ହିନ୍ଦୁ ଧର୍ମ
ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ବିଷୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ. ୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ ହିନ୍ଦୁମାନଙ୍କର ପ୍ରଧାନ ଧର୍ମ ଗ୍ରନ୍ଥ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, ଖ୍ରୀଷ୍ଟ ଓ ଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତ ଓ ନେପାଳରେ ବସବାସ କରନ୍ତି। [୧]
ସ୍ଥାପନସମ୍ପାଦନ କରନ୍ତୁ
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ ।
ନାମକରଣସମ୍ପାଦନ କରନ୍ତୁ
ହିନ୍ଦୁ ଶବ୍ଦଟି ସିନ୍ଧୁନଦୀରୁ ଆସିଅଛି । ଆରବୀ ଭାଷାରେ ଅଲ୍-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ୱରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ସିନ୍ଧୁନଦୀ ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ ହିନ୍ଦୁ ।
ପ୍ରାଚୀନ ଇତିହାସସମ୍ପାଦନ କରନ୍ତୁ
ଏହାର ପ୍ରାଚୀନ ଇତିହାସ ହେଉଛି ମୁନି ରୁଷି ମାନଙ୍କର ବେଦ l
ଧର୍ମ ବିଶ୍ୱାସସମ୍ପାଦନ କରନ୍ତୁ
ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ। [୧]
ଦେବଦେବୀସମ୍ପାଦନ କରନ୍ତୁ
ବେଦସମ୍ପାଦନ କରନ୍ତୁ
ଗ୍ରନ୍ଥସମ୍ପାଦନ କରନ୍ତୁ
ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣ ଓ ମହାଭାରତଅନ୍ୟତମ। ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।
ଧର୍ମଗୁରୁସମ୍ପାଦନ କରନ୍ତୁ
ହିନ୍ଦୁ ଧର୍ମରେ ୧୦୮ର ମାହାତ୍ମ୍ୟସମ୍ପାଦନ କରନ୍ତୁ
୧୦୮ ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ । ଜପ ମାଳିରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି ବେଲ ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।
ନିମ୍ନରେ ୧୦୮ର ବ୍ୟବହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।[୨]
- ସୂର୍ଯ୍ୟର ବ୍ୟାସ ପୃଥିବୀର ବ୍ୟାସଠାରୁ ୧୦୮ଗୁଣ ଅଧିକ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ସୂର୍ଯ୍ୟର ବ୍ୟାସର ୧୦୮ଗୁଣ ।
- ପୃଥିବୀଠାରୁ ଚନ୍ଦ୍ରର ହାରାହାରି ଦୂରତା ଚନ୍ଦ୍ରର ବ୍ୟାସର ୧୦୮ଗୁଣ ।
- ଆୟୁର୍ବେଦରେ ୧୦୮ଟି ମର୍ମ ବିନ୍ଦୁର ବର୍ଣ୍ଣନା କରାଯାଇଛି । ଜୀବମାନଙ୍କ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଜୀବନୀ ଶକ୍ତି ଏହି ବିନ୍ଦୁମାନଙ୍କରେ ସଂରକ୍ଷିତ ହୋଇ ରହିଥାଏ ।
- ଶ୍ରୀ ଚକ୍ର ଯନ୍ତ୍ରରେ ୫୪ଟି ଛେଦ ବିନ୍ଦୁ ଅଛି ଓ ପ୍ରତ୍ୟେକ ଛେଦ ବିନ୍ଦୁ ସହ ପୁରୁଷତ୍ୱ ଗୁଣ ଓ ନାରୀତ୍ୱ ଗୁଣ ସମ୍ପୃକ୍ତ । ତେଣୁ ଏଥିରେ ସମୁଦାୟ ୧୦୮ (୫୪ × ୨)ଟି ବିନ୍ଦୁ ଅଛି ।
- ଭାରତୀୟ ଜ୍ୟୋତିଷ ବିଦ୍ୟାରେ ବ୍ୟବହାର ହେଉଥିବା କୁଣ୍ଡଳୀରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
- ତନ୍ତ୍ର ଶାସ୍ତ୍ର ଅନୁସାରେ ମଣିଷ ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
- ଭରତ ମୁନିଙ୍କଦ୍ୱାରା ରଚିତ ନତ୍ୟ ଶାସ୍ତ୍ରରେ ୧୦୮ଟି କାରଣ ବା ହାତ ଓ ପାଦର ଗତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
- ସଂସ୍କୃତରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
- ହିନ୍ଦୁ ଧର୍ମରେ ୧୦୮ଟି ପୁରାଣ ଓ ୧୦୮ଟି ଉପନିଷଦ ଅଛି ।
- ୧ର ପ୍ରଥମ ଘାତ, ୨ର ଦ୍ୱିତୀୟ ଘାତ ଓ ୩ର ତୃତୀୟ ଘାତ ବାହାର କଲେ, ତିନିଟି ଯାକ ଘାତଫଳର ଗୁଣଫଳ ୧୦୮ । ଅର୍ଥାତ୍,
- ୧ର ପ୍ରଥମ ଘାତ = ୧
- ୨ର ଦ୍ୱିତୀୟ ଘାତ = ୨ × ୨ = ୪
- ୩ର ତୃତୀୟ ଘାତ = ୩ × ୩ × ୩ = ୨୭
- ବର୍ତ୍ତମାନ ୧ × ୪ × ୨୭ = ୧୦୮
- ୧୦୮ ହେଉଛି ଏକ ହର୍ଷଦ ସଂଖ୍ୟା । ଅର୍ଥାତ୍, ଏହି ସଂଖ୍ୟାଟି ଏହାର ଅଙ୍କମାନଙ୍କର ସମଷ୍ଟି (୯)ଦ୍ୱାରା ବିଭାଜ୍ୟ ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ହିନ୍ଦୁ ଧର୍ମ". Retrieved 18.8.12.
{{cite web}}
: Check date values in:|accessdate=
(help) - ↑ Magazine, Sanskriti. "Importance of 108 number!". Retrieved 26 July 2016.
ବାହାର ତଥ୍ୟସମ୍ପାଦନ କରନ୍ତୁ
Hinduism ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Audio'
- Paper on Hinduism by Swami Vivekananda - Presented at World Parliament of Religion in 1893 (Text + Audio Version)
- Oxford Centre for Hindu Studies Lectures and seminars in MP3 audio format by the OCHS as reference material for scholars and students.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |