ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଭାରତର ଲୋକପ୍ରିୟ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ମଧ୍ୟପ୍ରଦେଶର ଉମରିଆ ସହର ନିକଟରେ ଏହି ଅଭୟାରଣ୍ୟ ଅବସ୍ଥିତ । ବାନ୍ଧବଗଡ଼କୁ ୧୯୬୮ ମସିହାରେ ଏକ ଜାତୀୟ ଉଦ୍ୟାନ ବୋଲି ଅଭିହିତ କରାଯାଇଥିଲା । ଏହାର ଅରଣ୍ୟର ୧୦୫ ବର୍ଗ କି.ମି. କୋର୍ ଅଞ୍ଚଳ । ଉମରିଆ, କଟନି ଓ ଅନ୍ୟ କିଛି ବନଖଣ୍ଡର ଅଣ-କୋର୍ ଅଞ୍ଚଳ ମିଶି ପ୍ରାୟ ୮୨୦ ବର୍ଗ କି.ମି. ହେବ । ଏହି ଅରଣ୍ୟ ନିକଟରେ ରହିଥିବା ଏକ ଛୋଟ ପାହାଡ଼ରୁ ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଏହି ପାହାଡ଼ସ୍ଥିତ ଦୁର୍ଗ ପ୍ରଦାନ କରିଥିଲେ ଓ ଲଙ୍କା ଉପରେ ନଜର ରଖିବାକୁ କହିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହି କାରଣରୁ ଏହି ଦୁର୍ଗର ସଂସ୍କୃତ ନାମ ବାନ୍ଧବଗଡ଼ର ଅର୍ଥ ହେଲା ଭ୍ରାତାଙ୍କ ଦୁର୍ଗ ।

ବାନ୍ଧବଗଡ଼ ଜାତୀୟ ଉଦ୍ୟାନ
ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Tigress in Bandhavgarh NP.jpg
ବାନ୍ଧବଗଡ଼ର ଆକ୍ରାମକ ବାଘ ଚାର୍ଜର୍ ଓ ବାଘୁଣୀ ସୀତାର ଝିଅ
Map showing the location of ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ.
Map showing the location of ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ.
ଭାରତ ମାନଚିତ୍ରରେ ବାନ୍ଧବଗଡ଼ର ଅବସ୍ଥିତି
ଅବସ୍ଥାନମଧ୍ୟପ୍ରଦେଶ, ଭାରତ
ପାଖ ସହରଉମରିଆ
ଦିଗବାରେଣି23°41′58″N 80°57′43″E / 23.69944°N 80.96194°E / 23.69944; 80.96194Coordinates: 23°41′58″N 80°57′43″E / 23.69944°N 80.96194°E / 23.69944; 80.96194
କ୍ଷେତ୍ରଫଳ୧୫୩୬ ବର୍ଗ କିଲୋମିଟର୍
ସ୍ଥାପିତ୧୯୬୮
ପର୍ଯ୍ୟଟକ ସଂଖ୍ୟା୧୦୮୦୦୦
ପରିଚାଳନାମଧ୍ୟପ୍ରଦେଶ ବନ ବିଭାଗ
[mpforest.org/bandhavgarh.html Official website]

ଏହି ଜାତୀୟ ଉଦ୍ୟାନର ଜୈବବିବିଧତା ବିସ୍ତୃତ । ଭାରତର ଅଳ୍ପ କିଛି ଜାତୀୟ ଉଦ୍ୟାନମାନଙ୍କରେ ବାଘଙ୍କ ଘନତା ଅଧିକ ରହିଆସିଛି ଓ ବାନ୍ଧବଗଡ଼ ସେହି ଶ୍ରେଣୀରେ ପରିଗଣିତ ଏକ ଜାତୀୟ ଉଦ୍ୟାନ । ଏହାଛଡ଼ା ବାନ୍ଧବଗଡ଼ରେ ବହୁ କଲରାପତରିଆ ବାଘ ଓ ଅନେକ ପ୍ରଜାତିର ହରିଣ ମଧ୍ୟ ରହିଛନ୍ତି । ରେୱାର ମହାରାଜ ମାର୍ତ୍ତଣ୍ଡ ସିଂ ୧୯୫୧ ମସିହାରେ ଏହି ଜଙ୍ଗଲର ପ୍ରଥମ ଧଳାବାଘ ଧରିଥିଲେ । ଏହି ବାଘର ନାମ ମୋହନ ରଖାଯାଇଥିଲା । ମଲା ପରେ ମୋହନର ଚମଡ଼ା ଭିତରେ ପାଳକୁଟା ଇତ୍ୟାଦି ଭର୍ତ୍ତି କରି ଏହାକୁ ସଂରକ୍ଷିତ କରି ରେୱାର ରାଜପ୍ରାସାଦରେ ରଖାଯାଇଛି । ବାନ୍ଧବଗଡ଼ ନିକଟସ୍ଥ ଗାଁବାସୀ ଓ ସେମାନଙ୍କ ଗୋରୁଗାଈ ସବୁବେଳେ ବାଘମାନଙ୍କ ପ୍ରତି ବିପଦ ସୃଷ୍ଟି କରନ୍ତି । ପୁଣି ଏହି ଅଞ୍ଚଳରେ ବଢ଼ୁଥିବା ଖଣିକାମ ବାଘଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ।

