ମୋହିନୀ ମୋହନ ପଟ୍ଟନାୟକ

ବଂଶୀ ବାଦକ

ମୋହିନୀ ମୋହନ ପଟ୍ଟନାୟକ(ଜନ୍ମ : ୨୩ ସେପ୍ଟେମ୍ବର ୧୯୪୫) ଜଣେ ଓଡ଼ିଆ ବଂଶୀବାଦକ ଓ ଗୁରୁ ଅଟନ୍ତି ।[୧] ବିନା ଗୁରୁରେ ବଂଶୀବାଦନ ଶିଖିଥିବା ଏହି ସଙ୍ଗୀତଜ୍ଞ ୨୦୦୬ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ହୋଇଥିଲେ ।

ମୋହିନୀ ମୋହନ ପଟ୍ଟନାୟକ
Background information
ଜନ୍ମ (1945-09-23) ୨୩ ସେପ୍ଟେମ୍ବର ୧୯୪୫ (ବୟସ ୭୮)
ଜନ୍ମସ୍ଥାନମାର୍କଣ୍ଡେସ୍ୱର ସାହି, ପୁରୀ
ପେଷାବଂଶୀ ବାଦକ
ବାଦ୍ୟଯନ୍ତ୍ରବଂଶୀ

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନା

ମୋହିନୀ ମୋହନ ୧୯୪୫ମସିହାରେ ପୁରୀର ମାର୍କଣ୍ଡେସ୍ୱର ସାହିର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା କ୍ଷେତ୍ରମୋହନ ପଟ୍ଟନାୟକ ଜଣେ ଆଡ଼ଭୋକେଟ ଥିଲେ । ମାତାଙ୍କ ନାମ ଥିଲା ପଦ୍ମାବତୀ ପଟ୍ଟନାୟକ । ଜେଜେବାପା ଥିଲେ ଜଜ୍ । ପିତାଙ୍କ ଇଚ୍ଛାଥିଲା ମୋହିନୀ ମୋହନ ମଧ୍ୟ ଓକିଲାତି କରନ୍ତୁ, କିନ୍ତୁ ମୋହିନୀଙ୍କୁ ପିଲାଦିନୁ ସଙ୍ଗୀତରେ ସ୍ପୃହା ଥିଲା । ପୁରୀ ବେଳାଭୂମିରେ ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ଜଣେ ବଂଶୀ ବିକ୍ରେତାଠାରୁ ବଂଶୀଟିଏ କିଣି ତାକୁ ନିଜେ ବଜେଇ ଶିଖିଥିଲେ । ପିଲାଦିନେ ସିଂହାରୀ ଶ୍ୟାମସୁନ୍ଦର କର, ସୀତାର ବାଦକ ରମା ପ୍ରତିହାରୀ ଓ କାଶୀନାଥ ପୂଜାପଣ୍ଡାଙ୍କଠାରୁ ରାଗରାଗିଣୀ ଓ ଅଳଙ୍କାର ଆଦି ବାବଦରେ କିଛି ଶିକ୍ଷାଲାଭ କରିଥିଲେ । ପରେ ସେ ଭୁବନେଶ୍ୱର ଆସି କ୍ୟାପିଟାଲ ହାଇସ୍କୁଲରେ ପାଠ ପଢ଼ିଲେ ଓ ଲଳିତ କଳାପୀଠ ସହିତ ତାଙ୍କର ଯୋଗାଯୋଗ ଆରମ୍ଭ ହୋଇଥିଲା । ଲଳିତ କଳାପୀଠକୁ ଆସୁଥିବା ବିଭିନ୍ନ କଳାକାରଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

କର୍ମଜୀବନ ସମ୍ପାଦନା

ଭୁବନେଶ୍ୱର ଆସିବାପରେ ମୋହିନୀ ମୋହନଙ୍କ ଜଣେ ବଂଶୀବାଦକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ପ୍ରଥମେ ସେ ଦୈନିକ ୨ଟଙ୍କାରୁ ୫ଟଙ୍କା ରୋଜଗାର କରୁଥିଲେ । କ୍ରମେ ସେ ଓଡ଼ିଶୀ ନୃତ୍ୟରେ ବଂଶୀ ବଜେଇବା ଆରମ୍ଭ କରିଥିଲେ । [ଆକାଶବାଣୀ କଟକ]] କେନ୍ଦ୍ରରୁ ସେ "ବି" ଗ୍ରେଡ଼ କଳାକାର ଭାବରେ ମାନ୍ୟତା ହାସଲ କରିଥିଲେ । ୧୯୭୦ମସିହାରେ ଭାରତ ସରକାରଙ୍କଦ୍ୱାରା ବଛାହୋଇ, ସେ ଜାପାନ ଯାଇଥିଲେ ଏକ୍ସପୋ-୭୦ରେ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟରେ ବଂଶୀବାଦନ କରିବା ପାଇଁ । ଏହାଥିଲା ତାଙ୍କର ପ୍ରଥମ ବିଦେଶ ଗ୍ରସ୍ଥ । ୭୦-୮୦ ଦଶକ ମଧ୍ୟସେ ସେ ସଂଯୁକ୍ତାଙ୍କ ସହ ଦେଶ ବିଦେଶ ସବୁଠାରେ ବଂଶୀବାଦନ କରୁଥିଲେ । ୮୦ଦଶକ ପରେ ଜଣେ ସଙ୍ଗୀତଜ୍ଞଭାବରେ ତାଙ୍କର ଲୋକପ୍ରିୟତା ବଢିଥିଲା ଓ ସେ ଏକକ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟ କରିଛନ୍ତି ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସୁରମଣି ସମ୍ମାନ - ୧୯୮୦
  • ପଦ୍ମକେଶରୀ ପୁରସ୍କାର - ୧୯୮୫
  • ବୈଶାଖୀ ସମ୍ମାନ - ୨୦୦୨
  • ସାରଳା ସମ୍ମାନ - ୨୦୦୩
  • ସାଲବେଗ ସମ୍ମାନ - ୨୦୦୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୦୬
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୦[୨]
  • ଜାତୀୟ କଳାରତ୍ନ ପୁରସ୍କାର - ୨୦୧୩
  • ତାଳବାଦ୍ୟ ସମ୍ମାନ - ୨୦୧୩[୩]
  • ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ - ୨୦୨୩ (ଇମ୍ଫା ପ୍ରଦତ୍ତ)[୪]

ଆଧାର ସମ୍ପାଦନା

  1. Orissa Review. Home Department, Government of Orissa. 1984.
  2. http://www.srjan.com/awardee.php
  3. "ବ୍ୟକ୍ତିତ୍ୱ". No. ନିତିଦିନ ୧୮/୦୬/୨୦୧୬ ପୃଷ୍ଠା ୯. Retrieved 11 December 2018.[permanent dead link]
  4. "କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର". www.dharitri.com. ଧରିତ୍ରୀ. Archived from the original on 29 September 2023. Retrieved 29 September 2023.