ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ
ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ (ଇଂରାଜୀ ଭାଷାରେ Neglected tropical diseases (NTDs)) କହିଲେ ଭିନ୍ନ ଭିନ୍ନ ଉଷ୍ଣକଟିବନ୍ଧିୟ ସଂକ୍ରମଣ (tropical infections) ସମୂହର ଏକ ଦଳକୁ ବୁଝାଏ ଯାହାଦ୍ୱାରା ବିକାଶଶୀଳ ଏସିଆ, ଆଫ୍ରିକା ଓ ଆମେରିକୀୟ ଦେଶମାନଙ୍କରେ (developing regions) ବାସ କରୁଥିବା ନିମ୍ନ ଆୟକାରୀ ଲୋକମାନେ ଆକ୍ରାନ୍ତ ହୁଅନ୍ତି । ବିଭିନ୍ନ ଧରଣର ରୋଗ ସୃଷ୍ଟିକାରୀ ଭୂତାଣୁ, ଜୀବାଣୁ, ପ୍ରୋଟୋଜୋଆ (protozoa) ଓ ହେଲମିନ୍ଥମାନେ (helminths) ରୋଗ ସୃଷ୍ଟି କରନ୍ତି । ଏହାର ବିପରୀତ ତିନୋଟି ରୋଗ ଯଥା:- ମ୍ୟାଲେରିଆ, ଯକ୍ଷ୍ମା ଓ ଏଚଆଇଭି/ଏଡସ ରୋଗମାନଙ୍କ ନିମନ୍ତେ ଅଧିକ ଚିକିତ୍ସାର ସୁବିଧା କରାଯାଉଛି ଓ ଅଧିକ ଗବେଷଣା ନିମନ୍ତେ ଅର୍ଥ ଲବ୍ଧ ହେଉଛି ।[୧] ସବ-ସାହାରା ଆଫ୍ରିକାରେ ଏହି ରୋଗମାନଙ୍କର ପ୍ରଭାବ ମ୍ୟାଲେରିଆ ଓ ଯକ୍ଷ୍ମା ସହିତ ତୁଳନୀୟ । [୨] ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ସଂକ୍ରମଣ ଯୋଗୁ ଏଚଆଇଭି/ଏଡସ ରୋଗ ଅଧିକ ସାଂଘାତିକ ହୋଇଯାଏ । [୩]
ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ | |
---|---|
ବିଭାଗ | Infectious disease |
କେତେକ କ୍ଷେତ୍ରରେ ଚିକିତ୍ସା ଅପେକ୍ଷାକୃତ ଖର୍ଚ୍ଚାନ୍ତ ସାବ୍ୟସ୍ତ ହୁଏ । ଉଦାହରଣ ସ୍ୱରୂପ ସିସ୍ଟୋସୋମିଆସିସ ରୋଗ ହେଲେ ଏକ ପିଲା ପିଛା ବାର୍ଷିକ ୟୁଏସ ୦.୨୦ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୦ରେ ଦେଖାଗଲା ଯେ ଏହି ଅବହେଳିତ ରୋଗମାନଙ୍କର ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ୫ରୁ ୭ ବର୍ଷରେ ୨ରୁ୩ ୟୁଏସ ଡଲାର ଆବଶ୍ୟକ ହେବ ।[୫] କେତେକ ଔଷଧ କମ୍ପାନୀ ଏଥିପାଇଁ ଆବଶ୍ୟକ ଔଷଧ ଦେବାକୁ ସମ୍ମତି ଜଣେଇଛନ୍ତି ଓ କେତେକ ଦେଶମାନଙ୍କରେ ସାମୁହିକ ଡିୱର୍ମିଙ୍ଗ (mass drug administration ଯେପରିକି mass deworming) ବା କୀଟନାଶ ଔଷଧ ସେବନ ସଫଳ ହୋଇଛି । [୬] ପ୍ରତିଷେଧକ ଉପାୟଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଉପଲବ୍ଧ ହେଉଛି, ଗରିବ ରାଷ୍ଟ୍ରମାନଙ୍କରେ ମିଳୁନି । [୭]
ବିକଶିତ ରାଷ୍ଟ୍ରମାନଙ୍କରେ (developed countries) ସମାଜର ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ଆକ୍ରମଣ କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୪୬ ନିୟୁତ ପରିବାର ଓ ୨.୮ ନିୟୁତ ଶିଶୁ ଦୈନିକ ଦୁଇ ଡଲାରରୁ କମ୍ ଆମଦାନୀରେ ଚଳନ୍ତି ।[୮] ଏହିଭଳି ଦେଶମାନଙ୍କରେ ଏହି ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ସମସ୍ୟା ଅପେକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଗୁରୁତ୍ୱ ବହନ କରେ । ଉଲ୍ଲେଖନୀୟ କଥା ଏହି ଯେ ଏହି ସମସ୍ୟାଗୁଡ଼ିକ ଅବଶେଷରେ ବିକଶିତ ଓ ବିକାଶଶୀଳ ଦେଶର ଜନସଂଖ୍ୟାକୁ ଅଧିକ ସଙ୍କଟରେ ରଖିଦିଏ । ଉଦାହରଣ ସ୍ୱରୂପ, ଦାରିଦ୍ର୍ୟ ଯୋଗୁ ଗୃହହୀନ ଲୋକଙ୍କୁ ରୋଗର ଭେକ୍ଟରମାନେ ଅଧିକ ସଙ୍କଟରେ ରଖନ୍ତି ।[୯]
କୋଡ଼ିଏଟି ଉଷ୍ଣକଟିବନ୍ଧିୟ ରୋଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିହ୍ନଟ କରିଥିଲେ ମଧ୍ୟ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଏହି ସହିତ ମତଭେଦ ଅଛି । ସନ ୨୦୧୭ରେ କ୍ରୋମୋବ୍ଲାସ୍ଟୋମାଇକୋସିସ (Chromoblastomycosis ଓ ଅନ୍ୟାନ୍ୟ ମାଇକୋସିସ, କାଛୁ, କେତେକ ବାହ୍ୟପରଜୀବୀ ଓ ସାପକାମୁଡ଼ା ବିଷକ୍ରିୟା ଏହି ଲିସ୍ଟ ବା ଚିଠାରେ ଯୋଗ କରାଯାଇଥିଲା ।[୧୦] ଏହି ରୋଗଗୁଡ଼ିକ ସ୍ଥାନିୟ ରୋଗ (common) ଭାବରେ ୧୪୯ଟି ଦେଶରେ ୫୦୦ ନିୟୁତ ଶିଶୁ ସହିତ ୧.୪ ବିଲିଅନ ଲୋକଙ୍କୁ ଆକ୍ରମଣ କରିବା[୧୧] ଯୋଗୁ ପ୍ରତି ବର୍ଷ ପ୍ରାୟ କିଛି ବିଲିଅନ ଡଲାର ଖର୍ଚ୍ଚ ହୁଏ । [୧୨] ଏହି ରୋଗ ଫଳରେ ସନ ୧୯୯୦ରେ ୨୦୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ କମିଯାଇ ୧୪୨,୦୦୦ ମୃତ୍ୟୁ ହୋଇଥିଲା । [୧୩] କୋଡ଼ିଏଟି ମୂଳୋତ୍ପାଟନ କରିବା ଲକ୍ଷରୁ ସନ ୨୦୧୬ ସୁଦ୍ଧା ଡ୍ରାକୁନ୍କୁଲିଆସିସ, ସନ ୨୦୨୦ ସୁଦ୍ଧା ୟଜ ରୋଗ ଓ ସନ ୨୦୨୦ ସୁଦ୍ଧା ଟ୍ରାକୋମା, ଆଫ୍ରିକୀୟ ଟ୍ରିପାନୋସୋମିଆସିସ, କୁଷ୍ଠ ଓ ଗୋଦର ରୋଗମାନଙ୍କୁ ନିର୍ମୁଳ କରିବା ଲକ୍ଷ ରହିଛି ।[୧୨]
ରୋଗମାନଙ୍କ ସୂଚୀ
ସମ୍ପାଦନାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଓ ସଂକ୍ରାମକ ରୋଗ ବିଶେଷଜ୍ଞମାନଙ୍କ ମଧ୍ୟରେ ଅବହେଳିତ ରୋଗମାନଙ୍କର ବର୍ଗୀକରଣ ପ୍ରସ୍ତୁତ କରିବାରେ ମତଭେଦ ଅଛି । ଫିସେ, ଏକ ଗବେଷକ ୧୩ଟି ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗମାନଙ୍କର ଚିଠା ପ୍ରସ୍ତୁତ କରିଛନ୍ତି:- ଗୋଲ କୃମି, ବୁରୁଲି ଘାଆ, ଚାଗାସ୍ ରୋଗ, ଡ୍ରାକୁନକୁଲିଆସିସ୍ (dracunculiasis), ଅଙ୍କୁଶକୃମି ସଂକ୍ରମଣ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ, କୁଷ୍ଠ, ଗୋଦର ରୋଗ, ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ଟ୍ରାକୋମା ଓ ଟ୍ରାଇଚୁରିଆସିସ୍.[୧୪] ଫେନୱିକ ଏଥି ମଧ୍ୟରୁ ୧୨ଟି ରୋଗକୁ ଅବହେଳିତ ଚିଠାରେ ରଖିଛନ୍ତ, କେବଳ ଅଙ୍କୁଶକୃମି ବ୍ୟତୀତ । [୧୫]
ଏହି ରୋଗଗୁଡ଼ିକ ଚାରି ଶ୍ରେଣୀରେ ରୋଗ ଜନକ ଆକ୍ରମଣ ଫଳରେ ସୃଷ୍ଟି ହୁଏ ଯଥା:- (୧) ପ୍ରୋଟୋଜୋଆ ଯୋଗୁ - (ଚାଗାସ୍ ରୋଗ, ମାନବ ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ); (୨) ଜୀବାଣୁ ଯୋଗୁ - (ବୁରୁଲି ଘାଆ, କୁଷ୍ଠ, ଟ୍ରାକୋମା, ୟଜ) (୩) ହେଲମିନ୍ଥ (helminths) ବା ମେଟାଜୋଆ (metazoan) କୀଟ (worms) ଯୋଗୁ - ସିସ୍ଟିସର୍କୋସିସ/ଟୁନିଆସିସ (cysticercosis/taeniasis), ଡ୍ରାକୁନକୁଲିଆସିସ୍ (dracunculiasis), ଏକିନୋକୋକୋସିସ echinococcosis), ଖାଦ୍ୟବାହିତ ଟ୍ରେମାଟୋଡାଏସେସ (foodborne trematodiases), ଗୋଦର , ଅଙ୍କୋସର୍ସିଆସିସ, ସିସ୍ଟୋସୋମିଆସିସ, ମାଟି ସଞ୍ଚାରିତ ହେଲମିନ୍ଥ soil-transmitted helminthiasis) ଓ (୪) ଭୂତାଣୁ ଯୋଗୁ - (ଡେଙ୍ଗୁ ଓ ଚିକୁନଗୁନିଆ, ଜଳାତଙ୍କ) ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ଭାବରେ କୋଡ଼ିଏଟି ରୋଗର ଚିଠା ପ୍ରସ୍ତୁତ କରିଛି । [୧୬]
WHO[୧୭]/CDC[୧୮] | PLOS Major NTDs[୧୯] |
Others |
---|---|---|
ବୁରୁଲି ଘାଆ ଚାଗାସ୍ ରୋଗ ଡେଙ୍ଗ ଓ ଚିକୁନଗୁନିଆ* ଡ୍ରାକୁନକୁଲିଆସିସ୍ ଏକିନୋକୋକସ (Echinococcosis) ୟଜ ଫାସିଓଲିଆସିସ (Fascioliasis} ଆଫ୍ରିକୀୟ ଟ୍ରିପାନୋସୋମିଆସିସ ଲିସମାନିଆସିସ (Leishmaniasis) କୁଷ୍ଠ ଗୋଦର ଅଙ୍କୋସର୍ସିଆସିସ ଜଳାତଙ୍କ ସିସ୍ଟୋସୋମିଆସିସ Soil-transmitted helminthiasis ସିସ୍ଟିସର୍କୋସିସ (Cysticercosis) ଟ୍ରାକୋମା କାଛୁ ଓ ଅନ୍ୟାନ୍ୟ ectoparasites ସାପକାମୁଡ଼ା ବିଷକ୍ରିୟା Mycetoma and deep mycoses |
Protozoan infections:
Helminth infections: Viral infections: Bacterial infections:
Fungal infections: Ectoparasitic infections: |
Podoconiosis[୨୦] |
* Only WHO
|
ବୁରୁଲି ଘାଆ
ସମ୍ପାଦନାବୁରୁଲି ଘାଆ ରୋଗ ମାଇକୋବ୍ୟାକ୍ଟେରିଅମ ଅଲସରାନ୍ସ (Mycobacterium ulcerans) ଜୀବାଣୁଦ୍ୱାରା ହୁଏ ।[୨୧] ଏହାର ଯକ୍ଷ୍ମା ଓ କୁଷ୍ଠ ରୋଗ ସୃଷ୍ଟିକାରୀ ଜୀବାଣୁ ପରିବାର ସହ ସମ୍ପର୍କ ଥାଏ କିନ୍ତୁ ମାଇକୋବ୍ୟାକ୍ଟେରିଅମ ଅଲସରାନ୍ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍ଟୋନ୍ (mycolactone) ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ । [୨୧] ଏହି ରୋଗର ପ୍ରସାର ଅଜ୍ଞାତ ଅଛି ।[୧୪] ଏହାର ମୃତ୍ୟୁ ସଙ୍କଟ କମ୍ ଅଛି କିନ୍ତୁ ସମସାମୟିକ ସଂକ୍ରମଣ ଘାତକ ହୋଇପାରେ । [୨୨] ଏହି ରୋଗ ଯୋଗୁ ପ୍ରଭାବିତ ସ୍ଥାନ ବକ୍ର ଓ ପଙ୍ଗୁ ହୋଇଯାଏ ଓ ଚର୍ମ ରୋଗ ହୁଏ ଯାହାର ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଓ ଅପରେଶନ ଆବଶ୍ୟକ ହୁଏ । [୨୨] ଏହି ରୋଗ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାରେ ଦେଖାଯାଏ ।[୨୩]
ଚାଗାସ୍ ରୋଗ
ସମ୍ପାଦନାଚାଗାସ୍ ରୋଗର ଅନ୍ୟ ଏକ ନାମ ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis) ଅଛି ।[୧୪] ଇମ୍ମ୍ୟୁନିଟ ଅଭାବ ଥିବା ରୋଗୀ ସଂଖ୍ୟା ବହୁତ ଅଧିକ, କିନ୍ତୁ ଶୀଘ୍ର ଚିକିତ୍ସା କଲେ ଏହି ସଂଖ୍ୟ କମିଯାଏ ।[୨୪] ଚାଗାସ୍ ରୋଗ ଶୀଘ୍ର ମାଇଦିଏନି, କିନ୍ତୁ ବର୍ଷ ବର୍ଷ ଧରି କ୍ରନିକ ଲକ୍ଷଣ ରହେ । ଏହା ଏକ ଭେକ୍ଟର ସଞ୍ଚାରିତ ରୋଗ (vector-borne) [୨୫] protozoa[୨୪] ଟ୍ରାୟାଟୋମିନ ଅସାସିନ (assassin) କୀଟର ମଳରୁ ଟ୍ରିପାନୋସୋମା କୃଜି (Trypanosoma cruzi) ନାମକ ଏକ ପ୍ରୋଟୋଜୋଆର ସ୍ପର୍ଶଦ୍ୱାରା ହୁଏ ବିସ୍ତାର ଲାଭ କରେ । କୀଟ କାମୁଡ଼ା ସ୍ଥାନ, କ୍ଷତ ସ୍ଥାନରେ ଓ ମ୍ୟୁକସ ଝିଲ୍ଲୀରେ ଏହି ପରଜୀବୀ ଦେହରେ ପ୍ରବେଶ କରେ । ସଂକ୍ରମିତ ଶରୀରର ତରଳ ପଦାର୍ଥ ଓ ସଂକ୍ରମିତ ଖାଦ୍ୟ ଖାଇଏଲ ସଂକ୍ରମଣ ହୁଏ ।[୨୪] ଏହି ରୋଗ ଲକ୍ଷଣର ଦୁଇଟି ସୋପାନ ଥାଏ:-ପ୍ରଥମ ସୋପାନରେ କିଛି ଲକ୍ଷଣ ନଥାଇପାରେ । ପ୍ରଥମ ଲକ୍ଷଣରେ ଜ୍ୱର ସହିତ ସାମାନ୍ୟ ଲକ୍ଷଣ କାମୁଡ଼ା ସ୍ଥାନରେ ଦେଖାଯାଏ । ଚର୍ମ ସାଙ୍କର, ଏକ ପାଖିଆ ଆଖି ଫୁଲା, ଲସିକା ଗ୍ରନ୍ଥି ଫୁଲା, ମୁଣ୍ଡବଥା ଓ କାମୁଡ଼ା ସ୍ଥାନରେ ଫୁଲିଯିବା ଦେଖାଯାଏ [୨୪] ମୋଟ ରୋଗୀଙ୍କ ମଧ୍ୟରୁ ୩୦% ରୋଗ କ୍ରନିକ ହୋଇଯାଏ ।[୧୪] କ୍ରନିକ ରୋଗରେ ହୃତ୍ପିଣ୍ଡ ଓ ହଜମ ଅସୁବିଧା ହୁଏ ବା ଅଧିକାଂଶ କ୍ଷେତ୍ରରେ କିଛି ଲକ୍ଷଣ ପ୍ରକାଶ ପାଏନି । [୨୪]
ପୋକ କାମୁଡ଼ା ଏଡ଼େଇବା ନିମନ୍ତେ କୀଟନାଶକ ସ୍ପ୍ରେ, ଗୃହ ଇନ୍ନତି, ମଶାରୀ ବ୍ୟବହାର, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଡାକ୍ତରୀ ଯତ୍ନ, ଲାବୋରେଟୋରି ପରୀକ୍ଷା ଓ ଔଷଧ ସାହାଯ୍ୟରେ ରୋଗ ପ୍ରତିହତ କରିହୁଏ । [୨୪] ଔଷଧ ଚିକିତ୍ସା କଲେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । [୨୪] ଏକ ସେରୋଲୋଜିକାଲ ପରୀକ୍ଷା (serological) କରି ରୋଗ ନିଶ୍ଚିତ କରାଯାଏ କିନ୍ତୁ ଏହା ଅତି ଶୁଦ୍ଧ ନୁହେଁ । [୧୪]
ଆଧାର
ସମ୍ପାଦନା- ↑ Hotez PJ (November 2013). "NTDs V.2.0: "blue marble health"--neglected tropical disease control and elimination in a shifting health policy landscape". PLoS Neglected Tropical Diseases. 7 (11): e2570. doi:10.1371/journal.pntd.0002570. PMC 3836998. PMID 24278496.
{{cite journal}}
: CS1 maint: unflagged free DOI (link) - ↑ Hotez PJ, Kamath A (August 2009). Cappello M (ed.). "Neglected tropical diseases in sub-saharan Africa: review of their prevalence, distribution, and disease burden". PLoS Neglected Tropical Diseases. 3 (8): e412. doi:10.1371/journal.pntd.0000412. PMC 2727001. PMID 19707588.
{{cite journal}}
: CS1 maint: unflagged free DOI (link) - ↑ Mike Shanahan (31 ଜାନୁଆରୀ 2006). "Beat neglected diseases to fight HIV, TB and malaria". SciDev.Net. Archived from the original on 19 ମଇ 2006.
- ↑ "Making the Case to Fight Schistosomiasis". National Public Radio. Archived from the original on 10 ଅକ୍ଟୋବର 2008. Retrieved 1 ଡିସେମ୍ବର 2008.
- ↑ Hotez PJ (ଜାନୁଆରୀ 2010). "A plan to defeat neglected tropical diseases". Scientific American. 302 (1): 90–4, 96. Bibcode:2010SciAm.302a..90H. doi:10.1038/scientificamerican0110-90. PMID 20063641. Archived from the original on 6 ଅଗଷ୍ଟ 2014.
- ↑ Reddy M, Gill SS, Kalkar SR, Wu W, Anderson PJ, Rochon PA (October 2007). "Oral drug therapy for multiple neglected tropical diseases: a systematic review". JAMA. 298 (16): 1911–24. doi:10.1001/jama.298.16.1911. PMID 17954542.
- ↑ Hotez P (1 ନଭେମ୍ବର 2009). "Neglected diseases amid wealth in the United States and Europe". Health Affairs. 28 (6): 1720–5. doi:10.1377/hlthaff.28.6.1720. PMID 19887412.
- ↑ "Research Publications | Poverty Solutions at The University of Michigan". www.npc.umich.edu (in ଇଂରାଜୀ). Archived from the original on 23 ଜୁଲାଇ 2017. Retrieved 16 ଜାନୁଆରୀ 2018.
- ↑ Hotez PJ (ସେପ୍ଟେମ୍ବର 2012). "Fighting neglected tropical diseases in the southern United States" (PDF). BMJ. 345: e6112. doi:10.1136/bmj.e6112. PMID 22977143. Archived (PDF) from the original on 10 ମଇ 2017.
- ↑ "World Health Organization". World Health Organization. Archived from the original on 22 ଫେବୃଆରୀ 2014. Retrieved 18 ଜୁନ 2017.
- ↑ "DNDi – Best Science for the Most Neglected". www.dndi.org. Archived from the original on 13 ମାର୍ଚ୍ଚ 2018. Retrieved 5 ମଇ 2018.
- ↑ ୧୨.୦ ୧୨.୧ "World Health Organization". World Health Organization. Archived from the original on 20 ଅକ୍ଟୋବର 2017. Retrieved 5 ମଇ 2018.
- ↑ GBD 2013 Mortality Causes of Death Collaborators (January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|author1=
has generic name (help)CS1 maint: numeric names: authors list (link) - ↑ ୧୪.୦ ୧୪.୧ ୧୪.୨ ୧୪.୩ ୧୪.୪ Feasey N, Wansbrough-Jones M, Mabey DC, Solomon AW (2010). "Neglected tropical diseases". British Medical Bulletin. 93 (1): 179–200. doi:10.1093/bmb/ldp046. PMID 20007668. Archived from the original on 14 ଫେବୃଆରୀ 2016.
- ↑ Fenwick A (ମାର୍ଚ୍ଚ 2012). "The global burden of neglected tropical diseases". Public Health. 126 (3): 233–236. doi:10.1016/j.puhe.2011.11.015. PMID 22325616.
- ↑ "Neglected tropical diseases". World Health Organization. Archived from the original on 22 ଫେବୃଆରୀ 2014. Retrieved 24 ନଭେମ୍ବର 2015.
- ↑ "World Health Organization". World Health Organization (in ବ୍ରିଟିଶ୍ ଇଂରାଜୀ). Archived from the original on 22 ଫେବୃଆରୀ 2014. Retrieved 30 ଅକ୍ଟୋବର 2016.
- ↑ "CDC – Neglected Tropical Diseases – Diseases". www.cdc.gov. Archived from the original on 4 ଡିସେମ୍ବର 2014. Retrieved 30 ଅକ୍ଟୋବର 2016.
- ↑ "PLoS Neglected Tropical Diseases: A Peer-Reviewed Open-Access Journal". journals.plos.org. Archived from the original on 18 ନଭେମ୍ବର 2016. Retrieved 30 ଅକ୍ଟୋବର 2016.
- ↑ Korevaar DA, Visser BJ (June 2012). "Podoconiosis, a neglected tropical disease". The Netherlands Journal of Medicine. 70 (5): 210–4. PMID 22744921.
- ↑ ୨୧.୦ ୨୧.୧ "Buruli Ulcer". World Health Organization (in ବ୍ରିଟିଶ୍ ଇଂରାଜୀ). Archived from the original on 11 ମଇ 2016. Retrieved 2 ମଇ 2016.
- ↑ ୨୨.୦ ୨୨.୧ "Buruli Ulcer". Archived from the original on 13 ଅପ୍ରେଲ 2014. Retrieved 12 ମାର୍ଚ୍ଚ 2014.
- ↑ "Buruli Ulcer Endemic Countries". Archived from the original on 12 ମାର୍ଚ୍ଚ 2014. Retrieved 12 ମାର୍ଚ୍ଚ 2014.
- ↑ ୨୪.୦ ୨୪.୧ ୨୪.୨ ୨୪.୩ ୨୪.୪ ୨୪.୫ ୨୪.୬ "Chagas disease (American trypanosomiasis)". Archived from the original on 13 ମାର୍ଚ୍ଚ 2014. Retrieved 12 ମାର୍ଚ୍ଚ 2014.
- ↑ "World Health Day 2014: small bite, big threat". Archived from the original on 27 ଫେବୃଆରୀ 2014. Retrieved 12 ମାର୍ଚ୍ଚ 2014.