ପ୍ରୋକେନ ବେଞ୍ଜାଇଲପେନିସିଲିନ

ପ୍ରୋକେନ ବେଞ୍ଜାଇଲପେନିସିଲିନ (ଇଂରାଜୀ ଭାଷାରେ Procaine benzylpenicillin ଅନ୍ୟ ନାମ ପେନିସିଲିନ ଜି ପ୍ରୋକେନ) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବ‌ହାର ହୁଏ । ସିଫିଲିସ୍, ଆନ୍ଥ୍ରାକ୍ସ, ପାଟି ସଂକ୍ରମଣ (mouth infections), ନିମୋନିଆ, କଣ୍ଠଅଳତି, ସେଲ୍ୟୁଲାଇଟିସ୍ ଓ ପଶୁ କାମୁଡ଼ା ଭଳି କେତେକ ନିର୍ଦ୍ଦିଷ୍ଟ ରୋଗରେ ଏହା ବ୍ୟବ‌ହାର କରାଯାଏ । ଏହା ମାଂସପେଶୀରେ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୨]

ପ୍ରୋକେନ ବେଞ୍ଜାଇଲପେନିସିଲିନ
Combination of
Benzylpenicillinantibiotic
Procaineanaesthetic
Clinical data
Trade namesBicillin C-R,[୧] other
Synonymspenicillin G procaine, procaine penicillin G, procaine penicillin
AHFS/Drugs.comFDA Professional Drug Information
Pregnancy
category
Routes of
administration
IM
ATC code
Legal status
Legal status
Identifiers
CAS Number
ChEMBL
E numberE707 (antibiotics) Edit this at Wikidata
ECHA InfoCard100.000.187 Edit this at Wikidata
 ☒NcheckY (what is this?)  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା, ରକ୍ତ ଜମାଟ ସମସ୍ୟା (blood clotting problems), ବାତ (seizures) ଓ ଆଲର୍ଜି (allergic reaction) ଓ ଆନାଫାଇଲାକ୍‌ସିସ ‌ହୋଇପାରେ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସ‌ହାଇମର (Jarisch-Herxheimer) ।[୨] ପେନିସିଲିନ ଆଲର୍ଜି (penicillin allergy) ବା ପ୍ରୋକେନ ଆଲର୍ଜି (procaine) ଥିଲେ ଏହି ଔଷଧ ଦେବାକୁ ମନା କରାଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୧][୨] ଏହା ପେନିସିଲିନ (penicillin) ଓ ବିଟା ଲାକ୍ଟମ (beta lactam) ଶ୍ରେଣୀର ଔଷଧ ।[୨] ଏହା ବେଞ୍ଜାଇଲପେନିସିଲିନ ମାଧମରେ କାମ କରି ଜୀବାଣୁମାନଙ୍କୁ ମାରିଦିଏ । [୨][୩] ପ୍ରୋକେନ ସଂଯୁକ୍ତ ହେବାଦ୍ୱାରା ଏହି ଔଷଧ ଦୀର୍ଘ ସମୟ ଧରି କାମ କରିପାରେ ।[୪]

ସନ ୧୯୪୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପ୍ରୋକେନ ବେଞ୍ଜାଇଲପେନିସିଲିନ ପ୍ରଥମେ ବ୍ୟବ‌ହାର କରାଗଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିଏ ଦିନର ଖର୍ଚ୍ଚ ପ୍ରାୟ ୦.୦୯ରୁ ୦.୧୮ ଆମେରିକୀୟ ଡଲାର । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ୨୦୦ରୁ ୨୦୦ ଡଲାର । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 95. ISBN 9781284057560.
  2. ୨.୦ ୨.୧ ୨.୨ ୨.୩ ୨.୪ WHO Model Formulary 2008 (PDF). World Health Organization. 2009. p. 113, 607, 618. ISBN 9789241547659. Retrieved 8 December 2016.
  3. ୩.୦ ୩.୧ "Penicillin G Procaine - FDA prescribing information, side effects and uses". www.drugs.com. Retrieved 10 December 2016.
  4. Ebadi, Manuchair (2007). Desk Reference of Clinical Pharmacology, Second Edition (in ଇଂରାଜୀ). CRC Press. p. 555. ISBN 9781420047448.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Penicillin, Procaine Benzyl". International Drug Price Indicator Guide. Retrieved 8 December 2016.[permanent dead link]