ରିକେଟ (ଇଂରାଜୀ ଭାଷାରେ Rickets) ରୋଗ ହେଲେ ପିଲାମାନଙ୍କର ହାଡ଼ (bones) ଦୁର୍ବଳ ଓ ନରମ ହୋଇଯାଏ ।[୧] ଏଥିରେ ବାୱ ବା ବଙ୍କା ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୧][୨] ରୋଗ ସାଂଘାତିକ ହେଲେ ଅସ୍ଥି ଭଗ୍ନen:Bone fractures, ମାଂସପେଶୀ ସ୍ପାଜ୍ମ (muscle spasms), ବକ୍ର ମେରୁଦଣ୍ଡ (abnormally curved spine, ବୁଦ୍ଧି ଅକ୍ଷମତା (intellectual disability) ଆଦି ଲକ୍ଷଣ ଦେଖାଯାଏ । [୧][୨]

ରିକେଟସ (Rickets)
ଦୁଇ ବର୍ଷ ବୟସର ଏକ ଶିଶୁର ଏକ୍ସ-ରେ (X-ray) ଚିତ୍ର ଯେଉଁଥିରେ ଜେନୁ ଭାରମ (bowing of the femurs) ହୋଇଥିବା ଦେଖାଯାଉଛି ଓ ହାଡ଼ର ସାନ୍ଦ୍ରତା (density) କମ ଥିବା ଦେଖାଯାଉଛି ।
ଉଚ୍ଚାରଣ
ବିଭାଗଶିଶୁରୋଗ ବିଜ୍ଞାନ (Pediatrics)
ଲକ୍ଷଣବାୱ ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା [୧][୨]
ଆକ୍ରାନ୍ତ ସମୟଶୈଶବ[୨]
କାରଣଯଥେଷ୍ଟ ଜୀବସାର ଘ (vitamin D) ଓ କ୍ୟାଲସିଅମ (calcium) ନଥିବା ଖାଦ୍ୟ, କଳା ଚର୍ମ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding), ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition) [୧][୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests), ଏକ୍ସ‌-ରେ (X-rays)[୧]
ସଠିକ ରୋଗ ନିର୍ଣ୍ଣୟଫାଙ୍କୋନି ସିଣ୍ଡ୍ରୋମ (Fanconi syndrome), ସ୍କର୍ଭି, ଲୋୱେ ସିଣ୍ଡ୍ରୋମ (Lowe syndrome), ଓଷ୍ଟିଓମାଲାସିଆ (osteomalacia)[୨]
ପ୍ରତିକାରପରିପୂରକ ଜୀବସାର ଘ କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ [୪]
ଚିକିତ୍ସାଜୀବସାର ଘ (Vitamin D) ଓ କ୍ୟାଲସିଅମ calcium[୧]
ପୁନଃପୌନିକସାଧାରଣ ରୋଗ (ମଧ୍ୟ ପୂର୍ବ, ଆଫ୍ରିକା ଓ ଏସିଆ)[୩]

ସାଧରଣତଃ ଜୀବସାର ଘ (vitamin D) ଅଭାବ ହେଲେ ଏହି ରୋଗ ହୁଏ ।[୧] ଯଥେଷ୍ଟ ଜୀବସାର ଘ ନଥିବା ଖାଦ୍ୟ ଖାଇଲେ, କଳା ଚର୍ମ ଥିଲେ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଥିଲେ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding) କରେଇଲେ, ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition) ଥିଲେ ଏହି ରୋଗ ହେବା ସମ୍ଭାବନା ଥାଏ ।[୧][୨] ଏହା ସ‌ହିତ ଯଥେଷ୍ଟ କ୍ୟାଲସିଅମ (calcium) ଓ ଫସଫରସ (phosphorus) ଅଭାବ ମଧ୍ୟ ଏ ରୋଗର କାରକ ହୁଏ ।[୩][୪] ଗ୍ରୋଥ ପ୍ଲେଟ (growth plate) ସ୍ଥାନରେ ଯଥେଷ୍ଟ କ୍ୟାଲସିଅମ ଜମା ନହେବାରୁ ହାଡ଼ ଶକ୍ତ ହୋଇପାରେନି । [୫] ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତରେ ଅଳ୍ପ କ୍ୟାସଲିଅମ, ଅଳ୍ପ ଫସଫେଟ ଓ ଅଧିକ ଆଲକାଲାଇନ ଫସଫାଟେଜ (alkaline phosphatase) ସ‌ହିତ ସ୍ୱାଭାବିକ ଏକ୍ସ-ରେ ଚିତ୍ର ଆବଶ୍ୟକ ହୁଏ ।[୧]

ରିକେଟ ରୋଗ ସ୍ତନ୍ୟପାୟୀ ପ୍ରାଣୀ ତ‌ଥା ମାନବଙ୍କର ହାଡ଼ ତିଆରି ହେବାବେଳେ ଓ ଏପିଫିସିସ ବନ୍ଦ ହେବା ପୂର୍ବରୁ ତୃଟିପୁର୍ଣ୍ଣ ଭିଟାମିନ 'ଡି'[୬] (ଜୀବସାର 'ଘ'), ଫସ୍‌ଫରସ୍ ଓ କ୍ୟାଲ୍‌ସିୟମ[୭] ସଂଯୋଜନା ଯୋଗୁ ଅସ୍ଥି ଦୂର୍ବଳ ହୋଇ ବକ୍ର ହୋଇଯାଏ ବା ଭାଙ୍ଗିଯାଏ । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ବାରମ୍ବାର ପିଲାମାନଙ୍କଠାରେ ଦେଖାଯାଏ । ମୂଖ୍ୟତଃ ଭିଟାମିନ୍ ଡି ଅଭାବ ଯୋଗୁ ଏହା ହେଲେ ମଧ୍ୟ ସାଂଘାତିକ ତରଳ ଝାଡ଼ା ଓ ବାନ୍ତି ଯୋଗୁ କ୍ୟାଲ୍‌ସିୟମ ଅଭାବ ହୋଇ ଏହି ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ଏହି ରୋଗ ହୋଇପାରେ କିନ୍ତୁ ଅଧିକାଂଶ ରୋଗ ପିଲା ବୟସରେ କୁପୋଷଣ ବା ଖାଦ୍ୟାଭାବ ତ‌ଥା ଦୁର୍ଭିକ୍ଷ ଯୋଗୁ ହୁଏ ।

କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ ପରିପୂରକ ଜୀବସାର ଘ ଦେଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । [୪] ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ । [୧] ଜୀବସାର ଘ ଅଭାବ ଥିଲେ ଭିଟାମିନ ଡି ଓ କ୍ୟାଲସିଅମ ଦେଇ ଚିକିତ୍ସା କରାଯାଏ ।[୧] ଅଳ୍ପ କିଛି ସପ୍ତାହ ମଧ୍ୟରେ ରୋଗରେ ଉନ୍ନତି ହେବା ଲକ୍ଷକରିହୁଏ ।[୧] ବଙ୍କା ହାଡ଼ ମଧ୍ୟ ସମୟ କ୍ରମେ ଉନ୍ନତି କରେ । [୪] ଅଧିକ ବଙ୍କା ହୋଇଯାଇଥିଲେ ଅପରେଶନ କରି ସିଧା କରାଯାଏ ।[୨] ଜେନେଟିକ କାରଣରୁ ହୋଇଥିଲେ ବିଶେଷ ଚିକିତ୍ସା କରାଯାଏ । [୪]

ସାଧାରଣତଃ ମଧ୍ୟ ପ୍ରାଚ୍ୟ (Middle East), ଆଫ୍ରିକା ଓ ଏସିଆରେ ଏହି ରୋଗ ଅଧିକ ହୁଏ ।[୩] ଅଳ୍ପ ସଂଖ୍ୟକ କେତେକ ଦଳକୁ (minority group) ଛାଡ଼ିଦେଲେ ବାକି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏନାହିଁ ।[୨][୩] ପିଲା ବୟସରେ ବିଶେଷତଃ ୩-୧୮ ମାସ ବୟସରେ ଏହି ରୋଗ ଆରମ୍ଭ ହୁଏ ।[୨][୩] ପୁଅ ଓ ଝିଅ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୨] ପ୍ରଥମ ଶତାବ୍ଦୀରେ ରିକେଟର ବର୍ଣ୍ଣନା ଥିଲା [୮] ଓ ସାରା ରୋମାନ ଜଗତରେ (Roman Empire) ରୋଗ ଥିବା ଲକ୍ଷ କରାଯାଉଥିଲା ।[୯] ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ସାଧାରଣ ରୋଗ ଥିଲା ।[୮] ପୂର୍ବରୁ କଡ଼ ଲିଭର ଅଏଲ (cod live oil) ସାହାଯ୍ୟରେ ଚିକିତ୍ସା କରାଯାଉଥିଲା ।[୮]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Rickets". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2013. Retrieved 19 December 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Rickets, Vitamin D Deficiency". NORD (National Organization for Rare Disorders). 2005. Retrieved 19 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Creo, AL; Thacher, TD; Pettifor, JM; Strand, MA; Fischer, PR (May 2017). "Nutritional rickets around the world: an update". Paediatrics and international child health. 37 (2): 84–98. doi:10.1080/20469047.2016.1248170. PMID 27922335.
  4. ୪.୦ ୪.୧ ୪.୨ ୪.୩ ୪.୪ "Rickets - OrthoInfo - AAOS". September 2010. Retrieved 19 December 2017.
  5. Florin, Todd; MD, Stephen Ludwig; Aronson, Paul L.; Werner, Heidi C. (2011). Netter's Pediatrics E-Book (in ଇଂରାଜୀ). Elsevier Health Sciences. p. 430. ISBN 1455710644.
  6. Magnesium and vitamin D's co-factors, by John Jacob Cannell, M.D. citing The Lancet; The Vitamin D Council "Two interesting cases of Mg dependent Vitamin D-resistant rickets appeared in the Lancet in 1974. Two children, one age two and the other age five, presented with classic rickets. 600,000 IU of Vitamin D daily for ten days did not result in any improvement in six weeks—in either x-rays or alkaline phosphatase—and the doctors diagnosed Vitamin D-resistant rickets. Almost by accident, serum Mg levels were then obtained, which were low in both children. After the treatment with Mg, the rickets rapidly resolved."
  7. TheFreeDictionary > rickets In turn citing:
    • The American Heritage Medical Dictionary Copyright 2007 (mentioning vitamin D and phosphates)
    • Mosby's Dental Dictionary, 2nd edition. Copyright 2008 (mentioning vitamin D and calcium)
  8. ୮.୦ ୮.୧ ୮.୨ Rajakumar, K (August 2003). "Vitamin D, cod-liver oil, sunlight, and rickets: a historical perspective". Pediatrics. 112 (2): e132-5. doi:10.1542/peds.112.2.e132. PMID 12897318.
  9. Brown, Mark (2018-08-19). "Evidence in the bones reveals rickets in Roman times". the Guardian (in ଇଂରାଜୀ). Retrieved 2018-08-20.