ନିଉରୋବ୍ଲାସ୍ଟୋମା
ନିଉରୋବ୍ଲାସ୍ଟୋମା (Neuroblastoma ବା NB) ଏକ ପ୍ରକାର କର୍କଟ ରୋଗ ଯାହା କେତେକ ପ୍ରକାର ସ୍ନାୟୁ ତନ୍ତୁରୁ (nerve tissue) ଜାତ ହୁଏ । ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟ ଓ ମେରୁଦଣ୍ଡରୁ ବାହାରିପାରେ । ଏହି ରୋଗର ଲକ୍ଷଣ: ହାଡ଼ ଯନ୍ତ୍ରଣା (bone pain), ପେଟ, ଛାତି ଓ ବେକରେ ଗୋଲା କିମ୍ବା ଚର୍ମ ତଳେ ଗୋଟିଏ ନୀଳ ରଙ୍ଗର ଗୋଲା ଦେଖାଯାଏ ।[୧]
ନିଉରୋବ୍ଲାସ୍ଟୋମା | |
---|---|
ବିଭାଗ | କର୍କଟ ରୋଗ ବିଜ୍ଞାନ |
ଲକ୍ଷଣ | ହାଡ଼ ଯନ୍ତ୍ରଣା, ଗୋଲା [୧] |
ଆକ୍ରାନ୍ତ ସମୟ | ୫ ବର୍ଷ ବୟସ ପୂର୍ବରୁ । [୧] |
କାରଣ | ଜେନେଟିକ ମ୍ୟୁଟେସନ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି[୧] |
ଚିକିତ୍ସା | ପର୍ଯ୍ୟବେକ୍ଷଣ, ଆପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[୧] |
ପୁନଃପୌନିକ | ୭୦୦୦ ପିଲାଙ୍କ ମଧରେ ଜଣେ । [୨] |
ମୃତ୍ୟୁ ସାନ୍ଦ୍ରତା | ପିଲାଙ୍କ କର୍କଟ ରୋଗ ମୃତ୍ୟୁର ୧୫% ।[୩] |
ବେଳେବେଳେ ପିତାମାତାଙ୍କର ଜିନର ମ୍ୟୁଟେସନ ହୋଇ ପିଲାଙ୍କର ବଂଶାନୁକ୍ରମିକ ନିଉରୋବ୍ଲାସ୍ଟୋମା ରୋଗ ହୁଏ ।[୧] ପରିବେଶର ପ୍ରଭାବ ଥିବା ଜଣାଯାଇନାହିଁ ।[୨] ରୋଗାକ୍ରାନ୍ତ ସ୍ଥାନରେ ଥିବା ତନ୍ତୁରୁ କିଛି ଅଂଶ ନେଇ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭାବସ୍ଥାରେ ବେଳେବେଳେ ଅଲଟ୍ରାସାଉଣ୍ଡ (ultrasound) କରି ଏହି ଜାଣିହୁଏ । ରୋଗ ନିର୍ଣ୍ଣୟ କଲା ସମୟରେ ସାଧାରଣତଃ ଏହି କର୍କଟ ମେଟାସ୍ଟାସିସ (spread) ବା ବ୍ୟାପିଯାଇଥିବା ଦେଖାଯାଏ । ରୋଗୀର ବୟସ, କର୍କଟ ସ୍ଟେଜ (cancer stage) ଓ କିଭଳି ଦେଖାଯାଉଛି, ତାହା ଉପରେ ରୋଗଟି ନିମ୍ନ, ମଧ୍ୟମ ବା ଉଚ୍ଚ ସଙ୍କଟର ହୋଇଥିବା ଜଣାଯାଏ । [୧]
ସଙ୍କଟ ଦଳ (risk group) ଅନୁସାରେ ଚିକିତ୍ସାର ଫଳାଫଳ ନିର୍ଦ୍ଧାରଣ କରିହୁଏ । [୧][୪] ଚିକିତ୍ସା ମଧ୍ୟରେ ପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ବ୍ୟବହାର କରାଯାଏ ।[୧] ସ୍ୱଳ୍ପ ସଙ୍କଟାପନ୍ନ କେଶକୁ ପର୍ଯ୍ୟବେକ୍ଷଣ ବା ଅପରେଶନ କଲେ ଫଳାଫଳ ଭଲ ରହେ । ଉଚ୍ଚ ସଙ୍କଟାପନ୍ନ କେଶରେ ଉତ୍ତମ ଚିକିତ୍ସା ସତ୍ତ୍ୱେ ଦୀର୍ଘକାଳୀନ ଆୟୁଷ ୪୦%ରୁ କମ ରହେ । [୪]
ଶିଶୁମାନଙ୍କ କ୍ଷେତ୍ରରେ ଲିଉକେମିଆ ଓ ମସ୍ତିଷ୍କ ଅର୍ବୁଦ ରୋଗ ପରେ ନିଉରୋବ୍ଲାସ୍ଟୋମା ସବୁଠାରୁ ସାଧାରଣ କର୍କଟ ରୋଗ । [୪] ପ୍ରତି ୭ ହଜାର ପିଲାରେ ଜଣେ ଏହି ରୋଗଦ୍ୱାରା ଜୀବନରେ କେବେହେଲେ ଆକ୍ରାନ୍ତ ହୁଏ । [୨] ପ୍ରାୟ ୯୦% ପିଲାଙ୍କ ନିଉରୋବ୍ଲାସ୍ଟୋମା ୫ ବର୍ଷ ବୟସ ମଧ୍ୟରେ ହୁଏ, ଏହା ବଡ଼ ମଣିଷଙ୍କୁ କ୍ୱଚିତ ହୁଏ ।[୨][୩] ପିଲାଙ୍କର କର୍କଟ ରୋଗ ଜନିତ ମୃତ୍ୟୁର ୧୫% ନିଉରୋବ୍ଲାସ୍ଟୋମା ଯୋଗୁ ହୁଏ । [୩] ସନ ୧୮୦୦ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Neuroblastoma Treatment". National Cancer Institute. 20 January 2016. Retrieved 9 November 2016.
- ↑ ୨.୦ ୨.୧ ୨.୨ ୨.୩ "Neuroblastoma Treatment". National Cancer Institute. 25 August 2016. Retrieved 10 November 2016.
- ↑ ୩.୦ ୩.୧ ୩.୨ World Cancer Report 2014. World Health Organization. 2014. Chapter 5.16. ISBN 9283204298.
- ↑ ୪.୦ ୪.୧ ୪.୨ Maris, John M; Hogarty, Michael D; Bagatell, Rochelle; Cohn, Susan L (2007). "Neuroblastoma". The Lancet. 369 (9579): 2106–20. doi:10.1016/S0140-6736(07)60983-0. PMID 17586306.
- ↑ Olson, James Stuart (1989). The History of Cancer: An Annotated Bibliography (in ଇଂରାଜୀ). ABC-CLIO. p. 177. ISBN 9780313258893.
ଅଧିକ ତଥ୍ୟ
ସମ୍ପାଦନା- ନିଉରୋବ୍ଲାସ୍ଟୋମା at Curlie
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |