ଆଜନ୍ମ ସିଫିଲିସ

ଆଜନ୍ମ ସିଫିଲିସ ହେଉଛି ସିଫିଲିସ ରୋଗ‌ଗ୍ରସ୍ତ ଜଣେ ମହିଳା ବିନା ଚିକିତ୍ସାରେ ଗର୍ଭଧାରଣ ସମୟରେ ନିଜ ଶିଶୁକୁ ସଂ

ଆଜନ୍ମ ସିଫିଲିସ ହେଉଛି ସିଫିଲିସ ରୋଗ‌ଗ୍ରସ୍ତ ଜଣେ ମହିଳା ବିନା ଚିକିତ୍ସାରେ ଗର୍ଭଧାରଣ ସମୟରେ ନିଜ ଶିଶୁକୁ ସଂକ୍ରମିତ କରେଇଥାଏ ।[] ଜନ୍ମ ପୂର୍ବରୁ ଶିଶୁର ସ୍ୱଳ୍ପ ଅଭିବୃଦ୍ଧି ବା ମୃତ୍ୟୁ ହୁଏ ଯଦିଓ କେତେକଙ୍କର କୌଣସି ଚିହ୍ନ ନଥାଏ ।[] [] ବୈଶିଷ୍ଟ୍ୟଗୁଡ଼ିକ ବ୍ୟାପକ ଭାବରେ ଭିନ୍ନ ହୋଇଥାଏ ଏବଂ ସେମାନେ ୨ ବର୍ଷ ବୟସ ପୂର୍ବରୁ କିମ୍ବା ପରେ ଉପସ୍ଥାପିତ ଅନୁସାରେ ବିଭକ୍ତ ହୋଇପାରେ ।[] ସାଧାରଣତ ଜୀବନର ପ୍ରଥମ କିଛି ସପ୍ତାହରେ କୌଣସି ଚିହ୍ନ ନଥାଏ ଯଦିଓ ଶିଶୁମାନେ ଛୋଟ ଏବଂ ଚିଡ଼ଚିଡ଼ା ସ୍ୱଭାବର ହୋଇପାରନ୍ତି ।[] ବୈଶିଷ୍ଟ୍ୟରେ ଜ୍ୱର, ଦାଗ, ବଡ଼ ଯକୃତ ଓ ପ୍ଲୀହା ଏବଂ କଫ, ନାକରୁ ପାଣି ବୋହିବା କିମ୍ବା ହାଡ଼ ତ‌ଥା ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] [] ପିଲାର ହଳଦିଆ ଚର୍ମ ଏବଂ ଆଖି, ବଡ଼ ଗ୍ରନ୍ଥି, ନିମୋନିଆ, ମେନିଞ୍ଜାଇଟିସ୍, ଯୌନାଙ୍ଗରେ କଣ୍ଡାଇଲୋମା ଲାଟା, ବଧିରତା କିମ୍ବା ଅନ୍ଧତ୍ୱ ହୋଇପାରେ ।[] [] ଚିକିତ୍ସା ହୋଇନଥିବା ଶିଶୁମାନଙ୍କର ନାକ, ଗୋଡ଼, କପାଳ, କଲାର ହାଡ, ହନୁ ହାଡ଼ କିମ୍ବା ଗାଲର ହାଡ଼ର ବିକଳାଙ୍ଗ ହୋଇପାରନ୍ତି ।[] ତାଳୁରେ ଏକ ଛିଦ୍ର ବା ଉଚ୍ଚ ତାଳୁ, ଗଣ୍ଠି ରୋଗ ଏବଂ ବୌଦ୍ଧିକ ଅକ୍ଷମତା ହୋଇପାରେ ।[] [] ଉଭୟ ପ୍ରାରମ୍ଭ ଏବଂ ବିଳମ୍ବିତ ପର୍ଯ୍ୟାୟରେ ବାତ ଏବଂ କ୍ରାନିଆଲ୍ ସ୍ନାୟୁ ପାରାଲିସିସ ହୋଇପାରେ ।[]

Congenital syphilis
ଫାଇଲ:Congenital syphilis. Papulosquamous lesions with oral involvement.png
Early onset rash of congenital syphilis
ବିଭାଗInfectious disease
ଲକ୍ଷଣ
ଆକ୍ରାନ୍ତ ସମୟUnborn baby, at birth, infancy, and later[]
କାରଣSpread from mother to baby of untreated syphilis (Treponema pallidum) during pregnancy or at birth[]
ରୋଗ ନିର୍ଣ୍ଣୟ ପଦ୍ଧତି
ପ୍ରତିକାରSafe sex, adequate screening, early treatment in pregnancy[]
