ଓଭାରି କର୍କଟ (ଇଂରାଜୀରେ Ovarian cancer) ଏକ ପ୍ରକାର କର୍କଟ ରୋଗ ଯାହା ମହିଳାମାନଙ୍କର ଓଭାରି ବା ଡିମ୍ବାଶୟରୁ ଜାତ ହୁଏ ।[୧] ଏହା ଫଳରେ ଅସାଧାରଣ ଜୀବକୋଷ ଜାତ ହୁଅନ୍ତି ଯାହାର କ୍ଷମତା ଥାଏ ଦେହର ଅନ୍ୟ ଅଂଶକୁ ବ୍ୟାପିବା ବା ମେଟାସ୍ଟାସିସ କରିବା ।[୨] ରୋଗ ଆରମ୍ଭରେ ଅନିର୍ଦ୍ଦିଷ୍ଟ ଲକ୍ଷଣ କିଛି ପ୍ରକାଶ ପାଏ ଓ ସମୟକ୍ରମେ କର୍କଟ ବଢ଼ିଚାଲେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିଯାଏ, ପେଲଭିସ ଯନ୍ତ୍ରଣା ହୁଏ ।[୩] ଏହା ସାଧାରଣଥ ପେରିଟୋନିଅମ, ଲସିକା ଗ୍ରନ୍ଥି, ଫୁସ୍‌ଫୁସ୍ଯକୃତକୁ ବ୍ୟାପିଯାଏ ବା ମେଟାସ୍ଟାସିସ ହୁଏ ।[୪]

ଓଭାରି କର୍କଟ (ମାନବ)
Micrograph of a mucinous ovarian carcinoma
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C56.
ଆଇସିଡ଼ି-୯-ସିଏମ୍183, 220
ଆଇସିଡ଼ି-ଓvaried
ରୋଗ ଡାଟାବେସ9418
ମେଡ଼ିସିନ-ପ୍ଲସ000889
ଇ-ମେଡ଼ିସିନmed/1698
Patient UKଓଭାରି କର୍କଟ
MeSHD010051

ଅଧିକ ଡିମ୍ବାଣୁ (ଇଂରାଜୀରେ ovum) ଜାତ କରୁଥିବା ମହିଳାଙ୍କର ଓଭାରି କର୍କଟ ସମ୍ଭାବନା ଅଧିକ ଥାଏ । ଏଣୁ ନିଃସନ୍ତାନ, ଅଳ୍ପ ବୟସରେ ଡିମ୍ବକ୍ଷରଣ କିମ୍ବା ଅଧିକ ବୟସରେ ଋତୁବନ୍ଦ ହେଉଥିବା ମହିଳାଙ୍କର ଏହି ସଙ୍କଟ ଅଧିକ ରହେ ।[୫] ମୋଟାପଣ, ଋତୁବନ୍ଦ ପରେ ହରମୋନ ଥେରାପି ଓ ଫର୍ଟିଲିଟି ଔଷଧ ଖାଉଥିବା ମହିଳାଙ୍କର ସଙ୍କଟ ଅଧିକ ଥାଏ ।[୧][୬] ସଙ୍କଟ କମ କରୁଥିବା ଉପାଦାନ ମଧ୍ୟରେ ହରମୋନ‌ଦ୍ୱାରା ଜନ୍ମ ନିରୋଧ, ଫାଲୋପିଆନ ଟ୍ୟୁବ ଗଣ୍ଠି ପକେଇବାସ୍ତନ୍ୟପାନ କରିବା ଅନ୍ୟତମ ।[୬] ପ୍ରାୟ ୧୦ % କେଶ୍‌ରେ ବଂଶାନୁକ୍ରମିକ ସଙ୍କଟ ଥାଏ, ଜିନ ମ୍ୟୁଟେସନ (BRCA1 or BRCA2) ହୋଇଥିଲେ ୫୦ % ସଙ୍କଟ ଅଧିକ ରହେ । ସର୍ବାଧିକ କର୍କଟ ହେଉଥିବା ରୋଗର ନାମ ଓଭାରିଆନ କାର୍ସିନୋମା । ଏହାର ପାଞ୍ଚ ପ୍ରକାର ପ୍ରଜାତି ଅଛି ଯାହା ମଧ୍ୟରୁ ସେରସ ସବୁଠାରୁ ଅଧିକ ହୁଏ । ଓଭାରିର ବାହ୍ୟ ଆବରଣରୁ ଏହା ଆରମ୍ଭ ହେଉଥିବା ବିଶ୍ୱାସ କରାଯାଏ,[୫] ଯଦିଓ ଫାଲୋପିଆନ ଟ୍ୟୁବ୍‌ରୁ ମଧ୍ୟ କେତେକ ବାହାରେ ।[୭] ଅଳ୍ପ ହେଉଥିବା ଟାଇପ ମଧ୍ୟରେ ଜର୍ମ ସେଲ ଟ୍ୟୁମରସେକ୍ସ କର୍ଡ ସ୍ଟ୍ରୋମାଲ ଟ୍ୟୁମର ନାମ ଉଲ୍ଲେଖ‌ଯୋଗ୍ୟ ।[୫] ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ, ସାଧାରଣତଃ ଅପରେଶନ କରି ବାହାର କରିଦେବା ପରେ ।[୩]

ସାଧାରଣ ସଙ୍କଟ ଥିବା ମହିଳାଙ୍କର ସ୍କ୍ରିନିଙ୍ଗ ଅନାବଶ୍ୟକ, କାରଣ ଏହାଦ୍ୱାରା ଅନେକ ମିଥ୍ୟା ଯୁକ୍ତାତ୍ମକ ଫଳ ମିଳେ, ଏହା ଯୋଗୁ ଅନାବଶ୍ୟକ ଅପରେଶନ କରାଯାଏ ଓ ସବୁଠାରୁ ବଡ଼ କଥା ହେଲା ଏହାଦ୍ୱାରା ମୃତ୍ୟୁ ହାରରେ ଫରକ ଆସେନି ।[୮] ଉଚ୍ଚ ସଙ୍କଟାପନ୍ନ ମହିଳାଙ୍କର ପ୍ରତିଷେଧ ହିସାବରେ ଦୁଇଟିଯାକ ଓଭାରି କାଢ଼ିଦିଆଯାଏ ।[୧] ଯଦି ଶୀଘ୍ର ରୋଗ ଧରାପଡ଼େ ଓ ଚିକିତ୍ସା କରାଯାଏ, ତାହାହେଲେ ଆରୋଗ୍ୟ ହୋଇଯାଏ । ଅପରେଶନ, ରାଡିଏସନ କିମ୍ବା କେମୋଥେରାପିର ମଶ୍ରିତ କରାଯାଏ ।[୩] ଏହାର ଫଳାଫଳ ନିର୍ଭର କରେ କେତେ ପର୍ଯ୍ୟନ୍ତ ରୋଗ ଆଗେଇଛି ଓ କେଉଁ ଉପ-ପ୍ରକାରର ରୋଗ । [୫] ପାଞ୍ଚ ବର୍ଷିଅ ଆୟୁଷ ହାର ଆମେରିକାରେ ୪୫ % ।[୯] ବିକାଶଶୀଳ ଦେଶମାନଙ୍କରେ ଏହି ହାର ନିରାଶାଜନ‌କ ।[୫]

ପୃଥିବୀରେ ୨୦୧୨ ମସିହାରେ ଓଭାରି କର୍କଟ ରୋଗ ୨୩୯.୦୦୦ ମହିଳାଙ୍କୁ ହୋଇଥିଲା ଓ ୧୫୨.୦୦୦ ମୃତ୍ୟୁ ହୋଇଥିଲା । ଏହା ମହିଳାମାନଙ୍କ ମଧ୍ୟରେ ସପ୍ତମ ସାଧାରଣ କର୍କଟ ଓ ମହିଳା ମୃତ୍ୟୁ କାରଣରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ଆଫ୍ରିକା ଓ ଏସିଆ ଅପେକ୍ଷା ଉତ୍ତର ଆମେରିକା ଓ ୟୁରୋପରେ ଏହି ରୋଗ ବେଶୀ ହୁଏ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Ovarian Cancer Prevention (PDQ®)". NCI. December 6, 2013. Retrieved 1 July 2014.
  2. "Defining Cancer". National Cancer Institute. Retrieved 10 June 2014.
  3. ୩.୦ ୩.୧ ୩.୨ "Ovarian Epithelial Cancer Treatment (PDQ®)". NCI. 2014-05-12. Retrieved 1 July 2014.
  4. Ruddon, Raymond W. (2007). Cancer biology (4th ed. ed.). Oxford: Oxford University Press. p. 223. ISBN 9780195175431. {{cite book}}: |edition= has extra text (help)
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ World Cancer Report 2014. World Health Organization. 2014. pp. Chapter 5.12. ISBN 9283204298.
  6. ୬.୦ ୬.୧ "Ovarian Cancer Prevention (PDQ®)". NCI. 2014-06-20. Retrieved 1 July 2014.
  7. Piek JM, van Diest PJ, Verheijen RH (2008). "Ovarian carcinogenesis: an alternative hypothesis". Adv. Exp. Med. Biol. Advances in Experimental Medicine and Biology. 622: 79–87. doi:10.1007/978-0-387-68969-2_7. ISBN 978-0-387-68966-1. PMID 18546620.{{cite journal}}: CS1 maint: multiple names: authors list (link)ଛାଞ୍ଚ:Closed access
  8. Moyer, VA; U.S. Preventive Services Task, Force (Dec 18, 2012). "Screening for ovarian cancer: U.S. Preventive Services Task Force reaffirmation recommendation statement". Annals of internal medicine. 157 (12): 900–4. doi:10.7326/0003-4819-157-11-201212040-00539. PMID 22964825.
  9. "SEER Stat Fact Sheets: Ovary Cancer". NCI. Retrieved 18 June 2014.