ବାଧାପ୍ରାପ୍ତ ପ୍ରସବ
ବାଧାପ୍ରାପ୍ତ ପ୍ରସବ, (ଇଂରାଜୀରେ ଅବସ୍ଟ୍ରକ୍ଟେଡ ଲେବର, ଅନ୍ୟ ନାମ ଲେବର ଡିସଟୋସିଆ ଯଥାକ୍ରମେ Obstructed labour, also known as labour dystocia), ନାମ ଦିଆଯାଏ ଯେତେବେଳେ ଉପଯୁକ୍ତ ଜରାୟୁ ସଙ୍କୋଚନ ହେଉଥିଲେ ମଧ୍ୟ ପେଲଭିସରୁ ବାଧାପ୍ରାପ୍ତ ହୋଇ ଛୁଆ ବାହାରକୁ ବାହାରି ପାରେ ନାହିଁ । [୧] ଏହା ପରେ ଅବସ୍ଥା ଜଟିଳ ହୋଇ ଗର୍ଭସ୍ଥ ପିଲା ଯଥେଷ୍ଟ ଅମ୍ଳଜାନ ଅଭାବ ଯୋଗୁ ମୃତ୍ୟୁ ବରଣ କରେ । ଏହି କାରଣରୁ ମାତାର ପ୍ରସବ ଜନିତ ସଂକ୍ରମଣ, ଜରାୟୁ ଫାଟିବା କିମ୍ବା ପ୍ରସବ ପର ରକ୍ତସ୍ରାବ ଭଳି ଜଟିଳତା ସମ୍ଭାବନା ବଢ଼ିଯାଏ । [୨] ଦୀର୍ଘକାଳୀନ ଜଟିଳତା ମଧ୍ୟରେ ପ୍ରସବଗତ ଫିସଚୁଲା ମୁଖ୍ୟ ଅଟେ । ସକ୍ରିୟ ପ୍ରସବ ପ୍ରକ୍ରିୟା ୧୨ ଘଣ୍ଟାରୁ ଦୀର୍ଘକାଳୀନ ହେଲେ ବାଧାପ୍ରାପ୍ତ ପ୍ରସବ କୁହାଯାଏ । [୧]
ବାଧାପ୍ରାପ୍ତ ପ୍ରସବ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | obstetrics and gynaecology[*] |
ରୋଗ ଡାଟାବେସ | 4025 |
ଇ-ମେଡ଼ିସିନ | med/3280 |
Patient UK | ବାଧାପ୍ରାପ୍ତ ପ୍ରସବ |
MeSH | D004420 |
ବାଧାପ୍ରାପ୍ତ ପ୍ରସବର ମୂଖ୍ୟ କାରଣ: ଗୋଟିଏ ବଡ଼ ଓ ଅସ୍ୱାଭାବିକ ସ୍ଥାନିତ ଛୁଆ, ଛୋଟ ପେଲଭିସ ବା ବସ୍ତିଦେଶ, ଓ ପ୍ରସବ ନଳୀରେ ଅସୁବିଧା । ଅସ୍ୱାଭାବିକ ସ୍ଥାନିତ ଛୁଆ: କାନ୍ଧ ତଳକୁ ରହିଲେ (shoulder dystocia) ସୁବିଧାରେ ପେଲଭିସ ତଳକୁ ସହଜରେ ଛୁଆ ଖସେ ନାହିଁ । [୧] ଛୋଟ ପେଲଭିସ ହେବା କାରଣ: ଅପପୁଷ୍ଟି ଓ ସୂର୍ଯ୍ୟାଲୋକ ଦେହରେ ନ ପଡ଼ିକା କାରଣରୁ ଭିଟାମିନ ଡି ଅଭାବ । [୩] କିଶୋରୀ ବୟସରେ ପୂର୍ଣ୍ଣାଙ୍ଗ ଅବୟବ ଗଠନ ହୋଇ ନ ଥିବାରୁ ଏହି ପରିସ୍ଥିତି ଉପୁଜେ । [୨] ପ୍ରସବ ନଳୀ ଅସୁବିଧା: ପୂର୍ବରୁ ଆଘାତ ପ୍ରାପ୍ତ ହୋଇଥିଲେ ବା ଅର୍ବୁଦ ଥିଲେ ଅଣଓସାରିଆ ଯୋନୀପଥ ଓ ପେରିନିଅମ ହୁଏ । [୧] ପାର୍ଟୋଗ୍ରାଫ ସାହାଯ୍ୟରେ ପ୍ରସବ ଧାରାର ଅଗ୍ରଗତି ଅନୁସରଣ କରି ଅସୁବିଧା ନିର୍ଣ୍ଣୟ କରିହୁଏ । [୨] ଏହା ସହିତ ଶାରୀରିକ ପରୀକ୍ଷା କରି ବାଧାର କାରଣ ଖୋଜିହୁଏ । [୪]
ଏହାର ତିନି ପ୍ରକାର ଚିକିତ୍ସା ଅବସ୍ଥା ଅନୁସାରେ କରାଯାଏ ଯଥା ସିଜରିଆନ ସେକସନ, ଭାକ୍ୟୁମ ଏକ୍ସଟ୍ରାକସନ ଓ ସିମ୍ଫିସିସ ପ୍ୟୁବିସ ମେଲା କରି ଛୁଆକୁ ବାହାର କରାଯାଏ । ଅନ୍ୟାନ୍ୟ ଉପଚାର: ମହିଳାର ଜଳଯୋଜନ ସଠିକ ରଖିବା ଓ ଆମନିଓଟିକ ମେମ୍ବ୍ରେନ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଛିଣ୍ଡି ଯାଇଥିଲେ ଆଣ୍ଟିବାୟୋଟିକ ଦିଆଯାଏ । [୫] ଆଫ୍ରିକା ଓ ଏସିଆରେ୨ରୁ ୫ % ପ୍ରସବ ଏହି ବାଧାପ୍ରାପ୍ତ ଶ୍ରେଣୀର ହୁଏ । [୬] ସନ ୧୯୯୦ରେ ମାତୃମୃତ୍ୟୁ ୮ % ବା ୨୯,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହି କମିଯାଇ ୧୯,୦୦୦ ମାତ୍ର ହୋଇଥିଲା । [୭][୧] ଏହି ଶୃଙ୍ଖଳାରେ ଅଧିକାଂଶ ମୃତ୍ୟୁ ବିକାଶଶୀଳ ଦେଶମାନଙ୍କରେ ହୁଏ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ Education material for teachers of midwifery : midwifery education modules (PDF) (2nd ed. ed.). Geneva [Switzerland]: World Health Organisation. 2008. pp. 17–36. ISBN 9789241546669. Archived from the original (PDF) on 2015-02-21. Retrieved 2015-06-09.
{{cite book}}
:|edition=
has extra text (help) - ↑ ୨.୦ ୨.୧ ୨.୨ ୨.୩ Neilson, JP; Lavender, T; Quenby, S; Wray, S (2003). "Obstructed labour". British medical bulletin. 67: 191–204. PMID 14711764.
- ↑ Education material for teachers of midwifery : midwifery education modules (PDF) (2nd ed. ed.). Geneva [Switzerland]: World Health Organisation. 2008. pp. 38–44. ISBN 9789241546669. Archived from the original (PDF) on 2015-02-21. Retrieved 2015-06-09.
{{cite book}}
:|edition=
has extra text (help) - ↑ Education material for teachers of midwifery : midwifery education modules (PDF) (2nd ed. ed.). Geneva [Switzerland]: World Health Organisation. 2008. pp. 45–52. ISBN 9789241546669. Archived from the original (PDF) on 2015-02-21. Retrieved 2015-06-09.
{{cite book}}
:|edition=
has extra text (help) - ↑ Education material for teachers of midwifery : midwifery education modules (PDF) (2nd ed. ed.). Geneva [Switzerland]: World Health Organisation. 2008. pp. 89–104. ISBN 9789241546669. Archived from the original (PDF) on 2015-02-21. Retrieved 2015-06-09.
{{cite book}}
:|edition=
has extra text (help) - ↑ Usha, Krishna (2004). Pregnancy at risk : current concepts. New Delhi: Jaypee Bros. p. 451. ISBN 9788171798261.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)