ହିମାଂଶୁ ଶେଖର ମେହେର

ଓଡ଼ିଆ ରାଜନୀତିଜ୍ଞ

ହିମାଂଶୁ ଶେଖର ମେହେର (ଜନ୍ମ: ୨୭ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହିମାଂଶୁ ଶେଖର ମେହେର
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୮ – ଏବେଯାଏଁ
ପୂର୍ବ ଅଧିକାରୀବିକ୍ରମ କେଶରୀ ଦେଓ
ପର ଅଧିକାରୀଗୋବର୍ଦ୍ଧନ ଦାଶ
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-08-27) ୨୭ ଅଗଷ୍ଟ ୧୯୫୬ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀରତ୍ନ ପ୍ରଭା ମେହେର
ବାପା/ବୋଉଲମ୍ବୋଦର ମେହେର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ହିମାଂଶୁ ଶେଖର ମେହେର ୧୯୫୬ ମସିହାର ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲମ୍ବୋଦର ମେହେର ଓ ପତ୍ନୀଙ୍କ ନାମ ରତ୍ନ ପ୍ରଭା ମେହେର ।[୧]

ରାଜନୈତିକ ଜୀବନ ସମ୍ପାଦନା

ହିମାଂଶୁ ଶେଖର ମେହେର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୮ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜୁନାଗଡ଼ ଭାରତୀୟ ଜନତା ପାର୍ଟି
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଜୁନାଗଡ଼ ଭାରତୀୟ ଜନତା ପାର୍ଟି
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଜୁନାଗଡ଼ ଭାରତୀୟ ଜନତା ପାର୍ଟି

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Himansu Sekhar Meher". odishaassembly.nic.in. Odisha Assembly. Retrieved 10 June 2021.