ସୋନାଲ ମାନସିଂହ
ସୋନାଲ ମାନସିଂହ (ଜନ୍ମ : ୩୦ ଅପ୍ରେଲ ୧୯୪୪) ଜଣେ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ । ସେ ରାଷ୍ଟ୍ରପତିଙ୍କଦ୍ୱାରା ରାଜ୍ୟ ସଭାକୁ ସାଂସଦ ଭାବରେ ମନୋନୀତ ହୋଇଥିଲେ ।
ସୋନାଲ ମାନସିଂ | |
---|---|
Background information | |
ଜନ୍ମ ସମୟରେ ନାମ | ସୋନାଲ ପକୱାସ |
ଜନ୍ମ | ମୁମ୍ବାଇ | ୩୦ ଅପ୍ରେଲ ୧୯୪୨
ଜନ୍ମସ୍ଥାନ | ଭାରତ |
ଶୈଳୀ | ଓଡ଼ିଶୀ, ଭାରତନାଟ୍ୟମ |
ପେଷା | ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ, ରାଜ୍ୟସଭା ସାଂସଦ |
କାର୍ଯ୍ୟକାଳ | ୧୯୬୧ରୁ–ବର୍ତ୍ତମାନ, ରାଜ୍ୟସଭାରେ ୧୪ ଜୁଲାଇ ୨୦୧୮ରୁ |
ୱେବସାଇଟ | ୱେବସାଇଟ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସୋନାଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅରବିନ୍ଦ ପକୱାସ ଓ ମାତାଙ୍କ ନାମ ପୂର୍ଣ୍ଣିମା ଥିଲା । ଅରବିନ୍ଦ ଓ ପୂର୍ଣ୍ଣିମାଙ୍କର ତିନିଟି ସନ୍ତାନ ମଧ୍ୟରୁ ସୋନାଲ ମଝିଆ ଥିଲେ । ପୂର୍ଣ୍ଣିମା ଗୁଜରାଟର ଜଣେ ସମାଜସେବୀ ଓ ସେ ୨୦୦୪ ମସିହାରେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ତାଙ୍କ ଅଜା ମଙ୍ଗଳ ଦାସ ପକୱାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ଭାରତର ପ୍ରଥମ ପାଞ୍ଚଜଣ ରାଜ୍ୟପାଳଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ଘରେ ସଙ୍ଗୀତ ଓ ସଂସ୍କୃତିର ପରିବେଶ ଥିଲା ଓ ସେ ନିଜ ଘରେ "ବଡେ ଗୁଲାମ ଅଲ୍ଲୀ ଖାନ", ଏମ ଏସ ଶୁଭଲକ୍ଷ୍ମୀ, ବିସମିହ୍ଲା ଖାଁ ଓ ରୁକ୍ମଣୀ ଦେବୀ ଆଦିଙ୍କୁ କଳା ପ୍ରଦର୍ଶନ କରିବା ଦେଖୁଥିଲେ ।
୪ ବର୍ଷ ବୟସରେ ସୋନାଲ ତାଙ୍କ ବଡ଼ ଭଉଣୀଙ୍କ ସହିତ ନାଗପୁରଠାରେ ମଣିପୁରୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ୭ ବର୍ଷ ବୟସରେ "ପାଣ୍ଡାନାଲୁରୁ ନୃତ୍ୟାଳୟର" 'କୁମାର ଜୟକର' ଆଦି ବିଭିନ୍ନ ଗୁରୁଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ ।
ସଂସ୍କୃତ ଭାଷାରେ ସେ ପ୍ରବୀଣ ଓ କୋବିଦ ପରୀକ୍ଷାରେ 'ଭାରତୀୟ ବିଦ୍ୟା ଭବନ'ରୁ ଉତ୍ତୀର୍ଣ୍ଣ ହୋଇଥିଲେ । 'ଜର୍ମାନ ସଂସ୍କୃତି' ଉପରେ ସେ ମୁମ୍ବାଇର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ସମ୍ପୂର୍ଣ୍ଣ କରିଥିଲେ ।
୧୮ ବର୍ଷ ବୟସରେ ସେ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ବେଙ୍ଗାଳୁରୁ ଯାଇ ପ୍ରଫେସର ୟୁ.ଏସ. କ୍ରୀଷ୍ଣା ରାଓ ଓ ଚନ୍ଦ୍ରଭାଗା ଦେବୀଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ । ସେ ମ୍ୟାଲାପୁରୁ ଗୌରୀ ଆମ୍ମାଲଙ୍କଠାରୁ ଅଭିନୟ ଓ ୧୯୬୫ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷାଗ୍ରହଣ କରିଥିଲେ ।
