ବାଘ
ବାଘ ବା ବ୍ୟାଘ୍ର (ଇଂରାଜୀରେ Tiger, ସାନ୍ତାଳୀରେ ᱛᱟᱹᱨᱩᱵ, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ବାଘ | |
---|---|
ଭାରତର କାହ୍ନା ଜାତୀୟ ଉଦ୍ୟାନର ଏକ ମହାବଳ ବାଘ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. tigris |
ବାଇନୋମିଆଲ ନାମ | |
Panthera tigris (କାର୍ଲ୍ ଲିନାୟସ୍, ୧୭୫୮)
| |
୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗଦ୍ୱାରା ଚିହ୍ନିତ[୨] | |
Synonyms | |
|
ନିଜ ଦେହର ସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି ଭାରତ, ବଙ୍ଗଳାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।
ନାମକରଣର ଇତିହାସ
ସମ୍ପାଦନାଲାଟିନ୍ ଶବ୍ଦ ଟାଇଗ୍ରିସ୍ (tigris)ରୁ ପ୍ରାଚୀନ ଫରାସୀ ଶବ୍ଦ ଟିଗ୍ରେ (tigre)ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଇଂରାଜୀ ଶବ୍ଦ ଟାଇଗ୍ରାସ୍ (tigras) ଓ ମଧ୍ୟଯୁଗୀୟ ଇଂରାଜୀ ଶବ୍ଦ ଟାଇଗର୍ (tigre)ର ସୃଷ୍ଟି ।[୪] ପ୍ରାଚୀନ ଗ୍ରୀକ୍ ଶବ୍ଦ τίγρις (ଟାଇଗ୍ରିସ୍)ରୁ ଏହି ଲାଟିନ୍ ଶବ୍ଦର ସୃଷ୍ଟି ହୋଇଥିଲା । ଗ୍ରୀକ୍ ଶବ୍ଦଟିର ମୂଳ କେଉଁଠାରୁ ତାହା ଅଜଣା, ତେବେ ଏହି ଶବ୍ଦଟି ବାଘ କିମ୍ବା "ଟାଇଗ୍ରିସ୍ ନଦୀ"କୁ ବୁଝାଇବା ପରି ମନେ ହୁଏ ।[୫] ଆଉ ଏକ ମତାନୁସାରେ ପାରସୀ ଶବ୍ଦ ଟିଗ୍ରା - tigra ବା ଅୱେସ୍ତୀୟ ଭାଷାର ଶବ୍ଦ ତିଗ୍ରି - tigrhi ଏହି ଜୀବର ଇଂରାଜୀ ନାମର ମୂଳ ଶବ୍ଦ ହୋଇପାରେ । ପାରସୀ ଶବ୍ଦର ଅର୍ଥ ମୁନିଆ ହୋଇଥିବା ବେଳେ ଅୱେସ୍ତୀୟ ଶବ୍ଦର ଅର୍ଥ ହେଉଛି ତୀର । ବାଘ ସହ ଏହି ସବୁ ଶବ୍ଦର ସମ୍ପର୍କ ବିଷୟରେ ସବିଶେଷ ପ୍ରମାଣ ନଥିଲେ ମଧ୍ୟ ବାଘର ଲମ୍ଫର ବେଗ ବା ଶାରୀରିକ ବୈଶିଷ୍ଟ୍ୟ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଏ ।[୬][୭]
ଜୀବ ପରିବାରର "ପାନ୍ଥେରା" ନାମର ସୃଷ୍ଟି ପ୍ରାଚୀନ ଫରାସୀ ଶବ୍ଦ ପାଣ୍ଟେରେ, ଲାଟିନ୍ ଶବ୍ଦ ପାନ୍ଥେରା କିମ୍ବା ପ୍ରାଚୀନ ଗ୍ରୀକ୍ ଶବ୍ଦ ପ୍ୟାନ୍ଥର୍ରୁ ହୋଇଥାଇପାରେ । ଏହି ସବୁ ଶବ୍ଦର ତତ୍କାଳୀନ ଅର୍ଥ ହେଲା – ହଳଦିଆ ପଶୁ । ପ୍ରାଚୀନ ଗ୍ରୀକ୍ କାଳରେ ପଣ୍ଡ୍ର ବୋଲି ମଧ୍ୟ ଏକ ଶବ୍ଦ ରହିଥିଲା ଯାହା ଧଳା-ହଳଦିଆ ମିଶା ରଙ୍ଗକୁ ବୁଝାଉଥିଲା ।[୮] ପଣ୍ଡ୍ର ଶବ୍ଦଟି ସଂସ୍କୃତ ଶବ୍ଦ ପୁଣ୍ଡରୀକରୁ ସୃଷ୍ଟି ହୋଇଥିବା ସମ୍ଭବପର । ପୁଣ୍ଡରୀକ ଶବ୍ଦର ଅର୍ଥ ହେଲା ବାଘ ।[୯][୧୦] (ତେବେ ପୁଣ୍ଡରୀକ ଶବ୍ଦର ଅନେକ ଅର୍ଥ ରହିଛି ।) ଗ୍ରୀକ୍ ଲୋକକଥା ଅନୁସାରେ ଉପସ୍ଥାପିତ ମତ ଯେ ପ୍ୟାନ୍ଥର୍ ଶବ୍ଦ ପ୍ୟାନ୍ (ଅର୍ଥାତ୍ - ସମସ୍ତ) ଓ ଥେର୍ (ଅର୍ଥାତ୍ - ପଶୁ)ର ମିଶ୍ରଣରୁ ସୃଷ୍ଟ ତାହା ବିଭ୍ରାନ୍ତିକର ।[୧୧]
ସଂସ୍କୃତରେ ବି+ଆ+ଘ୍ରା (ଧାତୁ)ରୁ ବ୍ୟାଘ୍ର ଶବ୍ଦର ସୃଷ୍ଟି ।[୧୨] ଏହି ଶବ୍ଦର ଅର୍ଥ ହେଲା – ଗନ୍ଧ ଗ୍ରହଣ କରିବା ବା ଭକ୍ଷଣ କରିବା । ବ୍ୟାଘ୍ର ଶବ୍ଦର ଅପଭ୍ରଂଶ ହୋଇ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରଚଳିତ "ବାଘ" ଶବ୍ଦର ସୃଷ୍ଟି ।
ବର୍ଗୀକରଣ
ସମ୍ପାଦନା୧୭୫୮ ମସିହାରେ କାର୍ଲ୍ ଲିନାୟସ୍ ନିଜ ପୁସ୍ତକ ସିଷ୍ଟମା ନାଚୁରେ - Systema Naturaeରେ ବାଘ ବିଷୟରେ ବିବରଣୀ ପ୍ରଦାନ କରି ତାହାକୁ ଫେଲିସ୍ ଟାଇଗ୍ରିସ୍ ବୋଲି ଜୀବବିଜ୍ଞାନ ନାମକରଣ କରିଥିଲେ ।[୩] ୧୯୨୯ ମସିହାରେ ବ୍ରିଟିଶ୍ ଜୀବ ବର୍ଗୀକରଣ ବିଶେଷଜ୍ଞ ରେଜିନାଲ୍ଡ ଇନ୍ନେସ୍ ପୋକକ୍ ବାଘକୁ ପ୍ୟାନ୍ଥେରା ପ୍ରଜାତିରେ ସଂସ୍ଥାପିତ କରି ତାହାକୁ ପାନ୍ଥେରା ଟାଇଗ୍ରିସ୍ ବୋଲି ନାମିତ କରିଥିଲେ ।[୧୩][୧୪]
ବିବର୍ତ୍ତନ
ସମ୍ପାଦନାପାନ୍ଥେରା ବଂଶର ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ବାଘମାନଙ୍କ ନିକଟତମ ସମ୍ପର୍କୀୟ । ଜିନ୍ଗତ ବିଶ୍ଳେଷଣରୁ ଜଣାଯାଏ ଯେ ପାଖାପାଖି ୨୮.୮ ଲକ୍ଷ ବର୍ଷ ପୂର୍ବେ ବାଘ ଓ ହିମ କଲରାପତ୍ରିଆ ବାଘଙ୍କ ବିବର୍ତ୍ତନ ଧାରା ପାନ୍ଥେରା ପ୍ରଜାତିର ଅନ୍ୟ ଜୀବଙ୍କ ବିବର୍ତ୍ତନ ଧାରାଠାରୁ ବଦଳି ଗଲା । ତେଣୁ ସିଂହ, କଲରାପତରିଆ ବାଘ ଓ ଜାଗୁଆର୍ ପ୍ରାୟ ଏକା ବିବର୍ତ୍ତନ ଧାରାରେ ଯାଇଥିବା ବେଳେ ବାଘ ଓ ହିମ କଲରାପତ୍ରିଆ ବାଘ ପରସ୍ପରର ନିକଟତର ।[୧୫][୧୬] ଫାଇଲୋଗ୍ରାଫିକ୍ ଗବେଷଣାରୁ ଜଣାପଡ଼ିଛି ଯେ ୭୨୦୦୦-୧୦୮୦୦୦ ବର୍ଷ ପୂର୍ବେ ବର୍ତ୍ତମାନ ଦେଖାଯାଉଥିବା ସମସ୍ତ ବାଘ ଉପପ୍ରଜାତିର ପୂର୍ବପୁରୁଷ ବୋଲାଉଥିବା ବାଘ ପ୍ରଜାତିର ସୃଷ୍ଟି ହୋଇଥିଲା ।[୧୭]
ଲଂଗ୍ଡାନ୍ ବାଘ ବା ପାନ୍ଥେରା ଡାନ୍ସ୍କିର ଜୀବାଶ୍ମ ଅବଶେଷ ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ ପ୍ରଗଣାରେ ମିଳିଥିଲା । ପ୍ରାୟ ୨୦ ଲକ୍ଷ ବର୍ଷ ପୂର୍ବେ ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭ ସମୟରେ ଏହି ବାଘ ପ୍ରଜାତି ବିଚରଣ କରୁଥିଲା । ଏହାର ଆକାର ପ୍ରାୟ ଜାଗୁଆର୍ ପରି ଥିଲା ଓ କିନ୍ତୁ ଏହାର ଛାଲର ଦାଗ ଭିନ୍ନ ଥିଲା । ଲଂଗ୍ଡାନ୍ ବାଘ ଆଧୁନିକ ବାଘର ଆଦିମ ପ୍ରଜାତି ଓ ଦୁଇ ପ୍ରଜାତିଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥାଇପାରେ । ଉତ୍ତର-ପଶ୍ଚିମ ଚୀନରୁ ଏହି ବାଘ ବଂଶର ଉଦ୍ଭବ ହୋଇଥିବ ବୋଲି ଅନୁମାନ କରାଯାଏ । କ୍ରମଶଃ ବାଘ ହରିଣ ଓ ବନ୍ୟଗୋରୁ ପ୍ରଜାତିର ଶିକାର କରି ଖାଇଲେ ଓ ସେମାନଙ୍କ ଆକାରରେ ମଧ୍ୟ ବୃଦ୍ଧି ଘଟିଲା । ପ୍ଲାଇଷ୍ଟୋସିନ୍ ଯୁଗର ଆରମ୍ଭରେ ଦକ୍ଷିଣ-ପୂର୍ବ ଏସିଆରେ ବାଘର ଏହି ଆକାର ସମ୍ପର୍କୀୟ ବିବର୍ତ୍ତନ ଘଟିଥିବା ଅନୁମାନ କରାଯାଏ ।[୧୮]
ଆହୁରି ଦେଖନ୍ତୁ
ସମ୍ପାଦନା- ମହାବଳ ବାଘ
- ବ୍ୟାଘ୍ର ପରିଯୋଜନା
- ଜିମ୍ କର୍ବେଟ୍
- ବାନ୍ଧବଗଡ଼ ଜାତୀୟ ଉଦ୍ୟାନ
- କଲରାପତରିଆ ବାଘ
- ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ
ଆଧାର
ସମ୍ପାଦନା- ↑ Goodrich, J.; Lynam, A.; Miquelle, D.; Wibisono, H.; Kawanishi, K.; Pattanavibool, A.; Htun, S.; Tempa, T.; Karki, J.; Jhala, Y. & Karanth, U. (2015). "Panthera tigris". The IUCN Red List of Threatened Species. IUCN. 2015: e.T15955A50659951. doi:10.2305/IUCN.UK.2015-2.RLTS.T15955A50659951.en. Retrieved 23 October 2018.
