ବ୍ୟାଘ୍ର ପରିଯୋଜନା

ବ୍ୟାଘ୍ର ପରିଯୋଜନା (ଈଂରାଜୀରେ Project Tiger) ଏକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯାହା ଭାରତ ସରକାରଙ୍କଦ୍ୱାରା ୧୯୭୩ ମସିହା ଅପ୍ରେଲ୍ ପହିଲା ଦିନ ଆରମ୍ଭ ହୋଇଥିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ପରିଯୋଜନା ଆରମ୍ଭ ହୋଇଥିଲା । ଏହି ପରିଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା (୧) ପ୍ରାକୃତିକ ପରିବାସରେ ମହାବଳ ବାଘଙ୍କ ଆବଶ୍ୟକ ସଂଖ୍ୟା ବଜାୟ ରଖିବା, (୨) ଭାରତରୁ ବିଲୁପ୍ତ ହେବାରୁ ମହାବଳ ବାଘଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ (୩) ବାଘଙ୍କ ରାଜୁତି ରହିଆସିଥିବା ବିଭିନ୍ନ ଜଙ୍ଗଲ ଓ ଜୈବଗୋଲକକୁ ପ୍ରାକୃତିକ ଐତିହ୍ୟର ମାନ୍ୟତା ଦେଇ ସେମାନଙ୍କ ସଂରକ୍ଷଣ କରିବା । ବ୍ୟାଘ୍ର ପରିଯୋଜନାର ଟାସ୍କ୍ ଫୋର୍ସ୍ କିଛି ବଛା ବଛା ବାଘ ଅଭୟାରଣ୍ୟକୁ ବାଘଙ୍କ ପ୍ରଜନନ ଓ ବଂଶବୃଦ୍ଧିର ମୁଖ୍ୟ ସ୍ଥଳ ରୂପେ ଅଭିହିତ କଲେ ଓ କାଳକ୍ରମେ ବାଘମାନଙ୍କୁ ଅନ୍ୟ ସମସ୍ତ ଅଞ୍ଚଳକୁ ସ୍ଥାନାନ୍ତରିତ କରି ଦେଶରେ ସେମାନଙ୍କ ପୁନରୁତ୍ଥାନ କରିବାର ଯୋଜନା କରିଥିଲେ । ଏହି ପରିଯୋଜନା ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ଓ ସମର୍ଥନ ଯୋଗାଇ ଦିଆଗଲା ଯେପରିକି ଜଙ୍ଗଲ ପରିବାସର ସୁରକ୍ଷା ଓ ସଙ୍କଟାପନ୍ନ ଜୀବଙ୍କ ଥଇଥାନ ପ୍ରତି ଧ୍ୟାନ ଦିଆଯାଇପାରିବ ।[] ଅବୈଧ ଶିକାରୀଙ୍କ ଦମନ ଓ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତିଙ୍କ ଥଇଥାନଦ୍ୱାରା ବାଘ-ମଣିଷ ସଂଘର୍ଷ ଏଡ଼ାଇବା ପାଇଁ ସରକାର ଏକ ବ୍ୟାଘ୍ର ସୁରକ୍ଷା ବଳ (Tiger Protection Force) ଗଠନ କରିଛନ୍ତି ।

ବ୍ୟାଘ୍ର ପରିଯୋଜନା (Project Tiger)
Countryଭାରତ
[[Prime Minister of ଛାଞ୍ଚ:Unlink|Prime Minister(s)]]ଶ୍ରୀମତୀ ଇନ୍ଦିରା ଗାନ୍ଧୀ
Ministryପରିବେଶ ଓ ବନ ମନ୍ତ୍ରାଳୟ (ଭାରତ ସରକାର)
Launched୦୧-ଅପ୍ରେଲ୍-୧୯୭୩
Statusସକ୍ରିୟ

୨୦୦୬ ମସିହା ବାଘ ଗଣନା ସମୟରେ ବାଘ, ଅନ୍ୟ ମାଂସାସୀ ଶିକାରୀ ଓ ଶିକାର ଜୀବଙ୍କ ଘନତା ନିରୂପଣ କରିବା ପାଇଁ GIS ସର୍ବେକ୍ଷଣ, କ୍ୟାମେରା ଟ୍ରାପ୍ ପରି ନୂତନ ପଦ୍ଧତିମାନ ଅବଲମ୍ବନ କରାଯାଇଥିଲା । ଏହି ସର୍ବେକ୍ଷଣର ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ ଭାରତର ବାଘ ସଂଖ୍ୟା ୧୪୧୧ ବୋଲି ଅନୁମାନ କରାଗଲା । ତନ୍ମଧ୍ୟରୁ ପ୍ରାପ୍ତ ବୟସ୍କ ଓ ଦେଢ଼ ବର୍ଷରୁ ଅଧିକ ବୟସର ତରୁଣ ବାଘଙ୍କ ମିଳିତ ସଂଖ୍ୟା ୧୧୬୫ରୁ ୧୬୫୭ ରହିଥିଲା ।[] ବ୍ୟାଘ୍ର ପରିଯୋଜନାର ନିରୀକ୍ଷଣ ଓ ପ୍ରଚେଷ୍ଟା ଫଳରେ ୨୦ ଜାନୁଆରୀ ୨୦୧୫ ମସିହା ବେଳକୁ ଭାରତରେ ବାଘଙ୍କ ସଂଖ୍ୟା ବଢ଼ି ୨୨୨୬ ହୋଇସାରିଥିଲା ।[]

ଲକ୍ଷ୍ୟ

ସମ୍ପାଦନା
 
ମହାବଳ ବାଘ

ବ୍ୟାଘ୍ର ପରିଯୋଜନା କେତେକ ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟାରମ୍ଭ କରିଥିଲା । ସେଗୁଡ଼ିକ ହେଲେ :

  • ବାଘଙ୍କ ପରିବାସ କ୍ଷୟ କରୁଥିବା କାରଣଗୁଡ଼ିକୁ ଚିହ୍ନଟ କରିବା, ସେମାନଙ୍କ ନିୟନ୍ତ୍ରଣ କରିବା ଓ ସେମାନଙ୍କ ନିରାକରଣ ପାଇଁ ବ୍ୟବସ୍ଥା କରିବା । କ୍ଷତିଗ୍ରସ୍ତ ପରିବାସର ଯଥାସମ୍ଭବ ପୁନରୁତ୍ଥାନ ବ୍ୟବସ୍ଥା କରିବାଦ୍ୱାରା ସେଠାକାର ପରିବେଶର ପୂର୍ବସ୍ଥିତି ପ୍ରାପ୍ତ କରିହେବ ।
  • ବାଘଙ୍କ ସୁରକ୍ଷା ଓ ବିକାଶଦ୍ୱାରା ଦେଶର ଅର୍ଥନୈତିକ, ପାରିବେଶିକ, ସାଂସ୍କୃତିକ ମହତ୍ତ୍ୱ ବଜାୟ ରଖିବା ।
 
ଈଂରେଜ ଶାସନାଧୀନ ଭାରତର ଗଭର୍ଣ୍ଣର୍-ଜେନେରାଲ୍ (ଭାଇସ୍‍ରୋୟ) ଆଇଜାକ୍ସ ରଫସ୍‍ଙ୍କ ବାଘ ଶିକାର

ବିଂଶ ଶତାବ୍ଦୀର ପ୍ରାରମ୍ଭ ବେଳକୁ ଭାରତର ବାଘ ସଂଖ୍ୟା ୨୦୦୦୦ରୁ ୪୦୦୦୦ ରହିଥିଲା । ୧୯୭୨ ମସିହାରେ କରାଯାଇଥିବା ସ୍ୱାଧୀନ ଭାରତର ପ୍ରଥମ ବାଘ ଗଣନାରେ ଦେଶର ବାଘ ସଂଖ୍ୟା ୧୮୦୦ ହୋଇଥିବା ଜଣାପଡ଼ିଲା ।[] ବାଘସଂଖ୍ୟାରେ ଏପରି ହ୍ରାସ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଅବୈଧ ଓ ଅବାଧ ଶିକାରର ସୂଚନା ଦିଏ ।

