କୁଷ୍ଠ

ମାଇକୋବ୍ୟାକ୍ଟେରିଅମ ଲେପ୍ରି ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆ ଦ୍ଵାରା ଏହି ରୋଗ ହୁଏ

କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି (Leprosy) ବା ହାନ୍‌ସେନ୍ ରୋଗ (Hansen’s disease ବା HD) କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae)[୧]ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis)[୨] ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ଵାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ ।[୧] ସ୍ନାୟୁ, ଚର୍ମ, ଶ୍ଵାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ ।[୧] ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ଵ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ ।

କୁଷ୍ଠ
Leprosy.jpg
୧୮୮୬ ମସିହାରେ ନର୍‌‌ୱେ ଦେଶର ଜଣେ ୨୪ ବର୍ଷୀୟ କୁଷ୍ଠ ରୋଗୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି ସଂକ୍ରାମକ ରୋଗ[*]
ଆଇସିଡ଼ି-୧୦ A30.
ଆଇସିଡ଼ି-୯-ସିଏମ୍ 030
ଓଏମ୍‌ଆଇଏମ୍ 246300
ରୋଗ ଡାଟାବେସ 8478
ମେଡ଼ିସିନ-ପ୍ଲସ 001347
ଇ-ମେଡ଼ିସିନ med/1281 derm/223 neuro/187
Patient UK କୁଷ୍ଠ
MeSH D007918

ବ୍ୟାକ୍ଟେରିଆ ସଂଖ୍ୟା ଅନୁଯାୟୀ କୁଷ୍ଠ ରୋଗର ପଶିବ୍ୟାସିଲାରିମଲ୍ଟିବ୍ୟାସିଲାରି ନାମକ ମୁଖ୍ୟତଃ ଦୁଇ ପ୍ରକାର ଉପସ୍ଥାପନା ଦେଖାଯାଏ । ସ୍ୱଳ୍ପ ବର୍ଣ୍ଣକ (poor pigment) ଓ କାଲୁଆ ଚର୍ମ (numb skin) ଥିବା ଛଉ ଉପସ୍ଥିତି ଅନୁସାରେ ଏହି ଦୁଇ ପ୍ରକାର ରୋଗର ଭିନ୍ନତା ଜଣାଯାଏ । ପଶିବ୍ୟାସିଲାରିରେ ୫ ବା ୫ରୁ କମ ଓ ମଲ୍ଟିବ୍ୟାସିଲାରିରେ ୫ରୁ ଅଧିକ ଛଉ ଥାଏ । ଚର୍ମ ବାୟୋପ୍ସି ନେଇ ସେଥିରେ ଏସିଡ-ଫାଷ୍ଟ ବାସିଲାଇ ଉପସ୍ଥିତି ଦେଖି ବା ପଳିମରେଜ ଚେନ ରିଆକ୍ସନ (PCR)ଦ୍ଵାରା ଡି.ଏନ.ଏ. ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଦରିଦ୍ର ଲୋକମାନଙ୍କଠାରେ ଆଧିକ ଦେଖାଯାଏ ଓ ଶ୍ଵାସକ୍ରିୟା ନିର୍ଗତ ଟୋପାରେ ସଂକ୍ରମିତ ହୁଏ, ଏହା ଅତି ଛୁଆଁ ରୋଗ ନୁହେଁ ।

ଚିକିତ୍ସାଦ୍ଵାରା ଏହି ରୋଗ ଆରୋଗ୍ୟ ହୁଏ । ପଶିବ୍ୟାସିଲାରି କୁଷ୍ଠରେ ଡାପସୋନ୍ରିଫାମ୍ପିସିନ୍ ବଟିକା ୬ ମାସ ପର୍ଯ୍ୟନ୍ତ ଦିଆଯାଏ । କୁଷ୍ଠରେ ରିଫାମ୍ପିସିନ୍, ଡାପସୋନ୍କ୍ଳୋଫାଜିମିନ ୧୨ ମାସ ପର୍ଯ୍ୟନ୍ତ ଦିଆଯାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନଦ୍ଵାରା ଏହି ଔଷଧ ମାଗଣାରେ ବିତରଣ କରାଯାଏ । ଆହୁରି ଅନେକ ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୧୯୮୦ ମସିହାରେ ଥିବା ୫.୨ ନିୟୁତ ରୋଗୀ ଥିଲେ[୧][୩][୪] ଓ ଏହି ସଂଖ୍ୟା କମିଯାଇ ୨୦୧୨ ମସିହାରେ ପୃଥିବୀରେ ୧,୮୯,୦୦୦ ଦୀର୍ଘସ୍ଥାୟୀ କୁଷ୍ଠ ରୋଗୀ ଥିଲେ ଓ ୨,୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ[୧] । ଅଧିକାଂଶ ନୂଆ ରୋଗୀ ୧୬ଟି ଦେଶରେ ଚିହ୍ନଟ ହୁଅନ୍ତି ଓ କେବଳ ଭାରତରେ ଏହାର ଅର୍ଦ୍ଧେକ ସଂଖ୍ୟକ ରୋଗୀ ଥାଆନ୍ତି[୧] । ବିଗତ ୨୦ ବର୍ଷରେ ୧୬ ନିୟୁତ ରୋଗୀ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।[୧]

