ଆଲର୍ଜି
ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । [୧] ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ ।[୨] ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । [୩] ଖାଦ୍ୟ ଅସହନଶୀଳତା ଓ ଖାଦ୍ୟ ବିଷାକ୍ତତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । [୪][୫]
ଆଲର୍ଜି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | immunology[*] |
ଆଇସିଡ଼ି-୧୦ | T78.4 |
ଆଇସିଡ଼ି-୯-ସିଏମ୍ | 995.3 |
ରୋଗ ଡାଟାବେସ | 33481 |
ମେଡ଼ିସିନ-ପ୍ଲସ | 000812 |
ଇ-ମେଡ଼ିସିନ | med/1101 |
MeSH | D006967 |
ମୂଖ୍ୟ ସାଧାରଣ ଆଲର୍ଜେନ ନାମ ପରାଗ ରେଣୁ ଓ ଖାଦ୍ୟ । ଧାତୁ ତଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । [୧] ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । [୬] ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । [୭] ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [୫] ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । [୮]
ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । [୯] ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡ ଓ ଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବହାର କରି ଏହାର ଚିକିତ୍ସା କରାଯାଏ । [୧୦] ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । [୧୧] ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । [୧୦]
ଆଲର୍ଜି ଏକ ସାଧାରଣ ରୋଗ । [୧୨] ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, [୧୩] ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, [୫][୯] ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । [୧୪] ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । [୧୫] 0.0୫–୨% ଲୋକଙ୍କର ଆନାଫାଇଲାକ୍ସିସ୍ ହୁଏ ।[୧୬] ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । [୧୧][୧୭] ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବହାର କରିଥିଲେ । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ McConnell, Thomas H. (2007). The nature of disease : pathology for the health professions. Baltimore, Mar.: Lippincott Williams & Wilkins. p. 159. ISBN 9780781753173.
- ↑ "Types of Allergic Diseases". NIAID. May 29, 2015. Retrieved 17 June 2015.
- ↑ "Environmental Allergies: Symptoms". NIAID. April 22, 2015. Archived from the original on 18 June 2015. Retrieved 19 June 2015.
- ↑ Bahna SL (Dec 2002). "Cow's milk allergy versus cow milk intolerance". Annals of allergy, asthma & immunology : official publication of the American College of Allergy, Asthma, & Immunology. 89 (6 Suppl 1): 56–60. doi:10.1016/S1081-1206(10)62124-2. PMID 12487206.
- ↑ ୫.୦ ୫.୧ ୫.୨ National Institute of Allergy and Infectious Diseases (July 2012). "Food Allergy An Overview" (pdf).
- ↑ ୬.୦ ୬.୧ Kay AB (2000). "Overview of 'allergy and allergic diseases: with a view to the future'". Br. Med. Bull. 56 (4): 843–64. doi:10.1258/0007142001903481. PMID 11359624.
- ↑ "How Does an Allergic Response Work?". NIAID. April 21, 2015. Retrieved 20 June 2015.
- ↑ Cox L, Williams B, Sicherer S, Oppenheimer J, Sher L, Hamilton R, Golden D (December 2008). "Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force". Annals of Allergy, Asthma & Immunology. 101 (6): 580–92. doi:10.1016/S1081-1206(10)60220-7. PMID 19119701.
{{cite journal}}
: CS1 maint: multiple names: authors list (link) - ↑ ୯.୦ ୯.୧ Sicherer, SH.; Sampson, HA. (Feb 2014). "Food allergy: Epidemiology, pathogenesis, diagnosis, and treatment". J Allergy Clin Immunol. 133 (2): 291–307, quiz 308. doi:10.1016/j.jaci.2013.11.020. PMID 24388012.
- ↑ ୧୦.୦ ୧୦.୧ "Allergen Immunotherapy". April 22, 2015. Retrieved 15 June 2015.
- ↑ ୧୧.୦ ୧୧.୧ Simons FE (October 2009). "Anaphylaxis: Recent advances in assessment and treatment" (PDF). The Journal of Allergy and Clinical Immunology. 124 (4): 625–36, quiz 637–8. doi:10.1016/j.jaci.2009.08.025. PMID 19815109. Archived from the original (PDF) on 2013-06-27. Retrieved 2015-10-02.
- ↑ "Allergic Diseases". NIAID. May 21, 2015. Retrieved 20 June 2015.
- ↑ Wheatley, LM; Togias, A (29 January 2015). "Clinical practice. Allergic rhinitis". The New England Journal of Medicine. 372 (5): 456–63. doi:10.1056/NEJMcp1412282. PMID 25629743.
- ↑ Thomsen, SF (2014). "Atopic dermatitis: natural history, diagnosis, and treatment". ISRN allergy. 2014: 354250. doi:10.1155/2014/354250. PMID 25006501.
{{cite journal}}
: CS1 maint: unflagged free DOI (link) - ↑ "Global Strategy for Asthma Management and Prevention" (PDF). Global Initiative for Asthma. 2011. pp. 2–5. Archived from the original (PDF) on 2012-11-20. Retrieved 2015-10-02.
- ↑ Leslie C. Grammer (2012). Patterson's Allergic Diseases (7 ed.). ISBN 9781451148633.
- ↑ Anandan C, Nurmatov U, van Schayck OC, Sheikh A (February 2010). "Is the prevalence of asthma declining? Systematic review of epidemiological studies". Allergy. 65 (2): 152–67. doi:10.1111/j.1398-9995.2009.02244.x. PMID 19912154.
{{cite journal}}
: CS1 maint: multiple names: authors list (link)