ସିସପ୍ଲାଟିନ (ଇଂରାଜୀ ଭାଷାରେ Cisplatin) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ରକମର କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଟେସ୍ଟିକୁଲାର କର୍କଟ (testicular cancer), ଓଭାରି କର୍କଟ, ସ୍ତନ କର୍କଟ, ମୂତ୍ରାଶୟ କର୍କଟ (bladder cancer), ମୁଣ୍ଡ ଓ ବେକ କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ, ଫୁସଫୁସ କର୍କଟ, ମେସୋଥେଲିଓମା, ଏସୋଫେଜିଆଲ କର୍କଟ (esophageal cancer), ମସ୍ତିଷ୍କ କର୍କଟନିଉରୋବ୍ଲାସ୍ଟୋମାଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[]

ସିସପ୍ଲାଟିନ
Clinical data
Trade namesPlatinol, others
Synonymscisplatinum, platamin, neoplatin, cismaplat, cis-diamminedichloridoplatinum(II) (CDDP)
AHFS/Drugs.commonograph
MedlinePlusa684036
Pregnancy
category
  • US: D (Evidence of risk)
Routes of
administration
Intravenous
ATC code
Legal status
Legal status
Pharmacokinetic data
Bioavailability100% (IV)
Protein binding> 95%
Elimination half-life30–100 hours
ExcretionRenal
Identifiers
  • (SP-4-2)-diamminedichloroplatinum(II)
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.036.106 Edit this at Wikidata
Chemical and physical data
Formula[Pt(NH3)2Cl2]
Molar mass300.01 g/mol
3D model (JSmol)
  • [NH3][Pt+2](Cl)(Cl)[NH3]
  • InChI=1S/2ClH.2H3N.Pt/h2*1H;2*1H3;/q;;;;+2/p-2 checkY
  • Key:LXZZYRPGZAFOLE-UHFFFAOYSA-L checkY
 ☒NcheckY (what is this?)  (verify)

ସିସପ୍ଲାଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଶ୍ରବଣ ସମସ୍ୟା (hearing problems), ବୃକ୍‌କ ସମସ୍ୟା (kidney problems) ଓ ବାନ୍ତି (vomiting) ଆଦି ଲକ୍ଷଣମାନ ଦେଖାଯାଏ । ଆଲର୍ଜି ପ୍ରତିକ୍ରିୟା (allergic reactions), ବିଦ୍ୟୁତ ବିଶ୍ଳେଶ୍ୟ (electrolyte problems) ଓ ହୃଦ୍‌ରୋଗ ଆଦି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରୁଥିବା ଜଣାଯାଏ । ଏହା ପ୍ଲାଟିନମ-ବେସ ଆଣ୍ଟିନିଓପ୍ଲାସ୍ଟିକ(platinum-based antineoplastic) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ DNA ସ‌ହିତ ଅନୁବନ୍ଧିତ ହେବା ପରେ ଦ୍ୱିତୀକରଣକୁ ବାଧାଦେଇ କାର୍ଯକ୍ଷମ ହୁଏ । []

ସନ ୧୮୪୫ରେ ସିସପ୍ଲାଟିନ ଆବିଷ୍କୃତ ହେବାପରେ ସନ ୧୯୭୮/୧୯୭୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମିଗ୍ରା ଭାଏଲର ମୂଲ୍ୟ ୫.୫୬ରୁ ୭.୯୮ ଆମେରିକୀୟ ଡଲାର । [] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୭ ପାଉଣ୍ଡ । []

  1. ୧.୦ ୧.୧ ୧.୨ "Cisplatin". The American Society of Health-System Pharmacists. Retrieved 8 December 2016.
  2. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 513. ISBN 9783527607495.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Cisplatin". International Drug Price Indicator Guide. Retrieved 8 December 2016.[permanent dead link]
  5. British national formulary : BNF 69 (69 ed.). British Medical Association. 2015. p. 605. ISBN 9780857111562.