ସୂର୍ଯ୍ୟବଂଶୀ ସୂରଜ
ସୂର୍ଯ୍ୟବଂଶୀ ସୂରଜ (ଜନ୍ମ: ୧୮ ମଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୂର୍ଯ୍ୟବଂଶୀ ସୂରଜ | |
---|---|
ବିଧାୟକ: ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୬ ନଭେମ୍ବର ୨୦୨୨ – ଏବେଯାଏଁ | |
ପୂର୍ବ ଅଧିକାରୀ | ବିଷ୍ଣୁ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଧାମନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ମଇ ୧୯୯୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ବିଷ୍ଣୁ ଚରଣ ସେଠୀ (ବାପା) ଉର୍ମିଳାରାଣୀ ପାଣିଗ୍ରାହୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସୂରଜ ୧୯୯୫ ମସିହାର ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ବିଷ୍ଣୁ ଚରଣ ସେଠୀ ଜଣେ କବି ତଥା ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ[୨] ଓ ତାଙ୍କ ମାଆ ଉର୍ମିଳାରାଣୀ ପାଣିଗ୍ରାହୀ ଜଣେ ଶିକ୍ଷୟିତ୍ରୀ ।
ରାଜନୈତିକ ଜୀବନ
ସମ୍ପାଦନାସୂରଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୨ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ୮୦,୩୫୧ ଖଣ୍ଡ ଭୋଟ ପାଇଥିଲେ[୪] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯,୮୮୧ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୦,୫୫୫ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୮୨,୪୬୦ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ, ସେ ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ କାର୍ଯ୍ୟ କରୁଛନ୍ତି । ସେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱରେ ଅଛନ୍ତି ।[୭]
ଆଧାର
ସମ୍ପାଦନା- ↑ "Shri Suryabanshi Suraj". odishaassembly.nic.in. Odisha Assembly. Retrieved 26 August 2023.
- ↑ Das, Haraprasad (2022-10-11). "Dhamnagar by-election: BJP candidate Suryavanshi Suraj files nomination". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-20.
- ↑ Nayak, Subadh (2022-11-06). "Dhamnagar bypoll counting ends, BJP's Suryavanshi Suraj wins". Kalinga TV (in ଆମେରିକୀୟ ଇଂରାଜୀ). Retrieved 2022-12-20.
- ↑ Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.
- ↑ Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.
- ↑ "General Election to Assembly Constituencies 2024: Dhamnagar (Odisha)". Election Commission of India. Retrieved 11 June 2024.
- ↑ "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ ସୂର୍ଯ୍ୟବଂଶୀ ସୂରଜ-ସମ୍ପର୍କିତ ମିଡ଼ିଆ
- ଟୁଇଟରରେ ସୂର୍ଯ୍ୟବଂଶୀ ସୂରଜ