ଇତିହାସସମ୍ପାଦନ କରନ୍ତୁ

 
ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ଶେଷଶଯ୍ୟା ପ୍ରତିମୂର୍ତ୍ତି

ବାନ୍ଧବଗଡ଼ ଜଙ୍ଗଲର ଇତିହାସ ବହୁ ବର୍ଷ ପୁରୁଣା । ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ଏହି ଜଙ୍ଗଲ ଶିକାରଗାଃ ବା ଶିକାର ଜଙ୍ଗଲ ଭାବେ ପରିଚିତ ଥିଲା । ମହାରାଜା ବା ତାଙ୍କ ଅତିଥିମାନେ ଏଠାକୁ ଶିକାର କରିବାକୁ ଆସୁଥିବାରୁ ଜଙ୍ଗଲର ରକ୍ଷଣାବେକ୍ଷଣ କରାଯାଉଥିଲା ।

୧୯୪୭ ମସିହାରେ ରେୱା ରାଜ୍ୟକୁ ସ୍ୱାଧୀନ ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ମିଶାଇ ଦିଆଗଲା । ତେଣୁ ସ୍ୱତଃ ବାନ୍ଧବଗଡ଼ ମଧ୍ୟପ୍ରଦେଶର ଶାସନାଧୀନ ହେଲା ଓ ରେୱାର ମହାରାଜଙ୍କୁ କେବଳ ଶିକାର ପାଇଁ ଅନୁମତି ମିଳିଲା । ୧୯୬୮ ମସିହା ପୂର୍ବରୁ ଜଙ୍ଗଲ ଓ ଜୀବଙ୍କ ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଇନଥିଲା । ୧୯୬୮ରେ ଏହି ଜଙ୍ଗଲକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା । ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।

୧୯୭୨ ମସିହାରେ ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ ଆଗତ ହେବାପରେ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେଲା ।

ମହାବଳ ବାଘସମ୍ପାଦନ କରନ୍ତୁ

ବାନ୍ଧବଗଡ଼ର ବାଘ ଘନତା ବିଶ୍ୱର ଅନ୍ୟ ଯେ କୌଣସି ସ୍ଥାନର ବାଘ-ଘନତାରୁ ଅଧିକ । ଏଠାକାର କିଛି ବାଘବାଘୁଣୀ ନିଜ ଆକାର, ସୁନ୍ଦରତା ପାଇଁ ପର୍ଯ୍ୟଟକ ଓ ଅନ୍ୟ ବାଘପ୍ରେମୀଙ୍କ ମହଲରେ ପ୍ରସିଦ୍ଧ ହୋଇପାରିଛନ୍ତି । ବାନ୍ଧବଗଡ଼ର ଏକ ମୁଖ୍ୟ ଇଲାକାର ରାଜା ଚାର୍ଜର୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହାତୀ ବା ଜିପ୍ ଦେଖିଲେ ଗର୍ଜନ କରି ତା ଆଡ଼କୁ ମାଡ଼ି ଆସୁଥିଲା (ଈଂରାଜୀରେ କହିଲେ Charging at something) । ସେହି କାରଣରୁ ବାଘଟିର ନାମ ଚାର୍ଜର୍ ରଖାଯାଇଥିଲା । ତେବେ ଏହି ବାଘ କୌଣସି ବ୍ୟକ୍ତି ଉପରେ କେବେ ଆକ୍ରମଣ କରିନାହିଁ । ୧୯୯୦ ମସିହାପରଠାରୁ ଚାର୍ଜର୍ ବାନ୍ଧବଗଡ଼ର ପ୍ରଥମ ସ୍ୱସ୍ଥ, ଦୀର୍ଘଜୀବୀ ଓ ରାଜା ପରି ଗୁଣ ବହନ କରୁଥିବା ପ୍ରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ । ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରମୁଖପୃଷ୍ଠାରେ ଚାର୍ଜର୍ ଓ ସୀତା ନାମକ ଏକ ବାଘୁଣୀ ସ୍ଥାନ ପାଇଥିଲେ । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ର ଅଧିକାଂଶ ବାଘ ଚାର୍ଜର୍ ଓ ସୀତାର ବଂଶଲତିକାର ଅଂଶ ବୋଲି କହିପାରିବା । ଚାର୍ଜର୍ ଓ ସୀତାର ଝିଅ ଜୋଇତା, ପୁଅ ଲଙ୍ଗଡ଼ୁବି୨ (ବି-ଟୁ) ମଧ୍ୟ ବହୁବାର ଦେଖାଯାଇଛନ୍ତି । ପର୍ଯ୍ୟଟକଙ୍କ ଗାଡ଼ି ନିକଟରୁ ଚାଲିଗଲାବେଳେ ସେମାନେ କୌଣସି ପ୍ରକାରର ଭୟ ବା ଆଶଙ୍କା ଦେଖାଉନଥିଲେ ବରଂ ଜଙ୍ଗଲର ରାଜା କିପରି ଜଙ୍ଗଲରେ ରହେ ତାହାର ଏକ ଝଲକ ବାରମ୍ବାର ଦେଖାଇଛନ୍ତି ।

ସୀତାର ମୃତ୍ୟୁ ପରେ ମୋହିନୀ ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ ମହାମାନ ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।

୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କଦ୍ୱାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍‍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍‍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍‍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ ସିଦ୍ଧବାବା ବାଘୁଣୀର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହୋଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ ବାମେରା ନାମିତ କରାଯାଇଥିଲା । ପରେ ବାମେରା ମଧ୍ୟ ବାନ୍ଧବଗଡ଼ର ଏକ ବଡ଼ ଇଲାକାର ରାଜା ହେଲା । ୨୦୧୧ ନଭେମ୍ବର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁ ତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।

ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ୱକୁ ଆହ୍ୱାନ ଦେଇ ଆସିଛନ୍ତି । ବ୍ଲୁ ଆଏସ୍ (ନୀଳାକ୍ଷ) ଓ ମୁକୁନ୍ଦ ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ବାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ ରାଜବେହେରା, ମିର୍ଚୈନି, ବନ୍‍ବେହି, ଶୁଖି ପତ୍ତିୟାଁ, ଡମ୍‍ଡମା । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।

୨୦୧୭ ମସିହାରେ ଭୀମ ନାମକ ଏକ ୯ ବର୍ଷ ବୟସ୍କ ତରୁଣ ବାଘ ବାମେରାକୁ ଏକ ଯୁଦ୍ଧରେ ପରାସ୍ତ କରିଥିଲା । ପରାସ୍ତ ଓ କ୍ଷତବିକ୍ଷତ ବାମେରା ଜଙ୍ଗଲରୁ ଦୂରକୁ ଚାଲିଯାଇ ଥିଲା । ଶିକାର କରିବାକୁ ଅସମର୍ଥ ବାମେରାର ଜୀବନ ବଞ୍ଚାଇବା ପାଇଁ ବନ ବିଭାଗ ଏକ ଅଞ୍ଚଳକୁ ଘେରି ତାହାର ଦେଖରେଖ କରୁଥିଲେ । ୨୦୧୭ ମସିହା ଅକ୍ଟୋବର ମାସରେ ବାମେରା ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଏଣେ ବାମେରାକୁ ପରାସ୍ତ କରିଥିବା ଭୀମ ବର୍ତ୍ତମାନ ସମୟରେ ‍(୨୦୧୮ ମସିହା ଅପ୍ରେଲ୍ ମାସ ବେଳକୁ) ବନ୍ଧବଗଡ଼ର ସର୍ବବୃହତ୍ ଅଣ୍ଡିରା ବାଘ । ଭୀମର ନିୟନ୍ତ୍ରଣ କ୍ଷେତ୍ର ଖିତୌଲି ଓ ତାଲା କୋର୍ ଅଞ୍ଚଳରେ ବ୍ୟାପ୍ତ ଏକ ବିରାଟ ବଡ଼ ଇଲାକା । ମଙ୍ଗୁ ନାମକ ଆଉ ଏକ ବାଘରାଜା ତାଲା କୋର୍ ଅଞ୍ଚଳର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିଥାଏ । ୨୦୧୮ ମସିହା ବେଳକୁ ବାନ୍ଧବଗଡ଼ର କିଛି ପ୍ରମୁଖ ବାଘୁଣୀ ହେଲେ :

  • ତାଲା କୋର୍ ଅଞ୍ଚଳରେ ରାଜୁତି କରୁଥିବା ସ୍ପଟ୍ଟି ‍‌(Spotty), ବନ୍‍ବେହି ବାଘୁଣୀ, କିଲ୍ଲେୱାଲି ବାଘୁଣୀ ‍‌। ସ୍ପଟ୍ଟିର ଛୁଆମାନେ ପ୍ରାୟ ୨ ବର୍ଷ ବଡ଼ ଓ ନିଜ ଶିକାର ନିଜେ କରିପାରୁଛନ୍ତି । ବନ୍‍ବେହି ବାଘୁଣୀ ଓ କିଲ୍ଲେୱାଲି ବାଘୁଣୀଙ୍କ ଛୁଆ ନିଜ ମା' ସହିତ ବୁଲନ୍ତି । ଏମାନଙ୍କ ମଧ୍ୟରୁ କିଲ୍ଲେୱାଲି ବାଘୁଣୀ ଅତି ଲାଜକୁଳା ପ୍ରବୃତ୍ତିର ବୋଲି କୁହାଯାଏ ।
  • ମଗଧି କୋର୍ ଅଞ୍ଚଳରେ ରାଜୁତି କରୁଥିବା ଡଟ୍ଟି (Dotty), ସୋଲୋ (Solo) ।
  • ଖିତୌଲିରେ ମହାମାନ୍ ବାଘୁଣୀର ଛୁୁଆମାନେ ରୁହନ୍ତି । ଏଠାକାର ଆଉ ଏକ ବାଘୁଣୀ ନିଜ ୪ ଛୁଆଙ୍କ ସହ ଖିତୌଲି ଓ ତାଲା କୋର୍ ମଧ୍ୟରେ ବୁଲାବୁଲି କରେ ।

ଜାତୀୟ ଉଦ୍ୟାନର ଭୌଗୋଳିକ ଗଠନସମ୍ପାଦନ କରନ୍ତୁ

ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ୭୧୬ (କି.ମି.) କୋର୍ ଅଞ୍ଚଳକୁ ତିନୋଟି ଖଣ୍ଡରେ ବିଭକ୍ତ କରାଯାଇପାରିବ । ସେଗୁଡ଼ିକ ହେଲେ ତାଲା, ମଗଧୀ ଓ ଖିତୌଲି । ତାଲା ଜୈବବିବିଧତା ଓ ବାଘସଂଖ୍ୟା ଦୃଷ୍ଟିରୁ ସର୍ବଶ୍ରେଷ୍ଠ । ଜାତୀୟ ଉଦ୍ୟାନର ବଫର୍ ଅଞ୍ଚଳ ବା ଅଣ-କୋର୍ ଅଞ୍ଚଳ ଉମରିଆ ଓ କାଟ୍‍ନି ଇଲାକା ଯାଏଁ ବ୍ୟାପ୍ତ ଓ ଏହାର କ୍ଷେତ୍ରଫଳ ପ୍ରାୟ ୮୨୦ (କି.ମି.) । ୧୯୬୮ ମସିହାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିସାରିଥିଲେ ହେଁ ବହୁ ବର୍ଷ ଧରି ତାଲା ଅଞ୍ଚଳକୁ ପ୍ରାଥମିକ ଭାବେ କୋର୍ ଅଞ୍ଚଳ ବୋଲି ଧରା ଯାଉଥିଲା । ବର୍ତ୍ତମାନର ଭୌଗୋଳିକ ବିଭାଜନ ୧୯୯୩ ମସିହାଠାରୁ ଲାଗୁ କରାଯାଇଛି ।