କୁଷ୍ଠ ରୋଗ ମାନବ ସମାଜକୁ ହଜାର ହଜାର ବର୍ଷ ଧରି ଆକ୍ରମଣ କରିଆସିଛି । କୁଷ୍ଠକୁ (ଇଂରାଜୀ: ରେ Leprosy) କୁହାଯାଏ ଯାହା ଲାଟିନ ଭାଷାର lepra ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ scaly ବା ଓଡ଼ିଆରେ କାତି, Hansen disease ଶବ୍ଦଟି ଡାକ୍ତର Gerhard Armauer Hansen ନାମରୁ ନିଆଯାଇଛି । ଆଜିକାଲି ମଧ୍ୟ ଭାରତରେ ୧୦୦୦ରୁ ଅଧିକ ଲେପର କଲୋନୀ କରି ରୋଗୀଙ୍କୁ ଜନବସତିରୁ ଅଲଗା ରକ୍ଷା ଯାଉଛି, ଚୀନରେ କିଛି ଶହ ଓ ଆଫ୍ରିକାରେ ମଧ୍ୟ ଅଛି । ବହୁତ କଲୋନୀ ବନ୍ଦ ହୋଇଗଲାଣି । ଇତିହାସରେ କୁଷ୍ଠ ରୋଗକୁ ଗୋଟିଏ ଘୃଣ୍ୟ ରୋଗ ଭାବେ ଗଣାଯାଉଥିଲା ଯେଉଁ କାରଣରୁ ରୋଗୀ ଭୟରେ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଥିଲେ । ଲୋକମାଙ୍କର ଗୋଚରାର୍ଥେ ପୃଥିବୀ ଲେପ୍ରୋସି ଦିବସ (World Leprosy Day) ୧୯୫୪ ମସିହାରୁ ପାଳନ କରାଯାଉଛି ।[୫]

ବିଷୟସୂଚୀ

ଚିହ୍ନ ଓ ଲକ୍ଷଣସମ୍ପାଦନ କରନ୍ତୁ

 
Hands deformed by leprosy, 1990, India
 
Lepers in Tahiti, c. 1895

କୁଷ୍ଠ ରୋଗ ପ୍ରାଥମିକ ଭାବରେ ପ୍ରାନ୍ତୀୟ ସ୍ନାୟୁରେଶ୍ଵାସନଳୀର ଉପରଭାଗର ମ୍ୟୁକୋସା ବା ଝିଲ୍ଲିରେ ଗ୍ରାନୁଲୋମା ତିଆରି କରେ, ଚର୍ମ ଦାଗ ତାହାର ବହିଃସ୍ଥ ଲକ୍ଷଣ ।[୬] ଅଣଚିକିତ୍ସିତ ହେଲେ ଏହା ବୃଦ୍ଧି ପ୍ରାପ୍ତ ହୁଏ; ଚର୍ମ, ସ୍ନାୟୁ, ଅବୟବଚକ୍ଷୁମାନଙ୍କୁ ସ୍ଥାୟୀଭାବେ ନଷ୍ଟ କରିଦିଏ । ଜନଶୃତି ଅନୁସାରେ ଏହା ଯୋଗୁ ଦେହର କୌଣସି ଅଂଶ ଖସିପଡ଼େ ନାହିଁ, କିନ୍ତୁ ସେ ସମସ୍ତ କାଲୁଆ ହୁଅନ୍ତି, ସେକଣ୍ଡାରୀ ବା ଦ୍ଵିତୀୟକ ସଂକ୍ରମଣ ହୋଇ ରୋଗଗ୍ରସ୍ତ ହୁଅନ୍ତି । ପ୍ରାଥମିକ ରୋଗ ଯୋଗୁ ଦେହର ପ୍ରତିରୋଧ ଶକ୍ତି କମିଯାଇ[୭] ଏ ସମସ୍ତ ଅସୁବିଧା ଦେଖାଯାଏ । ସେକଣ୍ଡାରୀ ସଂକ୍ରମଣ ଯୋଗୁ ତନ୍ତୁ କ୍ଷୟ ହୋଇ ପାଦ ଓ ହାତର ଆଙ୍ଗୁଠି ଛୋଟ ହୋଇଯାଆନ୍ତି ଓ ଆକାର ବଦଳି ଯାଏ, ଉପାସ୍ଥି ଦେହରେ ଶୋଷି ହୋଇଯାଏ ।[୮][୭][୯]

କାରଣସମ୍ପାଦନ କରନ୍ତୁ

ମାଇକୋବାକ୍ଟେରିଅମ ଲେପ୍ରିସମ୍ପାଦନ କରନ୍ତୁ

 
Mycobacterium leprae, one of the causative agents of leprosy. As acid-fast bacteria, M. leprae appear red when a Ziehl-Neelsen stain is used.

ମାଇକୋବାକ୍ଟେରିଅମ ଲେପ୍ରିମାଇକୋବାକ୍ଟେରିଅମ ଲେପ୍ରୋମାଟୋସିସ ନାମକ ଦୁଇ ବାକ୍ଟେରିଆ ଏହି ରୋଗ ସୃଷ୍ଟି କରନ୍ତି, ଦ୍ଵିତୀୟଟି ୨୦୦୮ ମସିହାରେ ନୂଆ କରି ଚିହ୍ନଟ ହୋଇଛି ଗୋଟିଏ ଡିଫ୍ୟୁଜ ଲେପ୍ରୋମାଟସ ଲେପ୍ରୋସି ରୋଗରେ [୨][୬]
ମାଇକୋବାକ୍ଟେରିଅମ ଲେପ୍ରି ଗୋଟିଏ ଏରୋବିକ, ରଡ଼ ଆକାର ଥିବା ଏସିଡ-ଫାଷ୍ଟ ଅନ୍ତଃ ଜୀବକୋଷ ବାକ୍ଟେରିଆ ଯାହାର ଏକ ୱାକ୍ସି ବା ମହମ ଭଳି ବାହ୍ୟ ଆବରଣ ବା ସେଲ ମେମ୍ବ୍ରେନ ଥାଏ ଓ ଏହା ମାଇକୋବାକ୍ଟେରିଆ ଜେନସର (genus) ନିଦାନୀ ଲକ୍ଷଣ[୧୦]
ସ୍ଵାଧୀନ ବୃଦ୍ଧି ନିମନ୍ତେ ଆବଶ୍ୟକ ଜିନ ସମୂହର ଅତ୍ୟଧିକ କ୍ଷତି ଯୋଗୁ ଏହି ଦୁଇ ବାକ୍ଟେରିଆଙ୍କୁ ଓବ୍ଲିଗେଟ ପାଥୋଜେନ କୁହାଯାଏ ଓ ଏମାନଙ୍କୁ ଲାବୋରେଟରୀରେ କଲଚର କରିହୁଏ ନାହିଁ । କକ୍ସ ପୋଶ୍ଚୁଲେଟ ଅନୁସାରେ ନିଧାର୍ଯ୍ୟ ଭାବେ ଏମାନଙ୍କୁ ଚିହ୍ନଟ କରି ହୁଏ ନାହିଁ । [୨][୧୧] ମଲିକୁଲାର ଜେନେଟିକ ସାହାଯ୍ୟରେ ଏହି ରୋଗ ଚିହ୍ନଟ ହେଉଛି ।
ଏହି ଜୀବାଣୁମାନଙ୍କୁ ଇନ-ଭିଟ୍ରୋ କଲଚର କରି ନ ହେଲେ ମଧ୍ୟ ଜନ୍ତୁମାନଙ୍କ ଦେହରେ ବୃଦ୍ଧି କରେଇ ହେଉଛି ।
ଶିମ୍ପାଞ୍ଜି (chimpanzee), ସୁଟି ମାଙ୍ଗାବେ (sooty mangabey), ସାଇନୋମୋଲ୍‌ଗସ ମାକ୍ଵେ (cynomolgus) ଓ ଆର୍ମାଡିଲୋ (armadillo) ଭଳି ପଶୁମାନଙ୍କ ଦେହରେ ସ୍ଵତଃ ଏହି ରୋଗ ହୁଏ ।