{{cite journal}}
: CS1 maint: multiple names: authors list (link) - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;dinerstein07
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ Linnaeus, C. (1758). "Felis tigris". Caroli Linnæi Systema naturæ per regna tria naturæ, secundum classes, ordines, genera, species, cum characteribus, differentiis, synonymis, locis. Vol. Tomus I (decima, reformata ed.). Holmiae: Laurentius Salvius. p. 41.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) ଛାଞ୍ଚ:La icon - ↑ "tiger". The Free Dictionary. Farlex. Retrieved 6 April 2014.
- ↑ Liddell, H. G.; Scott, R. (1940). "τίγρις". A Greek-English Lexicon, revised and augmented. Oxford: Clarendon Press.
{{cite web}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Harper, D. (2001–2011). "Tiger". Online Etymology Dictionary. Etymonline.com. Retrieved 6 April 2014.
- ↑ Oxford English Dictionary, entry tiger
- ↑ Harper, D. (2001–2011). "Panther". Online Etymology Dictionary. Douglas Harper. Retrieved 24 October 2011.
- ↑ Oxford Dictionary of English Etymology, edited by C.T. Onions, entry panther
- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଶ
- ↑ Oxford Dictionary of English Etymology, edited by C.T. Onions, entry panther
- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଶ
- ↑ Pocock, R. I. (1929). "Tigers". Journal of the Bombay Natural History Society. 33: 505–541.
- ↑ Pocock, R. I. (1939). "Panthera tigris". The Fauna of British India, Including Ceylon and Burma. Mammalia: Volume 1. London: T. Taylor and Francis, Ltd. pp. 197–210.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ Johnson, W. E.; Eizirik, E.; Pecon-Slattery, J.; Murphy, W. J.; Antunes, A.; Teeling, E.; O'Brien, S. J. (2006). "The Late Miocene radiation of modern Felidae: A genetic assessment". Science. 311 (5757): 73–77. Bibcode:2006Sci...311...73J. doi:10.1126/science.1122277. PMID 16400146.
- ↑ Davis, B. W.; Li G.; Murphy W. J. (2010). "Supermatrix and species tree methods resolve phylogenetic relationships within the big cats, Panthera (Carnivora: Felidae)". Molecular Phylogenetics and Evolution. 56 (1): 64–76. doi:10.1016/j.ympev.2010.01.036. PMID 20138224.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Luo04
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Mazák, Ji H.; Christiansen, P.; Kitchener, A. C. (2011). "Oldest Known Pantherine Skull and Evolution of the Tiger". PLoS ONE. 6 (10): e25483. Bibcode:2011PLoSO...625483M. doi:10.1371/journal.pone.0025483. PMC 3189913. PMID 22016768.
{{cite journal}}
: CS1 maint: unflagged free DOI (link)
A to Z Essays : Essay on Tiger Archived 2018-09-19 at the Wayback Machine.
ପୁସ୍ତକ ଆଧାର
ସମ୍ପାଦନା- John Hampden Porter (1894). "The Tiger". Wild beasts; a study of the characters and habits of the elephant, lion, leopard, panther, jaguar, tiger, puma, wolf, and grizzly bear. pp. 196–256.
- Sankhala, Kailash (1997). Indian Tiger. Roli Books Pvt Limited, India. ISBN 978-81-7437-088-4.
ବାହାର ଆଧାର
ସମ୍ପାଦନା- Species portrait Tiger; IUCN/SSC Cat Specialist Group
- Biodiversity Heritage Library bibliography for Panthera tigris
- Tiger Stamps: Tiger images on postage stamps from many different countries
- Year of the tiger. Video collection on occasion of the Year of the Tiger, 2010. BBC.
- Video clips. BBC archive on Wildlife Finder.
- "Is this the last chance to save the tiger?". 19 November 2010. By Pralad Yonzon. The Kathmandu Post.
- Tale of the Cat at the Wayback Machine (archived 26 February 2010). 1 March 2010. By Andrew Marshall. TIME Magazine
- "India's tiger population increases by 30% in past three years; country now has 2,226 tigers". 20 January 2015. By Vishwa Mohan. Times of India. Retrieved 17 July 2016.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |