ଉପନିଷଦ୍

(ଉପନିଷଦରୁ ଲେଉଟି ଆସିଛି)

ଉପନିଷଦ୍ (ଓ ଉପନିଷତ୍) (ସଂସ୍କୃତ: उपनिषद्, उपनिषत्) ହିନ୍ଦୁ ଧର୍ମର ଦାର୍ଶନିକ ଗ୍ରନ୍ଥ ସମୂହ। ଉପନିଷଦ୍‌ମାନଙ୍କରେ ସନାତନ ହିନ୍ଦୁ ଧର୍ମର ମୂଳ ସିଦ୍ଧାନ୍ତ ସମୂହର ବର୍ଣ୍ଣନା ମିଳେ । ଏହାକୁ ଶ୍ରୁତି ବା ବେଦର ଏକ ଅଂଶ ଭାବରେ ଗ୍ରହଣ କରାଯାଏ । ଉପନିଷଦ୍‌ସମୂହ ପରମତତ୍ତ୍ୱ ବ୍ରହ୍ମ, ଆତ୍ମା ଓ ମୋକ୍ଷର ବର୍ଣ୍ଣନା କରନ୍ତି । ବୈଦିକ ସାହିତ୍ୟର ଶେଷ ଅଂଶ ହୋଇଥିବାରୁ ଏହାକୁ ବେଦାନ୍ତ ମଧ୍ୟ କୁହାଯାଏ । ପରବର୍ତ୍ତୀ କାଳରେ ବିକଶିତ ବେଦାନ୍ତ ଦର୍ଶନ ଉପନିଷଦ୍ ସମୂହ ଉପରେ ପର୍ଯ୍ୟବସିତ । ବ୍ରହ୍ମ, ଜୀବାତ୍ମା ଓ ଉଭୟଙ୍କ ମଧ୍ୟରେ ସମ୍ପର୍କ ଉପନିଷଦ୍‌ସମୂହର ପ୍ରଧାନ ବକ୍ତବ୍ୟ ଏବଂ ନିଜ ସ୍ୱରୂପକୁ ଜାଣିବା ହେଉଛି ଏହାର ପରମ ଲକ୍ଷ୍ୟ । ହିନ୍ଦୁ ଧର୍ମର ବିଭିନ୍ନତା ପୂର୍ଣ୍ଣ ଅନେକ ମତବାଦ ଏହି ଉପନିଷଦ୍‌ସମୂହରୁ ବିକଶିତ । ମୋଟ ଦୁଇଶହରୁ ଅଧିକ ଉପନିଷଦ୍ ରହିଥିବା ବେଳେ ସେଥିରୁ ବାରଟି ପ୍ରଧାନ।

ଅଧିକ ତଥ୍ୟ

ସମ୍ପାଦନା