୧୯୭୩ ମସିହାରେ ଉତ୍ତରାଖଣ୍ଡ (ତତ୍କାଳୀନ ଉତ୍ତର ପ୍ରଦେଶ) ରାଜ୍ୟର କର୍ବେଟ୍ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ପରିଯୋଜନାର ଶୁଭାରମ୍ଭ ହୋଇଥିଲା ।

ପ୍ରଶାସନ ଓ ପରିଚାଳନା

ସମ୍ପାଦନା

ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority) ବ୍ୟାଘ୍ର ପରିଯୋଜନାର ପରିଚାଳନା ଦାୟିତ୍ୱ ବହନ କରେ । ଜଣେ ନିର୍ଦ୍ଦେଶକଙ୍କ ଅଧୀନରେ ରହିଥିବା ପରିଚାଳନା ସମିତି (steering committee) ପ୍ରକଳ୍ପର ପରିଚାଳନା କଥା ବୁଝନ୍ତି । ପ୍ରତ୍ୟେକ ଅଭୟାରଣ୍ୟରେ ଜଣେ କ୍ଷେତ୍ର ନିର୍ଦ୍ଦେଶକ ରହିଥାନ୍ତି । କ୍ଷେତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ଅନେକ କାର୍ଯ୍ୟ ନିର୍ବାହୀ ଓ କ୍ଷେତ୍ର ଅଧିକାରୀ ଓ କର୍ମଚାରୀ ରହିଥାନ୍ତି । ଭାରତର ଯେଉଁ ସବୁ ରାଜ୍ୟରେ ଏହି ପରିଚାଳନା ସମିତି ଗଠିତ ହୋଇଛି, ସେଗୁଡିକ ହେଲା – ଆନ୍ଧ୍ର ପ୍ରଦେଶ, ମିଜୋରାମ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ । ୨୦୧୮ ମସିହା ସୁଦ୍ଧା କେବଳ ଝାଡ଼ଖଣ୍ଡ ରାଜ୍ୟରେ ପ୍ରାଦେଶିକ ପରିଚାଳନା ସମିତି ଗଠିତ ହୋଇନାହିଁ ।

  1. ସିୱାଲିକ୍-ତେରାଇ ସଂରକ୍ଷଣ ବିଭାଗ
  2. ଉତ୍ତର-ପୂର୍ବ ସଂରକ୍ଷଣ ବିଭାଗ
  3. ସୁନ୍ଦରବନ ସଂରକ୍ଷଣ ବିଭାଗ
  4. ପଶ୍ଚିମ ଘାଟ ସଂରକ୍ଷଣ ବିଭାଗ
  5. ପୂର୍ବ ଘାଟ ସଂରକ୍ଷଣ ବିଭାଗ
  6. କେନ୍ଦ୍ରୀୟ ଭାରତ ସଂରକ୍ଷଣ ବିଭାଗ
  7. ସରିସ୍କା ସଂରକ୍ଷଣ ବିଭାଗ
  8. କାଜିରଙ୍ଗା ସଂରକ୍ଷଣ ବିଭାଗ

ବିଭିନ୍ନ ବାଘ ଅଭୟାରଣ୍ୟ ସ୍ଥାପନ କରାଗଲା ଓ ସେମାନଙ୍କ ଜଙ୍ଗଲକୁ କୋର୍ (Core) ଅଞ୍ଚଳ ଏବଂ ବଫର୍ (Buffer) ବା ଅଣ-କୋର୍ ଅଞ୍ଚଳରେ ବିଭକ୍ତ କରାଗଲା । ଜଙ୍ଗଲର ଏପରି ବିଭାଜନ ଏହି ପ୍ରକଳ୍ପର ଏକ ସୁଚିନ୍ତିତ ଯୋଜନା ଥିଲା ।

