ଶ୍ରୋଣୀ ମେଜିଆ ଅବ୍ୟବସ୍ଥା

ଶ୍ରୋଣୀ ମେଜିଆ ଅବ୍ୟବସ୍ଥା, (ପେଲଭିକ ଫ୍ଲୋର ଡିସଅଫରେନ୍ସ, ପେଲଭିକ୍ ଫ୍ଲୋର୍ ଡିସଫଙ୍କସନ ନାମରେ ମଧ୍ୟ ଜଣାଶୁଣା) କୁହାଯାଏ ଯେତେବେଳେ ଶ୍ରୋଣୀ ମେଜିଆରେ ଥିବା ମାଂସପେଶୀଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରୁନଥାଏ ।[] [] ଏହାର ଲକ୍ଷଣ ମଧ୍ୟରେ ଶ୍ରୋଣୀ ଯନ୍ତ୍ରଣା ବା ଚାପ, ଯୌନ କ୍ରିୟା ସମୟରେ ଯନ୍ତ୍ରଣା, ଆପେ ଆପେ ପରିସ୍ରା କିମ୍ବା ମଳ ତ୍ୟାଗ, କୋଷ୍ଠକାଠିନ୍ୟ କିମ୍ବା ଶ୍ରୋଣୀର ସ୍ଥାନ ଚ୍ୟୁତି ହୋଇପାରେ ।[]

Pelvic floor disorders
Pelvic floor dysfunction
Location of pelvis muscles in a female
ବିଭାଗGynecology, urology
ଲକ୍ଷଣPelvic pain or pressure, pain during sex, incontinence of urine or stool, constipation, pelvic organ prolapse[]
ଆକ୍ରାନ୍ତ ସମୟOlder age[]
କାରଣUnclear[]
ବିପଦ କାରକOverweight, prior hysterectomy, smoking, having children[]
ଚିକିତ୍ସାLifestyle changes, medication, medical devices, surgery[]
ପୁନଃପୌନିକCommon (25% of women)[]

ଏହାର କାରଣ ସାଧାରଣତଃ ଅସ୍ପଷ୍ଟ ରହିଛି। [] ସମ୍ଭାବ୍ୟ କାରକଗୁଡିକ ମଧ୍ୟରେ ଶ୍ରୋଣୀ ମେଜିଆରେ ଆଘାତ, ଯୌନ ଉତ୍ପୀଡ଼ନ, ତ୍ୟାଗ କରିବା ଉପାୟ, ପିଠି ନିମ୍ନ ଭାଗ ଯନ୍ତ୍ରଣା, ଏଣ୍ଡୋମେଟ୍ରିଓସିସ୍ ଏବଂ କେତେକ ଔଷଧ ଯେପରିକି କ୍ୟାଲସିସମ ଚାନେଲ ବ୍ଲକର କିମ୍ବା ଆଣ୍ଟିହିଷ୍ଟାମିନ ଅନ୍ତର୍ଭୁକ୍ତ ହୋଇପାରେ ।[] ଅଧିକ ଓଜନ, ପୂର୍ବରୁ କରା‌ଯାଇଥିବା ହିଷ୍ଟେରେକ୍ଟୋମି, ଧୂମପାନ ଏବଂ ସନ୍ତାନ ଜନ୍ମ କରିବା ବିପଦ ହୋଇପାରେ ।[] ଅନ୍ତର୍ନିହିତ କ୍ରିୟାବିଧି ମଧ୍ୟରେ ଅଧିକ ବା ହ୍ରାସ କିମ୍ବା ଖରାପ ମାଂସପେଶୀ ସମନ୍ୱୟ ହୋଇପାରେ ।[]

ଚିକିତ୍ସାରେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଚିକିତ୍ସା ଉପକରଣ କିମ୍ବା ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ ।[] ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ମଧ୍ୟରେ ବ୍ୟାୟାମ ଏବଂ ଏକ ସୁସ୍ଥ ଖାଦ୍ୟ ଆବଶ୍ୟକ ।[] ଚିକିତ୍ସା ଉପକରଣଗୁଡ଼ିକରେ ପେସାରୀ ଆବଶ୍ୟକ ହୋଇପାରେ ।[] ମହିଳାମାନଙ୍କଠାରେ ଶ୍ରୋଣୀ ମେଜିଆର ଶାରୀରିକ ପ୍ରଶିକ୍ଷଣ ଉପଯୋଗୀ ହୁଏ ।[]

ଶ୍ରୋଣୀ ମେଜିଆ ବ୍ୟାଧି ସାଧାରଣତଃ ପ୍ରାୟ ୨୫% ମହିଳାଙ୍କୁ କିଛି ସମୟରେ ପ୍ରଭାବିତ କରିଥାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] [] ବୟସ ସହିତ ଏହି ରୋଗ ଅଧିକ ହେଉଥିବା ଦେଖାଯାଏ ।[] ପ୍ରସବ କରିଥିବା ଅର୍ଦ୍ଧେକ ମହିଳାଙ୍କଠାରେ ଶ୍ରୋଣୀ ମେଜିଆର ସ୍ଥାନ ଚ୍ୟୁତି ହୁଏ ।[] [] କେତେକ ସଂସ୍କୃତିରେ ଏହାକୁ ଏକ ସ୍ଟିଗମା ବା କଳଙ୍କ ମନେକରାଯାଏ ଏବଂ ସେଥିପାଇଁ ମହିଳାମାନେ ଯତ୍ନଶୀଳ ହେବା ଆବଶ୍ୟକ ।[] ଏହିପରି ମୂତ୍ର ସମସ୍ୟା ପାଇଁ ପ୍ରତିବର୍ଷ ପ୍ରତ୍ୟକ୍ଷ ସ୍କ୍ରିନିଂ କରିବାକୁ ପରାମର୍ଶ ଦିଆଯାଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Grimes, WR; Stratton, M (January 2020). "Pelvic Floor Dysfunction". StatPearls. PMID 32644672.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Good, MM; Solomon, ER (September 2019). "Pelvic Floor Disorders". Obstetrics and gynecology clinics of North America. 46 (3): 527–540. doi:10.1016/j.ogc.2019.04.010. PMID 31378293.
  3. ୩.୦ ୩.୧ Wallace, SL; Miller, LD; Mishra, K (December 2019). "Pelvic floor physical therapy in the treatment of pelvic floor dysfunction in women". Current opinion in obstetrics & gynecology. 31 (6): 485–493. doi:10.1097/GCO.0000000000000584. PMID 31609735.
  4. Lakhoo, J; Khatri, G; Elsayed, RF; Chernyak, V; Olpin, J; Steiner, A; Tammisetti, VS; Sundaram, KM; Arora, SS (November 2019). "MRI of the Male Pelvic Floor". Radiographics : a review publication of the Radiological Society of North America, Inc. 39 (7): 2003–2022. doi:10.1148/rg.2019190064. PMID 31697623.
  5. Hagen S, Stark D (2011). "Conservative prevention and management of pelvic organ prolapse in women". Cochrane Database Syst Rev. 12 (12): CD003882. doi:10.1002/14651858.CD003882.pub4. PMID 22161382.