୨୦୦୦ ମସିହାରେ ରୋଜର୍ସ, ମାଥୁର ଓ ପନୱାର ଭୌଗୋଳିକ ଦୃଷ୍ଟିରୁ ବାନ୍ଧବଗଡ଼କୁ କେନ୍ଦ୍ରୀୟ ଉଚ୍ଚଭୂମିର ଡେକାନ୍ ଉପଦ୍ୱୀପ ଜୋନ୍-୬Aର ଅଂଶ ବୋଲି କହିଛନ୍ତି । ଚାମ୍ପ୍ୟନ୍ ଓ ସେଠ ବାନ୍ଧବଗଡ଼ର ଜଙ୍ଗଲକୁ ଉତ୍ତର ଭାରତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀରେ ପରିଗଣନା କରିଛନ୍ତି । ବାନ୍ଧବଗଡ଼ ଅଭୟାରଣ୍ୟର ଉପତ୍ୟକା ଓ ଢାଲୁଆ ଅଞ୍ଚଳରେ ମୁଖ୍ୟ ଗଛ ହେଲା ଶାଳ । ସାମାନ୍ୟ ଉଚ୍ଚ ଭୂମି ଓ ଜାତୀୟ ଉଦ୍ୟାନର ପଶ୍ଚିମ ଓ ଦକ୍ଷିଣ ପଟେ ଥିବା ଶୁଷ୍କତର ସ୍ଥାନମାନଙ୍କରେ ମିଶ୍ରିତ ପର୍ଣ୍ଣମୋଚୀ ଅରଣ୍ୟ ପରିଲକ୍ଷିତ ହୁଏ ।

ଉଦ୍ୟାନ ମଧ୍ୟ ଦେଇ ପ୍ରବାହିତ ବିଭିନ୍ନ ଜଳସ୍ରୋତର କୂଳରେ ଓ ଶାଳ ଜଙ୍ଗଲକୁ ଲାଗି ତୃଣଭୂମିମାନ ରହିଛି । ଶାଳ ଓ ଅନ୍ୟ ବୃକ୍ଷମାନଙ୍କ ମିଶ୍ରିତ ଜଙ୍ଗଲ ସହିତ ସ୍ଥାନେ ସ୍ଥାନେ ଘଞ୍ଚ ବାଉଁଶ ବୁଦା ମଧ୍ୟ ରହିଛି ।

ବନ୍ୟଜନ୍ତୁସମ୍ପାଦନ କରନ୍ତୁ

ବାନ୍ଧବଗଡ଼ର ଖାଦ୍ୟଶୃଙ୍ଖଳରେ ମହାବଳ ବାଘ ସର୍ବୋଚ୍ଚ ପ୍ରାଣୀ । ଏଠାକାର ଜଙ୍ଗଲ ୩୭ଟି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଘର । ବନ ବିଭାଗ ଅଧିକାରୀଙ୍କ ଅନୁସାରେ ୨୫୦ ପ୍ରଜାତିର ପକ୍ଷୀ, ୮୦ ପ୍ରଜାତିର ପ୍ରଜାପତି, ଅନେକ ସରୀସୃପ ରହିଛନ୍ତି । ତେବେ କେତେକ ଗାଇଡ୍ ବହିରେ ଚିତ୍ର ସହିତ ୩୫୦ ପ୍ରଜାତିର ପକ୍ଷୀଙ୍କ ବିଷୟରେ ଲେଖା ହୋଇଛି । ଏଠାକାର ତୃଣଭୂମିର ଶାନ୍ତ ପରିବେଶ ଓ ଖାଦ୍ୟ ବହୁଳତା ଯୋଗୁଁ ବର୍ଷାଋତୁରେ ସାରସ ପକ୍ଷୀମାନଙ୍କ ବହୁ ଯୋଡ଼ି ଆକୃଷ୍ଟ ହୋଇ ପ୍ରଜନନ ପାଇଁ ଆସିଥାନ୍ତି ।

 
ବାନ୍ଧବଗଡ଼ର ଏକ ମା’ ହାତୀ ଓ ଛୁଆ

ବାନ୍ଧବଗଡ଼ର ମୁଖ୍ୟ ଆକର୍ଷଣ ହେଲା ମହାବଳ ବାଘ । ବାଘ ଦେଖିବାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବାନ୍ଧବଗଡ଼ରେ ଭିଡ଼ ଜମାନ୍ତି । ଏଠାରେ ବାଘଙ୍କ ଘନତା ମଧ୍ୟ ଅଧିକ । ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯାଇଥିବା ଜାତୀୟ ଉଦ୍ୟାନର ୧୦୫ (କି.ମି.) ଅଞ୍ଚଳରେ ୨୨ଟି ମହାବଳ ବାଘ ରହିଛନ୍ତି । ୨୦୦୧ ମସିହାର ଏହି ଗଣନା ଅନୁସାରେ ପ୍ରତି ୪.୭୭ (କି.ମି.)ରେ ଗୋଟିଏ ବାଘ ଅଛି । ୨୦୧୨ ମସିହାରେ ଜାତୀୟ ଉଦ୍ୟାନରେ ବାଘଙ୍କ ସଂଖ୍ୟା ଆନୁମାନିକ ୪୪-୪୯ ରହିଥିଲା । ବାନ୍ଧବଗଡ଼କୁ ନେଇ ଏକ କଥା ଲୋକମୁଖରେ ଶୁଣାଯାଏ । ସେଇଟି ହେଲା – “ ଅନ୍ୟ କୌଣସି ଜାତୀୟ ଉଦ୍ୟାନରେ ତୁମେ ଯଦି ଭାଗ୍ୟବାନ୍ ତାହେଲେ ବାଘ ଦେଖିପାରିବ । କିନ୍ତୁ ଯଦି ବାନ୍ଧବଗଡ଼ରେ ଗୋଟିଏ ହେଲେ ବାଘ ନଦେଖିପାରିଲ ତା’ହେଲେ ତୁମେ ସତରେ ଅଭାଗା ।“

 
ବାନ୍ଧବଗଡ଼ର ନୀଳଗାଈ

ବାନ୍ଧବଗଡ଼ରେ ଅନ୍ୟ ବହୁ ପ୍ରଜାତି ମଧ୍ୟ ଦେଖାଯାନ୍ତି । ଏକଦା ବନ୍ୟ ଗୟଳ ଲୋପ ପାଇଯାଇଥିଲେ କିମ୍ବା ଉଦ୍ୟାନରୁ ଅନ୍ୟତ୍ର ଚାଲିଯାଇଥିଲେ । ସମ୍ବର ଓ କୁଟୁରା ବହୁମାତ୍ରାରେ ଦେଖିବାକୁ ମିଳନ୍ତି । ଏଠାରେ ଗଧିଆ (canis lupus indica), ହେଟା ବାଘକାରାକାଲ୍ ପରି ପ୍ରାଣୀ ରହିଥିବା ମଧ୍ୟ କୁହାଯାଏ । ଜାତୀୟ ଉଦ୍ୟାନର ଖୋଲା ଜାଗାରେ ନୀଳଗାଈ, କାରାକାଲ୍ ଆଦି ଦେଖାଯାନ୍ତି । ମହାବଳ ବାଘ ଓ କଲରାପତରିଆ ବାଘଙ୍କ ମୁଖ୍ୟ ଖାଦ୍ୟ ହେଲା ଚିତଲ୍ ହରିଣ ଓ ବାନ୍ଧବଗଡ଼ରେ ଏମାନେ ମଧ୍ୟ ବହୁ ସଂଖ୍ୟାରେ ବୁଲୁଥାନ୍ତି । କାହ୍ନା ଜାତୀୟ ଉଦ୍ୟାନରୁ ବନ୍ୟ ଗୟଳ ଅଣାଯାଇ ଏଠାରେ ଛଡ଼ାଗଲା ଓ ସେମାନଙ୍କ ବଂଶର ପୁନରୁତ୍ଥାନ କରାଗଲା ।

ବନ୍ୟ ଗୟଳଙ୍କ ପୁନରୁତ୍ଥାନସମ୍ପାଦନ କରନ୍ତୁ

ବାନ୍ଧବଗଡ଼ରେ ପୂର୍ବେ କିଛି ବନ୍ୟ ଗୟଳ ରହୁଥିଲେ । କିନ୍ତୁ ଜଙ୍ଗଲ ଆଖାପାଖି ଗୋରୁଗାଈଙ୍କଠାରୁ ରୋଗ ସଂକ୍ରମିତ ହେବାରୁ ଏମାନେ ମୃତ୍ୟୁ ବରଣ କରିଥିଲେ । କାହ୍ନା ଜାତୀୟ ଉଦ୍ୟାନରୁ କିଛି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ସ୍ଥାନାନ୍ତରିତ କରି ଏଠାରେ ଗୟଳ ବଂଶର ପୁନରୁତ୍ଥାନ ପାଇଁ ଯୋଜନା କରାଗଲା । ୨୦୧୨ ମସିହା ଶୀତଋତୁରେ ୫୦ଟି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ଅଣାଗଲା । ମଧ୍ୟପ୍ରଦେଶ ବନ ବିଭାଗ, ତାଜ ସଫାରୀ, ଭାରତୀୟ ବନ୍ୟଜୀବ ସଂସ୍ଥା ଓ ଆଫ୍ରିକୀୟ ସଂରକ୍ଷଣ ନିଗମର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।[୧]

ଗମନାଗମନସମ୍ପାଦନ କରନ୍ତୁ

ଆକାଶପଥ : ବାନ୍ଧବଗଡ଼ ପାଇଁ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନାହିଁ । ତେବେ ବାନ୍ଧବଗଡ଼ରୁ କିଛି ଦୂରତାରେ (୧୯୯ କିଲୋମିଟର୍/୪ ଘଣ୍ଟା ୩୦ ମିନିଟ୍‍ର ରାସ୍ତା) ଥିବା ଜବଲପୁର ସହରରେ ଏକ ବିମାନ ବନ୍ଦର ରହିଛି ଓ ଭାରତର ଅଧିକାଂଶ ସ୍ଥାନକୁ (ଯଥା : ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍, ପୁଣେ, ବେଲଗାଓଁ ଓ ଭୋପାଳ) ଏହି ବିମାନ ବନ୍ଦର ସଂଯୁକ୍ତ କରୁଛି । ବ୍ୟକ୍ତିଗତ ଜେଟ୍ ବାନ୍ଧବଗଡ଼ ନିକଟରେ ଓହ୍ଲାଇବା ପାଇଁ ମଧ୍ୟ ଉମରିଆ ଜିଲ୍ଲାରେ ଏକ ଛୋଟ ବିମାନ ଅବତରଣ ସଡ଼କର ବ୍ୟବସ୍ଥା ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ବିମାନ ସେବା ମଧ୍ୟରୁ ଚୟନ କରାଯାଇପାରିବ ଓ ପ୍ରାୟ ଦୈନିକ ବିମାନ ସେବା ଉପଲବ୍ଧ ।

ନାଗପୁର ବିମାନ ବନ୍ଦର କିମ୍ବା ରେଳ ଷ୍ଟେସନରୁ ବାନ୍ଧବଗଡ଼ ପହଞ୍ଚିବା ମଧ୍ୟ ଅତ୍ୟନ୍ତ ସୁବିଧାଜନକ । ନାଗପୁର ପହଞ୍ଚିବା ପରେ ଗାଡ଼ି ଭଡ଼ା କରି ବାନ୍ଧବଗଡ଼ ଯାଇହେବ ।

ରେଳପଥ : କାଟ୍‍ନି ଓ ଉମରିଆ ଉଭୟ ବଡ଼ ରେଳ ଷ୍ଟେସନ୍ । ଏଠାରୁ ଭାରତର ବହୁ ସ୍ଥାନକୁ ରେଳ ଚଳାଚଳ ବ୍ୟବସ୍ଥା ରହିଛି ।

ପକ୍ଷୀସମ୍ପାଦନ କରନ୍ତୁ

ବାନ୍ଧବଗଡ଼ରେ ଦେଖାଯାଉଥିବା କେତେକ ପକ୍ଷୀ ପ୍ରଜାତି ହେଲେ :

