧୭୬୫ ମସିହାରେ କରାଯାଇଥିଲା [୫]
ଆଧାର
ସମ୍ପାଦନା- ↑ "Cerebral Aneurysms Information Page | National Institute of Neurological Disorders and Stroke". NINDS. 24 October 2020. Archived from the original on 24 October 2020. Retrieved 7 December 2020.
{{cite web}}
: CS1 maint: bot: original URL status unknown (link) - ↑ ୨.୦ ୨.୧ ୨.୨ ୨.୩ "Cerebral Aneurysms Fact Sheet | National Institute of Neurological Disorders and Stroke". NINDS. 28 November 2020. Archived from the original on 28 November 2020. Retrieved 7 December 2020.
{{cite web}}
: CS1 maint: bot: original URL status unknown (link) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ Jersey, AM; Foster, DM (January 2020). "Cerebral Aneurysm". PMID 29939679.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NIH2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Smith, Robert R.; Zubkov, Yuri N.; Tarassoli, Yahgoub. Cerebral Aneurysms: Microvascular and Endovascular Management (in ଇଂରାଜୀ). Springer Science & Business Media. p. PT12. ISBN 978-1-4613-9532-4.