ସେଫାଲୋପେଲଭିକ ଅସଙ୍ଗତି
ସେଫାଲୋପେଲଭିକ ଅସଙ୍ଗତି (ଇଂରାଜୀ ଭାଷାରେ Cephalopelvic disproportion/ ସିପିଡି ) ବା ମୁଣ୍ଡ-ଶ୍ରୋଣୀ ଅସଙ୍ଗତି ହୁଏ ଯେତେବେଳେ ମା’ର ପେଲଭିସ ବା ଶ୍ରୋଣୀର ଆକାର ଏବଂ ଜନ୍ମ କେନାଲ, ଶିଶୁମାନଙ୍କ ମୁଣ୍ଡର ଆକାରଠାରୁ ଛୋଟ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ କଠିନ ପ୍ରସବ ଅନ୍ତର୍ଭୁକ୍ତ, ବିଶେଷ ଭାବରେ ଏହା ବାଧାପ୍ରପ୍ତ ପ୍ରସବ ଭାବରେ ଜଣାଶୁଣା ।[୧] ଜଟିଳତା ମଧ୍ୟରେ ଶିଶୁର ମୃତ୍ୟୁ, ମସ୍ତିଷ୍କ ପାଲ୍ସି, ବ୍ରାକିଆଲ୍ ପ୍ଲେକ୍ସସ ଆଘାତ, ପ୍ରସୂତି ଫିସଚୁଲା ଏବଂ ଶ୍ରୋଣୀ ମେଜିଆ ଅବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇପାରେ | [୨]
Cephalopelvic disproportion | |
---|---|
ବିଭାଗ | Obstetrics |
ଲକ୍ଷଣ | Difficult childbirth, specifically obstructed labor[୧] |
କାରଣ | Small pelvis, large baby, malpresentation of the babies head[୧][୨] |
ବିପଦ କାରକ | Short (<1.60 m), rickets, prior pelvic fracture[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, supported by medical imaging[୨] |
ପ୍ରତିକାର | Induction of labor at 38 weeks[୨] |
ଚିକିତ୍ସା | C-section, operative vaginal delivery, oxytocin infusion[୨] |
ପୁନଃପୌନିକ | 1 in 250 pregnancies[୩] |
ସବୁଠାରୁ ସାଧାରଣ କାରଣ ହେଉଛି ଏକ ଛୋଟ ଶ୍ରୋଣୀ ବା ପେଲଭିସ୍ ।[୧] ଅନ୍ୟାନ୍ୟ କାରଣରେ ଅତ୍ୟଧିକ ବଡ ଶିଶୁ ଅନ୍ତର୍ଭୁକ୍ତ, ଯାହା ହାଇଡ୍ରୋସେଫାଲସ, ଥାଇରଏଡ ଅର୍ବୁଦ କିମ୍ବା ମାକ୍ରୋସୋମିଆ କାରଣରୁ ହୋଇପାରେ ।[୨] କେତେକ ମଧ୍ୟ ଆପେକ୍ଷିକ ଆକାର ଅସୁବିଧାକୁ ଅନ୍ତର୍ଭୁକ୍ତ କରନ୍ତି ଯେପରିକି ଶିଶୁ ମୁଣ୍ଡର ଭୁଲ ଉପସ୍ଥାପନା ।[୧] ବିପଦ କାରକଗୁଡିକ ମାତାର କ୍ଷୁଦ୍ର ଉଚ୍ଚତା (୧.୬୦ମିଟର ବା ୫.୨ଫୁଟ), ରିକେଟ୍, ଏବଂ ପୂର୍ବତନ ପେଲଭିକ୍ ଭଙ୍ଗା ହୋଇପାରେ । [୨] ଶିଶୁର ମୁଣ୍ଡ ତଳକୁ ଖସିଯିବାରେ ବିଫଳତା ଏବଂ ଶିଶୁମାନଙ୍କର ମୁଣ୍ଡର ଆକାର ପରିବର୍ତ୍ତନ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ ଓ ମେଡିକାଲ୍ ଇମେଜିଙ୍ଗ୍ ଦ୍ୱାରା ସମର୍ଥିତ ହୋଇପାରେ ।[୨]
ଚିକିତ୍ସା ପ୍ରାୟତ ସିଜରିଆନ ସେକସନ ଆବଶ୍ୟକ କରେ; କ୍ୱଚିତ ଯୋନୀପଥ ପ୍ରସନ କିମ୍ବା ଅକ୍ସିଟୋସିନ୍ ଇନଫ୍ୟୁଜନ୍ ବ୍ୟବହୃତ ହୁଏ ।[୨] ଅକ୍ସିଟୋସିନ ଦେଲେ ଗର୍ଭାଶୟ ଫାଟିବାର ଆଶଙ୍କା ଥାଏ ।[୨] ପ୍ରତିଷେଧକ ପ୍ରୟାସରେ ଶିଶୁର ଆକାର ବଡ଼ ଥିଲେ ୩୮ ସପ୍ତାହ ଗର୍ଭ ସମୟରେ ପ୍ରସବ କରେଇ ଦିଆଯାଏ ।[୨]
ପ୍ରାୟ ୨୫୦ ଗର୍ଭଧାରଣ ମଧ୍ୟରୁ ଜଣକର ସେଫାଲୋପେଲଭିକ୍ ଅସଙ୍ଗତି ହୁଏ ।[୩] ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଫଳାଫଳ ସାଧାରଣତଃ ଖରାପ ହେବା ଦେଖାଯାଏ, ଯେଉଁଠାରେ ବିଶେଷଜ୍ଞ ଯତ୍ନ ପ୍ରାୟ ସୀମିତ ଥାଏ ।[୨] ଉଚ୍ଚ ଆୟକାରୀ ଦେଶରେ କିଛି ମହିଳା ସାଧାରଣତଃ ସୁପାରିଶ କରାଯାଇଥିବା ପରିଚାଳନା ବିକଳ୍ପକୁ ମନା କରୁଛନ୍ତି ।[୨] ପ୍ରସୂତି କ୍ଷେତ୍ରରେ ଆଇନଗତ ମାମଲା ପାଇଁ ଏହା ଏକ ଅପେକ୍ଷାକୃତ ସାଧାରଣ କାରଣ ଅଟେ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Skandhan, Avni K. P. "Cephalopelvic disproportion | Radiology Reference Article | Radiopaedia.org". Radiopaedia. Archived from the original on 13 February 2024. Retrieved 4 March 2024.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Murphy, Deirdre J. (January 2020). "Malpresentation, malposition, and cephalopelvic disproportion". Oxford Textbook of Obstetrics and Gynaecology (in ଇଂରାଜୀ). Oxford University Press: 395–406. doi:10.1093/med/9780198766360.003.0032.
- ↑ ୩.୦ ୩.୧ "Cephalopelvic Disproportion (CPD)". American Pregnancy Association. 26 April 2021. Archived from the original on 1 October 2023. Retrieved 4 March 2024.