  • ଲାଲିମୁଣ୍ଡିଆ ଶୁଆ
  • ସାଗୁଆମୁଣ୍ଡ ବାର୍ବେଟ୍
  • କମଳାମୁଣ୍ଡ ଥ୍ରଶ୍
  • ମାଟିଆମୁଣ୍ଡ ବାର୍ବେଟ୍
  • ତାମ୍ରଶିଳ୍ପୀ ବାର୍ବେଟ୍
  • ମୈନା
  • ଆଲେକ୍‍ଜାଣ୍ଡ୍ରିନ୍ ଶୁଆ
  • ଧୁସରିଆ କୋଚିଲାଖାଇ
  • ପାହାଡ଼ିଆ ପାରା
  • କାଉ
  • Carrion crow
  • Little egret
  • Cattle egret
  • Great egret
  • କଜଳପାତୀ
  • କାଣ୍ଟିବଗ
  • ହରଡ଼
  • Black-winged stilt
  • ଟେଣ୍ଟେଇ
  • ମୟୂର
  • Greater coucal
  • ଦୟାଳୁ ଚଢ଼େଇ
  • ଭଦଭଦଳିଆ
  • ଭାରତୀୟ ରବିନ୍
  • ୟୁରେସୀୟ ବେକଫିତା କପୋତ
  • Hoopoe
  • Sirkeer malkoha
  • ବଡ଼ କୁଆ
  • White-browed fantail flycatcher
  • ହଳଦିଆଟୋପି କାଠହଣା
  • Rufous treepie
  • ସାନ ହାଡ଼ଗିଳା
  • Oriental white eye
  • Olive-backed pipit
  • କପୋତ
  • ଧଳାବେକିଆ ମାଛରଙ୍କା
  • ଚାତକ
  • Lesser whistling teal
  • ମାଛରଙ୍କା
  • କଳା ସାରସ
  • ସାଗୁଆ ଟପା
  • ଲମ୍ବା ଲାଙ୍ଗୁଡ଼ିଆ କଜଳପାତୀ
  • ବୁଲବୁଲ
  • ଭାରତୀୟ ଶାଗୁଣା
  • ପିଗ୍‍ମି କାଠହଣା
  • Chestnut-shouldered petronia
  • ସାପଖିଆ ଚୂଳିଆ ଚିଲ
  • Black redstart
  • ବ୍ରାହ୍ମଣୀ ମୈନା
  • ମାଛଖିଆ ମାଟିଆ ପେଚା
  • ସାଗୁଆ ପାରା
  • ମାଲାବାର୍ କୋଚିଲାଖାଇ
  • କେଷ୍ଟ୍ରେଲ୍ ଛଞ୍ଚାଣ
  • White-throated fantail flycatcher
  • ମାଟିଆ କାଠହଣା
  • Sapphire flycatcher
  • ଚୂଳିଆ ଚିଲ
  • ପ୍ରାଚ୍ୟ କୁର୍ମ କପୋତ
  • ପ୍ରାଚ୍ୟ ଶ୍ୱେତପୃଷ୍ଠ ଶାଗୁଣା
  • ସାନ କେଷ୍ଟ୍ରେଲ୍ ଛଞ୍ଚାଣ
  • Large cuckooshrike
  • ସାତଭାୟା
  • Black-winged cuckooshrike
  • ସୁବର୍ଣ୍ଣପୃଷ୍ଠ କାଠହଣା
  • ଘର ଚଟିଆ
  • ହଳଦୀ ବସନ୍ତ
  • ଶୁଆ
  • Paddyfield pipit
  • Dusky crag martin
  • Long-tailed shrike
  • ଦା ବେଣ୍ଟିଆ
  • ଶ୍ୱେତକଣ୍ଠ ସାରସ
  • Purple sunbird
  • ପତ୍ରଗୁପ୍ତ ଚଢ଼େଇ
  • Tickell's flowerpecker
  • ପାଣିକୁଆ
  • ସାନ ମାଟିଆ କପୋତ
  • ଧଳାଲାଞ୍ଜ ଚାତକ
  • ବଣ ବାବ୍ଲର୍
  • Shikra
  • ବଣ ମୈନା
  • Common tailorbird
  • ଲାଲପଟି କପୋତ
  • ଲୋହିତକଣ୍ଠ ଶାଗୁଣା
  • ଚିତ୍ରିତ ତିତ୍ତର
  • Eurasian thick-knee
  • ବାଲି ଟେଣ୍ଟେଇ
  • ସାନ ଚିଲ
  • Greater whistling teal
  • ବଡ଼ ପାଣିକୁଆ
  • କଳାଧଳା ମାଛରଙ୍କା
  • ଧୂସର କପୋତ
  • ବୋନେଲି ଚିଲ
  • ଡାମରା କାଉ
  • Asian pied starling
  • ବତକ

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  • Aqeel Farooqi: A Tribute to Charger [୧]
  • L.K.Chaudhari & Safi Akhtar Khan: Bandhavgarh-Fort of the Tiger, Wild Atlas Books, Bhopal, 2003
  • Shahbaz Ahmad: Charger: The Long Living Tiger, Print World, Allahabad, 2001 ଛାଞ୍ଚ:Listed Invalid ISBN
  • W.A.Rodgers, H.S.Panwar and V.B.Mathur: Wildlife Protected Area Network in India: A review, Wildlife Institute of India, Dehradun, 2000
  • Captain J.Forsyth: The Highlands of Central India, Natraj Publishers, Dehradun, 1994. [୨]

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