ହେଲା ମତେ ପ୍ରେମ ଜର

୨୦୧୬ର ଓଡ଼ିଆ କଥାଚିତ୍ର‎

ହେଲା ମତେ ପ୍ରେମ ଜର, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସ୍ମୃତି ରଞ୍ଜନ ରାଉତ ଓ ସୁରେଶ କୁମାର ହାଇବୃ । ଏହି ଚଳଚ୍ଚିତ୍ରଟି ଏକ ତେଲୁଗୁ ଚଳଚ୍ଚିତ୍ର 'ବଲ୍ଲେ ବଲ୍ଲେ ମଗାଡ଼ି ବଏ'ର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ଡଃ ରଜନୀ ରଞ୍ଜନ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି ।[୧][୨] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବସନ୍ତରାଜ ସାମଲ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩]

ହେଲା ମତେ ପ୍ରେମ ଜର
ନିର୍ଦ୍ଦେଶକଅମରେଶ ପତି
ପ୍ରଯୋଜକସ୍ମୃତି ରଞ୍ଜନ ରାଉତ, ସୁରେଶ କୁମାର ହାଇବୃ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
ମୂଳ ଆଧାରବଲ୍ଲେ ବଲ୍ଲେ ମଗାଡ଼ି ବଏ (ତେଲୁଗୁ ଚଳଚ୍ଚିତ୍ର)
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ
୧୮ ମାର୍ଚ୍ଚ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ[୪] ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ସବ୍ୟସାଚୀ ଏହି କଥାଚିତ୍ରରେ ଏକ ଭୁଲାମନ ପିଲା ଭୂମିକାରେ ଅଭିନୟ କରିଥିଲେ, ଯିଏକି ସବୁକିଛି କଥାକୁ ଅତିଶୀଘ୍ର ଭୁଲିଯାଏ ।[୭]

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ ଏବଂ ବସନ୍ତରାଜ ସାମଲ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ହେଲା ମତେ ପ୍ରେମ ଜର" 
2."ତୋ ହୃଦୟର ଧଡ଼କନ୍" 
3."ଭଲ ପାଇବାଟ ବୋଧେ" 
4."ହେଲା ମତେ ପ୍ରେମ ଜର (ପୁଅ+ଝିଅ)" 
5."ତ‌ତେ ସବୁବେଳେ ସତର" 

ଆଧାର ସମ୍ପାଦନ କରନ୍ତୁ

  1. "କେବଳ ଦୁଇ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା". ସମ୍ବାଦ. 18 July 2017. Retrieved 2 August 2017.
  2. "ଆଜି ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶେଷ ରାତି'". ସମ୍ବାଦ. ଭୁବନେଶ୍ୱର: sambad.in. 5 August 2022. Archived from the original on 3 November 2022. Retrieved 3 November 2022.
  3. "Hela Mate Prema Jara". Odia Movie Database. Retrieved 2 August 2017.
  4. "ସବୁଥିରେ ମିଳିଛି ଅର୍ଚ୍ଚିତାଙ୍କୁ ସବ୍ୟସାଚୀଙ୍କ ସାଥ୍‌". ସମ୍ବାଦ. 16 December 2016. Retrieved 2 August 2017.
  5. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  6. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  7. "ଆଜିକାଲି ସବୁ କଥା ଭୁଲିଯାଉଛନ୍ତି ବାବୁସାନ୍‌ !". ସମ୍ବାଦ. 14 February 2014. Retrieved 2 August 2017.

ବାହାର ଆଧାର ସମ୍ପାଦନ କରନ୍ତୁ