ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବହୃତ ହୁଏ ।[୧] ସ୍ଟ୍ରେପ ଥ୍ରୋଟ (strep throat), କଣ୍ଠଅଳତି, ସିଫିଲିସ୍ ଓ ୟଜ ରୋଗ ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହାର କରାଯାଏ । [୪][୧] ରିଉମାଟିକ ଜ୍ୱର ରୋଗର ପ୍ରତିଷେଧ ଭାବରେ ଏହା ଦିଆଯାଏ । ମାଂସପେଶୀରେ ଏହା ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୪]
Combination of | |
---|---|
Benzylpenicillin | antibiotic |
Benzathine | stabilizer |
Clinical data | |
Trade names | Bicillin L-A,[୨] Permapen, others |
Synonyms | penicillin benzathine benzyl, benzathine penicillin, penicillin G benzathine, benethamine penicilline, benzylpenicillin benzathine[୩] |
AHFS/Drugs.com | |
Pregnancy category |
|
ATC code | |
Identifiers | |
CAS Number | |
PubChem CID | |
ChemSpider | |
UNII | |
ChEBI | |
ChEMBL | |
E number | E708 (antibiotics) |
ECHA InfoCard | 100.014.782 |
(what is this?) (verify) |
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଓ ସ୍ନାୟୁ ପ୍ରଭାବିତ ସିଫିଲିସ୍ ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[୪][୧] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[୧] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ଓ ବେଞ୍ଜାଇଲ ପେନିସିଲିନ (benzylpenicillin) ମାଧ୍ୟମରେ କାମ କରେ ।[୧][୪] ଏହାର ବେଞ୍ଜାଥିନ ଅଂଶଦ୍ୱାରା ପେନିସିଲିନ ଧୀରେ ଉନ୍ମୁକ୍ତ ହେବାଦ୍ୱାର ଏହା ଦୀର୍ଘ ସମୟ ଧରି କାମ କରେ ।[୫]
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ସନ ୧୯୫୦ରେ ପେଟେଣ୍ଟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୦.୨୭ରୁ ୧.୭୧ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ଡୋଜର ମୂଲ୍ୟ ସନ ୨୦୧୫ରେ ୫୦ରୁ ୧୦୦ ଆମେରିକୀୟ ଡଲାର ଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Penicillin G Benzathine (Professional Patient Advice) - Drugs.com". www.drugs.com. Retrieved 10 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 94. ISBN 9781284057560.
- ↑ ୩.୦ ୩.୧ Engel, Jürgen; Kleemann, Axel; Kutscher, Bernhard; Reichert, Dietmar (2014). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ) (5 ed.). Georg Thieme Verlag. p. 134. ISBN 9783131792754.
- ↑ ୪.୦ ୪.୧ ୪.୨ ୪.୩ WHO Model Formulary 2008 (PDF). World Health Organization. 2009. p. 98, 104. ISBN 9789241547659. Retrieved 8 December 2016.
- ↑ Ebadi, Manuchair (2007). Desk Reference of Clinical Pharmacology, Second Edition (in ଇଂରାଜୀ) (2 ed.). CRC Press. p. 555. ISBN 9781420047448.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Penicillin, Benzathine Benzyl". International Drug Price Indicator Guide. Retrieved 8 December 2016.[permanent dead link]