ନନ୍ଦ କିଶୋର ମିଶ୍ର
ନନ୍ଦ କିଶୋର ମିଶ୍ର (୧୮ ଅକ୍ଟୋବର ୧୯୦୬ - ୩୦ ମାର୍ଚ୍ଚ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, ତୁଷରା ଓ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନନ୍ଦ କିଶୋର ମିଶ୍ର | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ପୂର୍ବ ଅଧିକାରୀ | ରାମ ପ୍ରସାଦ ମିଶ୍ର |
ପର ଅଧିକାରୀ | ଅନଙ୍ଗ ଉଦୟ ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା, | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ତୁଷରା |
ବିଧାୟକ: ୧ମ, ୨ୟ, ୩ୟ, | |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ଚନ୍ଦ୍ର ଶେଖର ସିଂ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଅକ୍ଟୋବର ୧୯୦୬ |
ମୃତ୍ୟୁ | ୩୦ ମାର୍ଚ୍ଚ ୧୯୯୨ | (ବୟସ ୮୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ହରପ୍ରିୟା ଦେବୀ |
ବାପା/ବୋଉ | ବେଣୁଧର ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାନନ୍ଦ କିଶୋର ମିଶ୍ର ୧୯୦୬ ମସିହାର ଅକ୍ଟୋବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେଣୁଧର ମିଶ୍ର ଏବଂ ପତ୍ନୀଙ୍କ ନାମ ହରପ୍ରିୟା ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାନନ୍ଦ କିଶୋର ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । । ୧୯୬୭ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବଲାଙ୍ଗୀର | ଗଣତନ୍ତ୍ର ପରିଷଦ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ବଲାଙ୍ଗୀର | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ତୁଷରା | ସ୍ୱତନ୍ତ୍ର ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଲୋଇସିଂହା | ସ୍ୱତନ୍ତ୍ର ପାର୍ଟି |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଲୋଇସିଂହା | ସ୍ୱତନ୍ତ୍ର ପାର୍ଟି |
ମୃତ୍ୟୁ
ସମ୍ପାଦନାନନ୍ଦ କିଶୋର ମିଶ୍ର ୧୯୯୨ ମସିହାର ମାର୍ଚ୍ଚ ୩୦ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Nandakishore Mishra". odishaassembly.nic.in. Odisha Assembly. Retrieved 29 August 2021.