ଜେନେଟିକସମ୍ପାଦନ କରନ୍ତୁ

Name Locus OMIM Gene
LPRS1 10p13 609888
LPRS2 6q25 607572 PARK2, PACRG
LPRS3 4q32 246300 TLR2
LPRS4 6p21.3 610988 LTA
LPRS5 4p14 613223 TLR1
LPRS6 13q14.11 613407

ବିଶ୍ଵାସ କରାଯାଏ, ଲୋକସଂଖ୍ୟାର ୯୫ % କୁଷ୍ଠ ରୋଗ ପ୍ରତି ଇମ୍ମ୍ୟୁନ, କିନ୍ତୁ କେତେକ ଜିନ୍ ଏହି ରୋଗ ପ୍ରତି ସୁଗ୍ରାହି ଥାଆନ୍ତି ।[୧୨] ସାମ୍ପ୍ରତିକ ଗବେଷଣାରୁ ଜଣାଯାଏ, ଜୀବକୋଷ-ମାଧ୍ୟମ ଇମ୍ମ୍ୟୁନିଟିରେ କିଛି ତୃଟି ଯୋଗୁ ଏହି ସୁଗ୍ରାହିତା ସମ୍ଭବ ହେଉଛି । ଡି.ଏନ୍.ଏ.ର ଏହି ଦୋଷ ପାର୍କିନ୍‌ସନ୍ ରୋଗରେ ମଧ୍ୟ ଦେଖାଯାଏ, ତେଣୁ ଏହି ଦୁଇ ରୋଗର ବାୟୋକେମିକାଲ୍ ସ୍ତରରେ କିଛି ଲିଙ୍କ ଥିବା ସମ୍ଭବ ।[୧୩]

ସଙ୍କଟ ଘଟକସମ୍ପାଦନ କରନ୍ତୁ

ଯେଉଁମାନେ ଅପମିଶ୍ରିତ ଜଳ ମିଳୁଥିବା ସ୍ଥାନରେ ବାସ କରନ୍ତି, ନିମ୍ନ ମାନର ଖାଦ୍ୟ ଗ୍ରହଣ କରନ୍ତି ଓ କୌଣସି ଇମ୍ମ୍ୟୁନିଟି ହ୍ରାସକାରୀ ରୋଗରେ ପିଡ଼ିତ ହୋଇଥାଆନ୍ତି, ସେମାନଙ୍କର ଏହି ରୋଗ ଭୋଗିବା ସମ୍ଭାବନା ଅଧିକ ଥାଏ ।
ଏଚ.ଆଇ.ଭି. ମଧ୍ୟ ସଙ୍କଟାବସ୍ଥା ସହ ଅନୁବନ୍ଧିତ ।[୧୪]

ସଂକ୍ରମଣସମ୍ପାଦନ କରନ୍ତୁ

କୁଷ୍ଠ ରୋଗର ସଂକ୍ରମଣ ଉପାୟ ଏ ପର୍ଯ୍ୟନ୍ତ ଅନିଶ୍ଚିତ ଅଛି । ତେବେ ମାଇକୋବାକ୍ଟେରିଅମ୍ ଲେପ୍ରିଦ୍ଵାରା ଏହି ରୋଗ ହୁଏ ଓ ଏହା ରୋଗୀର ନାକରୁ ବାହାରୁ ଥିବା କ୍ଷୁଦ୍ର ଟୋପାରେ ରହି ବାୟୁ ମାଧ୍ୟମରେ ଯାଇ ସୁସ୍ଥ ଲୋକର ନାକରେ ପ୍ରବେଶ କରି ଆକ୍ରମଣ କରେ । ଅନୁଶୀଳନଦ୍ଵାରା ଦେଖାଯାଇଛି, ଆର୍ମାଡିଲୋଦ୍ଵାରା ମନୁଷ୍ୟ ସଂକ୍ରମିତ ହୋଇପାରେ ।[୧୫][୧୬][୧୭] ଏହା ଯୌନକ୍ରିୟାରେ ସଂକ୍ରମିତ ହୁଏ ନାହିଁ । ଚିକିତ୍ସା ପରେ ଏହା ସଂକ୍ରମଶୀଳ ହୁଏ ନାହିଁ, କେବଳ ଦୁଇ ସପ୍ତାହ ଚିକିତ୍ସା ପରେ ଏହା ଆଉ ସଂକ୍ରମଣକ୍ଷମ ହୋଇ ରହେ ନାହିଁ ।

