ବେଞ୍ଜାଇଲପେନିସିଲିନ
ବେଞ୍ଜାଇଲପେନିସିଲିନ (ଇଂରାଜୀ ଭାଷାରେ Benzylpenicillin ଅନ୍ୟ ନାମ ପେନିସିଲିନ ଜି/penicillin G) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବହାର କରାଯାଏ । ଏହି ସଂକ୍ରମଣ ଗୁଡ଼ିକର ନାମ ନିମୋନିଆ, ସ୍ଟ୍ରେପ ଥ୍ରୋଟ (strep throat), ସିଫିଲିସ୍, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotizing enterocolitis), କଣ୍ଠଅଳତି, ଗ୍ୟାସ ଗାନ୍ଗ୍ରିନ (gas gangrene), ଲେପ୍ଟୋସ୍ପାଇରୋସିସ (leptospirosis), ସେଲ୍ୟୁଲାଇଟିସ (cellulitis), ଓ ଟେଟାନସ (tetanus) ନିମୋକୋକାଲ ମେନିଞ୍ଜାଇଟିସ (pneumococcal meningitis) ରୋଗ ନିମନ୍ତେ ଏହା ପ୍ରଧାନ ଔଷଧ ।[୨] ଏହି ଔଷଧ ଶିରାଭ୍ୟନ୍ତର (injection into a vein) ବା ମାଂସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହି ଔଷଧ ଦୁଇ ଆକାରରେ ମିଳେ ଯଥା:- ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ (benzathine benzylpenicillin) ଓ ପ୍ରୋକେନ ବେଞ୍ଜାଇଲପେନିସିଲିନ (procaine benzylpenicillin) ଯାହା ମାଂସପେଶୀରେ ଦିଆଯାଏ । [୨]
Clinical data | |
---|---|
Trade names | Pfizerpen, other |
Synonyms | penicillin G potassium,[୧] penicillin G sodium |
AHFS/Drugs.com | International Drug Names |
MedlinePlus | a685013 |
Pregnancy category | |
Routes of administration | intravenous, intramuscular |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 60 % |
Metabolism | liver |
Elimination half-life | 30 min |
Excretion | kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
E number | E705 (antibiotics) |
ECHA InfoCard | 100.000.461 |
Chemical and physical data | |
Formula | C16H18N2O4S |
Molar mass | 334.4 g/mol |
3D model (JSmol) | |
| |
| |
(what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାତ (seizures), ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reaction) ଦେଖାଯାଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[୧] ଏହା ପେନିସିଲିନ (penicillin) ଓ ବିଟା ଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ।[୨]
ସନ ୧୯୨୯ରେ ବେଞ୍ଜାଇଲପେନିସିଲିନ ଆବିଷ୍କୃତ ହେବା ପରେ ସନ ୧୯୪୨ରୁ ଡାକ୍ତରୀ ବ୍ୟବହାରରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ଦିନକୁ ପ୍ରାୟ ୦.୨୪ରୁ ୨.୭୨ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Penicillin G Injection - FDA prescribing information, side effects and uses". www.drugs.com. Retrieved 10 December 2016.
- ↑ ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. pp. 98, 105. ISBN 9789241547659. Retrieved 8 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Penicillin, Benzyl". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 95. ISBN 9781284057560.