ଔଷଧPenicillin by injection; Benzylpenicillin (IV), procaine benzylpenicillin (IM), benzathine penicillin G (IM)[]
ଚିକିତ୍ସାAntibiotics[]
ପୁନଃପୌନିକ473 per 100,000 live births worldwide (2016)[]
ମୃତ୍ୟୁ ସାନ୍ଦ୍ରତା204,000 worldwide (2016)[]

ପ୍ରସବ ସମୟରେ ପ୍ଲାସେଣ୍ଟା ଅତିକ୍ରମ କରିବା ପରେ କିମ୍ବା ଜନ୍ମ ସମୟରେ ସିଫିଲିଟିସ ଘା’ର ସଂସ୍ପର୍ଶରେ ଆସିବାଦ୍ୱାରା ଏହା ଜୀବାଣୁ ଟ୍ରେପୋନାମା ପାଲିଡମର ଏକ ପ୍ରଜାତି ପାଲିଡମ ଦ୍ୱାରା ସଂକ୍ରମିତ ହୋଇଥାଏ । [] [] ସ୍ତନ୍ୟପାନ ସମୟରେ ଏହା ସଂକ୍ରମିତ ହୁଏ ନାହିଁ ଯଦି ମାତାର ସ୍ତନରେ ସିଫିଲିଟିକ୍ ଘା’ ନଥାଏ ।[] ଗର୍ଭାବସ୍ଥାରେ ଅଣ-ପର୍ଯ୍ୟାପ୍ତ ସ୍କ୍ରିନିଂ ଏବଂ ଚିକିତ୍ସା ହେତୁ ଅଧିକାଂଶ ଘଟଣା ଘଟିଥାଏ | [] ଯଦି ରାସ (ପିତ୍ତିକା) ଏବଂ ଶ୍ଳେଷ୍ମା ସ୍ରାବ ଥାଏ ତେବେ ଶିଶୁ ଅତ୍ୟଧିକ ସଂକ୍ରାମକ ହୁଏ ।[] ମା’ଙ୍କ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷଣରୁ ଏହି ରୋଗ ସନ୍ଦେହ କରାଯାଇପାରେ ।[] ଶିଶୁର ପରୀକ୍ଷଣରେ ରକ୍ତ, ସିଏସଏଫ CSF ଏବଂ ମେଡିକାଲ ଇମେଜିଙ୍ଗ କରାଯାଇପାରେ ।[୧୦] ଅନୁସନ୍ଧାନରେ ରକ୍ତ‌ହୀନତା, କମ୍ ପ୍ଲାଟେଲେଟ, କମ୍ ଶର୍କରା, ପରିସ୍ରାରେ ପ୍ରୋଟିନ୍ କିମ୍ବା କମ ଥାଇରଏଡ଼ ପ୍ରକାଶ ପାଇପାରେ ।[] ପ୍ଲାସେଣ୍ଟା ବଡ଼ ଏବଂ ଫିକା ଦେଖାଯାଏ | [] ଅନ୍ୟାନ୍ୟ ଅନୁସନ୍ଧାନରେ ଏଚ୍.ଆଇ.ଭି. କରାଯାଇପାରେ ।[୧୦]

ମାଆର ସିଫିଲିସ ପ୍ରତିଷେଧ ନିମନ୍ତେ ସୁରକ୍ଷିତ ଯୌନ କ୍ରିୟା ଏବଂ ଗର୍ଭାବସ୍ଥାରେ ଶୀଘ୍ର ସ୍କ୍ରିନିଂ ଏବଂ ଚିକିତ୍ସା କରାଯାଏ ।[] ଯଥା ଶୀଘ୍ର ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିବା ବେଞ୍ଜାଥିନ ପେନିସିଲିନ ଜି ର ଗୋଟିଏ ଇଣ୍ଟ୍ରାମସ୍କୁଲାର ଇଞ୍ଜେକସନ୍ ତାଙ୍କ ଶିଶୁର ଜନ୍ମଗତ ସିଫିଲିସ ରୋକିପାରେ ।[୧୧] ସନ୍ଦିଗ୍ଧ ଜନ୍ମଗତ ସିଫିଲିସର ଚିକିତ୍ସାରେବେଞ୍ଜାଇଲପେନିସିଲିନ୍, ପ୍ରୋକେନ ବେଞ୍ଜାଇଲପେନିସିଲିନ୍, କିମ୍ବା ବେଞ୍ଜାଥିନ ପେନିସିଲିନ୍ ଜି ଦିଆଯାଏ ।[] [୧୦] [୧୦] ଯଦି ପେନିସିଲିନ୍ ଆଲର୍ଜି ଥାଏ, ତେବେ ଡିସେନ୍ସିଟାଇଜେସନ ଏକ ବିକଳ୍ପ ହୋଇପାରେ ।[୧୦] [୧୨]

ସିଫିଲିସ ବର୍ଷକୁ ପ୍ରାୟ ଏକ ନିୟୁତ ଗର୍ଭବତୀଙ୍କୁ ପ୍ରଭାବିତ କରିଥାଏ ।[୧୩] ୨୦୧୬ରେ ୧୦୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୪୭୩ଟି ଆଜନ୍ମ ସିଫିଲିସ ଥିଲା ଏବଂ ବିଶ୍ୱବ୍ୟାପୀ ଏହି ରୋଗରେ ୨୦୪,୦୦୦ ମୃତ୍ୟୁ ଘଟିଥିଲା।[] ୨୦୧୬ରେ ରିପୋର୍ଟ ହୋଇଥିବା ୬୬୦,୦୦୦ ମାମଲା ମଧ୍ୟରୁ ୧୪୩,୦୦୦ ଶିଶୁ ଜନ୍ମ ପୂର୍ବ ମୃତ୍ୟୁ ଓ ୬୧,୦୦୦ ନବଜାତ ଶିଶୁର ମୃତ୍ୟୁ, ୪୧,୦୦୦ କମ୍ ଓଜନ କିମ୍ବା ସମୟ ପୂର୍ବ ଜନ୍ମ ଏବଂ ୧୦୯,୦୦୦ ସଂଖ୍ୟକ ଛୋଟ ପିଲାଙ୍କର ଆଜନ୍ମ ସିଫିଲିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ।[୧୪] ପ୍ରାୟ ୭୫% ଆଫ୍ରିକୀୟ ଏବଂ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଲୋକ ଥିଲେ ।[] ମା ଏବଂ ଶିଶୁରେ ସିଫିଲିସ୍ ରୋକିବା ଏବଂ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚ ସାଧାରଣତଃ ଶସ୍ତା ଅଟେ ।[୧୧] [୧୫] ଏହି ରୋଗ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ବର୍ଣ୍ଣନା କରାଯାଇଥିଲା। [୧୬] ୧୯୦୬ ମସିହାରେ ସିଫିଲିସ ପାଇଁ ରକ୍ତ ପରୀକ୍ଷା ଆରମ୍ଭ କରାଯାଇଥିଲା ଏବଂ ଏହା ପରେ ମା'ଙ୍କଠାରୁ ବିସ୍ତାର ହେଉଥିବା ଦେଖାଯାଇଥିଲା । [୧୭]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Medoro, Alexandra K.; Sánchez, Pablo J. (June 2021). "Syphilis in Neonates and Infants". Clinics in Perinatology. 48 (2): 293–309. doi:10.1016/j.clp.2021.03.005. ISSN 1557-9840. PMID 34030815. Archived from the original on 2022-07-20. Retrieved 2023-05-10.
  2. ୨.୦ ୨.୧ ୨.୨ Ghanem, Khalil G.; Hook, Edward W. (2020). "303. Syphilis". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. p. 1986. ISBN 978-0-323-55087-1. Archived from the original on 2023-06-30. Retrieved 2023-05-08.
  3. ୩.୦ ୩.୧ "Congenital Syphilis". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 April 2021. Archived from the original on 13 April 2023. Retrieved 12 May 2023.
  4. ୪.୦ ୪.୧ ୪.୨ ୪.୩ Adamson, Paul C.; Klausner, Jeffrey D. (2022). "60. Syphilis (Treponema palladium)". In Jong, Elaine C.; Stevens, Dennis L. (eds.). Netter's Infectious Diseases (in ଇଂରାଜୀ) (2nd ed.). Philadelphia: Elsevier. pp. 339–347. ISBN 978-0-323-71159-3. Archived from the original on 2023-07-06. Retrieved 2023-07-05.
  5. ୫.୦ ୫.୧ ୫.୨ "STD Facts - Congenital Syphilis". www.cdc.gov (in ଆମେରିକୀୟ ଇଂରାଜୀ). 10 April 2023. Archived from the original on 21 April 2023. Retrieved 9 May 2023.
  6. ୬.୦ ୬.୧ ୬.୨ Ferri, Fred F. (2022). "Syphilis". Ferri's Clinical Advisor 2022 (in ଇଂରାଜୀ). Philadelphia: Elsevier. pp. 1452–1454. ISBN 978-0-323-75571-9. Archived from the original on 2023-06-30. Retrieved 2023-05-09.
  7. ୭.୦ ୭.୧ ୭.୨ Global progress report on HIV, viral hepatitis and sexually transmitted infections, 2021 (PDF) (in ଇଂରାଜୀ). Geneva: World Health Organization;. 2021. ISBN 978-92-4-003098-5. Archived (PDF) from the original on 2023-03-26. Retrieved 2023-05-08.{{cite book}}: CS1 maint: extra punctuation (link)
  8. ୮.୦ ୮.୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "18. Syphilis, Yaws, Bejel, and Pinta". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 347–361. ISBN 978-0-323-54753-6. Archived from the original on 2023-06-30. Retrieved 2023-05-11.
  9. Gilmour, Leeyan S.; Walls, Tony (15 March 2023). "Congenital Syphilis: a Review of Global Epidemiology". Clinical Microbiology Reviews: e0012622. doi:10.1128/cmr.00126-22. ISSN 1098-6618. PMID 36920205. Archived from the original on 30 June 2023. Retrieved 12 May 2023.
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ "Congenital Syphilis - STI Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 19 October 2022. Archived from the original on 1 April 2023. Retrieved 9 May 2023.
  11. ୧୧.୦ ୧୧.୧ WHO guideline on syphilis screening and treatment for pregnant women. Geneva: World health Organization. 2017. ISBN 978-92-4-155009-3. Archived from the original on 2023-06-30. Retrieved 2023-05-10.
  12. Chastain, DB; Hutzley, VJ; Parekh, J; Alegro, JVG (9 August 2019). "Antimicrobial Desensitization: A Review of Published Protocols". Pharmacy (Basel, Switzerland). 7 (3). doi:10.3390/pharmacy7030112. PMID 31405062. Archived from the original on 2 February 2022. Retrieved 10 May 2023.{{cite journal}}: CS1 maint: unflagged free DOI (link)
  13. Hussain, Syed A.; Vaidya, Ruben (2023). "Congenital Syphilis". StatPearls. StatPearls Publishing. PMID 30725772. Archived from the original on 2022-12-10. Retrieved 2023-05-12.
  14. "Congenital syphilis - Mother-to-child transmission of syphilis". www.who.int (in ଇଂରାଜୀ). Archived from the original on 21 April 2023. Retrieved 9 May 2023.
  15. Akhtar, F; Rehman, S (16 January 2018). "Prevention of Congenital Syphilis Through Antenatal Screenings in Lusaka, Zambia: A Systematic Review". Cureus. 10 (1): e2078. doi:10.7759/cureus.2078. PMID 29560291. Archived from the original on 11 March 2023. Retrieved 10 May 2023.
  16. Nissanka-Jayasuriya, EH; Odell, EW; Phillips, C (September 2016). "Dental Stigmata of Congenital Syphilis: A Historic Review With Present Day Relevance". Head and neck pathology. 10 (3): 327–31. doi:10.1007/s12105-016-0703-z. PMID 26897633. Archived from the original on 2023-02-10. Retrieved 2023-05-13.
  17. Oriel, J. David (2012). "5. "The sins of the fathers": Congenital syphilis". The Scars of Venus: A History of Venereology (in ଇଂରାଜୀ). London: Springer-Verlag. pp. 69–70. ISBN 978-1-4471-2068-1. Archived from the original on 2023-06-30. Retrieved 2023-05-10.