ନିଦାନଶରୀରତତ୍ତ୍ଵସମ୍ପାଦନ କରନ୍ତୁ

କୁଷ୍ଠ ରୋଗ କିପରି ସଂକ୍ରମିତ ହୁଏ ତାହାର ସଠିକ୍ ପଦ୍ଧତି ଏ ପର୍ଯ୍ୟନ୍ତ ଅଜଣା ଅଛି କିନ୍ତୁ ଲମ୍ବା ସମୟ ଧରି ଉଠାବସା କଲେ ଓ ନାକରୁ ନିର୍ଗତ ଟୋପାଦ୍ଵାରା (droplet infection) ଏହା ସମ୍ଭବ ବୋଲି ବିଶ୍ଵାସ କରାଯାଏ । ଉତ୍ତର ଆମେରିକାରେ ମନୁଷ୍ୟ ବ୍ୟତୀତ ଆର୍ମାଡିଲୋ ପ୍ରାଣୀ[୧୮] ଓ ଆଉ ତିନି ପ୍ରକାର ପ୍ରାଇମେଟ ଦେହରେ ଏହି ରୋଗ ହେବା ଅନୁଶୀଳନ ହୋଇଛି[୧୯] । ଲାବୋରେଟୋରିରେ ମୂଷାର ପାଦପ୍ୟାଡରେ ଇଞ୍ଜେକ୍ଟ କରି ଏହି ରୋଗ ଜୀବାଣୁ ସଂଖ୍ୟା ବୃଦ୍ଧି କରାଯାଇ ପାରୁଛି[୨୦] । ଏହି ଜୀବାଣୁ ଅନେକ ଲୋକଙ୍କ ଦେହରେ ପ୍ରବେଶ କଲେ ମଧ୍ୟ ରୋଗ ନ ହେବା ପ୍ରମାଣ ମିଳିଛି ଓ ଜେନେଟିକ୍‌ର ପ୍ରଭାବ ଥିବା ଚିନ୍ତା କରାଯାଉଛି କାରଣ କେତେକ ପରିବାରରେ ଏହି ରୋଗର ଆଧିପତ୍ୟ ଅଛି ଓ କେତେକ ଲୋକଙ୍କୁ ଲେପ୍ରୋମାଟସ୍ ଲେପ୍ରୋସି ହେଲେ ମଧ୍ୟ ଆଉ ଅନେକ ଲୋକଙ୍କର ଅନ୍ୟ ପ୍ରକାର ଲେପ୍ରୋସି ହେଉଛି  ।[୨୧] ହିସାବରୁ ଦେଖାଯାଏ, ଜନସଂଖ୍ୟାର କେବଳ ୫ % ଲୋକ ଏହି ରୋଗ ପ୍ରତି ଅନୁଗ୍ରହିତ (susceptible) ।[୨୨] ଏହି ରୋଗ ପ୍ରତି ପ୍ରାକୃତିକ ଇମ୍ମ୍ୟୁନିଟି ଥିଲେ ମଧ୍ୟ ଅନ୍ୟ କେତେକ ବ୍ୟକ୍ତି ଏହା ପ୍ରତି ଆଲର୍ଜିକ ହୁଅନ୍ତି । ସେ ଯାହା ହେଉ, ଜେନେଟିକ୍‌ର ସଠିକ ପ୍ରଭାବ କଅଣ, ସେ କଥା ଜଣାନାହିଁ । ଅପପୁଷ୍ଟି ଓ ଅଧିକ ମିଳାମିଶା ଏହି ରୋଗ ସଂଚାରରେ କୌଣସି ଅଜଣା ଉପାୟରେ ସାହାଯ୍ୟ କରେ ।

ସକ୍ରମିତ ବ୍ୟକ୍ତି ସହ ସୁସ୍ଥ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପୁଥିବା ବିଶ୍ଵାସ କରାଯାଏ ।[୨୩] ସାଧାରଣତଃ ପାଖ ସଂସ୍ପର୍ଶର ପରିମାଣ ଉପରେ ସଂକ୍ରମଣର ଡୋଜ୍ ନିର୍ଭର କରେ ଓ ତାହା ଉପରେ ରୋଗ ହେବା ନ ହେବା ନିର୍ଭର କରେ । ଅନେକ ପ୍ରକାରର ସଂସ୍ପର୍ଶ ମଧ୍ୟରୁ ପରିବାରର ଲୋକଙ୍କ ସଂସ୍ପର୍ଶ ଅଧିକ ଚିହ୍ନା ପଡ଼େ ଯଦିଓ ତାଙ୍କର ରୋଗ ହେବା ସମ୍ଭାବନା ବିଭିନ୍ନ ଅନୁଶୀଳନରେ ବହୁଳ ଭାବରେ ପୃଥକ ହୁଏ । ଫିଲୋପାଇନ୍ସର ସେବୁ ସ୍ଥାନରେ ଲେପ୍ରୋମାଟସ୍ ଲେପ୍ରୋସି ରୋଗର ପ୍ରତି ୧୦୦୦ରେ ୬.୨ରୁ ୫୩ ପ୍ରତି ବର୍ଷ ଦେଖାଯାଏ[୨୪], ପଶ୍ଚିମ ଭାରତରେ ପ୍ରତି ୧୦୦୦ରେ ୫୫.୮ ଦେଖାଯାଏ[୨୫]

ଚର୍ମ ଓ ନାକ ଝିଲ୍ଲୀରୁ ଜୀବାଣୁ ଯାଇ ସଂକ୍ରମଣ କରନ୍ତି ବୋଲି ବିଶ୍ଵାସ କରାଯାଏ କିନ୍ତୁ ତାହାର ବିଶ୍ଵସନୀୟତା ସନ୍ଦେହଜନକ । ଲେପ୍ରୋମାଟସ ରୋଗୀଙ୍କ ଅନ୍ତଃ ଚର୍ମର ଡର୍ମିସ ଭିତର ସ୍ତରରେ ଅସଂଖ୍ୟ ଜୀବାଣୁ ଥିବା ଦେଖାଯାଏ, କିନ୍ତୁ ସେମାନେ ଚର୍ମର ଉପରିଭାଗକୁ ଆସିବାଟା ସନ୍ଦେହ ଜନକ । ଯଦିଓ ଛଡ଼ା ଚର୍ମ (desqamated skin) ସ୍ଥାନରେ ଜୀବାଣୁ ମିଳିଛି ତଥାପି ୧୯୬୩ ମସିହାରେ ୱେଡେଲ ଏଟ ଅଲ ଅନେକ ରୋଗୀ ତଥା ରୋଗୀ ସଂସ୍ପର୍ଷରେ ଥିବା ଲୋକମାନଙ୍କର ଚର୍ମ ପରୀକ୍ଷା କରି କୌଣସି ଜୀବାଣୁ ଦେଖିବାକୁ ପାଇନଥିଲେ ।[୨୬] ଜବ୍ ଏଟ ଅଲ୍ ତାଙ୍କର ଏବେକାର ଅନୁଶୀଳନରେ ଚର୍ମର କେରାଟିନ ସ୍ତରରେ ଜୀବାଣୁ ଦେଖିବାକୁ ପାଇଛନ୍ତି, ଯାହା ପ୍ରମାଣ କରୁଛି ସେବାସିଅସ୍ କ୍ଷରଣ (sebaceous secretion) ସହ ଜୀବାଣୁ ରହିପାରିବେ ।[୨୭]

ସେଫର (Schaffer) ବହୁ ଆଗରୁ ୧୮୯୮ ମସିହାରେ ଘାଆ ହୋଇଥିବା ନାକ ଝିଲ୍ଲୀର ଇମ୍ପୋର୍ତାନ୍ସ୍ ଜାଣିପାରିଥିଲେ ।[୨୮] ଲେପ୍ରୋମାଟସ୍ ଲେପ୍ରୋସି ରୋଗଗ୍ରସ୍ତ ନାକ ଝିଲ୍ଲୀରେ ୧୦,୦୦୦ରୁ ୧୦,୦୦୦,୦୦୦ ଜୀବାଣୁ ଥିବା ସେପାର୍ଡ (Shepard) ଦର୍ଶାଇଥିଲେ ।[୨୯] ପେଡ୍‌ଲେ (Pedley) ରିପୋର୍ଟ୍ ଅନୁସାରେ ଅଧିକାଂଶ ଲେପୋମାଟସ୍ ରୋଗୀ ନାକ ଫୁଙ୍କା ତରଳ ପଦାର୍ଥରେ ଜୀବାଣୁ ରହନ୍ତି ।[୩୦] ଡାଭେ ଓ ରିସ୍ (Davey and Rees) ଅନୁସାରେ ଏହି ନାକ ନିର୍ଗତ ତରଳ ପଦାର୍ଥରେ ୧୦ ନିୟୁତ ଜୀବନ୍ତ ଜୀବାଣୁ ରହିପାରନ୍ତି ।[୩୧]

ମନୁଷ୍ୟ ଶରୀରରେ ଜୀବାଣୁର ପ୍ରବେଶ ପଥ ମଧ୍ୟ ସଠିକ୍ ଭାବେ ଜଣାଯାଇ ନାହିଁ: କିନ୍ତୁ ଚର୍ମ ଓ ଉପର ଶ୍ଵାସନଳୀ ସମ୍ଭାବନା ଅଧିକ । ପୁରାତନ ଗବେଷଣାରେ ଚର୍ମକୁ ଓ ନୂତନ ଗବେଷଣାରେ ଶ୍ଵାସନଳୀକୁ ପ୍ରବେଶ ପଥ ବୋଲି ବିଚାର କରାଯାଉଛି । ରିସ୍ ଓ ମ୍ୟାକ୍‌ଡୁଗଲ୍ (Rees and McDougall) ଇମ୍ମ୍ୟୁନ ଉଣା ମୂଷା ଦେହରେ ଏରୋସଲ୍ଦ୍ଵାରା ଜୀବାଣୁ ପ୍ରବେଶ କରାଇ ରୋଗ କରେଇଥିବା ସମ୍ଭବ ହେବାରୁ ମାନବ ଦେହରେ ସେହି ଉପାୟରେ ହେବା ସମ୍ଭବ ବୋଲି ପ୍ରସ୍ତାବ ଦେଇଛନ୍ତି ।[୩୨] ସେହିପରି ନାକ ଭିତରେ ସ୍ଥାନିକ ଜୀବାଣୁ (topical application) ଲଗେଇ ରୋଗ କରେଇବା ସଫଳ ହୋଇଛି ।[୩୩] ଏହାର ସାରମର୍ମ: ନାସା ପଥ ଅଧିକ ସମ୍ଭାବ୍ୟ ହେଲେ ମଧ୍ୟ ଭଙ୍ଗା ଚର୍ମ ପଥ ଦେଇ ଜୀବାଣୁ ପ୍ରବେଶ କରିବାର ସମ୍ଭାବନାକୁ ମନା କରିହେବ ନାହିଁ । ।

ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

ଆଞ୍ଚଳିକ କୁଷ୍ଠସମ୍ପାଦନ କରନ୍ତୁ

ଡକ୍ଲ୍ୟୁ.ଏଚ.ଓ. ନିର୍ଦ୍ଦେଶ ଅନୁସାରେ ନିମ୍ନଲିଖିତ ଚିହ୍ନ ଥିଲେ କୁଷ୍ଠ ରୋଗ ନିର୍ଣ୍ଣୟ କରାଯାଏ ।

  • ଚର୍ମରେ ନିର୍ଦ୍ଦିଷ୍ଟ ଚିହ୍ନ ସହିତ ସ୍ପର୍ଶ ଶକ୍ତି ରହିତ ଥାଏ ।
  • ଚର୍ମ ସ୍ମିଅର ନେଇ ପରୀକ୍ଷା କଲେ ଜୀବାଣୁ ଥବା ଜଣାଯାଏ ।

ଚର୍ମ ଚିହ୍ନ ଏକ ବା ଏକାଧିକ ହୋଇପାରେ, ସାଧାରଣତଃ ଏହାର ବର୍ଣ୍ଣ ଫିକା ହେଲେ ମଧ୍ୟା ବେଳେବେଳେ ଇଷତ ଲାଲ ବା ତମ୍ବା ରଙ୍ଗ ହୁଏ । ଏହି ଚିହ୍ନ ମାକ୍ୟୁଲ, ପାପ୍ୟୁଲ କିମ୍ବା ନୋଡ୍ୟୁଲ ଆକାରର ହୁଏ । ସ୍ପର୍ଶ ଶକ୍ତି କମ ଥିବା ଏହାର ନିର୍ଣ୍ଣୟାତ୍ମକ ଲକ୍ଷଣ ।
ରୋଗ ଥିବା ସ୍ଥାନକୁ ଯେଉଁ ସ୍ନାୟୁ ଯୋଗାଣ ଥାଏ ସେହି ସ୍ନାୟୁ ମୋଟା ହୁଏ ଓ ମାଂସପେଶୀ ଦୂର୍ବଳ ଥାଏ ।
ରୋଗଗ୍ରସ୍ତ ଚର୍ମର ସ୍ମିଅର୍ ନେଇ ପରୀକ୍ଷାରେ ଏସିଡ ଫାସ୍ଟ ବାସିଲାଇ ମିଳିଲେ ରୋଗ ଅଛି ବୋଲି ଧରାଯାଏ । ଏଠାରେ ସ୍ପଷ୍ଟ କରିଦିଆଯାଉଛି, କୁଷ୍ଠ ରୋଗ କ୍ଲିନିକାଲ ପରୀକ୍ଷାଦ୍ଵାରା ଚିହ୍ନି ହୁଏ ।[୩୪]
ଅନେକ ପ୍ରକାରର କୁଷ୍ଠ ଥିଲେ ମଧ୍ୟ କେତେକ ସମାନ ଲକ୍ଷଣ ସବୁଥିରେ ମିଳେ । ସେଗୁଡିକ ହେଲା: ନାକରୁ ତରଳ ପଦାର୍ଥ ବୋହିବା, ଶୁଖିଲା ମୁଣ୍ଡ ଚମ, ଦୃଷ୍ଟି ଅସୁବିଧା, ମାଂସପେଶୀ ଦୁର୍ବଳତା, ଲାଲ ଚର୍ମ, ଚିକିଣିଆ ଚମ, ମୁହଁ, କାନ ଓ ହାତ ଚମ ଅସମାନ ମୋଟା ହୁଏ; ପ୍ରାନ୍ତୀୟ ସ୍ନାୟୁ ମୋଟା ହୁଏ, ଉପାସ୍ଥି କ୍ଷୟ ଯୋଗୁ ନାକ ଚେପା ଦେଖାଯାଏ । କଥା କହିଲା ବେଳେ ଶବ୍ଦର ଫୋନେସନ୍ରେଜୋନେସନ୍ ହୁଏ । ଟେସ୍ଟିସ ଶୁଖିଯାଏ ଓ ପୋଟେନ୍ସି ବା ପୌରୁଷତ୍ତ୍ଵ କମିଯାଏ ।

ବର୍ଗୀକରଣସମ୍ପାଦନ କରନ୍ତୁ

ବିଭିନ୍ନ ଧରଣର ବର୍ଗୀକରଣ ଅବଲମ୍ବନ କରାଯାଏ ।

ପ୍ରତିରୋଧସମ୍ପାଦନ କରନ୍ତୁ

କୁଷ୍ଠ ରୋଗୀ ସଂସ୍ପର୍ଶରେ ଆସୁଥିବା ଘର ଲୋକ ବାହାର ଲୋକମାନେ ଔଷଧଦ୍ଵାରା ରୋଗ ହେବା ସଙ୍କଟରୁ ମୁକ୍ତି ପାଇପାରିବେ ।[୩୫] ଏହାଦ୍ଵାରା ଔଷଧ ପ୍ରତିରୋଧ, ଖର୍ଚ୍ଚ ଓ ଏହି ଲୋକମାନଙ୍କର ପରବର୍ତ୍ତୀ ଫଲୋଅପ୍ କମ ନିମନ୍ତେ ଉତ୍କଣ୍ଠା ହୁଏ । ଏଣୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ସଂସ୍ପର୍ଶରେ ଥିବା ଲୋକଙ୍କୁ ନିୟମିତ ଯାଞ୍ଚ କରି ରୋଗର ଲକ୍ଷଣ ଦେଖିଲେ ଚିକିତ୍ସା କରିବା ସଠିକ ହେବ । [୩୫]
ଯକ୍ଷ୍ମା ରୋଗ ନିମନ୍ତେ ଦିଆଯାଉଥିବା ବି.ସି.ଜି. ଟିକା କୁଷ୍ଠ ରୋଗ ନିମନ୍ତେ ମଧ୍ୟ ସୁରକ୍ଷାକାରୀ ହୁଏ ।[୩୬] ଏହା ୨୬ରୁ ୪୧% ସୁରକ୍ଷା କଣ୍ଟ୍ରୋଲ ଟ୍ରାଏଲଠାରୁ ଅଧିକ ହୁଏ, ଦୁଇ ଡୋଜ ଦେଲେ ୬୦% ଅଧିକ ସୁରକ୍ଷା ମିଳେ ।[୩୭][୩୮] ଉତ୍ତମ ଟିକା ନିମନ୍ତେ ଚେଷ୍ଟା (୨୦୧୧ ମସିହା) ଚାଲିଛି । [୩୫]

ଚିକିତ୍ସାସମ୍ପାଦନ କରନ୍ତୁ

 
MDT anti-leprosy drugs: standard regimens

କୁଷ୍ଠ ରୋଗ ଚିକିତ୍ସା ନିମନ୍ତେ ଅନେକ କୁଷ୍ଠ-ସ୍ଥାଣୁକାରୀ ଔଷଧ ମିଳୁଛି । ପସିବ୍ୟାସିଲାରି ନିମନ୍ତେ (ପିବି କିମ୍ବା ଟ୍ୟୁବର୍‌କ୍ୟୁଲଏଡ) ଦୈନିକ ଡାପ୍‌ସୋନ୍ ଓ ମାସିକ ରିଫାମ୍ପିସିନ ୬ ମାସ ପର୍ଯ୍ୟନ୍ତ ଖାଇବାକୁ ଦିଆଯାଏ । [୩୯]ମଲ୍ଟିବ୍ୟାସିଲାରି ନିମନ୍ତେ ଦୈନିକ ଡାପ୍‌ସୋନ୍କ୍ଲୋଫାଜିମିନ୍ ଓ ମାସିକ ରିଫାମ୍ପିସିନ ଏକ ବର୍ଷ ନିମନ୍ତେ ଖାଇବାକୁ ଦିଆଯାଏ ।[୩୯]
ମଲ୍ଟିଡ୍ରଗ ଥେରାପି ଅତି ଫଳପ୍ରଦ ଓ ଏହା ଗ୍ରହଣ କରିବାର ଏକ ମାସ ପରେ ରୋଗୀ ସଂଙ୍କ୍ରାମକଶୂନ୍ୟ ହୋଇଯାଏ । ଏହା ବିପଦଶୂନ୍ୟ ଓ ବ୍ୟବହାର କରିବାକୁ ଅତ ସହଜ କାରଣ ଏହା କ୍ୟାଲେଣ୍ଡର ବ୍ଲିସ୍ଟର ପ୍ୟାକରେ ମିଳେ । ଏହା ପରେ ପୁନରାବର୍ତ୍ତନ ହାର ବହୁତ କମ୍ ଓ ମିଳିତ ଔଷଧ ସେବନ ପରେ କୌଣସି ପ୍ରତିରୋଧ ହେବା ଜଣାଯାଇ ନାହିଁ ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Leprosy Fact sheet N°101". World Health Organization. Jan 2014. 
  2. ୨.୦ ୨.୧ ୨.୨ "New Leprosy Bacterium: Scientists Use Genetic Fingerprint To Nail 'Killing Organism'". ScienceDaily. 2008-11-28. Retrieved 2010-01-31. 
  3. "Global leprosy situation, 2012". Wkly. Epidemiol. Rec. 87 (34): 317–28. August 2012. PMID 22919737. 
  4. Rodrigues LC, Lockwood DNj (June 2011). "Leprosy now: epidemiology, progress, challenges, and research gaps.". The Lancet infectious diseases 11 (6): 464–70. PMID 21616456. doi:10.1016/S1473-3099(11)70006-8. 
  5. McMenamin, Dorothy (୨୦୧୧). Leprosy and stigma in the South Pacific : a region-by-region history with first person accounts. Jefferson, N.C.: McFarland. p. ୧୭. ISBN ୯୭୮୦୭୮୬୪୬୩୨୩୭. 
  6. ୬.୦ ୬.୧ Kenneth J. Ryan, C. George Ray, editors. (୨୦୦୪). Ryan KJ, Ray CG, ed. Sherris Medical Microbiology (୪th ed.). McGraw Hill. pp. ୪୫୧–୩. ISBN ୦-୮୩୮୫-୮୫୨୯-୯. OCLC ୫୨୩୫୮୫୩୦ ୬୧୪୦୫୯୦୪. 
  7. ୭.୦ ୭.୧ Kulkarni GS (୨୦୦୮). Textbook of Orthopedics and Trauma (୨ ed.). Jaypee Brothers Publishers. p. ୭୭୯. ISBN ୯୭୮୮୧୮୪୪୮୨୪୨୩. 
  8. "Lifting the stigma of leprosy: a new vaccine offers hope against an ancient disease". Time 119 (19): 87. May 1982. PMID 10255067. 
  9. "Q and A about leprosy". American Leprosy Missions. Retrieved 2011-01-22. Do fingers and toes fall off when someone gets leprosy? No. The bacillus attacks nerve endings and destroys the body's ability to feel pain and injury. Without feeling pain, people injure themselves on fire, thorns, rocks, even hot coffee cups. Injuries become infected and result in tissue loss. Fingers and toes become shortened and deformed as the cartilage is absorbed into the body. 
  10. McMurray DN (୧୯୯୬). Mycobacteria and Nocardia. in: Baron's Medical Microbiology (Baron S et al., eds.) (୪th ed.). Univ of Texas Medical Branch. ISBN ୦-୯୬୩୧୧୭୨-୧-୧. OCLC ୩୩୮୩୮୨୩୪. 
  11. Bhattacharya S, Vijayalakshmi N, Parija SC (1 October 2002). "Uncultivable bacteria: Implications and recent trends towards identification". Indian journal of medical microbiology 20 (4): 174–7. PMID 17657065. 
  12. "Functional Haplotypes That Produce Normal Ficolin-2 Levels Protect against Clinical Leprosy". Oxford Journals. Retrieved March 8, 2014. 
  13. Buschman E, Skamene E (Jun 2004). "Linkage of leprosy susceptibility to Parkinson's disease genes" (PDF). International journal of leprosy and other mycobacterial diseases 72 (2): 169–70. ISSN 0148-916X. PMID 15301585. doi:10.1489/1544-581X(2004)072<0169:LOLSTP>2.0.CO;2. Retrieved January 31, 2011. 
  14. Lockwood DN, Lambert SM (January 2011). "Human immunodeficiency virus and leprosy: an update.". Dermatologic clinics 29 (1): 125–8. PMID 21095536. doi:10.1016/j.det.2010.08.016. 
  15. "Probable Zoonotic Leprosy in the Southern United States". The New England Journal of Medicine. Retrieved April 28, 2011. 
  16. "Armadillos linked to leprosy in humans". CNN. 2011-04-28. http://www.cnn.com/2011/HEALTH/04/27/armadillos.spreading.leprosy/index.html?hpt=Sbin. 
  17. Truman RW, Singh P, Sharma R, Busso P, Rougemont J, Paniz-Mondolfi A, Kapopoulou A, Brisse S, Scollard DM, Gillis TP, Cole ST (April 2011). "Probable Zoonotic Leprosy in the Southern United States". The New England Journal of Medicine (Massachusetts Medical Society) 364 (17): 1626–1633. PMC 3138484. PMID 21524213. doi:10.1056/NEJMoa1010536. 
  18. http://www.nejm.org/doi/full/10.1056/NEJMoa1010536
  19. Rojas-Espinosa O, Løvik M (2001). "Mycobacterium leprae and Mycobacterium lepraemurium infections in domestic and wild animals". Rev. - Off. Int. Epizoot. 20 (1): 219–51. PMID 11288514. 
  20. Hastings RC, Gillis TP, Krahenbuhl JL, Franzblau SG (1988-07-01). "Leprosy". Clin. Microbiol. Rev. 1 (3): 330–48. PMC 358054. PMID 3058299. 
  21. Alcaïs A, Mira M, Casanova JL, Schurr E, Abel L (2005). "Genetic dissection of immunity in leprosy". Curr. Opin. Immunol. 17 (1): 44–8. PMID 15653309. doi:10.1016/j.coi.2004.11.006. 
  22. "AR Dept of Health debunks leprosy fears". 2008-02-08. Retrieved 2008-04-08. 
  23. Kaur H, Van Brakel W (2002). "Dehabilitation of leprosy-affected people—a study on leprosy-affected beggars". Leprosy review 73 (4): 346–55. PMID 12549842. 
  24. Doull JA (1942). "The incidence of leprosy in Cordova and Talisay, Cebu, Philippines". International Journal of Leprosy 10: 107–131. 
  25. Noordeen SK, Neelan PN (1978). "Extended studies on chemoprophylaxis against leprosy". Indian J Med Res 67: 515–27. PMID 355134. 
  26. Weddell G, Palmer E (1963). "The pathogenesis of leprosy. An experimental approach". Leprosy Review 34: 57–61. PMID 13999438. 
  27. Job CK, Jayakumar J, Aschhoff M (1999). ""Large numbers" of Mycobacterium leprae are discharged from the intact skin of lepromatous patients; a preliminary report". Int J Lepr Other Mycobact Dis 67 (2): 164–7. PMID 10472371. 
  28. Arch Dermato Syphilis 1898; 44:159–174
  29. Shepard CC (1960). "Acid-fast bacilli in nasal excretions in leprosy, and results of inoculation of mice". Am J Hyg 71: 147–57. PMID 14445823. 
  30. Pedley JC (1973). "The nasal mucus in leprosy". Lepr Rev 44 (1): 33–5. PMID 4584261. 
  31. Davey TF, Rees RJ (1974). "The nasal discharge in leprosy: clinical and bacteriological aspects". Lepr Rev 45 (2): 121–34. PMID 4608620. 
  32. Rees RJ, McDougall AC (1977). "Airborne infection with Mycobacterium leprae in mice". J Med Microbiol 10 (1): 63–8. PMID 320339. doi:10.1099/00222615-10-1-63. 
  33. Chehl S, Job CK, Hastings RC (1985). "Transmission of leprosy in nude mice". Am J Trop Med Hyg 34 (6): 1161–6. PMID 3914846. 
  34. "Diagnosis of Leprosy." WHO. from http://www.who.int/lep/diagnosis/en/ accessed on 14 July 2014.
  35. ୩୫.୦ ୩୫.୧ ୩୫.୨ Rodrigues LC, Lockwood DNj (June 2011). "Leprosy now: epidemiology, progress, challenges, and research gaps". Lancet Infect Dis 11 (6): 464–70. PMID 21616456. doi:10.1016/S1473-3099(11)70006-8. 
  36. Duthie MS, Gillis TP, Reed SG (November 2011). "Advances and hurdles on the way toward a leprosy vaccine". Hum Vaccin 7 (11): 1172–83. PMC 3323495. PMID 22048122. doi:10.4161/hv.7.11.16848. 
  37. Setia MS, Steinmaus C, Ho CS, Rutherford GW (March 2006). "The role of BCG in prevention of leprosy: a meta-analysis". Lancet Infect Dis 6 (3): 162–70. PMID 16500597. doi:10.1016/S1473-3099(06)70412-1. 
  38. Merle CS, Cunha SS, Rodrigues LC (2010). "BCG vaccination and leprosy protection: Review of current evidence and status of BCG in leprosy control". Expert Review of Vaccines 9 (2): 209–222. PMID 20109030. doi:10.1586/ERV.09.161. 
  39. ୩୯.୦ ୩୯.୧ Suzuki K, Akama T, Kawashima A, Yoshihara A, Yotsu RR, Ishii N (February 2012). "Current status of leprosy: epidemiology, basic science and clinical perspectives.". The Journal of dermatology 39 (2): 121–9. PMID 21973237. doi:10.1111/j.1346-8138.2011.01370.x.