ବିକ୍ରମ କେଶରୀ ଦେଓ

ଓଡ଼ିଆ ରାଜନୀତିଜ୍ଞ

ବିକ୍ରମ କେଶରୀ ଦେଓ (୨୬ ନଭେମ୍ବର ୧୯୫୨ – ୭ ଅକ୍ଟୋବର ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ ଏବଂ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

ବିକ୍ରମ କେଶରୀ ଦେଓ
ସାଂସଦ, ୧୨ଶ, ୧୩ଶ, ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-11-26)୨୬ ନଭେମ୍ବର ୧୯୫୨
କଳାହାଣ୍ଡି, ଓଡ଼ିଶା
ମୃତ୍ୟୁ୭ ଅକ୍ଟୋବର ୨୦୦୯(2009-10-07) (ବୟସ ୫୬)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନୟନଶ୍ରୀ ଦେବୀ
ସନ୍ତାନଅର୍କ କେଶରୀ ଦେଓ
ଘରକଳାହାଣ୍ଡି, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ହୃଦ୍‌ରୋଧ ଯୋଗୁଁ ତାଙ୍କର ୭ ଅକ୍ଟୋବର ୨୦୦୯ରେ ମୃତ୍ୟୁ ହୋଇଥିଲା ।[]

ପରିବାର

ସମ୍ପାଦନା

ବିକ୍ରମ କେଶରୀ ଦେଓ କଳାହାଣ୍ଡିର ରାଜା ପ୍ରତାପ କେଶରୀ ଦେଓଙ୍କ ପୁଅ ।[] ବିକ୍ରମଙ୍କର ପୁଅ ଅର୍କ କେଶରୀ ଦେଓ ବାପାଙ୍କର ମୃତ୍ୟୁପରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।[]

ରାଜନୀତି

ସମ୍ପାଦନା

ବିକ୍ରମ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନ ସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. "Biographical Sketch of Member of 12th Lok Sabha". parliamentofindia.nic.in. 2001. Retrieved 14 May 2012. Election Result of Kalahandi Lok Sabha Constituency
  2. "Biographical Sketch of Member of 13th Lok Sabha". parliamentofindia.nic.in. 2001. Retrieved 14 May 2012. Election Result of Kalahandi Lok Sabha Constituency
  3. "Kalahandi | Orissa Lok Sabha Constituency Elections Results 2009 Kalahandi | Orissa MP Elections Results Kalahandi 2009 | Candidate of Kalahandi Lok Sabha". indiaelections.co.in. 2012. Archived from the original on 11 September 2014. Retrieved 14 May 2012. Updated Election Results Details of Kalahandi
  4. "Senior Orissa BJP leader, ex-MP B.K. Deo dead - Thaindian News". thaindian.com. 2012. Archived from the original on 6 October 2012. Retrieved 14 May 2012. leader and former Lok Sabha MP Bikram Keshari Deo died
  5. ୫.୦ ୫.୧ ୫.୨ "ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା". DailyHunt (in ଇଂରାଜୀ). ଧରିତ୍ରୀ. 21 September 2018. Retrieved 14 January 2019.
  6. "Arka Keshari Deo joins BJD". Time of India. Retrieved 18 May 2014.

ବାହାର ଆଧାର

ସମ୍ପାଦନା