ଡେଙ୍ଗୁ ଜର
ଡେଙ୍ଗୁ ଜ୍ୱର ଏକ ମଶା ବାହିତ (mosquito-borne ଗ୍ରୀଷ୍ମ ମଣ୍ଡଳୀୟ ରୋଗ (tropical disease) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ ।[୧] ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । [୨] ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା (muscle|), ଗଣ୍ଠି ଯନ୍ତ୍ରଣା (joint pains) ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ (skin rash) ହୁଏ ।[୧][୨] ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ ।[୧] ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ (bleeding), ସ୍ୱଳ୍ପ ପ୍ଲାଟେଲେଟ ସ୍ତର (low levels of blood platelets), ରକ୍ତ ପ୍ଲାଜ୍ମା (blood plasma) ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ (dangerously low blood pressure) ହୁଏ । [୨]
Dengue fever | |
---|---|
Dengue, breakbone fever[୧][୨] | |
ଉଚ୍ଚାରଣ | |
ବିଭାଗ | Infectious disease |
ଲକ୍ଷଣ | Fever, headache, muscle and joint pain, rash[୧][୨] |
ଆକ୍ରାନ୍ତ ସମୟ | 3–14 days after exposure[୨] |
ଅବଧି | 2–7 days[୧] |
କାରଣ | Dengue virus by Aedes mosquitos[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Detecting antibodies to the virus or its RNA[୨] |
ସଠିକ ରୋଗ ନିର୍ଣ୍ଣୟ | Malaria, yellow fever, viral hepatitis, leptospirosis[୩] |
ପ୍ରତିକାର | Dengue fever vaccine, decreasing mosquito exposure[୧][୪] |
ଚିକିତ୍ସା | Supportive care, intravenous fluids, blood transfusions[୨] |
ପୁନଃପୌନିକ | 390 million per year |
ମୃତ୍ୟୁ ସାନ୍ଦ୍ରତା | ~40,000 |
ଡେଙ୍ଗୁ ରୋଗ ଅନେକ ପ୍ରକାରର ଏଡିସ (Aedes) ଜାତିର ମଶା (mosquito) ବିଶେଷତଃ ଏ ଇଜିପ୍ଟିଦ୍ୱାରା (A. aegypti) ମୂଖ୍ୟତଃ ସୃଷ୍ଟି ହୁଏ ।[୧] ପାଞ୍ଚ ପ୍ରକାରର ଏହି ଭୁତାଣୁ ଅଛନ୍ତି;[୫] ସେଥିମଧ୍ୟରୁ ଗୋଟିଏ ପ୍ରକାରର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସେହି ପ୍ରକାର ଭୁତାଣୁ ନିମନ୍ତେ ଜୀବନବ୍ୟାପୀ ଇମ୍ମ୍ୟୁନିଟି (immunity) ହୁଏ, ଅନ୍ୟ ପ୍ରକାର ଭୁତାଣୁ ନିମନ୍ତେ ସ୍ୱଳ୍ପକାଳୀନ ଇମ୍ମ୍ୟୁନିଟି ରହେ । ଅନ୍ୟ ପ୍ରକାର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସାଂଘାତିକ ଜଟିଳତା ସୃଷ୍ଟି ହେବା ସମ୍ଭାବନା ଥାଏ ।[୧] ରୋଗ ନିଶ୍ଚିତ କରିବା ନିମନ୍ତେ ଅନେକ ପ୍ରକାରର ପରୀକ୍ଷା ଅଛି, ସେମାନଙ୍କ ମଧ୍ୟରୁ ଭୁତାଣୁ ଆଣ୍ଟିବଡି (antibodies) ଓ ଭୁତାଣୁର ଅରଏନଏ (RNA) ଅନୁସନ୍ଧାନ କରି ପାଇଲେ ନିଶ୍ଚିତ ହୋଇଯାଏ । [୨]
ଗୋଟିଏ ନୂଆ ଡେଙ୍ଗୁ ଜ୍ୱର ଟିକା (vaccine for dengue fever) ବ୍ୟବହାର ନିମନ୍ତେ ତିନୋଟି ଦେଶରେ ଅନୁମୋଦନ ଲାଭ କରିଛି ।[୬] ମଶାଙ୍କର ରହିବା ସ୍ଥାନ କମେଇ ଓ କାମୁଡ଼ିବାକୁ ନ ଦେଇ ଏହି ରୋଗ ପ୍ରତିରୋଧ କରିହେବ । ସ୍ଥିର ଜଳ ନିଷ୍କାସନ କରି ଓ ଦେହକୁ ଲୁଗାରେ ଆବୃତ କରି ଏହା ସମ୍ଭବପର କରିହେବ ।[୧] ମଧ୍ୟମ ଓ ସାମାନ୍ୟ ଧରଣର ରୋଗ ପାଇଁ ସାହାଯ୍ୟକାରୀ ଚିକିତ୍ସା ଓ ତରଳ ପଦାର୍ଥ ପାଟିରେ ବା ଶିରାଭ୍ୟନ୍ତରରେ (intravenously) ଦିଆଯାଏ । ସାଂଘାତିକ ରୋଗରେ ରକ୍ତ ପରିଦାନ (blood transfusion) ଦରକାର ହୁଏ ।[୨] ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଲୋକଙ୍କର ଆଡମିଶନ ଆବଶ୍ୟକ ହୁଏ । [୧] ନନ୍ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ (nonsteroidal anti-inflammatory drug) ଯୋଗୁ ଅଧିକ ରକ୍ତସ୍ରାବ ଅଧିକ ହେଉଥିବାରୁ ତା ବଦଳରେ ଆଇବୁପ୍ରୋଫେନ ଔଷଧ ବ୍ୟବହାର କରିବାକୁ ସୁପାରିସ କରାଯାଉଛି । [୨]
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡେଙ୍ଗୁ ଏକ ପୃଥିବୀବ୍ୟାପି ସମସ୍ୟା ହୋଇ ଠିଆ ହୋଇଛି ଓ ପ୍ରାୟ ୧୧୦ଟି ଦେଶରେ ଏହା ସ୍ଥାନୀକ ରୋଗ (endemic) ହୋଇ ରହିଛି ।[୭][୮] ପ୍ରତି ବର୍ଷ ପ୍ରାୟ ୫୦ରୁ ୫୨୮ ନିୟୁତ ଲୋକ ସଂକ୍ରମିତ ହେଉଛନ୍ତି ଓ ତାଙ୍କ ମଧ୍ୟରୁ ୧୦୦୦୦ରୁ ୨୦,୦୦୦ ଲୋକ ମରୁଛନ୍ତି ।[୯][୧୦][୧୧][୧୨] ସନ ୧୭୭୯ରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିଖିତ ଅଛି ।[୮] ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଏହି ରୋଗର କାରଣ ଓ ସଞ୍ଚାର ବିଷୟ ମଣିଷ ଜାଣିଛି ।[୧୩] ମଶା ନିଶ୍ଚିହ୍ନ କରିବା ସହିତ ଭୁତାଣୁ ନିମନ୍ତେ ଔଷଧ ତିଆରି କାମ ଚାଲିଛି ।[୧୪] ଏହାକୁ ଉପେକ୍ଷା କରାଯାଇଥିବା ଟ୍ରପିକାଲ ରୋଗ (neglected tropical disease) ଭାବରେ ବର୍ଗୀକରଣ କରାଯାଇଛି ।[୧୫]
ଲକ୍ଷଣ ଓ ଚିହ୍ନ
ସମ୍ପାଦନାସ୍ୱାଭାବିକ ଭାବରେ ୮୦% ଡେଙ୍ଗୁ ଭୁତାଣୁ ସଂକ୍ରମିତ ରୋଗୀ ଲକ୍ଷଣହୀନ ହୁଅନ୍ତି ବା ସାମାନ୍ୟ ଲକ୍ଷଣ ଯେପରିକି ଜଟିଳତା ବିହୀନ (asymptomatic) ଜ୍ୱର ହୁଏ ।[୯][୧୬] ଅନ୍ୟ କିଛି ରୋଗୀଙ୍କର (୫%) ସାଂଘାତିକ ବେମାରୀ ହୁଏ ଓ ଅଳ୍ପ ସଂଖ୍ୟକ ଲୋକଙ୍କର ଘାତକ ସିଦ୍ଧ ହୁଏ ।[୯][୧୬] ଇନକ୍ୟୁବେସନ ସମୟ ପ୍ରାୟ ୩-୧୪ ଦିନ ହୁଏ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ୪-୭ ଦିନ ହୁଏ ।[୧୭] ତେଣୁ ସଂକ୍ରମିତ ଇଲାକାରୁ ଆସି ଅନ୍ୟ ସ୍ଥାନରେ ପହଞ୍ଚିଥିବା ପରଠାରୁ ଲୋକର ୧୪ ଦିନ ପରେ ଜ୍ୱର ବା ଅନ୍ୟ ଲକ୍ଷଣ ବାହାରିଲେ ଡେଙ୍ଗୁ ସମ୍ଭାବନା ନଥାଏ । [୭] ପିଲାମାନଙ୍କର ସେହି ରୋଗ ଭଳି ଶର୍ଦ୍ଦି ଓ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ଲକ୍ଷଣ ଥାଏ,[୧୮] ଓ ସାଂଘାତିକ ଜଟିଳତା ନିମନ୍ତେ ଅଧିକ ସଙ୍କଟଦାୟକ ହୁଏ,[୭][୧୯] ଯାହା ଆରମ୍ଭରୁ ସାମାନ୍ୟ ଥିଲେ ମଧ୍ୟ ପରେ ଅତ୍ୟଧିକ ଜ୍ୱରରେ ପୀଡ଼ିତ ହୁଅନ୍ତି । [୧୯]
କାରଣ
ସମ୍ପାଦନାଭୁତାଣୁ
ସମ୍ପାଦନାଫ୍ଲାଭିଭିରିଡେ ପରିବାରର ଜେନସ ଫ୍ଲାଭିଭାଇରସ ଏକ ପ୍ରକାର ଆର୍.ଏନ୍.ଏ. ଭାଇରସ ଯାହା ଡେଙ୍ଗୁ ଜର କରାଏ । ଏହି ଜେନସର ଅନ୍ୟାନ୍ୟ ଭୂତାଣୁ ଗୁଡ଼ିକ ହେଲେ ହଳଦିଆ ଜର ଭୂତାଣୁ, ଜାପାନୀ ମସ୍ତିଷ୍କ ଜର ଭୂତାଣୁ, ଟିକ୍ଜାତ ମସ୍ତିଷ୍କ ଜର ଭୂତାଣୁ ଇତ୍ୟାଦି । ଏହି ଭାଇରସକୁ ଆର୍ବୋଭାଇରସ୍ ମଧ୍ୟ କହନ୍ତି ।
ଡେଙ୍ଗୁ ଭାଇରସରେ ତିନି ପ୍ରକାର ପ୍ରୋଟିନ ମଲିକ୍ୟୁଲ ଥାଏ ଓ ୧୧୦୦ ନ୍ୟୁକ୍ଲିଓଟାଇଡ ବେସ ଥାଏ । ରୋଗୀ ଦେହରେ ୭ ପ୍ରକାର ପ୍ରୋଟିନ ମୋଲିକ୍ୟୁଲ (NS1, NS2a, NS2b, NS3, NS4a, NS4b, NS5) ଦେଖାଯାଏ । ଚାରି ପ୍ରକାର ସେରୋଟାଇପ (DENV-1, DENV-2, DENV-3 and DENV-4) ଭାଇରସଦ୍ୱାରା ଏହି ରୋଗ ହୁଏ ଓ ଯେ କୌଣସି ଗୋଟିଏ ପ୍ରକାରର ସେରୋଟାଇପ ନିମନ୍ତେ କେବଳ ସେହି ଭାଇରସ ନିମନ୍ତେ ରୋଗୀ ଦେହରେ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୁଏ ।
ଥରେ ଡି.ଇ.ଏନ୍.ଭି-୧ ଭାଇରସଦ୍ୱାରା ଆକ୍ରାନ୍ତ ହେଲେ ପରେ ବା ଡି.ଇ.ଏନ୍.ଭି-୩ଦ୍ୱାରା ଆକ୍ରାନ୍ତ ହେଲେ ଅବସ୍ଥା ଅତି ଜଟିଳ ହୁଏ । କିନ୍ତୁ ଡି.ଇ.ଏନ୍.ଭି-୩ଦ୍ୱାରା ଆକ୍ରାନ୍ତ ହେବା ପରେ ଡି.ଇ.ଏନ୍.ଭି-୨ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଜାତ ହୁଏ ।
ସଞ୍ଚରଣ
ସମ୍ପାଦନାଡେଙ୍ଗୁ ଭାଇରସ ଏଡିସ ଜାତୀୟ ମଶା ମୂଖ୍ୟତଃ ଏଡିସ ଇଜିପ୍ଟିଦ୍ୱାରା (Aedes aegypti) ବିସ୍ତାର ଲାଭ କରେ । ଏହି ମଶା ଅକ୍ଷାଂଶ (lattitudes) ୩୫୦ ଉତ୍ତର ଓ ଦକ୍ଷିଣ ଭିତରେ ସମୁଦ୍ର ପତ୍ତନରୁ ୧୦୦୦ମିଟର ଉଚ୍ଚରେ ବାସ କରନ୍ତି । ଏମାନେ ସକାଳେ ଓ ସଂନ୍ଧ୍ୟା ବେଳେ କାମୁଡନ୍ତି, କିନ୍ତୁ ଦିନର ଯେ କୌଣସି ସମୟରେ କାମୁଡ଼ି ସଂକ୍ରମଣ ବିସ୍ତର କରିପାରିବେ ।[୨୦] ଡେଙ୍ଗୁ ରୋଗ ବିସ୍ତାରକାରୀ ଅନ୍ୟ ମଶାମାନଙ୍କର ନାମ: ଏଡିସ ଆଲବୋପିକ୍ଟସ (A. albopictus), ଏ.ପଲିନେସିଏନସିସ (A. polynesiensis) ଏବଂ ଏ.ସ୍କୁଟେଲାରିସ (A. scutellaris) । ମଣିଷ ହେଉଛି ଏମାନଙ୍କର ମୁଖ୍ୟ ଶିକାର ହୋଇଥିଲେ ମଧ୍ୟ ଅଣମାନବ ସାହାଯ୍ୟରେ ବିସ୍ତର ଲାଭ କରେ ।