ସୋନାଲ, ନିଜର ପ୍ରଥମ ମଞ୍ଚ ପ୍ରଦର୍ଶନରେ ଲଳିତ ମାନସିଂହଙ୍କୁ ଭେଟିଥିଲେ ଓ କ୍ରମେ ୧୯୬୫ ମସିହାରେ ତାଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୧] ପରେ ସେ ଜର୍ଜ ଲେଞ୍ଚରଙ୍କୁ ବିବାହ କରିଥିଲେ ଓ ତାହା ମଧ୍ୟ ବିବାହ ବିଚ୍ଛେଦରେ ପରିଣତ ହୋଇଥିଲା । ତାଙ୍କ ପ୍ରଥମ ଶ୍ୱଶୁରୁ ମାୟାଧର ମାନସିଂହ, ସୋନାଲଙ୍କୁ ଗୁରୁ କେଳୁଚରଣଙ୍କ ସହ ପରିଚିତ କରେଇଥିଲେ ।[୨] ଜର୍ମାନୀରେ ସୋନାଲ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଡାକ୍ତରମାନେ କହିଥିଲେ ସେ ଦୁର୍ଘଟଣା ଯୋଗୁ କେବେ ବି ନୃତ୍ୟ କରିପାରିବେ ନାହିଁ । କିନ୍ତୁ, ସେ ନୃତ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୩]
ବୃତିଗତ ଜୀବନ
ସମ୍ପାଦନା୧୯୬୨ ମସିହାରେ ସୋନାଲ ବୃତିଗତ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇଠାରେ ତାଙ୍କ "ଅରଙ୍ଗେତ୍ରମ" ( ପ୍ରଥମ ମଞ୍ଚ ପ୍ରବେଶ ) ହୋଇଥିଲା । ୧୯୭୭ ମସିହାରେ ସେ ଦିଲ୍ଲୀରେ "ସେଣ୍ଟର ଫର ଇଣ୍ଡିଆନ କ୍ଲାସିକାଲ ଡାନ୍ସେସ" ସ୍ଥାପନା କରିଥିଲେ ।[୪][୫]
ସେ ସାରା ବିଶ୍ୱର ଅନେକ ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି ଓ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।
- ପଦ୍ମ ଭୂଷଣ (୧୯୯୨)
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୭)
- ପଦ୍ମ ବିଭୂଷଣ (୨୦୦୩, ସେ ଏହି ପୁରସ୍କାର ପାଇଥିବା ଦ୍ୱିତୀୟ ମହିଳା)
- ବାଳସରସ୍ୱତୀ
- କାଳିଦାସ ସମ୍ମାନ (୨୦୦୬ ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ)
- ଡକ୍ଟର ଅଫ ସାଇନ୍ସ (୨୦୦୭, ଜି ବି ପନ୍ତ ବିଶ୍ୱବିଦ୍ୟାଳୟ, ଉତ୍ତରାଖଣ୍ଡ)
- ଡକ୍ଟର ଅଫ ଲିଟରେଚର (ସମ୍ବଲପୁର ବିଶ୍ବବିଦ୍ୟାଳୟ)
ସୋନାଲଙ୍କର ନୃତ୍ୟଶିଳ୍ପୀ ଭାବରେ ୪୦ ବର୍ଷ ପୂର୍ତ୍ତୀ ଅବସରରେ, ୨୦୦୨ ମସିହାରେ "ପ୍ରକାଶ ଝା" ତାଙ୍କ ଉପରେ "ସୋନାଲ" ନାମରେ ଏକ ବୃତଚିତ୍ର ନିର୍ମାଣ କରିଥିଲେ ।[୪] ଏହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।
ନୃତ୍ୟ ନିର୍ଦ୍ଦେଶନା
ସମ୍ପାଦନା- ଇନ୍ଦ୍ରଧନୁଷ
- ମାନବତା
- ମେରା ଭାରତ
- ଦ୍ରୌପଦୀ
- ଗୀତ ଗୋବିନ୍ଦ
- ସବରସ
- ଚତୁରଙ୍ଗ
- ପଞ୍ଚକନ୍ୟା
- ଦେବୀ ଦୁର୍ଗା
- ଆତ୍ମୟନ[୬]
- ସମନ୍ୱୟ
ଉଦ୍ଧୃତି
