ଅଙ୍କୁଶକୃମି

ମାନବ ରୋଗ

ଅଙ୍କୁଶକୃମି (ହୁକ୍‌ୱାର୍ମ/ hookworm) ଏକ ପ୍ରକାର ଗୋଲକୃମି (roundworm) ଓ ଅନ୍ତ୍ରନଳୀ ପରଜୀବୀ, ଇଂରାଜୀରେ ତାହାକୁ ନେମାଟୋଡ Nematode ଦଳରେ ଅନ୍ତର୍ଭୁକ୍ତ କରାଯାଏ ।[୧][୪] ଏହି ରୋଗ ଆରମ୍ଭ ସମୟରେ ସାମାନ୍ୟ ଗଲୁ ଓ ରାସ ଦେଖାଯାଏ ।[୧] ଏହା ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତ୍ରନଳୀରେ ବାସ କରେ, ଏହି ହୋଷ୍ଟମାନେ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରନ୍ତି । ଅନେକ ଗୁଡ଼ିଏ କୃମିଦ୍ୱାରା ଆକ୍ରାନ୍ତ ହେଲେ ପେଟ ଯନ୍ତ୍ରଣା (abdominal pain), ତରଳ ଝାଡ଼ା, ଓଜନ ହ୍ରାସ, ଥକ୍କା ଅନୁଭବ ହୋଇପାରେ ।[୧] ଶିଶୁର ମାନସିକ ତ‌ଥା ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇପାରେ ।[୧] ଆନିମିଆ ହୋଇପାରେ ।[୧]

ଅଙ୍କୁଶକୃମି ସଂକ୍ରମଣ/ Hookworm infection
ହୁକ‌ୱାର୍ମ ରୋଗ/ Hookworm disease
ଅଙ୍କୁଶକୃମି
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଗଲୁ, ସ୍ଥାନୀୟ ରାସ୍, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ।[୧]
କାରଣଆଙ୍କିଲୋସ୍ଟୋମା ଡୁଓଡେନେଲ/ (Ancylostoma duodenale), ନେକାଟର ଆମେରିକାନ୍‌ସ (Necator americanus)[୧]
ବିପଦ କାରକଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ହୋଇପାରେ ।[୧]
ରୋଗ ନିର୍ଣ୍ଣୟ ପଦ୍ଧତିମଳ ନମୁନା (Stool sample)[୧]
ପ୍ରତିକାରଖାଲି ପାଦରେ ନ‌ଚାଲିବା, ଖୋଲା ପଡ଼ିଆରେ (outdoor defecation) ମଳତ୍ୟାଗ ବନ୍ଦ ।[୧]
ଔଷଧଆଲବେଣ୍ଡାଜୋଲ, ମେବେଣ୍ଡାଜୋଲ, ଲୌହ ପରିପୂରକ[୨]
ପୁନଃପୌନିକସନ ୨୦୧୫ରେ ୪୨୮ ନିୟୁତ[୩]

ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍‌ସ (Necator americanus)[୧] ।ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରେ ଦେଖାଯାଏ ।[୧] ଏହାର ଅଣ୍ଡାରୁ ଅପରିପକ୍ୱ ଲାର୍ଭା (immature worms) ବାହାରି ମାନବ ଚର୍ମକୁ ଫୁଟେଇ ପଶିଯାଆନ୍ତି ।[୧] ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ ।[୧] ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ଏହି ରୋଗ ସମ୍ଭାବନା ରହେ ।[୧] ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ମଳ ନମୁନାରେ ଲାର୍ଭା ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍‌ବେନ୍‌ଠାରେ ୧୯୮୮ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।[୫]
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପୁଷ୍ଟିସାର କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋସାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।

ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ ।[୧] ପଡ଼ିଆରେ (outdoor defecation) ଖାଲି ପାଦରେ ଯାଇ ମଳତ୍ୟାଗ ନ କରିବା, ମଳ ଭଳି ଜିନିଷ ସାର (fertilizer) ଭାବରେ ବ୍ୟବ‌ହାର ବନ୍ଦ କରିବା ଓ ସାମୂହିକ ଅଙ୍କୁଶ କୃମି ନାଶକ (mass deworming) ବ୍ୟବ‌ହାର କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[୧] ରୋଗୀକୁ ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଔଷଧ ଏକରୁ ତିନି ଦିନ ପର୍ଯ୍ୟନ୍ତ ଦିଆଯାଏ ।[୨] ଆନିମିଆ ହେଉଥିଲେ ଲୌହ ପରିପୂରକ ଦିଆଯାଏ ।[୨]

ସନ ୨୦୧୫ରେ ଏହି ରୋଗରେ ପ୍ରାୟ ୪୨୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[୩] ପିଲା ଓ ବଡ଼ ମଣିଷଙ୍କୁ ଅତ୍ୟଧିକ ସଂକ୍ରମଣ ହୋଇପାରେ କିନ୍ତୁ ବଡ଼ ମଣିଷ କମ୍ ଆକ୍ରାନ୍ତ ହୁଅନ୍ତି ।[୬] ଏହା କ୍ୱଚିତ୍ ଘାତକ ହୁଏ ।[୭] ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।[୮]

ଚିହ୍ନ ଓ ଲକ୍ଷଣ ସମ୍ପାଦନା

ଅଙ୍କୁଶକୃମି ସଂକ୍ରମଣରେ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ଦେଖାଯାଏ ନାହିଁ । ଅନ୍ତନଳୀ ପ୍ରଦାହ ଓ ବର୍ଦ୍ଧନଶୀଳ ପ୍ରୋଟିନ୍/ଲୌହ ଅଭାବ ଜନିତ ଆନିମିଆ ଦେଖାଯାଏ । ଏହାର ଲାର୍ଭା ଚର୍ମରେ ବିଶେଷତଃ ପାଦ ବା ଗୋଡ଼ର ନିମ୍ନ ଭାଗରେ ରହିଲେ ଲାର୍ଭା ଥିବା ସ୍ଥାନରେ ପ୍ରବଳ ଗଲୁ ହୁଏ । ଏହା ପୋକ କାମୁଡ଼ା ଭଳି ଦେଖାଯାଏ, ଫୋଟକା ହୁଏ ଓ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହେ ।
ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ରୋଗୀର ସମୟ ସମୟରେ କାଶ, ଛାତି ଯନ୍ତ୍ରଣା ସହ ସଁସଁ ଶବ୍ଦ ବାହାରେ ଓ ଏହା ଅତ୍ୟଧିକ ଲାର୍ଭା ଥିଲେ ହୁଏ । ଏପିଗ୍ୟାସ୍ଟ୍ରିକ ଯନ୍ତ୍ରଣା, ବଦହଜମୀ, ଓକାଳ ଲାଗିବା, କଠିନ ଝାଡ଼ାତରଳ ଝାଡ଼ା ହୋଇପାରେ । ପେଟ ଲକ୍ଷଣ ସମୟକ୍ରମେ ଉନ୍ନତି କରେ । ରୋଗ ଅଗ୍ରଗତି କଲେ ଆନିମିଆ, ପ୍ରୋଟିନ ଅଭାବ, ଇମାସିଏସନ୍, ହୃତ୍‌ପିଣ୍ଡ ଫେଲ ଓ ପେଟ ଫୁଲି ଆସାଇଟିସ୍ ରୋଗ ହୁଏ ।

ବିକାରୀ ଶରୀର କ୍ରିୟା ସମ୍ପାଦନା

ଆକୃତି ସମ୍ପାଦନା

ଆଙ୍କିଲୋସ୍ଟୋମା ଡୁଓଡେନେଲ୍ ପୋକ ଦେଖିବାକୁ ପାଉଁଶିଆ ଧଳା କିମ୍ବା ପିଙ୍କ ରଙ୍ଗର, ମୁଣ୍ଡ ଦେହଠାରୁ ସାମାନ୍ୟ ବଙ୍କା । ଏହି ବଙ୍କା ଗଠନ ହୁକ୍ (hook) ଭଳି ଦେଖାଯାଉଥିବା ଯୋଗୁ ଏହାକୁ ଇଂରାଜୀରେ ହୁକ୍‌ୱର୍ମ (Hookworm) କୁହାଯାଏ । ଏହାର ମୁହଁ ଭଲ ଭାବରେ ଗଠିତ ଓ ଦୁଇ ଧାଡ଼ି ଦାନ୍ତ ଥାଏ । ଅଣ୍ଡିରା ପୋକର ଆକାର ୧ ସେ.ମି. X୦.୫ ମି.ମି. ଓ ଏହାର କୋପୁଲଟରି ବର୍ସା ଥାଏ[୯] କିନ୍ତୁ ମାଈ ଏହାଠାରୁ ଦୀର୍ଘ ଓ ମୋଟା ।
ଆଙ୍କିଲୋସ୍ଟୋମା ଆମେରିକାନସ୍‌ର ଆକାର ପ୍ରାୟ ସମାନ, ଅଣ୍ଡିରାର ଲମ୍ବ ୫ ରୋ ୯ ମି.ମି. ଲମ୍ବ ଓ ମାଈ ପ୍ରାୟ ୧ ସେ.ମି. ଲମ୍ବ । ଏହାର ଦାନ୍ତ ନ ଥାଇ ଗୋଟିଏ ଜୋଡ଼ା କତୁରି ପ୍ଲେଟ (cutting plates) ଥାଏ । ଏହାର ହୁକ ଆକାର ଅଧିକ ସ୍ପଷ୍ଟ ।[୯]

ନିଦାନ ଶାସ୍ତ୍ର ସମ୍ପାଦନା

ଅଙ୍କୁଶକୃମି ସଂକ୍ରମଣ ଲକ୍ଷଣବିହୀନ ବୋଲି ଧରାଯାଏ, କିନ୍ତୁ ୧୯୬୨ ମସିହାରେ ନର୍ମାନ ସ୍ଟଲ (Norman Stoll) ଏହାକୁ ଶବ୍ଦହୀନ ଆକ୍ରମଣକାରୀ ବୋଲି ଅଭିହିତ କରିଥିଲେ । ସଂକ୍ରମଣ ପରେ ପରେ ଗ୍ରାଉଣ୍ଡ-ଗଲୁ ଅନୁଭୁତ ହୁଏ ଅର୍ଥାତ୍ ପୋକ ଦେହକୁ ପଶିଥିବା ସ୍ଥାନରେ ଆଲର୍ଜୀ ହୁଏ ଓ ଏହା ଆମେରିକାନସ୍ ପୋକରେ ଅଧିକ ଦେଖାଯାଏ ।

