ଅଚ୍ୟୁତାନନ୍ଦ ମହାନନ୍ଦ

ଓଡ଼ିଆ ରାଜନୀତିଜ୍ଞ

ଅଚ୍ୟୁତାନନ୍ଦ ମହାନନ୍ଦ (୨୧ ଅପ୍ରେଲ ୧୯୨୪ - ୧୫ ଅପ୍ରେଲ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, କଣ୍ଟାବାଞ୍ଝି ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଚ୍ୟୁତାନନ୍ଦ ମହାନନ୍ଦ
Achyutananda Mahananda.jpg
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଲୋକନାଥ ରାୟ
ପର ଅଧିକାରୀରାମ ପ୍ରସାଦ ମିଶ୍ର
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୧
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ, ମୁରଲୀଧର ପଣ୍ଡା
ପର ଅଧିକାରୀତପି ଜାଲ
ନିର୍ବାଚନ ମଣ୍ଡଳୀଟିଟିଲାଗଡ଼
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନନ୍ଦ କିଶୋର ମିଶ୍ର, ରମେଶ ଚନ୍ଦ୍ର ଭୋଇ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୧ ଅପ୍ରେଲ ୧୯୨୪(1924-04-21)
ମୃତ୍ୟୁ୧୫ ଅପ୍ରେଲ ୧୯୯୧(1991-04-15) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀଉଦିଆଚାନ୍ଦ ମହାନନ୍ଦ
ବାପା/ବୋଉସୁନ୍ଦର ମହାନନ୍ଦ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷାସମ୍ପାଦନ କରନ୍ତୁ

ଅଚ୍ୟୁତାନନ୍ଦ ମହାନନ୍ଦ ୧୯୨୪ ମସିହାର ଅପ୍ରେଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁନ୍ଦର ମହାନନ୍ଦ ଓ ପତ୍ନୀଙ୍କ ନାମ ଉଦିଆଚାନ୍ଦ ମହାନନ୍ଦ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ଅଚ୍ୟୁତାନନ୍ଦ ମହାନନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୭୨ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ବଲାଙ୍ଗୀର ଗଣତନ୍ତ୍ର ପରିଷଦ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁସମ୍ପାଦନ କରନ୍ତୁ

ଅଚ୍ୟୁତାନନ୍ଦ ମହାନନ୍ଦ ୧୯୯୧ ମସିହାର ଅପ୍ରେଲ ୧୫ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Shri Achyutananda Mahananda". odishaassembly.nic.in. Odisha Assembly. Retrieved 5 October 2021.