ସମ୍ପାଦନା- "ଜଣେ ନୃତ୍ୟଶିଳ୍ପୀ, କେବଳ ଜଣେ ନୃତ୍ୟଶିଳ୍ପୀ ନୁହେଁ । ସେ ପରିବେଶର ଅଂଶବିଶେଷ । ସେ ଶୂନ୍ୟରେ ବସବାସ କରେ ନାହିଁ । ସମାଜ ଓ ଆଖାପାଖର ଘଟଣାପ୍ରବାହ ସମସ୍ତଙ୍କ ଉପରେ ପ୍ରଭାବ ପକେଇଥାଏ, ବିଶେଷକରି କଳାକାରମାନଙ୍କ ଉପରେ । କଳାକାରଟି ଜଦି ଆଖପାଖର ସମାଜ ଓ ଘରଣାବଳୀକୁ ପ୍ରତିବିମ୍ବିତ ନକରେ, ତେବେ ସେ ଗତିହିନ ହୋଇପଡେ ।"[୭]
- "ରାଧା ଜଣେ ବିଶାଳ ଉପମା ହେଲେ ମଧ୍ୟ, ସେ ପ୍ରେମର ଅବତାର । ପ୍ରେମ ବିନା କୌଣସି ସୃଷ୍ଟି ନାହିଁ । ଆମ ପୁରୁଷ-ପ୍ରଧାନ ପୁରାଣରେ କୃଷ୍ଣ ରାଧାଙ୍କ ପାଦତଳେ ପ୍ରେମଭିକ୍ଷା କରିବା ଏକ ଅସାମାନ୍ୟ କଥା । ଗୀତ ଗୋବିନ୍ଦରେ ଲେଖା ଯାଇଥିବା ସୁନ୍ଦର କବିତା, ଗଭିର ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥାଏ ।
ରଚନାବଳୀ
ସମ୍ପାଦନା- The Penguin Book of Indian Dance by Sonal Mansingh, Penguin Books Australia. ISBN 0-14-013921-4.
- Classical Dances by Sonal Mansingh, Avinash Pasricha, Varsha Das. 2007, Wisdom Publications. ISBN 81-8328-067-6ISBN 81-8328-067-6.
- Draupadi, by Sonal Mansingh; Museum Society of Bombay, 1994.
ଅଧିକ ପଠନ
ସମ୍ପାଦନା- Sonal Mansingh Contribution to Odissi Dance by Jiwan Pani. 1992, Centre for Indian Classical Dances. ISBN 81-7304-002-8ISBN 81-7304-002-8.
- Bharata Natyam: Indian Classical Dance Art, by Sunil Kothari. MARG Publications, 1979. Page 169-170.
ଆଧାର
ସମ୍ପାଦନା- ↑ "The art of diplomacy". The Indian Express. 31 Oct 1999. Retrieved 29 May 2012.
- ↑ "Her dance of life". www.telegraphindia.com. telegraph. Retrieved 11 March 2020.
- ↑ "Sonal Mansingh: The dance of life Read more at: timesofindia.indiatimes.com/articleshow/273843.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 11 March 2020.
- ↑ ୪.୦ ୪.୧ Biography Archived 2009-07-28 at the Wayback Machine. Official website.
- ↑ Sonal Mansingh Archived 2011-07-18 at the Wayback Machine.
- ↑ Legends of India Archived 2008-04-16 at the Wayback Machine.
- ↑ Sonal Mansingh Archived 2008-05-09 at the Wayback Machine. www.artindia.net.
- India’s 50 Most Illustrious Women (ISBN 81-88086-19-3) by Indra Gupta