ଥ୍ରୋମ୍ବୋସାଇଟୋପେନିଆ

ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ ।

ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଶରୀର ଭିତରେ, ଚର୍ମରେ ଓ ବାହାରେ ଯେପରିକି ମାଢ଼ିରେ ରକ୍ତସ୍ରାବ ହୋଇପାରେ | [୧] ଚର୍ମ ଭିତରେ ରକ୍ତସ୍ରାବ ହେଲେ ତାହାକୁ ପରପ୍ୟୁରା (ବାଇଗଣୀ ବ୍ରୁଇ) କିମ୍ବା ପେଟେକିଆ (ଛୋଟ ଲାଲ୍ ବିନ୍ଦୁ) କୁହାଯାଏ । [୧]

Thrombocytopenia
Thrombocytopaenia, thrombopenia
A picture of the blood under a microscope showing thrombocytopenia
Blood under a microscope showing thrombocytopenia
ଉଚ୍ଚାରଣ
  • THROM-bo-si-to-PE-ne-ah[୧]
ବିଭାଗHematology
ଲକ୍ଷଣPurple bruises, small red dots in the skin, bleeding gums[୧]
କାରଣBone marrow not making enough, increased destruction, spleen holding too many[୧]
ରୋଗ ନିର୍ଣ୍ଣୟ ପଦ୍ଧତିPlatelets < 150 x 109/L[୨]
ଚିକିତ୍ସାNone, immunosuppressants, platelet transfusion, surgical removal of the spleen[୧]
ପୁନଃପୌନିକRelatively common[୩]

ପ୍ଲାଟେଲେଟ ତିଆରି କମ୍ ହେଲେ, ଅଧିକ ପ୍ଲାଟେଲେଟ ନଷ୍ଟ ହୋଇଗଲେ କିମ୍ବା ପ୍ଲୀହାରେ ଅଧିକ ପ୍ଲାଟେଲେଟ ରହିଗଲେ ରକ୍ତରେ ସ୍ୱଳ୍ପ ପ୍ଲାଟେଲେଟ ସ୍ତର ଦେଖାଯାଏ ।[୧] ଲିଉକେମିଆ, ଆପ୍ଲାଷ୍ଟିକ ରକ୍ତହୀନତା, କେତେକ ରାସାୟନିକ ପଦାର୍ଥ, ଔଷଧ, ମଦ୍ୟପାନ, ଭୂତାଣୁ ସଂକ୍ରମଣ ଏବଂ ଜେନେଟିକ୍ ପରିବର୍ତ୍ତନ ହେତୁ ପର୍ଯ୍ୟାପ୍ତ ପ୍ଲାଟେଲେଟ ଉତ୍ପାଦନ ହୋଇପାରେ ନାହିଁ । [୧] ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ, କେତେକ ଔଷଧ ସଂକ୍ରମଣ, ଅସ୍ତ୍ରୋପଚାର, ଗର୍ଭାବସ୍ଥା, ଥ୍ରୋମ୍ବୋଟିକ୍ ଥ୍ରୋମ୍ବୋସାଇଟୋପେନିକ ପୁରପୁରା (ଟିଟିପି) ଏବଂ ବିସ୍ତାରିତ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (DIC) ହେତୁ ପ୍ଲାଟେଲେଟମାନଙ୍କର ବର୍ଦ୍ଧିତ ବିନାଶ ହୋଇପାରେ । [୧] ବର୍ଦ୍ଧିତ ପ୍ଳିହାରେ ଅତ୍ୟଧିକ ପ୍ଲାଟେଲେଟ ରହିପାରେ । [୧] ବୟସ୍କମାନଙ୍କଠାରେ ପ୍ରତି ଲିଟର ରକ୍ତରେ ସାଧାରଣତଃ ୧୫୦ରୁ ୪୫୦ x ୧୦ ସଂଖ୍ୟକ ପ୍ଲାଲେଟ୍ ଥାଏ (୧୫୦,୦୦୦ରୁ ୪୫୦,୦୦୦ ପ୍ରତି ମିମି 3 ) ଓ ଏହା ତଳକୁ ରକ୍ତ ପ୍ଲେଟେଲେଟ ସ୍ତର ଥିଲେ ଥ୍ରୋମ୍ବୋସାଇଟୋପେନିଆ ରୋଗ ନାମ ଦିଆଯାଏ | [୨]

ଏହାର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ସାମାନ୍ୟ ରୋଗ ହୋଇଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି । [୧] ଗୁରୁତର ରୋଗରେ କର୍ଟିକୋଷ୍ଟିରଏଡ, ରିଟକ୍ସିମାବ କିମ୍ବା ଏଲଟ୍ରୋମ୍ବୋପାଗ ଦିଆଯାଏ । [୧] ପ୍ଲାଟେଲେଟ୍ ସ୍ତର ଲିଟର ପ୍ରତି ୨୦ x ୧୦ ତଳକୁ ଖସିଲେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସୁପାରିଶ କରାଯାଇପାରେ | [୨] ଔଷଧ ପ୍ରଭାବଶାଳୀ ନହେଲେ ପ୍ଲୀହାର ଅସ୍ତ୍ରୋପଚାର କରାଯାଏ ।[୧] ଏହି ରୋଗ ଅପେକ୍ଷାକୃତ ସାଧାରଣ ରୋଗ ଓ ଇଣ୍ଟେନସିଭ କେୟାର ୟୁନିଟରେ ଥିବା ରୋଗୀଙ୍କ ମଧ୍ୟରୁ ଅଧା ଲୋକଙ୍କର ଏହି ଅବସ୍ଥା ଥାଏ । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Thrombocytopenia". www.nhlbi.nih.gov. Retrieved 22 November 2020.
  2. ୨.୦ ୨.୧ ୨.୨ Deutschman, Clifford S.; Neligan, Patrick J. (2010). Evidence-based Practice of Critical Care. Elsevier Health Sciences. ISBN 978-1416054764. Retrieved 2015-04-30.
  3. ୩.୦ ୩.୧ Lee, EJ; Lee, AI (December 2016). "Thrombocytopenia". Primary care. 43 (4): 543–557. doi:10.1016/j.pop.2016.07.008. PMID 27866576.