ମଣିଷ

ମଣିଷ ଜାତିର ସୂଚକ

ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।

ମଣିଷ[୧]
ଜୀବାଶ୍ମ କାଳ: 0.195–0 Ma
ପରିପୁରଣ – ବର୍ତ୍ତମାନ
Akha cropped hires.JPG
ପୁର୍ବସାଉଥ ଏସିଆର ମଣିଷମାନେ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Primates
Suborder: Haplorhini
ଲଘୁବର୍ଗ: Simiiformes
Family: {{{1}}}
Genus: {{{1}}}
ଜାତି: H. sapiens
ବାଇନୋମିଆଲ ନାମ
Homo sapiens
Linnaeus, 1758
Subspecies

Homo sapiens idaltu White et al., 2003
Homo sapiens sapiens

Homo Sapien range.png
Range of Homo sapiens (green)
Synonyms

ପ୍ରଥମେ ଆଫ୍ରିକାରେ ପ୍ରାୟ ୨୮୦୦୦୦ ବର୍ଷ ଆଗରୁ ମଣିଷର ଆବିର୍ଭାବ ହୋଇଥିଲା । ସେ ଯୁଗରେ ପ୍ରଥମ ମଣିଷ ଓ ଆଜିର ଭିତରେ ଅନେକ ତଫାତ । ତାଙ୍କ ମୁଣ୍ଡ ତାଙ୍କ ଦେହ ତୁଳନାରେ ଖୁବ୍ ଛୋଟ ଥିଲା । ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢ଼ି ବଢ଼ି ଯିବ ।

ମଣିଷ ଶରୀର ରକ୍ତ, ମାଂସ ହାଡ଼, ମାଂସପେଶୀସ୍ନାୟୁମଣ୍ଡଳ ଆଦିକୁ ନେଇ ଗଠିତ ହୋଇଛି। ଏଥିରେ ମୁଖ୍ୟ ପାଞ୍ଚଟି ଅଙ୍ଗ ରହିଛି ଯଥା, ଆଖି, ନାକ, ପାଟି, କାନତ୍ୱଚା

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. OCLC 62265494. ISBN 0-801-88221-4. {{cite book}}: Invalid |ref=harv (help)

ଅଧିକ ତଥ୍ୟସମ୍ପାଦନ କରନ୍ତୁ