[୨୧] ଗୋଟିଏ ଥର ମାତ୍ର ମଶା କାମୁଡ଼ାଦ୍ୱାରା ମଣିଷ ସଂକ୍ରମିତ ହୋଇ ପାରିବ ।[୨୨] ମାଈ ଏଡିସ ମଶା ଗୋଟିଏ ଡେଙ୍ଗୁ ସଂକ୍ରମିତ ରୋଗୀକୁ ଜ୍ୱର ହେବାର ପ୍ରଥମ ୨-୧୦ ଦିନ ମଧ୍ୟରେ କାମୁଡି ରକ୍ତ ଶୋଷିଲେ ତାହାର ଖାଦ୍ୟ ନଳୀ କାନ୍ଥର (Wall) ଜୀବକୋଷ ସଂକ୍ରମିତ ହୁଏ ।[୨୩] ୮ରୁ ୧୦ ଦିନ ମଧ୍ୟରେ ଏହି ମଶାର ଲାଳ ଗ୍ରନ୍ଥିରେ (Salivary gland) ଓ ଅନ୍ୟାନ୍ୟ ତନ୍ତୁରେ ଭୁତାଣୁ ପହଞ୍ଚି ଯିବା ପରେ ଲାଳରେ ନିଷ୍କାସିତ ହୁଏ । ମଶା ଉପରେ ଭୁତାଣୁର କୌଣସି କ୍ଷତିକାରକ ପ୍ରଭାବ ପଡ଼େନାହିଁଁ ଓ ସେଠରେ ଆଜୀବନ ବାହକ ହୋଇରହେ ।[୧୭] ହେଲେ ମଶାଟି ଥରକୁ ଥର ସୁସ୍ଥ ମଣିଷକୁ କାମୁଡ଼ି ରୋଗ ସୃଷ୍ଟି କରେ । ଏଡିସ ଇଜିପ୍ଟି ମଶା ଘର ଭିତରେ ବା ଆଖପାଖରେ ଜମିରହିଥିବା ଜଳ ଭିତରେ ରହି ଅଣ୍ଡା ଦେବାକୁ ପସନ୍ଦ କରେ, ମାନବ ପାଖରେ ରହେ ଓ ଅନ୍ୟ କୌଣସି ମେରୁଦଣ୍ଡୀ ପ୍ରାଣୀକୁ ନକାମୁଡ଼ି କେବଳ ମଣିଷକୁ କାମୁଡ଼ି ବଂଶ ବିସ୍ତାର କରେ ।[୧୭]
ସଂକ୍ରମିତ ରକ୍ତ ଉତ୍ପାଦ ଗ୍ରହଣ ଓ ଅଙ୍ଗ ରୋପଣ ସମୟରେ ଏହି ଭୁତାଣୁ ଅନ୍ୟ ମଣିଷ ଦେହରେ ପ୍ରବେଶ କରେ ।[୨୪][୨୫] ସିଙ୍ଗାପୁର (Singapore) ଭଳି ଦେଶରେ ଏହି ରୋଗ ଏଣ୍ଡେମିକ ବା ସ୍ଥାନୀୟ ଥାଏ ଓ ପ୍ରତି ୧୦,୦୦୦ ରକ୍ତ ଗ୍ରହଣ (transfusions|) ସମୟରେ ୧.୬ରୁ ୬ ଜଣ ସଂକ୍ରମିତ ହୁଅନ୍ତି । [୨୬] ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାଆଠାରୁ ଶିଶୁ ଦେହକୁ ଆଲମ୍ବ ସଂଚାରଣ (Vertical transmission) ହୁଏ ।[୨୭]
ପୂର୍ବ ସଂପୃକ୍ତି(Predisposition) ଓ ପ୍ରବଣତା
ସମ୍ପାଦନାଶିଶୁ ଓ ଅଳ୍ପ ବୟସ ପିଲାମାନଙ୍କପାଇଁ ଏହିରୋଗ ଘାତକ ହୋଇଥାଏ । ଏହି ରୋଗର ବିଶେଷତ୍ତ୍ୱ ଏହି ଯେ ଏହା ଭଲ ସ୍ୱାସ୍ଥ୍ୟବାନ ପିଲାମାନଙ୍କ ଦେହରେ ଅଧିକ ହୁଏ ଯାହା କି ଅନ୍ୟ ରୋଗ କ୍ଷେତ୍ରରେ ଠିକ ବିପରୀତ ହୁଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଏହି ରୋଗପ୍ରବଣ ହୋଇଥାନ୍ତି । ମଧୁମେହ ବା ଶ୍ୱାସ ରୋଗ ଥିଲେ ଡେଙ୍ଗୁ ପ୍ରାଣ ଘାତକ ହୋଇଯାଏ ।
ଆଫ୍ରିକାବାସୀମାନଙ୍କ ଦେହରେ ଗ୍ଲୁକୋଜ-୬-ଡିହାଇଡ୍ରୋଜେନେସ ଡେଫିସିଏନ୍ସି ନାମକ ଜିନ୍ ବ୍ୟତିକ୍ରମ ଯୋଗୁ ସେମାନେ ଡେଙ୍ଗୁ ପ୍ରବଣ ହୁଅନ୍ତି ।
କିପରି ହୁଏ
ସମ୍ପାଦନାମଶା କାମୁଡିଲେ ତାହାର ଶୁଣ୍ଢ ଚର୍ମ ଫୁଟେଇ ଦିଏ ଓ ଭୁତାଣୁ ତାହାର ଲାଳ ସହ ରକ୍ତ ମଧ୍ୟରେ ପ୍ରବେଶ କରି ଶ୍ୱେତ ରକ୍ତ କଣିକାକୁ ଆକ୍ରାନ୍ତ କରେ । ଏହି ରକ୍ତ କଣିକା ମଧ୍ୟରେ ବଂଶ ବିସ୍ତାର କରି ଭୁତାଣୁ ସାରା ଶରୀରର ବିଭିନ୍ନ ଅଙ୍ଗରେ ଖେଳିଯାଏ । ଶ୍ୱେତ ରକ୍ତ କଣିକାରେ ଥିବା ପ୍ରୋଟିନ ଇଣ୍ଟରଫେରନ୍ ପ୍ରତିକ୍ରିୟା ସୃଷ୍ଟି କରି ଜର, ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ସୃଷ୍ଟିକରେ ଓ ବହୁତ ଯନ୍ତ୍ରଣା କରାଏ । ମାରାତ୍ମକ ଅବସ୍ଥାରେ ଭୁତାଣୁ ସଂଖ୍ୟା ଅହେତୁକ ଭାବରେ ଅଧିକ ହେଲେ ଯକୃତ ଓ ଅସ୍ଥି ମଜ୍ଜାକୁ ଆକ୍ରମଣ କରେ । ରକ୍ତ ଓ ରକ୍ତର ଜଳୀୟ ଅଂଶ ରକ୍ତକଣିକାରୁ ବାହାରି ଯାଇ ଶରୀରର ଛିଦ୍ରରେ ଜମା ହୋଇ ରହନ୍ତି । ଫଳରେ ରକ୍ତ ଥାଇବି ତାହା ରକ୍ତକଣିକା ଭିତରେ ନ ଥିବାରୁ ରକ୍ତାଳ୍ପତା ଦେଖାଯାଏ ଓ ରକ୍ତ ଚାପ (Blood pressure) କମିଯାଏ । ଅସ୍ଥିମଜ୍ଜାଗତ ତ୍ରୁଟି ଯୋଗୁ ରକ୍ତାଣୁ ଚକ୍ତିକା ବା ପ୍ଲାଟେଲେଟ (Platelet) ସୃଷ୍ଟି କମିଯାଏ, ଫଳରେ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ । ଏହାଦ୍ୱାରା ଅଧିକ ରକ୍ତ ସ୍ରାବ ହୁଏ ଯାହାର ପରିଣାମ ଅତ୍ୟନ୍ତ ଭୟାନକ ହୁଏ ।
ଭୁତାଣୁ ବିସ୍ତାର (Viral replication)
ସମ୍ପାଦନାଚର୍ମ ଭିତରେ ପ୍ରବେଶ କରିବା କ୍ଷଣି ଭୁତାଣୁ ଚମର ଲାଙ୍ଗରହାନସ୍ କୋଷ (ଏକ ପ୍ରକାର ଡେନ୍ଡ୍ରାଇଟିକ କୋଷ) ସଙ୍ଗରେ ବାନ୍ଧି ହୋଇଯାଏ । ଏହି ବନ୍ଧନ ଭୁତାଣୁ ପ୍ରୋଟିନ ଓ କୋଷ ପ୍ରୋଟିନ (ଡି.ସି ସାଇନ୍ ରେସେପ୍ଟର) ମଧ୍ୟରେ ସଂଘଟିତ ହୁଏ । ଏହି ଡେନ୍ଡ୍ରାଇଟିକ କୋଷଗୁଡ଼ିକ ନିକଟସ୍ଥ ଲସିକା ଗ୍ରନ୍ଥିକୁ ଚାଲି ଯାଆନ୍ତି । ଏହା ମଧ୍ୟରେ ଭୁତାଣୁର ଜେନୋମର ପ୍ରତିରୁପ କୋଷର ଏଣ୍ଡୋପ୍ଲାଜମିକ୍ ରେଟିକୁଲମକୁ ଯାଇ ବହୁ ସଂଖ୍ୟରେ ଭୁତାଣୁର ପ୍ରତିରୁପ ସୃଷ୍ଟି କରନ୍ତି । ଏଗୁଡିକ ଗଲଗି-ଆପାରାଟସକୁ ଯାଇ ସେଠାରେ ପରିପକ୍ୱ ହୁଅନ୍ତି । ଏହି ସ୍ଥାନରୁ ବାହାରି ଶ୍ୱେତ ରକ୍ତ କଣିକାରେ ବିଶେଷତଃ ମୋନୋସାଇଟ ଓ ମାକ୍ରୋଫେଜରେ ପ୍ରବେଶ କରନ୍ତି ।
ସଂକ୍ରମିତ କୋଷଗୁଡିକ ପ୍ରତିକ୍ରିୟା ସୃଷ୍ଟି କରି ଇନ୍ଟରଫେରନ (ଏକ ପ୍ରକାର୍ ସାଇଟୋକାଇନ୍) ନିର୍ଗତ କରନ୍ତି । ଏହା ପ୍ରତିରୋଧ ସୃଷ୍ଟି କରିବାରେ ସାହାଯ୍ୟ କରେ । ଏହା ସହିତ ଅନେକ ପ୍ରକାର ଆଣ୍ଟିବଡି ମଧ୍ୟ ପ୍ରସ୍ତୁତ ହୁଏ । ଆଣ୍ଟିବଡି ଭୁତାଣୁ ସହ ସଂଯୁକ୍ତ ହୋଇ ଫେଗୋସାଇଟ କୋଷଦ୍ୱାରା ନଷ୍ଟ ହୋଇଯାଆନ୍ତି । କିନ୍ତୁ ବେଳେ ବେଳେ ଏହି ଭୂତାଣୁ ଫେଗୋସାଇଟ ସହିତ ମିଶି ଯାଏ, ତେଣୁ କିଛି କ୍ଷତିଗ୍ରସ୍ତ ହୁଏ ନାହି। ।
ଜଟିଳ ରୋଗ
ସମ୍ପାଦନାଗୋଟିଏ ପ୍ରକାର ଭୁତାଣୁଦ୍ୱାରା ଆକ୍ରାନ୍ତ ଥିବା ବେଳେ ଆଉ ଗୋଟିଏ ପ୍ରକାର (Strain) ଭୁତାଣୁ ଆକ୍ରମଣ କଲେ ଡେଙ୍ଗୁ ଅତ୍ୟନ୍ତ ଜଟିଳ ହୋଇଯାଏ । ଏହାର ସଠିକ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
ଜଟିଳ ରୋଗରେ ଦୁଇଟି କଠିନ ସମସ୍ୟା ଉତ୍ପନ୍ନ ହୁଏ । ୧. ସରୁ ରକ୍ତ ନଳୀର ଏଣ୍ଡୋଥେଲିଅମ କୋଷ ସଠିକ କାମ କରି ପାରେ ନାହିଁ । ରକ୍ତ ନଳୀ ମଧ୍ୟରୁ ବାହାରି ଯାଇ ଛାତି ଭିତରେ ଓ ପେଟ ଭିତରେ ଜମା ହୋଇ ରହିଯାଏ । ୨. ରକ୍ତ ଜମାଟ ବାନ୍ଧି ପାରେ ନାହିଁ । ଏଣୁ ଅତ୍ୟଧିକ ରକ୍ତ ସ୍ରାବ ହୁଏ । ବେଶୀ ସଂଖ୍ୟାରେ ଭୁତାଣୁ ଥିଲେ ରୋଗ ଅଧିକ ଜଟିଳ ହୁଏ ।
ରୋଗ କ୍ରମ
ସମ୍ପାଦନାଡେଙ୍ଗୁର ବିଶିଷ୍ଟ ଲକ୍ଷଣ ମଧ୍ୟରେ ହଠାତ ଜର, ଆଖି ପଛ ପଟେ ମୁଣ୍ଡ ବଥା, ପେଶୀ ତଥା ଗଣ୍ଠି ଯନ୍ତ୍ରଣା ଅନୁଭବ ଓ ଚର୍ମର ରଙ୍ଗ, ରୁପ ବଦଳି ଯାଏ (Rash) ।
ଜର ସମୟରେ ଉଚ୍ଚ ମାନର ଉତ୍ତାପ ରହେ ଯେପରିକି ୪୦ °ସେ (୧୦୪ °ଫା)। ଏହା ସହ ମୁଣ୍ଡ ବ୍ୟଥା ୨ରୁ ୭ଦିନ ରହେ । ବାନ୍ତି ମଧ୍ୟ ହୋଇପାରେ । ଇଂରାଜୀରେ ଏହାକୁ ଏହି କାରଣରୁ ଭଙ୍ଗା ହାଡ ଜର କହନ୍ତି (breakbone fever) । ରୋଗର ଅବଧିକୁ ତିନିଟି ଅବସ୍ଥାରେ ବିଭକ୍ତ କରାଯାଏ: ୧.ପ୍ରାରମ୍ଭିକ(ଜର), ୨.ଗୁରୁତର (ମାରାତ୍ମକ) ଓ ୩. ଆରୋଗ୍ୟ ଅବସ୍ଥା ।
ଜର ସମୟରେ ଉତ୍ତାପ ୪୦୦ସେ. ରହେ । ମୁଣ୍ଡ ବଥା, ବାନ୍ତି ଓ ଶାରିରୀକ ଯନ୍ତ୍ରଣା ୨ରୁ ୭ ଦିନ ଧରି ଲାଗି ରହେ । ୫୦ରୁ ୮୦ % ଗୋଗୀଙ୍କର ଚର୍ମ ପ୍ରଥମ ବା ଦ୍ୱିତୀୟ ଦିନରେ ଲାଲ ଦେଖାଯାଏ । ତା ପରେ ମିଳିମିଳା ରୋଗୀର ଚର୍ମ ପରି ଦେଖାଯାଏ । ଚମରେ ଅତି କ୍ଷୁଦ୍ର ରକ୍ତିମ ଦାଗ ଦେଖାଯାଏ, ଯାହା ଚାପ ପ୍ରୟୋଗ କଲେ ମଧ୍ୟ ଚାଲି ଯାଏ ନାହିଁ । ଅତି ସରୁ ରକ୍ତ କଣିକା ଫାଟି ଯିବାରୁ ରକ୍ତ ବାହାରି ଆସି ଶରୀରର ଛିଦ୍ରରେ ଜମାଟ ବାନ୍ଧିବାରୁ ଏହି ଭଳି ଦେଖାଯାଏ । ଜର କମି ଯାଏ ଓ ପୁନଶ୍ଚ ୨/୩ ଦିନ ନିମନ୍ତେ ଆଉ ଥରେ ହୁଏ । ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ ।
କେତେକ ଲୋକ ଏହା ପରେ ମାରାତ୍ମକ ଅବସ୍ଥାକୁ ଯାଆନ୍ତି । ଦିନେ ବା ଦୁଇ ଦିନ ନିମନ୍ତେ ଉଚ୍ଚ ଉତ୍ତାପ କମିଯାଏ । ରକ୍ତ ନଳୀମାନଙ୍କରୁ ରକ୍ତର ତରଳ ଅଂଶ ବାହାରି ଯାଇ ଛାତି ଓ ପେଟରେ ଜମା ହୋଇଯାଏ । ସୁତରାଂ ସଞ୍ଚାଳନ କ୍ରିୟାରେ ରକ୍ତ ଅଭାବ ପଡେ ଓ ମୂଖ୍ୟ ଅଙ୍ଗମାନଙ୍କର (Vital organs) ରକ୍ତ ଯୋଗାଣ ବହୁତ କମିଯାଏ । ଏଣୁ ସେହି ଅଙ୍ଗମାନଙ୍କର କର୍ମ କ୍ଷମତା କମିଯାଏ ବା ବନ୍ଦ ହୋଇଯାଏ ।ଏତିକି ବେଳେ ଖାଦ୍ୟ ନଳୀରୁ ପ୍ରଚୁର ରକ୍ତ ସ୍ରାବ ହୁଏ । ଡେଙ୍ଗୁ ସକ୍ (dengue shock) ଓ ରକ୍ତ କ୍ଷରଣ ୫% ରୋଗୀଙ୍କଠାରେ ଦେଖାଯାଏ । ରୋଗୀ ଆଗରୁ ଯଦି ଅନ୍ୟ ସେରୋ ଟାଇପ ଡେଙ୍ଗୁଦ୍ୱାରା ଆକ୍ରାନ୍ତ ହୋଇଥାଅନ୍ତି ତେବେ ଆହୁରି ମାରାତ୍ମକ ଅବସ୍ଥା ହୁଏ ।
ତା ପରେ ଆରୋଗ୍ୟ ଅବସ୍ଥା ଆସେ । ଜମା ହୋଇଥିବା ତରଳ ପଦାର୍ଥ ୨/୩ ଦିନ ମଧ୍ୟରେ ଶୋଷି ହୋଇଯାଏ । ଉଲ୍ଲେଖନୀୟ ଭାବରେ ରୋଗ ଉନ୍ନତି ଲାଭ କରେ । କେତେକ ରୋଗୀଙ୍କର ଦେହ କୁଣ୍ଡେଇ ହୁଏ ଓ ହୃତପିଣ୍ଡ ଗତି କମିଯାଏ ଓ ବେଳେ ବେଳେ ଫୋଟକା ଭଳି ରସ ବାହାରେ ଓ ଚମ ଉତୁରି ଯାଏ । ଏତିକି ବେଳେ ମସ୍ତିଷ୍କରେ ତରଳ ଅଂଶ ବେଶୀ ହୋଇଯିବାରୁ ରୋଗୀ ଅଚେତ ହୋଇଯାଏ ଓ ତାକୁ ବାତ (Convulsion) ମାରେ । ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ଥକ୍କା ଲାଗେ ।
