ସିସପ୍ଲାଟିନ
ସିସପ୍ଲାଟିନ (ଇଂରାଜୀ ଭାଷାରେ Cisplatin) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ରକମର କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଟେସ୍ଟିକୁଲାର କର୍କଟ (testicular cancer), ଓଭାରି କର୍କଟ, ସ୍ତନ କର୍କଟ, ମୂତ୍ରାଶୟ କର୍କଟ (bladder cancer), ମୁଣ୍ଡ ଓ ବେକ କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ, ଫୁସଫୁସ କର୍କଟ, ମେସୋଥେଲିଓମା, ଏସୋଫେଜିଆଲ କର୍କଟ (esophageal cancer), ମସ୍ତିଷ୍କ କର୍କଟ ଓ ନିଉରୋବ୍ଲାସ୍ଟୋମା । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୧]
Clinical data | |
---|---|
Trade names | Platinol, others |
Synonyms | cisplatinum, platamin, neoplatin, cismaplat, cis-diamminedichloridoplatinum(II) (CDDP) |
AHFS/Drugs.com | monograph |
MedlinePlus | a684036 |
Pregnancy category |
|
Routes of administration | Intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Protein binding | > 95% |
Elimination half-life | 30–100 hours |
Excretion | Renal |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.036.106 |
Chemical and physical data | |
Formula | [Pt(NH3)2Cl2] |
Molar mass | 300.01 g/mol |
3D model (JSmol) | |
| |
| |
(what is this?) (verify) |
ସିସପ୍ଲାଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଶ୍ରବଣ ସମସ୍ୟା (hearing problems), ବୃକ୍କ ସମସ୍ୟା (kidney problems) ଓ ବାନ୍ତି (vomiting) ଆଦି ଲକ୍ଷଣମାନ ଦେଖାଯାଏ । ଆଲର୍ଜି ପ୍ରତିକ୍ରିୟା (allergic reactions), ବିଦ୍ୟୁତ ବିଶ୍ଳେଶ୍ୟ (electrolyte problems) ଓ ହୃଦ୍ରୋଗ ଆଦି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରୁଥିବା ଜଣାଯାଏ । ଏହା ପ୍ଲାଟିନମ-ବେସ ଆଣ୍ଟିନିଓପ୍ଲାସ୍ଟିକ(platinum-based antineoplastic) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ DNA ସହିତ ଅନୁବନ୍ଧିତ ହେବା ପରେ ଦ୍ୱିତୀକରଣକୁ ବାଧାଦେଇ କାର୍ଯକ୍ଷମ ହୁଏ । [୧]
ସନ ୧୮୪୫ରେ ସିସପ୍ଲାଟିନ ଆବିଷ୍କୃତ ହେବାପରେ ସନ ୧୯୭୮/୧୯୭୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୨][୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମିଗ୍ରା ଭାଏଲର ମୂଲ୍ୟ ୫.୫୬ରୁ ୭.୯୮ ଆମେରିକୀୟ ଡଲାର । [୪] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୭ ପାଉଣ୍ଡ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Cisplatin". The American Society of Health-System Pharmacists. Retrieved 8 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 513. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Cisplatin". International Drug Price Indicator Guide. Retrieved 8 December 2016.[permanent dead link]
- ↑ British national formulary : BNF 69 (69 ed.). British Medical Association. 2015. p. 605. ISBN 9780857111562.