ଜୀବନ ଚକ୍ର ସମ୍ପାଦନା

 
ଅଙ୍କୁଶକୃମି ଜୀବନ ଚକ୍ର

ଯେଉଁ ସ୍ଥାନମାନଙ୍କରେ ଗରିବ ଲୋକମାନେ ପଡ଼ିଆରେ ମଳତ୍ୟାଗ କରନ୍ତି, ସେହି ସ୍ଥାନ ମାନଙ୍କରେ ମାଟିରେ ଅଙ୍କୁଶକୃମି ଅଣ୍ଡା ମଳରୁ ଯାଇ ମାଟିରେ ମିଶିଯାଏ । ମାଟିର ଉତ୍ତାପ ୧୮ରୁ ଅଧିକ ଥିବା ସ୍ଥାନରେ ଅଣ୍ଡା ଓ ଲାର୍ଭା ରହନ୍ତି । ଶୁଖିଲା ସ୍ଥାନରେ ଓ ସିଧା ସୂର୍ଯ୍ୟାଲିକରେ ସେମାନେ ମରିଯାଆନ୍ତି । ସାଧାରଣତଃ ବାଲିଆ ମାଟି ତଥା ବାଲି, ପଟୁ ଓ କାଦୁଆ ମିଶା ମାଟିରେ ରହନ୍ତି । ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।
ମାଟିରେ ଅଣ୍ଡା ଫୁଟି ଅଣସଂକ୍ରମଣକାରୀ ପ୍ରଥମ ସ୍ଟେଜ ଲାର୍ଭା (L1. L2) ବାହାରି ମାଟିରେ ଥିବା ଜୀବଙ୍କୁ ଖାଆନ୍ତି ଓ ପରେ ମୋଲ୍ଟ ହୋଇ ୨ୟ ସ୍ଟେଜ ଲାର୍ଭା (L2.L2)ରେ ପରିଣତ ହୁଅନ୍ତି । ଏହାର ୭ ଦିନ ପରେ ଏହା ସଂକ୍ରମଣକାରୀ ୩ୟ ସ୍ଟେଜ ଲାର୍ଭାରେ ପରିଣତ ହୋଇ ଭୂମି ଉପରକୁ ଆସି ରହନ୍ତି । ଏହି ସ୍ଟେଜର ଲାର୍ଭା ମାଟିର ଖାଦ୍ୟ ଗ୍ରହଣ କରେ ନାହିଁ । ଅଙ୍କୁଶକୃମି ସଂକ୍ରମଣ ଅଣ୍ଡାଦ୍ୱାରା ନ ହୋଇ ଲାର୍ଭାଦ୍ୱାରା ହୁଏ ଓ ଖାଦ୍ୟ ମାଧ୍ୟମରେ ମଧ୍ୟ ହୋଇପାରେ । ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି । ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍‌ଫୁସ୍‌ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।[୧୦]

 
Civilian Public Service workers built and installed 2065 outhouses for hookworm eradication in Mississippi and Florida from 1943 to 1947.

ବୟସ୍କ ଆଙ୍କିଲୋସ୍ଟୋମା କେବଳ ୬ ମାସ ବଞ୍ଚନ୍ତି । ଲାର୍ଭା ଦେହରେ ସୁପ୍ତ ଅବସ୍ଥାରେ ଷ୍ଟୋର ହୋଇ ରହି ପାରନ୍ତି ଓ ପରେ ବାହାରି ବହୁ ବର୍ଷ ଧରି ରୋଗ କରେଇ ପାରନ୍ତି । ଏହା ଫଳରେ ଋତୁ ବାରି ରୋଗ ହୁଏ । ହୋଷ୍ଟ ଦେହରେ ଅଣ୍ଡିରା ଓ ମାଈ ପୋକ ସଙ୍ଗମ ପରେ ମାଈ ଦୈନିକ ୩୦,୦୦୦ ଅଣ୍ଡା ଦିଏ ଓ ୧୮ରୁ ୫୪ ନିୟୁତ ଅଣ୍ଡା ଜୀବନ କାଳ ମଧ୍ୟରେ ଦିଏ । ଏହି ଅଣ୍ଡା ଫୁଟି ବୟସ୍କ ଅବସ୍ଥାକୁ ଆସିବାକୁ ୫ରୁ ୭ ସପ୍ତାହ ଲାଗ । ଏଣୁ ରୋଗୀର ପ୍ରାଥମିକ ଅବସ୍ଥାରେ ମଳରେ ଅଣ୍ଡା ଆସେ ନାହିଁ, ତେଣୁ ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ଏହି ଅଣ୍ଡା ଫୁଟି ମାଟିରେ ଲାର୍ଭା ହେବାକୁ କିଛି ଦିନ ଲାଗେ ଓ ଜୀବନ ଚକ୍ର ନୂଆରେ ଆରମ୍ଭ ହୁଏ ।[୧୧]

ରୋଗପୁଷ୍ଟି ସମୟ ସମ୍ପାଦନା

ସଂକ୍ରମଣ କରୁଥିବା ଲାର୍ଭା ସଂଖ୍ୟା ଅନୁପାତରେ ରୋଗପୁଷ୍ଟି ସମୟ ବା ଇକ୍ୟୁବେସନ ପିରିଅଡ କିଛି ସପ୍ତାହରୁ କିଛି ମାସ ଲାଗେ ।[୧୨]

ରୋଗ ନିର୍ଣ୍ଣୟ ସମ୍ପାଦନା

 
Hookworm egg

ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ରୋଗୀର ମଳ ପରୀକ୍ଷା କରି ତାହା ମଧ୍ୟରେ ଉଷୁମ ଅଣ୍ଡା ପାଇଲେ ଏହି ରୋଗ ନିର୍ଣ୍ଣୟ ହୁଏ କିନ୍ତୁ ଏହା ପ୍ରାରମ୍ଭିକ ଅବସ୍ଥାରେ ମିଳେ ନାହିଁ । ଅଙ୍କୁଶ କୃମିର ଆକାର ଅଣ୍ଡା ଅଣ୍ଡାକୃତି ବା ଏଲିପ୍ଟିକାଲ ଥାଏ, ମାପ ୬0 µm X ୪0 µm, ରଙ୍ଗ‌ହୀନ, ପିତ୍ତ ଜଡ଼ିତ ନୁହେଁ ଓ ତାହାର ଗୋଟିଏ ପତଳା ହ୍ୟାଲିନ କୋଷ ପରଦା(hyaline shell membrane) ଥାଏ । ଅନ୍ତନଳୀରେ ଏହା ପୋକ ଶରୀରରୁ ଏହା ନିର୍ଗତ ହେବା ସମୟରେ ଅଣ୍ଡାର ବିଭାଗ ବା ସେଗମେଣ୍ଟ ନ ଥାଏ । ଅନ୍ତନଳୀ ଭିତରେ ଏହା ଗତି କରିବା ସମୟରେ ଏହାର ସେଗମେଣ୍ଟ ତିଆରି ହୁଏ ଓ ଏଥିରେ ୪ରୁ ୮ ବ୍ଲାସ୍ଟୋମିଅର ଥାଏ । ଅଣ୍ଡାଗୁଡ଼ିକ ଏହା ପ୍ରକାର ଦେଖାଯାଏ ଓ ସେଥିରୁ ଲାର୍ଭା ନ ବାହାରିଲା ଯାଏ କେଉଁ ପ୍ରକାର କୃମି ତାହା ଅଣୁବୀକ୍ଷଣ ଯନ୍ତ୍ରରେ ଜାଣିହୁଏ ନାହିଁ ।
ସାମ୍ପ୍ରତିକ ଗବେଷଣାଦ୍ୱାରା ଡି.ଏନ.ଏ ଆଧାର‌ଯୁକ୍ତ ଟୁଲ ବ୍ୟବ‌ହାର କରି ବିଭିନ୍ନ ପ୍ରକାରର ଅଙ୍କୁଶକୃମି ଓ ସେମାନଙ୍କର ଜେନେଟିକ ଭାରିଏସନ ଚିହ୍ନିବାକୁ ଚେଷ୍ଟା ଚାଲିଛି ।[୧୩] ଏହି ଅଣ୍ଡାଗୁଡ଼ିକ ଅନେକ ସମୟରେ ଅନ୍ୟ ପରଜୀବୀ ଅଣ୍ଡାଠାରୁ ମଧ୍ୟ ପୃଥକ ଜଣାପଡ଼େ ନାହିଁ । ନିଧାର୍ଯ୍ୟ ନିର୍ଣ୍ଣୟ ନିମନ୍ତେ ପି.ସି.ଆର. ଆସେ ପ୍ରୟୋଗ ଚେଷ୍ଟା ଚାଲିଛି ।[୧୩][୧୪]

ପ୍ରତିଷେଧ ସମ୍ପାଦନା

ଓଦା, ବାଲୁକାମୟ ମଇଳା ମାଟିରେ ସଂକ୍ରମଣକାରୀ ଲାର୍ଭା ବଞ୍ଚିପାରନ୍ତି; କାଦୁଆ ଓ ଖତ ବା ନାଳପାଖ ଜାଗାରେ ରହିପାରନ୍ତି ନାହିଁ । ଏଣୁ ସତର୍କତା ଅବଲମ୍ବନ କରିବା ନିମନ୍ତେ କେତେକ ଉପାୟ ଦିଆଗଲା

  • ପାଇଖାନା ବ୍ୟତୀତ ଅନ୍ୟ ଜାଗାରେ ମଳତ୍ୟାକ କରନ୍ତୁ ନାହିଁ ।
  • କୃଷି କାମରେ ମାନବ ମଳ ମିଶ୍ରିତ ସାର ବ୍ୟବ‌ହାର କରନ୍ତୁ ନାହିଁ ।
  • ଖାଲି ପାଦରେ ସଂକ୍ରମଣ ଶଂସୟ ଜାଗାରେ ଚଲାବୁଲା କରନ୍ତୁ ନାହିଁ ।
  • କୁକୁର ପାଳିଥିଲେ ଡିୱର୍ମ କରନ୍ତୁ ।

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "CDC - Hookworm - General Information - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). 16 December 2014. Archived from the original on 22 April 2017. Retrieved 22 April 2017.
  2. ୨.୦ ୨.୧ ୨.୨ "CDC - Hookworm - Treatment". www.cdc.gov (in ଆମେରିକୀୟ ଇଂରାଜୀ). 10 January 2013. Archived from the original on 23 April 2017. Retrieved 22 April 2017.
  3. ୩.୦ ୩.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Prevention, CDC - Centers for Disease Control and. "CDC - Hookworm - Biology". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 21 June 2017. Retrieved 21 June 2017.
  5. Croese J, Loukas A, Opdebeeck J, Fairley S, Prociv P (March 1994). "Human enteric infection with canine hookworms". Ann. Intern. Med. 120 (5): 369–74. doi:10.7326/0003-4819-120-5-199403010-00003. PMID 8304653.{{cite journal}}: CS1 maint: multiple names: authors list (link)[permanent dead link]
  6. "CDC - Hookworm - Disease". www.cdc.gov (in ଆମେରିକୀୟ ଇଂରାଜୀ). 10 January 2013. Archived from the original on 23 April 2017. Retrieved 22 April 2017.
  7. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  8. "Neglected Tropical Diseases". cdc.gov. June 6, 2011. Archived from the original on 4 December 2014. Retrieved 28 November 2014.
  9. ୯.୦ ୯.୧ Markell, Edward K.; John, David C.; Petri, William H. (2006). Markell and Voge's medical parasitology (9th ed.). St. Louis, Mo: Elsevier Saunders. ISBN 0-7216-4793-6.{{cite book}}: CS1 maint: multiple names: authors list (link)
  10. "CDC Factsheet: Hookworm", accessed September 29, 2008
  11. Hawdon JM, Hotez PJ (October 1996). "Hookworm: developmental biology of the infectious process". Curr. Opin. Genet. Dev. 6 (5): 618–23. doi:10.1016/S0959-437X(96)80092-X. PMID 8939719.
  12. "Hookworms." The Center for Food Security and Public Health. May 2005. Iowa State University
  13. ୧୩.୦ ୧୩.୧ Gasser RB, Cantacessi C, Campbell BE (January 2009). "Improved molecular diagnostic tools for human hookworms". Expert Rev. Mol. Diagn. 9 (1): 17–21. doi:10.1586/14737159.9.1.17. PMID 19099345.{{cite journal}}: CS1 maint: multiple names: authors list (link)
  14. Yong TS, Lee JH, Sim S,; et al. (March 2007). "Differential diagnosis of Trichostrongylus and hookworm eggs via PCR using ITS-1 sequence". The Korean Journal of Parasitology. 45 (1): 69–74. doi:10.3347/kjp.2007.45.1.69. PMC 2526333. PMID 17374982.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