ଆନୁସଙ୍ଗିକ ସମସ୍ୟା
ସମ୍ପାଦନାଅନ୍ୟାନ୍ୟ ଅଙ୍ଗ ଡେଙ୍ଗୁ ଜର ସହିତ ବା ଅଲଗା ଆକ୍ରମିତ ହୋଇ ପାରନ୍ତି । ୦.୫ରୁ ୬% ମାରାତ୍ମକ ରୋଗୀମାନଙ୍କର ଚେତନା ଚାଲିଯାଏ । ଏହା ମସ୍ତିଷ୍କ ଉପରେ ଡେଙ୍ଗୁର ପ୍ରଭାବ ଯୋଗୁ ଅଥବା ଅନ୍ୟ ଅଙ୍ଗ ଯେପରିକି ଯକୃତ ଆକ୍ରମିତ ହେବା ଯୋଗୁ ହୋଇପାରେ ।
ରୋଗ ନିର୍ଣ୍ଣୟ
ସମ୍ପାଦନାରୋଗୀର ଇତିହାସ, ରୋଗୀର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଅନୁସାରେ ଡେଙ୍ଗୁ ରୋଗ ନିର୍ଣ୍ଣୟ କରାଯାଏ ବିଶେଷତଃ ଆଞ୍ଚଳିକ-ରୋଗ ବା ଏଣ୍ଡେମିକ୍ ଡିଜିଜ୍ କ୍ଷେତ୍ରରେ । ପ୍ରାରମ୍ଭ ବେଳେ ଏହାର ଲକ୍ଷଣ ଅନ୍ୟ ଭୁତାଣୁ ରୋଗ ସହ ମିଶି ଯାଉଥିବାରୁ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ । ସମ୍ଭାବ୍ୟ ଡେଙ୍ଗୁ ନିର୍ଣ୍ଣୟ ନିମନ୍ତେ ଜର ସହ ଆଉ ଦୁଇଟି ଲକ୍ଷଣ ଆବଶ୍ୟକ । ସେଗୁଡିକ ହେଲା: ବାନ୍ତି ଲାଗିବା, ବାନ୍ତି ହେବା,ଚର୍ମରେ କୁଣ୍ଡିଆ(Rash), ଶାରୀରିକ ପୀଡ଼ା, ରକ୍ତରେ ସ୍ୱଳ୍ପ ଲୋହିତ ରକ୍ତ କଣିକା ଓ ଯୁକ୍ତ ଟ୍ୟୁନିକେଟ ପରୀକ୍ଷା। ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମ ଅଞ୍ଚଳରେ ୨ ସପ୍ତାହ ଜର ହେଲେ ଡେଙ୍ଗୁ ହେବା ଚିନ୍ତା କରିବା ଉଚିତ । ଏହାର ଲକ୍ଷଣ ଚିକୁନଗୁନିଆ ଲକ୍ଷଣ ସହ ମିଶୁଥିବାରୁ ଏହାର ନିର୍ଣ୍ଣୟ ଅସୁବିଧା ଜନକ ହୁଏ । ପ୍ରାୟ ସମ ଲକ୍ଷଣ ବିଶିଷ୍ଟ ଅନ୍ୟ ରୋଗମାନଙ୍କ ନାମ: ମ୍ୟାଲେରିଆ, ଲେପ୍ଟୋସ୍ପାଇରୋସିସ୍, ଭୁତାଣୁ ରକ୍ତ ସ୍ରାବ ଜର, ଟାଇଫଏଡ, ମେନିଙ୍ଗୋକୋକାଲ ଜର, ମିଳିମିଳା ଓ ଇନଫ୍ଲୁଏଞ୍ଜା ।
ପରୀକ୍ଷାଗାରରେ ପ୍ରଥମ ପରିବର୍ତ୍ତନ ଦେଖାଯାଏ: କମ ଶ୍ୱେତ ରକ୍ତ କଣିକା, ତା ପରେ ଅଳ୍ପ ପ୍ଲାଟେଲେଟ୍ ଓ ଏସିଡିସିସ । ମଧ୍ୟମ ଧରଣର ଅଧିକ ଆମିନୋଟ୍ରନ୍ସଫରେଜ ମିଳେ । ରକ୍ତ ଗାଢ ହେବା ଯୋଗୁ ଆଲବୁମିନ କମ ହୁଏ ଓ ହେମାଟୋକ୍ରିଟ ବଢିଯାଏ । ପ୍ଲୁରା ଓ ପେରିଟୋନିଅମରେ ତରଳ ପଦାର୍ଥ ([[:en:Effusion|) ଜମିଯାଏ । ଅବୟବମାନଙ୍କରେ ରକ୍ତ ନାଳୀ ଦବି ଗଲେ ସାଂଘାତିକ ବୋଲି ସୂଚନା ମିଳେ ।
ବର୍ଗୀ କରଣ
ସମ୍ପାଦନାଡବ୍ଲ୍ୟୁ.ଏଚ.ଓ. ୨୦୦୯ ମସିହାରେ ଡେଙ୍ଗୁକୁ ଦୁଇ ଭାଗରେ ବିଭକ୍ତ କଲେ: ଜଟିଳତା ବିହୀନ ଓ ମାରାତ୍ମକ । ଅତ୍ୟଧିକ ରକ୍ତ ସ୍ରାବ, ଅଙ୍ଗର ଅକାମୀ ହେବା ଓ ପ୍ଲାଜ୍ମାରୁ ସ୍ରାବ କ୍ଷେତ୍ରରେ ଏହାକୁ ମାରାତ୍ମକ ଧରାଯାଏ । ଏହା ନ ଥିଲେ ଜଟିଳ ନୁହେଁ ବୋଲି ଧରାଯାଏ । ଡେଙ୍ଗୁ ରକ୍ତ ସ୍ରାବ ଜରକୁ ଗ୍ରେଡ ୧ରୁ ୪ ପର୍ଯ୍ୟନ୍ତ ବିଭକ୍ତ କରାଯାଏ । ଲକ୍ଷଣ ଅନୁସାରେ ଗ୍ରେଡ କରାଯାଏ । ଗ୍ରେଡ ୧: ସହଜରେ ଚର୍ମ ତଳେ ରକ୍ତ ସ୍ରାବ, ଟ୍ୟୁନିକେଟ ପରୀକ୍ଷାରେ ଯୁକ୍ତ ଓ ଜର । ଗ୍ରେଡ ୨: ଚର୍ମରେ ଓ ଅନ୍ୟ ସ୍ଥାନରେ ସ୍ୱତଃ ରକ୍ତ ସ୍ରାବ । ଗ୍ରେଡ ୩: ସକ୍ । ଗ୍ରେଡ ୪: ରକ୍ତ ଚାପ ନେଇ ହୁଏ ନାହିଁ ଓ ନାଡୀ ମିଳେ ନାହିଁ । ଗ୍ରେଡ ୩ ଓ ୪କୁ ଡେଙ୍ଗୁ ସକ୍ ସିନଡ୍ରୋମ କୁହାଯାଏ ।
ପରୀକ୍ଷାଗାର ଯାଞ୍ଚ
ସମ୍ପାଦନାଅଣୁଜୀବ ବିଜ୍ଞାନ ପଦ୍ଧତିରେ ଡେଙ୍ଗୁ ନିର୍ଣ୍ଣୟ କରାଯାଏ । ବିଭିନ୍ନ ପରୀକ୍ଷା ମଧ୍ୟରେ କୋଷ କଲଚର୍, ପି.ସି.ଆରଦ୍ୱାରା ନ୍ୟୁକ୍ଲିକ ଏସିଡ ଅନୁସନ୍ଧାନ, ଭୁତାଣୁ ଆଣ୍ଟିଜେନ ଅନୁସନ୍ଧାନ ଓ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଅନୁସନ୍ଧାନ ଉଲ୍ଲେଖଯୋଗ୍ୟ । ଭୁତାଣୁ ଅଲଗା କଲେ ବା ନ୍ୟୁକ୍ଲିକ ଏସିଡ ମିଳିଲେ ଡେଙ୍ଗୁ ନିର୍ଣ୍ଣୟ ଯଥାର୍ଥ ମନେ କରାଯାଏ କିନ୍ତୁ ଏହି ପରୀକ୍ଷା ଅତ୍ୟନ୍ତ ଖର୍ଚ ସାପେକ୍ଷ । ପ୍ରଥମ ୭ ଦିନରେ ପି.ସି.ଆର ଓ ଆଣ୍ଟିଜେନ ଅନୁସନ୍ଧାନ ଫଳପ୍ରଦ ହେଲେ ସଠିକ ଡେଙ୍ଗୁ ନିର୍ଣ୍ଣୟ ବୋଲି ଧରାଯାଏ ।
କେତେକ ଆଣ୍ଟିବଡି ପରୀକ୍ଷାଦ୍ୱାରା ଡେଙ୍ଗୁ ଆକ୍ରମଣର ବହୁତ ଦିନ ପରେ ମଧ୍ୟ ପୂର୍ବରୁ ଡେଙ୍ଗୁ ଥିବା ଜଣାଯାଇପାର ।
ଚିକିତ୍ସା ଓ ଉପଚାର
ସମ୍ପାଦନାଡେଙ୍ଗୁ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଶରୀରରେ ଜଳାଭାବ ଦେଖାଗଲେ ଘରୋଇ ଭାବରେ ପାଟିରେ ଜଳ ବା ଲୁଣିଆ ପାଣି ଦିଆଯାଏ । ଡାକ୍ତରଖାନାରେ ଶିରାରେ ରକ୍ତ ଓ ସାଲାଇନ ପାଣି ବା ଶିରାରେ ଦେଇ ହେଉଥିବା କୌଣସି ତରଳ ପଦାର୍ଥ (Intravenous fluid) ଦିଆଯାଏ । ସଙ୍କେତ ଚିହ୍ନ ଥିଲେ ବା ପୂର୍ବରୁ କିଛି ଦେହ ଅସୁସ୍ଥ ଥିଲେ ଡାକ୍ତରଖାନା ଯିବାକୁ ପଡେ ।
ଶିରା ମାଧ୍ୟମ ଜଳ ଯୋଜନ (Intravenous fluid) ଦିନେ ବା ଦୁଇ ଦିନ ଦରକାର ହୁଏ । ଦିନକୁ ୧ମି.ଲି./କେଜି/ଘଣ୍ଟା ପରିସ୍ରା ହେବା ପର୍ୟ୍ୟନ୍ତ ଓ ରକ୍ତ ପରୀକ୍ଷା କରି ସଠିକ ମାତ୍ରା ଆସିବା ପର୍ୟ୍ୟନ୍ତ ଜଳ ଯୋଜନ କରାଯାଏ । ନାକ ବାଟ ଦେଇ ନଳୀ ମାଧ୍ୟମ ଖାଦ୍ୟ ଦେବା, ପେଶୀରେ ଇଞ୍ଜେକସନ ଦେବା ଇତ୍ୟାଦି ଏ ରୋଗରେ ରକ୍ତ ସ୍ରାବ ନ ହେବା ନିମନ୍ତେ ଦିଆଯାଏ ନାହିଁ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଏନ୍.ଏସ୍.ଆଇ.ଡି. ଜାତୀୟ ଔଷଧ ଦେଲେ ରକ୍ତ ସ୍ରାବ ହୋଇପାରେ, ଏଣୁ ଏହି ସବୁ ଔଷଧ ଟାଳି ଦିଆଯାଏ । ରକ୍ତଗତ କିଛି ଅସୁବିଧା ଥିଲେ ଯଥା ଶିଘ୍ର ରକ୍ତ ଟ୍ରାନସଫ୍ୟୁଜ କରିବା ଆବଶ୍ୟକ ହୁଏ । ପ୍ୟାକ୍ଡ କଣିକା ଓ ସମ୍ପୂର୍ଣ୍ଣ ରକ୍ତ ଦିଆଯାଏ । ପ୍ଲାଟେଲେଟ ଓ ବରଫିକୃତ ପ୍ଲାଜମା ଦିଆଯାଏ ନାହିଁ ।
ଆରୋଗ୍ୟ ହୋଇଆସୁଥିବା ସମୟରେ ଶିରାରେ ତରଳ ପଦାର୍ଥ ଦିଆଯିବା ଦରକାର ହୁଏ ନାହିଁ । ଦେହରେ ଅତ୍ୟଧିକ ଜଳ ସଞ୍ଚାର ହେଉଥିଲେ ଫୁରୋସେମାଇଡ ଭଳି ଔଷଧ ଦରକାର ହୁଏ ।
ରୋଗ ଅନୁଶୀଳନ
ସମ୍ପାଦନା
ବିନା ଚିକିତ୍ସାରେ ୧-୫% ଓ ଚିକିତ୍ସିତ <୧% ଲୋକ ମୃତ୍ୟୁ ବରଣ କରନ୍ତି । ଅନ୍ୟ ସମସ୍ତେ ଆରୋଗ୍ୟ ଲାଭ କରନ୍ତି । ସଂଘାତିକ ରୋଗୀମାନଙ୍କ ଭିତରୁ ପ୍ରାୟ ୨୬% ଲୋକ ମରି ଯାଆନ୍ତି । ଶହେ ଦଶଟି ଦେଶରେ ଏହା ଆଞ୍ଚଳିକ(Endemic) ରୋଗ ହୋଇ ରହିଛି । ପ୍ରତି ବର୍ଷ ୫୦-୧୦୦ ନିୟୁତ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ ଅଧା ନିୟୁତ ଲୋକ ଡାକ୍ତରଖାନାରେ ଆଡମିଶନ ହୁଅନ୍ତି ।
ଅସାମର୍ଥ୍ୟ ଜୀବନ ବର୍ଷ (disability-adjusted life year (DALY))- ଅସୁସ୍ଥ ବା ଅପମୃତ୍ୟୁ ଜନିତ କାର୍ଯ୍ୟ ହାନୀ ବର୍ଷ । ଡେଙ୍ଗୁ ରୋଗରେ ୧୬୦୦ ବର୍ଷ କ୍ଷତି/ ଏକ ନିୟୁତ ଜନସଂଖ୍ୟାରେ ଆକଳନ ହୋଇଛି । ଏହାର ଯକ୍ଷ୍ମା ଓ ଅନ୍ୟାନ୍ୟ ଶିଶୁ ଗୋଗ ସହ ସାମଞ୍ଜସ୍ୟ ରହିଛି । ମ୍ୟାଲେରିଆ ପରେ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ମ୍ୟାଲେରିଆ ପରେ ଉଲ୍ଲେଖନୀୟ ରୋଗ ହିସାବରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ହେଳା କରାଯାଉଥିବା ରୋଗମାନଙ୍କର ତାଲିକାରେ ଏହା ପ୍ରଥମ ୧୬ ମଧ୍ୟରେ ଅଛି ।
ଦକ୍ଷିଣ ପୂର୍ବ ଏସିଆରେ ଦେଖା ଯାଉଥିବା ଡେଙ୍ଗୁ କ୍ରମେ କ୍ରମେ ଦକ୍ଷିଣ ଚୀନ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଆମେରିକାକୁ ବିସ୍ତାର ଲାଭ କରୁଛି । ୟୁରୋପକୁ ମଧ୍ୟ ଯିବା ସମ୍ଭାବନା ଅଛି।
ନିବାରଣ
ସମ୍ପାଦନାଏଡିସ୍ ଇଜିପ୍ଟି ମଶାଙ୍କୁ ନିର୍ମୂଳ କରିବା ନିମନ୍ତେ ତାଙ୍କ ବାସସ୍ଥାନ ନିର୍ମୂଳ କରିବା ଆବଶ୍ୟକ । କୌଣସି ସ୍ଥାନରେ ବା ପାତ୍ରରେ ଜଳ ଜମି ରହୁଥିଲେ ତାହା ନିଷ୍କାସନ କରିବା ବା ସେହି ଜଳରେ ପୋକ ମରା ଔଷଧ ପକାଇବା ଆବଶ୍ୟକ । ଜୈବିକ ନିୟନ୍ତ୍ରଣ ଉପାୟରେ ମଶାର ଶତ୍ରୁ କୀଟମାନଂକଦ୍ୱାରା ସେମାନଂକୁ ନିପାତ କରାଯାଇ ପାର । ମଶା କାମୁଡାରୁ ରକ୍ଷା ପାଇବା ନିମନ୍ତେ ମଶାରୀ ବ୍ୟବହାର ଓ ଦେହକୁ ଘୋଡେଇ ହେବା ଭଳି ପୋଷାକ ପିନ୍ଧିବା ଦରକାର । ମଶା ନ କାମୁଡିବା ନିମନ୍ତେ ମଧ୍ୟ ଔଷଧ ମିଳୁଛି ଯାହା ଲଗାଇଲେ ମଶା କାମୁଡିବେ ନାହିଁ
ଡେଙ୍ଗୁ ଭୁତାଣୁ ବିରୁଦ୍ଧରେ କୌଣସି ଟୀକା ନାହିଁ । ତେଣୁ ଜନ ସାଧାରଣଙ୍କର ଆବଗତି, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କର ମିଳିତ ଉଦ୍ୟମ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଡବ୍ଲ୍ୟ.ଏଚ.ଓ. ଜୋର ଦେଉଛି ।
ଟିକା
ସମ୍ପାଦନାସନ ୨୦୧୬ରେ ଆଂଶିକ କାର୍ଯ୍ୟକାରୀ ଡେଙ୍ଗୁ ଟିକା (vaccine for dengue fever) ବ୍ୟବସାୟୀକ ଭିତ୍ତିରେ ଫିଲିପାଇନସ ଓ ଇଣ୍ଡୋନେସିଆରେ ଉପଲବ୍ଧ ହେଲାଣି । [୪] ମେକସିକୋ, ବ୍ରାଜିଲ, ଏଲ ସାଲଭାଡର, କୋଷ୍ଟାରିକା, ସିଙ୍ଗାପୁର, ପାରାଗୁଏ ଓ ୟୁରୋପ ତଥା ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସ୍ଥାନମାନଙ୍କରେ ଏହା ବ୍ୟବହାର ନିମନ୍ତେ ସ୍ୱୀକୃତି ମିଳିଛି । [୨୮] ଯାହାର ପୂର୍ବରୁ ଡେଙ୍ଗୁ ସଂକ୍ରମଣ ଅଛି ବା ୯ ବର୍ଷ ବୟସ ସୁଦ୍ଧା ଯେଉଁ ସ୍ଥାନରେ ୮୦% ପିଲା ସଂକ୍ରମିତ ହୋଇଛନ୍ତି, ସେହିମାନଙ୍କୁ ଏହି ଟିକା ଦେବାକୁ ସ୍ୱୀକୃତି ମିଳିଛି । ଯେଉଁମାନଙ୍କର ପୂର୍ବରୁ ସଂକ୍ରମଣ ହୋଇ ନାହିଁ କିନ୍ତୁ ପରେ ଖରାପ ଧରଣର ସଂକ୍ରମଣ ହେବା ସମ୍ଭାବନା ଅଛି, ସେମାନଙ୍କୁ ମଧ୍ୟ ଦିଆଯାଉଛି । For this reason Prescrire does not see it as suitable for wide scale immunization, even in areas were the disease is common.[୨୯]
ଇତିହାସ
ସମ୍ପାଦନାଚୀନ ଦେଶରେ ୨୬୫ରୁ ୪୨୦ ମସିହାରେ ଲିଖିତ ଜିନ ରାଜବଂଶର ଡାକ୍ତରୀ ଅଭିଧାନରେ ଉଡନ୍ତା ପତଙ୍ଗ ଓ 'ଜଳୀୟ ବିଷ' ବିଷୟରେ ଉଲ୍ଲେଖ ଅଛି । ଏହା ବୋଧହୁଏ ସଂସାରର ଡେଙ୍ଗୁ ବିଷୟରେ ପ୍ରଥମ ଆଲେଖ୍ୟ । ୧୭୦୦ ଶତାବ୍ଦୀରେ ବିଭିନ୍ନ ମହାମାରୀର ବର୍ଣ୍ଣନା ଅଛି । ଡେଙ୍ଗୁ ବିଷୟରେ ଏସିଆ, ଆଫ୍ରିକା ଓ ଉତ୍ତର ଆମେରିକାରେ ୧୭୭୯ ଓ ୧୭୮୦ ମସିହାରେ ମହାମାରୀ ହେବାର ବିଜ୍ଞପ୍ତି ଅଛି । ସେହି ସମୟଠାରୁ ଆରମ୍ଭ କରି ୧୯୪୦ ମସିହା ପର୍ଯ୍ୟନ୍ତ ଅନେକ ମହାମାରୀ ହୋଇଛି।
୧୯୦୬ ମସିହାରେ ପ୍ରଥମେ ଏଡିସ ମଶା ଡେଙ୍ଗୁର ବାହକ ବୋଲି ନିଶ୍ଚିତ ହେଲେ । ୧୯୦୭ ମସିହାରେ ଏହା ଭୁତାଣୁ ଜନିତ ରୋଗ ବୋଲି ଜଣା ପଡ଼ିଲା । ସେତେବେଳେ ହଳଦିଆ ଜର (Yellow fever) ପରେ ଏହା ଦ୍ୱିତୀୟ ଭୁତାଣୁ ରୋଗ ବୋଲି ପ୍ରମାଣିତ ହେଲା । ଡେଙ୍ଗୁ ସଂକ୍ରମଣ ବିଷୟରେ ଜନ୍ ବର୍ଟନ୍ ଓ ଜୋସେଫ୍ଙ୍କଦ୍ୱାରା ଅନ୍ୱେଷ୍ୱଣ ସମାପ୍ତ ହେଲା ।
ଦ୍ୱିତୀୟ ମହାଯୁଦ୍ଧ ପରେ ପରିବେଶ ବିଶୃଙ୍ଖଳା ଯୋଗୁ ଏହି ରୋଗ ଅଧିକ ବ୍ୟାପକ ହେବାକୁ ଲାଗିଲା । ଫିଲିପାଇନ୍ସରେ ୧୮୫୩ ମସିହାରେ ଏହାର ମାରାତ୍ମକ ଦିଗ ପ୍ରତି ଆଲୋକପାତ କରା ଯାଇଥିଲା ।୧୯୮୧ ମସିହାରେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଡେଙ୍ଗୁ ରକ୍ତସ୍ରାବ ଜର ଓ ସକ୍ ସିନ୍ଡ୍ରୋମ ବିଷୟରେ ଜଣା ପଡ଼ିଥିଲା ।
ଗବେଷଣା
ସମ୍ପାଦନାମଶା ବଂଶ ନିପାତ ଓ ଟୀକା ଦେବାଦ୍ୱାରା ଡେଙ୍ଗୁ ନିରାକରଣ ସମ୍ଭବ । ମଶା ବଂଶ ବିସ୍ତାର ରୋକିବାକୁ ଅନେକ ପ୍ରକାର ନୂଆ ଉପାୟର ଅନୁସନ୍ଧାନ ଚାଲିଛି । ଏଡିସ ମଶା ମାରିବା ନିମନ୍ତେ ପୋସେଲିଆ ରେଟିକୁଲାଟା(Poecilia reticulata) ମାଛ ଜଳାଶୟରେ ଛାଡିଲେ ମଶାର ଲାର୍ଭାକୁ ମାଛ ଖାଇଯାଆନ୍ତି, ଫଳରେ ମଶାର ବଂଶ ବିସ୍ତାର ହୋଇପାରେ ନାହିଁ । ମଶାମାନଙ୍କ ଦେହରେ ବ୍ୱଲବାଚିଆ (Wolbachia)ଜୀବାଣୁ ସଂକ୍ରମଣ କରେଇ ତାଙ୍କ ଦେହରେ ଡେଙ୍ଗୁ ପ୍ରତିରୋଧ ଶକ୍ତି ସୃଷ୍ଟି କରାଯାଉଛି । ମଶା ଦେହରେ ଡେଙ୍ଗୁ ନ ହେଲେ ମଣିଷ ଦେହରେ ହେବ ନାହିଁ ।
ଡେଙ୍ଗୁର ଚାରି ପ୍ରକାର ସେରୋଟାଇପ (serotypes)ବିରୁଦ୍ଧରେ ଟୀକା ପ୍ରସ୍ତୁତ ଚେଷ୍ଟା ଚାଲିଛି । ଏ ଦିଗରେ ଗୋଟିଏ ମୂଖ୍ୟ ଅସୁବିଧା ହେଲା: ଆଣ୍ଟିବଡି ଡିପେଣ୍ଡେଣ୍ଟ ଏନହାନସମେଣ୍ଟ (antibody-dependent enhancement ବା ADE), ଏହି ଅବସ୍ଥା ଉତ୍ପନ୍ନ ହେଲେ ଡେଙ୍ଗୁ ସମ୍ଭାବନା ବହୁତ ଅଧିକ ହୋଇଯାଏ । ଆଦର୍ଶ ଟୀକାର ଗୁଣ: ଏକ ବା ଦୁଇ ଇଞ୍ଜେକସନ ଦେଇ ଚାରି ପ୍ରକାର ଭୁତାଣୁ ବିରୁଦ୍ଧରେ ପ୍ରତିରୋଧ କ୍ଷମତା ଥିବ, ସହଜରେ ନିଆ ଅଣା କରାଯାଇ ପାରୁଥିବ, ନଷ୍ଟ ନ ହେବା ଭଳି ଜମା (Store) କରି ରଖି ହେଉଥିବ, ସହଜରେ ଓ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବ । ୨୦୧୨ ମସିହାରେ ଅନେକ ଚେଷ୍ଟା ଚାଲିଛି । ଦୁର୍ବଳିକୃତ ହଳଦିଆ ଜର ଭୁତାଣୁ ଓ ଚାରି ସେରୋଟାଇପ ଡେଙ୍ଗୁ ଭୁତାଣୁ ନେଇ ଚେଷ୍ଟା ଚାଲିଛି ।
ଏହା ବ୍ୟତିତ ଭୁତାଣୁ ବିରୋଧି ଔଷଧ ଆବିଷ୍କାର ଚେଷ୍ଟା ମଧ୍ୟ ଚାଲିଛି
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Dengue and severe dengue Fact sheet N°117". WHO. May 2015. Retrieved 3 February 2016.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Kularatne, SA (15 September 2015). "Dengue fever". BMJ (Clinical research ed.). 351: h4661. PMID 26374064.
