ସୋନାଲୀ ମହାପାତ୍ର

ଓଡ଼ିଶୀ ନୃତ୍ୟଶିଳ୍ପୀ

ସୋନାଲୀ ମହାପାତ୍ର, (ଜନ୍ମ: ୨୫ ମାର୍ଚ୍ଚ ୧୯୭୯) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଟନ୍ତି ।[୧] ୨୦୧୧ ବର୍ଷ ପାଇଁ ତାଙ୍କ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଗୁରୁ ଦେବପ୍ରସାଦ ଦାସଙ୍କ ଶୈଳୀରେ ଓଡ଼ିଶୀ ନୃତ୍ୟ ପରିବେଷଣ କରନ୍ତି ।

ସୋନାଲୀ ମହାପାତ୍ର
Born (1979-03-25) ୨୫ ମାର୍ଚ୍ଚ ୧୯୭୯ (ବୟସ ୪୪)
Nationalityଭାରତୀୟ
Occupationନୃତ୍ୟାଙ୍ଗନା ଓ ଗୁରୁ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସୋନାଲୀ ୧୯୭୯ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ନିର୍ମଳ କୁମାର ମହାପାତ୍ର ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଜଣେ କର୍ମଚାରୀ ଥିଲେ ଓ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରନ୍ତି ।[୨] ତାଙ୍କ ମାତାଙ୍କ ନାମ ଥିଲା ଜୟନ୍ତୀ ମହାପାତ୍ର । ୫ ବର୍ଷ ବୟସରେ ଭୁଲ ଔଷଧର ପ୍ରୟୋଗ ଯୋଗୁ, ସୋନାଲୀ ନିଜ ଶ୍ରବଣ ଶକ୍ତି ହରାଇଥିଲେ । ଶ୍ରବଣ ଶକ୍ତି ହରେଇଥିଲେ ମଧ୍ୟ, ତାଙ୍କ ପିତା ସୋନାଲୀଙ୍କୁ ନୃତ୍ୟର ତାଳ ଓ ଗାୟକର ଓଠ ଚାଳନାରୁ ଗୀତ ବୁଝିବା ଶିଖାଇଥିଲେ । ତାଙ୍କର ପ୍ରଥମ ନୃତ୍ୟଗୁରୁ ଥିଲେ ଧୀର ଦେବୀ । ପରେ ସେ ଗୁରୁ ତୃପ୍ତି ମହାନ୍ତି ଓ ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ବଂଶୀବାଦକ ଅଭିରାମ ନନ୍ଦଙ୍କୁ ବିବାହ କରିଛନ୍ତି ।

ନର୍ତ୍ତକୀ ଜୀବନ ସମ୍ପାଦନା

୧୪ ବର୍ଷ ବୟସରେ କଟକର ଇଣ୍ଡୋର ଷ୍ଟାଡ଼ିୟମରେ ସୋନାଲୀ ନିଜର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ । ସେ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଉପସ୍ଥିତ ଥିଲେ । ୨୦୦୧ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟରରେ ସେ ୯୦ ମିନିଟ ପର୍ଯ୍ୟନ୍ତ ଅବିରତ ନୃତ୍ୟ ପ୍ରଦର୍ଶନ କରିଥିଲେ । ୨୦୦୫ରେ ଭୁବନେଶ୍ୱରଠାରେ ସେ ନିଜର ନୃତ୍ୟ ଶିକ୍ଷାନୁଷ୍ଠାନ ନୃତ୍ୟ ଉପାସନା ପୀଠ ଆରମ୍ଭ କରିଥିଲେ । ୨୦୦୭ ଓ ୨୦୧୮ ମସିହାରେ ସୋନାଲୀ ଜାପାନରେ ନିଜ ନୃତ୍ୟ ପ୍ରଦର୍ଶନ କରିଥିଲେ ।[୩]

ବିଶ୍ୱ ଓଡ଼ିଆ ସମ୍ମେଳନୀ, ସଙ୍ଗୀତ ଏକାଡ଼େମୀ ସ୍ୱର୍ଣ୍ଣୋତ୍ସବ, କୋଣାର୍କ ନୃତ୍ୟ ଉତ୍ସବ, ଦେବଦାସୀ ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଦି ବିଭିନ୍ନ ଉତ୍ସବରେ ସେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ - ୨୦୧୮[୪]
  • ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ବୃତି
  • ସଂଯୁକ୍ତା ପ୍ରତିଭା ସମ୍ମାନ - ୨୦୦୭
  • କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୧୧[୫]

ଆଧାର ସମ୍ପାଦନା

  1. SHYAMAHARI CHAKRA. "Dance like a woman". www.thehindu.com. The Hindu. Archived from the original on 5 March 2021. Retrieved 5 March 2021.
  2. "Braving odds, Sonali came up trumps". www.newindianexpress.com. The New Indian Express. Archived from the original on 5 March 2021. Retrieved 5 March 2021.
  3. "Odissi Danseuse who lip-synced her way to Global glory". www.orissapost.com. ଓଡ଼ିଶା ପୋଷ୍ଟ. Archived from the original on 5 March 2021. Retrieved 5 March 2021.
  4. "In Guru's Memory: Renowned artistes pay tributes to Odissi doyen Guru Kelucharan Mohapatra". www.newindianexpress.com. The New Indian Express. Archived from the original on 5 March 2021. Retrieved 5 March 2021. {{cite web}}: |archive-date= / |archive-url= timestamp mismatch; 12 ଜାନୁଆରୀ 2019 suggested (help)
  5. "Sonali Mohapatra". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 5 March 2021. Retrieved 5 March 2021. {{cite web}}: |archive-date= / |archive-url= timestamp mismatch; 9 ସେପ୍ଟେମ୍ବର 2017 suggested (help)