  • (୧) କୋର୍ ଅଞ୍ଚଳ: ଅଭୟାରଣ୍ୟର କୋର୍ ଅଞ୍ଚଳରେ କୌଣସି ପ୍ରକାରର ମାନବିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଏ ନାହିଁ । କୋର୍ ଅଞ୍ଚଳକୁ ଜାତୀୟ ଉଦ୍ୟାନ ବା ବନ୍ୟଜୀବ ଅଭୟାରଣ୍ୟର ମାନ୍ୟତା ଦିଆଯାଏ । ଗୋରୁ ଚରାଇବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା, ଜାଳେଣୀ ସଂଗ୍ରହ କରିବା ଇତ୍ୟାଦି ସମସ୍ତ ପ୍ରକାରର ମାନବୀୟ କାର୍ଯ୍ୟକଳାପ କୋର୍ ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧ । ତେଣୁ ଯେଉଁ ସବୁ ଜଙ୍ଗଲରେ ଆଦିମ ଜନଜାତି ବାସ କରନ୍ତି ସେଠାରେ କୋର୍ ଅଞ୍ଚଳକୁ ମାନବୀୟ କାର୍ଯ୍ୟକଳାପରୁ ମୁକ୍ତ ରଖିବା ପାଇଁ, ସରକାର ସେହି ଜନଜାତିଙ୍କ ଥଇଥାନ ଓ ସ୍ଥାନାନ୍ତରଣ ପ୍ରସଙ୍ଗରେ ମନୋନିବେଶ କରିବା ନିହାତି ଜରୁରୀ ।
  • (୨) ବଫର୍ (ଅଣ-କୋର୍) ଅଞ୍ଚଳ : ବଫର୍ ଅଞ୍ଚଳ ନିରୂପଣ କରିବାର ମୁଖ୍ୟ କାରଣ ହେଲା ସଂରକ୍ଷଣପନ୍ଥୀ ଭୂମି ବ୍ୟବହାର । ବଫର୍ ଅଞ୍ଚଳର ଜମିରେ କିଛି ଅଞ୍ଚଳ ଜଙ୍ଗଲାଚ୍ଛାଦିତ ଓ ଅନ୍ୟ କିଛି ଅଞ୍ଚଳରେ ଜଙ୍ଗଲ ନଥାଏ । ଏହି ଅଞ୍ଚଳର ବହୁମୁଖୀ ଉପଯୋଗିତା ରହିଛି । କୋର୍ ଅଞ୍ଚଳରେ ଅଧିକ ଜୀବ ଘନତା ହେଲେ ବଫର୍ ଅଞ୍ଚଳ ଜୀବଙ୍କ ଆଶ୍ରୟସ୍ଥଳୀ ପାଲଟେ । ପୁଣି ପୂର୍ବରୁ ଜଙ୍ଗଲରେ ରହିଆସୁଥିବା ଲୋକଙ୍କଦ୍ୱାରା ବଫର୍ ଅଞ୍ଚଳର ଜଙ୍ଗଲ ବ୍ୟବହୃତ ହୁଏ । ଏହାଯୋଗୁଁ କୋର୍ ଅଞ୍ଚଳର ଜଙ୍ଗଲ ସୁରକ୍ଷିତ ରହେ ।

ପ୍ରତ୍ୟେକ ବାଘ ଅଭୟାରଣ୍ୟ ପାଇଁ ଦୁଇଟି ମୂଳ ସିଦ୍ଧାନ୍ତକୁ ଆଧାର କରି ପ୍ରଶାସନିକ ଯୋଜନା ନିରୂପିତ ହୋଇଥିଲା ।

  • କୋର୍ ଅଞ୍ଚଳରୁ ସମସ୍ତ ପ୍ରକାରର ମାନବୀୟ ହସ୍ତକ୍ଷେପର ମୂଳୋତ୍ପାଟନ ଓ ବଫର୍ ଅଞ୍ଚଳରେ ମାନବୀୟ କାର୍ଯ୍ୟକଳାପର ନିୟନ୍ତ୍ରଣ ଓ ସନ୍ତୁଳନ
  • ମନୁଷ୍ୟକୃତ ଓ ବା ଅନ୍ୟ ପ୍ରାକୃତିକ କାରଣରୁ ହୋଇଥିବା ପରିବାସ କ୍ଷୟକ୍ଷତିକୁ ସୁଧାରି ଜଙ୍ଗଲ-ବ୍ୟବସ୍ଥାର ପୁନରୁଦ୍ଧାର ଓ ପୂର୍ବବତ୍ ସ୍ଥିତି ହାସଲ କରିବା
  • ବଣର ଉଦ୍ଭିଦ ଓ ଜୀବଜଗତରେ ହେଉଥିବା କ୍ରମଶଃ ପରିବର୍ତ୍ତନର ନିରୀକ୍ଷଣ କରିବା ଓ ବନ୍ୟଜୀବଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଗବେଷଣା କରିବା
 
ପଶ୍ଚିମବଙ୍ଗର ସୁନ୍ଦରବନ ଜାତୀୟ ଉଦ୍ୟାନରେ ମହାବଳ ବାଘର ପଞ୍ଝା ଚିହ୍ନ

୧୯୮୦ ଦଶନ୍ଧିର ଶେଷ ବେଳକୁ ବ୍ୟାଘ୍ର ଅଭୟାରଣ୍ୟ ସଂଖ୍ୟା ୯ରୁ ୧୫ ଓ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ୯୧୧୫ ବର୍ଗ କିଲୋମିଟର୍‍ରୁ ୨୪୭୦୦ ବର୍ଗ କିଲୋମିଟର୍‍କୁ ବୃଦ୍ଧି ପାଇଥିଲା । ୧୯୮୪ ମସିହା ସୁଦ୍ଧା ଏହି ସବୁ ଅଭୟାରଣ୍ୟରେ ବାଘ ସଂଖ୍ୟା ୧୧୦୦ରୁ ଅଧିକ ବୋଲି ଅନୁମାନ କରାଯାଇଥିଲା ।[] ୧୯୯୭ ମସିହା ସୁଦ୍ଧା ୩୩୦୦୦ ବର୍ଗ କିଲୋମିଟର୍ ପରିମିତ ଅଞ୍ଚଳରେ ୨୩ଟି ବ୍ୟାଘ୍ର ଅଭୟାରଣ୍ୟ ସ୍ଥାପିତ ହୋଇସାରିଥିଲା । ତେବେ ଅଭୟାରଣ୍ୟକୁ ଲାଗି ରହିଥିବା ବ୍ୟାଘ୍ର ପରିବାସ ଜଙ୍ଗଲ ଉଚ୍ଛେଦ, ଅବୈଧ ଶିକାର, ସଡ଼କ, ବିବିଧ ଉନ୍ନୟନମୂଳକ ଯୋଜନା, ଖଣି ଓ ଶିଳ୍ପର ବିକାଶ ତଥା ହସ୍ତକ୍ଷେପ ଯୋଗୁଁ ନିରାଶାଜନକ ସ୍ଥିତିରେ ରହିଥିଲା ।[]

