ପ୍ରୋଟିନୁରିଆ

ଏହି ରୋଗ ଥିଲେ ପରିସ୍ରାରେ ଅଧିକ ପୁଷ୍ଟିସାର ବାହାରେ ।

ପ୍ରୋଟିନୁରିଆ କୁହାଯାଏ ଯେତେବେଳେ ମୂତ୍ରରେ ଅତ୍ୟଧିକ ପ୍ରୋଟିନର ଉପସ୍ଥିତି ମିଳେ ।[୨] ଏହାଦ୍ୱାରା ପରିସ୍ରା ଫେଣଯୁକ୍ତ ହୋଇପାରେ ।[୨] ରୋଗ ଜଟିଳ ହେଲେ ଗୋଡ ଫୁଲିଯିବା, ହୃଦ ରୋଗ, ରକ୍ତ ଜମାଟ ବାନ୍ଧିବା ଏବଂ ମାଂସପେଶୀ ହ୍ରାସ ହୋଇପାରେ। [୨] ଏହାକୁ କ୍ଷଣସ୍ଥାୟୀ ଏବଂ ସ୍ଥାୟୀ ଭାବରେ ବିଭକ୍ତ କରାଯାଇପାରେ | [୨]

Proteinuria
Protein in the urine
ଫାଇଲ:Proteinuria.jpg
Foamy and cloudy urine due to high protein including albumin[୧]
ଉଚ୍ଚାରଣ
ବିଭାଗNephrology
ଲକ୍ଷଣFoamy urine, leg swelling[୨]
କାରଣTransient: Urinary tract infections, fever, exercise, pregnancy, prolonged standing[୨]
Persistent: Glomerulonephritis, certain medications, diabetes, heart failure, high blood pressure, myeloma[୨]
ରୋଗ ନିର୍ଣ୍ଣୟ ପଦ୍ଧତିUrine protein creatinine ratio (UPCR) > 45 to 50 mg/mmol[୨]
ସଠିକ ରୋଗ ନିର୍ଣ୍ଣୟDehydrated[୨]
ଔଷଧACE inhibitors, ARBs[୨]
ଚିକିତ୍ସାDepends on the underlying cause[୨]
ପୁନଃପୌନିକRelatively common (adults)[୩][୨]

କ୍ଷଣସ୍ଥାୟୀ କାରଣଗୁଡ଼ିକରେ ମୂତ୍ରାଙ୍ଗ ସଂକ୍ରମଣ, ଜ୍ୱର, ବ୍ୟାୟାମ, ଗର୍ଭଧାରଣ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ପାଦରେ ଠିଆ ଯୋଗୁ ହୋଇପାରେ ।[୨] ମୂତ୍ରରେ ବାହାରିବା ପୁଷ୍ଟିସାର କ୍ଷୟ ହେବା ହେଉଛି ବୃକ୍‌କ ନଷ୍ଟ ହେବାର ସଙ୍କେତ; ରୋଗର ଗମ୍ଭୀରତା ସହିତ ପୁଷ୍ଟିସାର କ୍ଷୟ ଜଡ଼ିତ ଥାଏ ।[୨] ଏଥିରେ ଗ୍ଲୋମେରୁଲୋନେଫ୍ରାଇଟିସ୍, କେତେକ ଔଷଧ, ମଧୁମେହ, ହୃଦ୍‌ପାତ, ଉଚ୍ଚ ରକ୍ତଚାପ ଏବଂ ମାୟେଲୋମା ଅନ୍ତର୍ଭୁକ୍ତ ହୋଇପାରେ। [୨]

ସାଧାରଣତ ମୂତ୍ରରେ ୧୫ ମିଗ୍ରା/ ମିମୋଲ କିମ୍ବା ୧୫୦ମିଗ୍ରା/ 24 ଘଣ୍ଟା ପୁଷ୍ଟିସାର ଥାଏ ।[୨] ୪୫ରୁ ୫୦ ମିଗ୍ରା/ ମିମୋଲରୁ ଅଧିକ ପରିସ୍ରା ପ୍ରୋଟିନ୍ -କ୍ରିଏଟିନାଇନ୍ ଅନୁପାତ (ୟୁପିସିଆର/ UPCR) କିମ୍ବା 30 ମିଗ୍ରା / mmolରୁ ଅଧିକ ପରିସ୍ରା ଆଲବୁମିନ- କ୍ରିଏଟିନାଇନ୍ ଅନୁପାତ (ୟୁଏସିଆର/ UACR) ଭାବରେ ପ୍ରୋଟିନୁରିଆକୁ ବ୍ୟାଖ୍ୟା କରାଯାଇଛି ।[୨] ପରିସ୍ରାରେ ରକ୍ତ ଉପସ୍ଥିତ ନହେବା କିମ୍ବା ୟୁପିସିଆର ୧୦୦ମିଗ୍ରା/ ମିମୋଲରୁ ଅଧିକ ନହେବା ପର୍ଯ୍ୟନ୍ତ ସାଧାରଣତଃ ଅଧିକ ଅନୁସନ୍ଧାନ ଆବଶ୍ୟକ ହୁଏ ନାହିଁ ।[୨] ଗୁରୁତର ପ୍ରୋଟିନୁରିଆ (> ୩୫୦ ମିଗ୍ରା/ ମିମୋଲ କିମ୍ବା ୩.୫ଗ୍ରା/ ୨୪ ଘଣ୍ଟା) ଥିଲେ ତାହାକୁ ନେଫ୍ରୋଟିକ୍ ସିଣ୍ଡ୍ରୋମ ଭାବରେ ବ୍ୟାଖ୍ୟା କରାଯାଇଛି ।[୨] ଯେଉଁମାନଙ୍କର ନିର୍ଜଳନ ଅଛି, ସେମାନଙ୍କର ପରୀକ୍ଷା ମିଥ୍ୟା ସକରାତ୍ମକ ହୋଇପାରେ ।[୨]

ବୟସ୍କମାନଙ୍କଠାରେ ପ୍ରୋଟିନୁରିଆ ଅପେକ୍ଷାକୃତ ସାଧାରଣ, ପ୍ରାୟ ୨୦% ଲୋକଙ୍କଠାରେ ଦେଖାଯାଏ ।[୨] [୩] ଯେଉଁମାନଙ୍କର ସକରାତ୍ମକ ପରିସ୍ରା ଡିପଷ୍ଟିକ୍ ଥାଏ, ସେମାନଙ୍କ ମଧ୍ୟରୁ ୨%ରୁ କମ୍ ଗୁରୁତର ଥାଏ ।[୨] ଜାପାନରେ ଲୋକମାନେ ଏହି ଅବସ୍ଥା ପାଇଁ ରୁଟିନ ସ୍କ୍ରିନିଂ କରନ୍ତି ।[୨]

ଆଧାର ସମ୍ପାଦନା

  1. Dantas, M; Barros Silva, GE; Moysés-Neto, M (June 2013). "Foamy urine in nephrotic syndrome". Clinical kidney journal. 6 (3): 341. doi:10.1093/ckj/sft018. PMID 26064498.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Haider, MZ; Aslam, A (January 2021). "Proteinuria". PMID 33232060. {{cite journal}}: Cite journal requires |journal= (help)
  3. ୩.୦ ୩.୧ Carroll, MF; Temte, JL (2000-09-15). "Proteinuria in adults: a diagnostic approach". American family physician. 62 (6): 1333–40. PMID 11011862.