- ↑ Nelson Textbook of Pediatrics: The field of pediatrics. Elsevier Health Sciences. 2016. p. 1631. ISBN 9781455775668. Archived from the original on 10 September 2017.
- ↑ ୪.୦ ୪.୧ East, Susie (6 April 2016). "World's first dengue fever vaccine launched in the Philippines". CNN. Archived from the original on 18 October 2016. Retrieved 17 October 2016.
- ↑ Normile D (2013). "Surprising new dengue virus throws a spanner in disease control efforts". Science. 342 (6157): 415. doi:10.1126/science.342.6157.415. PMID 24159024.
- ↑ Maron, Dina (December 30, 2015). "The mosquito-borne disease afflicts millions, and has had no approved vaccine until now". Scientific America. Retrieved 3 February 2016.
- ↑ ୭.୦ ୭.୧ ୭.୨ Ranjit S, Kissoon N (January 2011). "Dengue hemorrhagic fever and shock syndromes". Pediatr. Crit. Care Med. 12 (1): 90–100. doi:10.1097/PCC.0b013e3181e911a7. PMID 20639791.
- ↑ ୮.୦ ୮.୧ Gubler DJ (July 1998). "Dengue and dengue hemorrhagic fever". Clin. Microbiol. Rev. 11 (3): 480–96. PMC 88892. PMID 9665979.
- ↑ ୯.୦ ୯.୧ ୯.୨ Whitehorn J, Farrar J (2010). "Dengue". Br. Med. Bull. 95: 161–73. doi:10.1093/bmb/ldq019. PMID 20616106.
- ↑ Bhatt S, Gething PW, Brady OJ, et al. (April 2013). "The global distribution and burden of dengue". Nature. 496 (7446): 504–7. doi:10.1038/nature12060. PMC 3651993. PMID 23563266.
- ↑ Carabali, M; Hernandez, LM; Arauz, MJ; Villar, LA; Ridde, V (30 July 2015). "Why are people with dengue dying? A scoping review of determinants for dengue mortality". BMC infectious diseases. 15: 301. PMID 26223700.
- ↑ Stanaway, JD; Shepard, DS; Undurraga, EA; Halasa, YA; Coffeng, LE; Brady, OJ; Hay, SI; Bedi, N; Bensenor, IM; Castañeda-Orjuela, CA; Chuang, TW; Gibney, KB; Memish, ZA; Rafay, A; Ukwaja, KN; Yonemoto, N; Murray, CJ (10 February 2016). "The global burden of dengue: an analysis from the Global Burden of Disease Study 2013". The Lancet. Infectious diseases. PMID 26874619.
- ↑ Henchal EA, Putnak JR (October 1990). "The dengue viruses". Clin. Microbiol. Rev. 3 (4): 376–96. doi:10.1128/CMR.3.4.376. PMC 358169. PMID 2224837.
- ↑ Noble CG, Chen YL, Dong H (March 2010). "Strategies for development of Dengue virus inhibitors". Antiviral Res. 85 (3): 450–62. doi:10.1016/j.antiviral.2009.12.011. PMID 20060421.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help)CS1 maint: multiple names: authors list (link) - ↑ "Neglected Tropical Diseases". cdc.gov. 6 June 2011. Archived from the original on 4 December 2014. Retrieved 28 November 2014.
- ↑ ୧୬.୦ ୧୬.୧ Reiter P (ମାର୍ଚ୍ଚ 2010). "Yellow fever and dengue: a threat to Europe?". Euro Surveillance. 15 (10): 19509. PMID 20403310. Archived from the original on 7 ଜୁଲାଇ 2011.
- ↑ ୧୭.୦ ୧୭.୧ ୧୭.୨ Gubler DJ (2010). "Dengue viruses". In Mahy BWJ; Van Regenmortel MHV (eds.). Desk Encyclopedia of Human and Medical Virology. Boston: Academic Press. pp. 372–82. ISBN 0-12-375147-0. Archived from the original on 9 June 2016.
- ↑ Varatharaj A (2010). "Encephalitis in the clinical spectrum of dengue infection". Neurology India. 58 (4): 585–91. doi:10.4103/0028-3886.68655. PMID 20739797. Archived from the original on 14 ଜୁଲାଇ 2011.
{{cite journal}}
: CS1 maint: unflagged free DOI (link) - ↑ ୧୯.୦ ୧୯.୧ Simmons CP, Farrar JJ, Nguyen vV, Wills B (April 2012). "Dengue". The New England Journal of Medicine. 366 (15): 1423–32. doi:10.1056/NEJMra1110265. PMID 22494122.
- ↑ "Travelers' Health Outbreak Notice". Centers for Disease Control and Prevention. 2 June 2010. Archived from the original on 26 August 2010. Retrieved 27 August 2010.
- ↑ "Vector-borne viral infections". World Health Organization. Archived from the original on 3 February 2011. Retrieved 17 January 2011.
- ↑ Center for Disease Control and Prevention. "Chapter 5 – dengue fever (DF) and dengue hemorrhagic fever (DHF)". 2010 Yellow Book. Archived from the original on 29 December 2010. Retrieved 23 December 2010.
- ↑ St. Georgiev, Vassil (2009). National Institute of Allergy and Infectious Diseases, NIH (1 ed.). Totowa, N.J.: Humana. p. 268. ISBN 978-1-60327-297-1. Archived from the original on 1 May 2016.
- ↑ Wilder-Smith A, Chen LH, Massad E, Wilson ME (ଜାନୁଆରୀ 2009). "Threat of dengue to blood safety in dengue-endemic countries". Emerging Infectious Diseases. 15 (1): 8–11. doi:10.3201/eid1501.071097. PMC 2660677. PMID 19116042. Archived from the original on 24 ମାର୍ଚ୍ଚ 2010.
- ↑ Stramer SL, Hollinger FB, Katz LM, Kleinman S, Metzel PS, Gregory KR, Dodd RY (August 2009). "Emerging infectious disease agents and their potential threat to transfusion safety". Transfusion. 49 Suppl 2: 1S–29S. doi:10.1111/j.1537-2995.2009.02279.x. PMID 19686562.
- ↑ Teo D, Ng LC, Lam S (ଅପ୍ରେଲ 2009). "Is dengue a threat to the blood supply?". Transfusion Medicine. 19 (2): 66–77. doi:10.1111/j.1365-3148.2009.00916.x. PMC 2713854. PMID 19392949. Archived from the original on 7 ଡିସେମ୍ବର 2013.
- ↑ Wiwanitkit V (ନଭେମ୍ବର 2009). "Unusual mode of transmission of dengue". Journal of Infection in Developing Countries. 4 (1): 51–4. doi:10.3855/jidc.145. PMID 20130380. Archived from the original on 4 ଅକ୍ଟୋବର 2011.
- ↑ "HSA Updates on Additional Risk of Dengvaxia® in Individuals with No Prior Dengue Experience". HSA Singapore. Archived from the original on 2 February 2018. Retrieved 2 February 2018.
- ↑ "Dengue vaccine (Dengvaxia°). Not for large-scale use". english.prescrire.org. 39 (433): 810. November 2019.
ଅଧିକ ତଥ୍ୟ
ସମ୍ପାଦନାDengue fever ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- ଡେଙ୍ଗୁ ଜର at Curlie
- "Dengue". WHO. Retrieved 2011-06-27.
- "Dengue". U.S. Centers for Disease Control and Prevention. Retrieved 2011-06-27.
- "Dengue fever". UK Health Protection Agency. Retrieved 2011-06-27.
- "DengueMap". U.S. Centers for Disease Control and Prevention/HealthMap. Retrieved 2011-06-27.