ବ୍ୟାଘ୍ର ଅଭୟାରଣ୍ୟମାନଙ୍କରେ ବେତାର ଯୋଗାଯୋଗ ବ୍ୟବସ୍ଥା ଓ ନିରୀକ୍ଷଣ ଶିବିର ସ୍ଥାପନ କରିବା ଯୋଗୁଁ ଅବୈଧ ଶିକାର କିଛି ମାତ୍ରାରେ ହ୍ରାସ ପାଇଛି । ଜଙ୍ଗଲ ନିଆଁର ନିର୍ବାପନ ଓ ନିରାକରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ଅଭୟାରଣ୍ୟକୁ ସଂଲଗ୍ନ ଓ ବିଶେଷ କରି କୋର୍ ଅଞ୍ଚଳରୁ ଅନେକ ଗ୍ରାମମାନଙ୍କୁ ସଫଳତାର ସହିତ ସ୍ଥାନାନ୍ତରିତ କରାଯାଇପାରିଛି । ବ୍ୟାଘ୍ର ଅଭୟାରଣ୍ୟମାନଙ୍କରେ ଗୋରୁଗାଈ ଚରିବା ଉପରେ ବ୍ୟାପକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି । ଜଙ୍ଗଲ ପରିବେଶରେ ଜଳାଶୟମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉଛି । ଅନେକ ଅଭୟାରଣ୍ୟର ଜଙ୍ଗଲର ଉଦ୍ଭିଦରେ ଦେଖାଯାଉଥିବା କ୍ରମିକ ପରିବର୍ତ୍ତନ ସମ୍ପର୍କିତ ଗବେଷଣାମୂଳକ ତଥ୍ୟ ମଧ୍ୟ ବର୍ତ୍ତମାନ ଉପଲବ୍ଧ । ଭବିଷ୍ୟତରେ ବ୍ୟାଘ୍ର ଅଭୟାରଣ୍ୟରେ ଆଧୁନିକ ସୂଚନା ଓ ପ୍ରୌଦ୍ୟୋଗିକ ଯୋଗାଯୋଗ ବ୍ୟବସ୍ଥାର ବ୍ୟବହାର କରି ବନ୍ୟଜୀବ ସଂରକ୍ଷଣ, ଅପରାଧ ନିରାକରଣ, GIS ଆଧାରିତ ଡିଜିଟାଲ୍ ଡେଟାବେସ୍, ବାଘ ପରିବାସ ଓ ସଂଖ୍ୟା ପାଇଁ ନୂତନ ମୂଲ୍ୟାୟନ ପଦ୍ଧତି ପ୍ରଚଳନ କରାଯିବାର ଯୋଜନା କରାଯାଉଛି ।

ବିବାଦ ଓ ସମସ୍ୟା

ସମ୍ପାଦନା

ବ୍ୟାଘ୍ର ପରିଯୋଜନାର ପ୍ରଚେଷ୍ଟା ବ୍ୟାପକ ଅବୈଧ ଶିକାର ଯୋଗୁଁ ବହୁ ସମୟରେ ବାଧାପ୍ରାପ୍ତ ହୋଇଛି । ସରିସ୍କା ଜାତୀୟ ଉଦ୍ୟାନନାମଦଫା ଜାତୀୟ ଉଦ୍ୟାନରେ ହୋଇଥିବା ଅବ୍ୟବସ୍ଥା ଓ ବିପର୍ଯ୍ୟୟ ବହୁ ଭାରତୀୟ ଗଣମାଧ୍ୟମଙ୍କଦ୍ୱାରା ପ୍ରସାରିତ ହୋଇଥିଲା । ଅନେକ ଆଦିମ ଓ ଜଙ୍ଗଲ ନିବାସୀ ଜନଜାତିଙ୍କ ଅଧିକାରର ରକ୍ଷା ପାଇଁ ୨୦୦୬ ମସିହାରେ ଭାରତ ସରକାରଙ୍କଦ୍ୱାରା ବନ ଅଧିକାର ନିୟମ ଆଗତ ହୋଇଥିଲା । ଏହି ନିୟମ କିନ୍ତୁ ବ୍ୟାଘ୍ର ସଂରକ୍ଷଣ ନିୟମ ପ୍ରତି ବିପଦ ସୃଷ୍ଟି କରିବାରୁ ଏକ ନୂତନ ବିବାଦ ସୃଷ୍ଟି ହେଲା । ଏହି ବନ ଅଧିକାର ନିୟମ ମନୁଷ୍ୟ-ବାଘ ମୁହାଁମୁହିଁ ହେବା ସ୍ଥିତି ସୃଷ୍ଟି କରିବ ଓ ଅବୈଧ ଶିକାରକୁ ପ୍ରୋତ୍ସାହନ ମିଳିବ ବୋଲି ଅନେକ ମତ ପୋଷଣ କରିଥିଲେ । କିଛି ଲେଖକ ବାଘ ଓ ମଣିଷ ଏକାଠି ରହିପାରିବା ସମ୍ଭବ ନୁହେଁ ବୋଲି ମଧ୍ୟ ମତ ରଖିଥିଲେ ।[][] ବାଘ ଓ ମଣିଷ ଏକା ସହିତ ମିଶି ନ ରହିପାରିବା ଚିନ୍ତାଧାରା ଏକ ଅପରିପକ୍ୱ ଓ ଅଦୂରଦର୍ଶୀ ଚିନ୍ତାଧାରା ବୋଲି ଆଉ କିଛି ଲେଖକ ଯୁକ୍ତି ବାଢ଼ିଥିଲେ । ବାଘଙ୍କ ସାମ୍ପ୍ରତିକ ସ୍ଥିତି ପାଇଁ ବନବାସୀ ଜନଜାତି ନୁହଁ ବରଂ ବନ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ମୂଳ କାରଣ ବୋଲି ଏମାନଙ୍କ ଯୁକ୍ତି ଥିଲା । ଭାରତୀୟ ସରକରଙ୍କ “ଟାଇଗର୍ ଟାସ୍କ ଫୋର୍ସ୍” ଓ କିଛି ବନବାସୀ ଜନଜାତି ସୁରକ୍ଷା ମଞ୍ଚ ଏପରି ମତର ସମର୍ଥନ କରିଥିଲେ ।[][]

ଆହୁରି ଦେଖନ୍ତୁ

ସମ୍ପାଦନା
  1. ୧.୦ ୧.୧ ୧.୨ Panwar, H. S. (1987). "Project Tiger: The reserves, the tigers, and their future". In Tilson, R. L.; Sel, U. S. (eds.). Tigers of the world: the biology, biopolitics, management, and conservation of an endangered species. Park Ridge, N.J.: Minnesota Zoological Garden, IUCN/SSC Captive Breeding Group, IUCN/SSC Cat Specialist Group. pp. 110–117. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  2. Jhala, Y. V., Gopal, R., Qureshi, Q. (eds.) (2008). Status of the Tigers, Co-predators, and Prey in India (PDF). TR 08/001. National Tiger Conservation Authority, Govt. of India, New Delhi; Wildlife Institute of India, Dehradun. Archived from the original (PDF) on 2 ଜୁନ 2013. {{cite book}}: |author= has generic name (help)CS1 maint: multiple names: authors list (link)
  3. "Tiger population grows". CNN IBN. Archived from the original on 2015-01-23. Retrieved 2018-05-01.
  4. Thapar, V. (1999). The tragedy of the Indian tiger: starting from scratch. In: Seidensticker, J., Christie, S., Jackson, P. (eds.) Riding the Tiger. Tiger Conservation in human-dominated landscapes. Cambridge University Press, Cambridge. hardback ISBN 0-521-64057-1, paperback ISBN 0-521-64835-1. pp. 296–306.
  5. Buncombe, A. (31 October 2007) The face of a doomed species. The Independent
  6. Strahorn, Eric A. (2009-01-01). An Environmental History of Postcolonial North India: The Himalayan Tarai in Uttar Pradesh and Uttaranchal (in ଇଂରାଜୀ). Peter Lang. p. 118. ISBN 9781433105807.
  7. Government of India (2005) Tiger Task Force Report Archived 27 March 2009 at the Wayback Machine..
  8. Campaign for Survival and Dignity Tiger Conservation: A Disaster in the Making Archived 11 July 2011 at the Wayback Machine.. forestrightsact.com

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା