ସିରୋସିସ୍

ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ

ସିରୋସିସ୍ /sɪˈrsɪs/ ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ । ସ୍ୱାଭାବିକ ଭାବରେ ରୋଗ ବର୍ଷ ବର୍ଷ ଧରି ଧୀରେ ବଢ଼ିଚାଲେ । ରୋଗ ଆରମ୍ଭରେ କୋଣସି ଲକ୍ଷଣ ପ୍ରକାଶ ପାଏନାହିଁ । ରୋଗ ଖରାପ ଦିଗକୁ ଗତି କଲେ ଦୁର୍ବଳ ଲାଗେ, ଗଲୁ କରେ, ଗୋଡ଼ ନିମ୍ନଭାଗ ଫୁଲିଯାଏ, ଚମ ହଳଦିଆ ହୁଏ, ସ‌ହଜରେ କ୍ଷତ ହୁଏ, ପେଟରେ ତରଳ ପଦାର୍ଥ ଜମିଯାଏ ଓ ପେଟ ବୁଢ଼ିଆଣି ବସା ପରି ଶିରାଳ ଦେଖାଯାଏ । ପେଟରେ ଜମିଥିବା ତରଳ ପଦାର୍ଥ ସ୍ୱତଃ ସଂକ୍ରମିତ ହୋଇଯାଇପାରେ । ଅନ୍ୟ ଜଟିଳତା ମଧ୍ୟରେ ହେପାଟିକ ଏନ‌କେଫାଲୋପାଥି, ଏସୋଫେଗସରେ ଥିବା ସ୍ଫିତ ରକ୍ତନଳୀରୁ ରକ୍ତସ୍ରାବ ଓ କର୍କଟ ରୋଗ ହୋଇପାରେ । ହେପାଟିକ ଏନ‌କେଫାଲୋପାଥି ହେଲେ ମାନସିକ ଦ୍ୱନ୍ଦ ହୁଏ ଓ ମୂର୍ଚ୍ଛା ହେବା ସମ୍ଭାବନା ରହେ । [୧]

ସିରୋସିସ୍
Hepaticfailure.jpg
ଗୋଟିଏ ଲୋକର ସିରୋସିସ୍ ରୋଗ ଯୋଗୁ ଜଳୀୟ ପଦାର୍ଥ ଜମି ବିରାଟ ଉଦର ଓ ଶୀରା ବ‌ହୁଳ କାପୁଟ ମେଡୁସା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGastroenterology
ଆଇସିଡ଼ି-୧୦K70.3, K71.7, K74.
ଆଇସିଡ଼ି-୯-ସିଏମ୍571
ରୋଗ ଡାଟାବେସ2729
ମେଡ଼ିସିନ-ପ୍ଲସ000255
ଇ-ମେଡ଼ିସିନmed/3183 radio/175
Patient UKସିରୋସିସ୍
MeSHD008103

ସିରୋସିସ୍ ରୋଗର କାରଣ:- ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ ବି, ହେପାଟାଇଟିସ ସିନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ[୧][୨] ଦୈନନ୍ଦିନ ୨ ବା ୩ ଥରରୁ ଅଧିକ ଅନେକ ବର୍ଷ ଧରି ମଦ୍ୟପାନ କଲେ ସମୟକ୍ରମେ ସିରୋସିସ୍ ରୋଗ ହୁଏ । ଅଧିକ ଓଜନ ଥିବା ବ୍ୟକ୍ତି, ଡାଏବିଟିସ, ରକ୍ତରେ ଅଧିକ ଚର୍ବି ଅଂଶଥିଲେ ନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ ରୋଗ ହେବା ସମ୍ଭାବନା ଥାଏ । ଅଟୋଇମ୍ମୁଇ ହେପାଟାଇଟିସ, ପ୍ରାଇମେରୀ ବିଲିଆରି ସିରୋସିସ୍, କେତେକ ଔଷଧ ଓ ଗଲସ୍ଟୋନ(ପିତ୍ତକୋଷରେ ପଥର) ଥିଲେ ମଧ୍ୟ ଏହି ରୋଗ ହୋଇପାରେ କିନ୍ତୁ ସାଧାରଣତଃ ଅଧିକ ହୁଏ ନାହିଁ । ସିରୋସିସ୍ ରୋଗରେ ଯକୃତ ତନ୍ତୁଗୁଡ଼ିକ ଫାଇବ୍ରୋସିସରେ ପରିବର୍ତ୍ତିତ ହୋଇଯାଏ । ଏହି କାରଣ ଯୋଗୁ ଯକୃତର କାର୍ଯ୍ୟ ବିପର୍ଯ୍ୟସ୍ତ ହୋଇଯାଏ । ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗଯକୃତ ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ । [୧]

ହେପାଟାଇଟିସ ବି ରୋଗ ପ୍ରତିଷେଧକ ଟିକା ଦେଲେ ସିରୋସିସ ପ୍ରତିରୋଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହାର ଚିକିତ୍ସା ଆଂଶିକ ଭାବରେ ନିର୍ଭର କରେ । ଚିକିତ୍ସା: ଅଧିକ ଖରାପ ଦିଗକୁ ଗତି ନ କରି ଦେବାକୁ ଓ ଏହାର ଜଟିଳତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଲକ୍ଷ ରଖାଯାଏ । ମଦ ବା ଆଲକୋହୋଲ ଏଡ଼େଇବାକୁ ଉପଦେଶ ଦିଆଯାଏ ।ଆଣ୍ଟିଭାଇରସ ଔଷଧ ଦେଇ ହେପାଟାଇଟିସ ବି ଓ ସି ରୋଗମାନଙ୍କ ଚିକିତ୍ସା କରାଯାଏ । ସ୍ଟିରଏଡ ଦେଇ ଅଟୋଇମ୍ମ୍ୟୁନ ହେପାଟାଇଟିସ ଚିକିତ୍ସା କରାଯାଏ । ପିତ୍ତନଳୀ ପଥ ବନ୍ଦ ହୋଇଥିଲେ ଉର୍ସୋଡିଓଲ ଔଷଧ ସାହାଯ୍ୟକାରୀ ହୁଏ । ହେପାଟିକ ଏନ‌କେଫାଲୋପାଥି, ସ୍ଫିତ ଏସୋଫେଗସ ଶିରା ଓ ଫୁଲା ନିମନ୍ତେ ଦରକାରୀ ଚିକିତ୍ସା କରାଯାଏ । ଗମ୍ଭୀର ଧରଣର ସିରୋସିସ୍ ଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରିହେବ । [୧]

ସନ ୧୯୯୦ରେ ସିରୋସିସ୍ ରୋଗ ଯୋଗୁ 0.୮ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା ବୃଦ୍ଧି ପାଇ ୧.୨ ନିଯୁତରେ ପ‌ହ‌ଞ୍ଚିଥଲା, [୨] ଏମାନଙ୍କ ମଧ୍ୟରୁ ଆଲକୋହୋଲ ଯୋଗୁ ୩୮୪,000, ହେପାଟାଇଟିସ ସି ଯୋଗୁ ୩୫୮,000, ଓ ହେପାଟାଇଟିସ ବି ଯୋଗୁ ୩୧୭,000 ସଂଖ୍ୟକ ମୃତ୍ୟୁ ହୋଇଥିଲା ।[୨] ଆମେରିକାରେ ଏହି ରୋଗ ଯୋଗୁ ପୁରୁଷ ମୃତ୍ୟୁ ସଂଖ୍ୟା ମହିଳାଙ୍କ ଅପେକ୍ଷା ଅଧିକ ।[୧] ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ହିପୋକ୍ରାଟିସ ପ୍ରଥମେ ବର୍ଣ୍ଣନା କରିଥିଲେ । [୩]ସିରୋସିସ ଶବ୍ଦଟି ଗ୍ରୀକ: κίρρωσις ଶବ୍ଦରୁ ନିଆଯାଇଛି:ସିରୋସ κιρρός ଅର୍ଥ ହଳଦିଆ ଓ ଓସିସ (-ωσις) ଅର୍ଥ ଅବସ୍ଥା ।


ଲକ୍ଷଣ ଓ ଚିହ୍ନସମ୍ପାଦନ କରନ୍ତୁ

ନିମ୍ନରେ କେତେଗୁଡିଏ ଲକ୍ଷଣ ଓ ଚିହ୍ନ ଉଲ୍ଲେଖ କରାଗଲା । ସେଗୁଡିକ ଅନ୍ୟ ରୋଗରେ ମଧ୍ୟ ଦେଖାଯାଏ । ଏଣୁ ଏହି ଲକ୍ଷଣ ସମୂହ ଥିଲେ ସିରୋସିସ୍ ଅଛି ବୋଲି ଭାବିବା ସର୍ବଦା ଠିକ୍ ନୁହେଁ, ବା ନ ଥିଲେ ସିରୋସିସ୍ ନାହିଁ ଭାବିବା ମଧ୍ୟ ଠିକ ନୁହେଁ ।

ସ୍ପାଇଡର୍ ଆଞ୍ଜିଓମା
 
ସ୍ପାଇଡର ନେଭି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*], hepatology[*]
Patient UKସିରୋସିସ୍
  • ସ୍ପାଇଡର୍ ଆଞ୍ଜିଓମା ବା ସ୍ପାଇଡର ନେଭସ୍ । ସରୁ ରକ୍ତ ନଳୀ ସାଇକଲ ସ୍ପୋକ୍ ଭଳି ଦେଖାଯାଏ ।
  • ପାପୁଲି ଏରିଦେମା (Palmar erythema)। ହରମୋନ୍ ବିଶୃଙ୍ଖଳା ଯୋଗୁ ହୁଏ ।
  • ନଖ ପରିବର୍ତ୍ତନ
    • ଦୁଇଟି ଭୁସମାନ୍ତରାଳ ରେଖା (Muehrcke's lines)
    • ପ୍ରଥମ ଦୁଇ ତୃତୀୟାଂଶ ଧଳା ଓ ବାକି ଅଂଶ ଲାଲ ଦେଖାଯାଏ (Terry's nails ) ।
    • କ୍ଲବିଙ୍ଗ (Clubbing)ନଖ ଓ ନିକଟସ୍ଥ ଚର୍ମ ୧୮୦ କୋଣ ଅଙ୍କନ କରନ୍ତି ।
  • ହାଇପରଟ୍ରୋଫିକଓଷ୍ଟିଓଆର୍ଥ୍ରୋପାଥି
  • ଡୁପ୍ୱିଟ୍ରେନ୍ କନ୍ଟ୍ରାକଚର୍ (Dupuytren's contracture)
  • ପୁରୁଷ ସ୍ତନ (Gynecomastia): ବୃଦ୍ଧି ପ୍ରାପ୍ତ ହୁଏ ।
  • ହାଇପୋଗୋନାଡିଜ୍ମ
  • ଯକୃତ ଆକାର: ବଡ, ଛୋଟ ବା କିଛି ନ ବଦଳି ପାରେ ।
  • ପ୍ଲିହା ବଢିଯାଏ । ପୋର୍ଟାଲ୍ ଉଚ୍ଚ ରକ୍ତଚାପ ଯୋଗୁ ପ୍ଲିହାର ମଧ୍ୟ ଭାଗରେ (Pulp)ରକ୍ତ ମାତ୍ରା ଅଧିକ ହେବା ଯୋଗୁ ବଢିଯାଏ ।
  • ଜଳ ଉଦରୀ (Ascitis): ପେରିଟୋନିଅମ୍ ଖୋଳ ମଧ୍ୟରେ ଜଳୀୟ ପଦାର୍ଥ ଜମିଯାଇ ପେଟ ବଢିଯାଏ । ଅତି କମରେ ୧୫୦୦ମି.ଲି. ଜମିଲେ ପେଟ ବଢିବା ଜଣା ପଡେ ।
  • କାପୁଟ ମେଡୁସା: ନାଭିଠାରୁ ସବୁ ଦିଗକୁ ଶିରାସମୁହ ଫୁଲିଯାଇଥିବା ଦେଖାଯାଏ ।
  • କ୍ରୁଭେଲ୍‌ହିଅର୍-ବମଗାର୍ଟର ମର୍‌ମର୍: ପେଟ ଉପର ପାଖରେ ସ୍ଟେଥୋସ୍କୋପ ଲଗେଇ ଶୁଣିଲେ କ୍ଷୀଣ ମର୍‌ମର୍ ଶବ୍ଦ ଶୁଣାଯାଏ ।
  • ଫେଟର୍ ହେପାଟିକସ୍: ନିଶ୍ୱାସରେ ଡାଇମିଥାଇଲ୍ ସଲଫେଟ୍ ଆସିବାରୁ ଦୁର୍ଗନ୍ଧ ହୁଏ ।
  • କାମଳ: ଆଖି, ଚର୍ମ ଓ ଶ୍ଳେଷ୍ମ୍ ଝିଲ୍ଲୀ ହଳଦିଆ ଦେଖାଯାଏ ।
  • ଭୋକ ଶୂନ୍ୟତା, ଓଜନ ହ୍ରାସ, ଦୂର୍ବଳ ଲାଗିବା ଓ ଥକ୍କା ଲାଗିବା ଲକ୍ଷଣ ପ୍ରକାଶ ପାଏ ।

ରୋଗ ବୃଦ୍ଧି ପରେ ଜଟୀଳତା ଯୋଗୁ କେତେକ ଲକ୍ଷଣ ପ୍ରଥମ ଥର ନିମନ୍ତେ ପ୍ରକାଶ ପାଏ । ସେଗୁଡିକ ନାମ ନିମ୍ନରେ ଦିଆଗଲା ।

ଅନ୍ୟ ଅଙ୍ଗରେ ଜଟୀଳତା

କାରଣସମ୍ପାଦନ କରନ୍ତୁ

ଅନେକ କାରଣ ଯୋଗୁ ସିରୋସିସ୍ ହୋଇପାରେ । ସାଧାରଣତଃ ପୁରୁଣା ମଦ୍ୟପାନ ଓ ହେପାଟାଇଟିସ୍ ସି ଯୋଗୁ ପଶ୍ଚିମ ପୃଥିବୀରେ ଏହି ରୋଗ ହୁଏ ।

ଶରୀର ତତ୍ତ୍ୱ ନିଦାନସମ୍ପାଦନ କରନ୍ତୁ

ଯକୃତର କାମ: ଆଲ୍‌ବୁମିନ୍, ରକ୍ତ ଜମାଟ ଫ୍ୟାକ୍ଟର ଓ କମ୍ପ୍ଲିମେଣ୍ଟ ଭଳି ପୁଷ୍ଟିସାର ଗୁଡିକର ସଂଶ୍ଳେଷଣ କରେ । ବିଷାକ୍ତ ପଦାର୍ଥ ନଷ୍ଟ କରେ(Detoxify)। ଚର୍ବି ଓ ଶ୍ୱେତସାରର ବିପାକରେ(Metabolism) ଭାଗ ନିଏ ।
ଯାହା ବି କାରଣ ହେଉ ନା କାହିଁକି, ସିରୋସିସ୍ ପୂର୍ବରୁ ଅଧିକାଂଶ କ୍ଷେତ୍ରରେ ହେପାଟାଇଟିସ୍ ଓ ଚର୍ବିଳ ଯକୃତ ଦେଖାଯାଏ । ଏହି ପ୍ରାଥମିକ ଅବସ୍ଥାରେ ଯଦି ସିରୋସିସ୍‌ର କାରଣକୁ ଦୂର କରାଯାଇପାରିବ ତାହାହେଲେ ରୋଗରେ କ୍ଷତିଗ୍ରସ୍ତ ଯକୃତ ଅଂଶ ପୁନଃନିର୍ମାଣ ହୋଇପାରିବ ।
ଏହି ରୋଗରେ ଯକୃତର ନିଜସ୍ୱ କୋଷ ଗୁଡିକ ନଷ୍ଟ ହୋଇ ସୂତ୍ର ତନ୍ତୁରେ ପରିବର୍ତ୍ତିତ ହୋଇଯାଏ ଓ ସ୍କାର ତନ୍ତୁରେ ପରିଣତ ହୁଏ । ଏହାଦ୍ୱାରା ପୋର୍ଟାଲ୍ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ ଓ କାର୍ଯ୍ୟ କୁଶଳତା ନଷ୍ଟ ହୋଇଯାଏ । ନିକଟରେ ହୋଇଥିବା ଗବେଷଣାରୁ ଜଣା ପଡ଼ିଛି, ଯକୃତ କୋଷ ନଷ୍ଟ ହୋଇଗଲେ ସ୍ଟିଲେଟ କୋଷ ଗତିଶୀଳ ହୋଇଯାଏ ଓ ମାୟୋଫାଇବ୍ରୋବ୍ଲାଷ୍ଟରେ ପରିଣତ ହୁଏ । ଏହା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ । ଆହୁରି ମଧ୍ୟ ଏହା ଟି.ଜି.ଏଫ୍.-ବିଟା ୧(TGF-β1) କ୍ଷରଣ କରେ ଯାହା କନେକ୍‌ଟିଭ୍ ତନ୍ତୁ ଅଧିକ ସୃଷ୍ଟି କରେ ।
ଏହି ସମସ୍ତ ପରିବର୍ତ୍ତନ ଯୋଗୁ ଯକୃତରେ ରକ୍ତ ସରବରାହ ହୋଇ ନ ପାରି ସ୍ୱଳ୍ପ ରକ୍ତ ସଞ୍ଚାଳନ ହୁଏ । ପ୍ଲିହାରେ ରକ୍ତ ଜମିଯାଏ ଓ ହାଇପର୍‌ସ୍ପ୍ଲେନିଜ୍ମ୍(hypersplenism) ହୁଏ । ପ୍ଲାଟେଲେଟ ରକ୍ତ କଣିକା ଭାଙ୍ଗିଯାଏ । ଏହି ରୋଗର ଅଧିକାଂଶ ଜଟିଳତା ପୋର୍ଟାଲ ଉଚ୍ଚ ରକ୍ତ ଚାପ(Portal hypertension) ଯୋଗୁ ହୁଏ ।

ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

ସିରୋସିସ୍ ରୋଗ ନିମନ୍ତେ ଯକୃତ ବାୟୋପ୍ସିକୁ ସ୍ୱର୍ଣ୍ଣାଭ ମାନକ ପରିକ୍ଷା କୁହାଯାଏ । ଏହି ପରିକ୍ଷା ନିମନ୍ତେ ଯକୃତର ତନ୍ତୁ ନେବାକୁ ପଡେ । ଏହା ଟ୍ରାନ୍ସଜୁଗୁଲାର୍,ଲାପାରୋସ୍କୋପି, ପର୍‌କ୍ୟୁଟାନିଅସ୍ ବା ସରୁ ଛୁଞ୍ଚି ଦ୍ୱାର କଢାଯାଏ । ମନେ ରଖିବା କଥା: ବାୟୋପ୍ସି ନିମନ୍ତେ ତନ୍ତୁ ସଂଗ୍ରହରେ କିଛି ବିପଦ ଅଛି ।[୫]
ଆସାଇଟିସ୍, ସ୍ୱଳ୍ପ ପ୍ଲାଟେଲେଟ ସଂଖ୍ୟା ଓ ସ୍ପାଇଡର ନେଭି ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି ।[୬]

ପରୀକ୍ଷାଗାର ଫଳସମ୍ପାଦନ କରନ୍ତୁ

ସିରୋସିସ୍ ରୋଗରେ ନିମ୍ନଲିଖିତ ପରୀକ୍ଷାଗାର ଫଳ ମିଳେ ।

  • ଆମିନୋଟ୍ରାନ୍ସରେଜ୍: ଅ.ଏସ୍.ଟି. ଓ ଏ.ଏଲ୍.ଟି. ସ୍ତର ଉଚ୍ଚ ରହେ ଓ ଏ.ଏଲ୍.ଟି. ଅପେକ୍ଷା ଅ.ଏସ୍.ଟି. ଅଧିକ ରାହେ ।
  • ଆଲ୍କାଲାଇନ୍ ଫସ୍ଫାଟେଜ୍ ଅଧିକ ରହେ ।
  • ଗାମାଗ୍ଲୁଟାମିଲ୍ ଟ୍ରନ୍ସଫରେଜ୍(Gamma-glutamyl transferase)। ଆଲ୍‌କୋହୋଲ୍ ଅପେକ୍ଷା ଯକୃତ ରୋଗରେ ଏହାର ସ୍ତର ଅଧିକ ରହେ ।
  • ବିଲିରୁବିନ ଅଧିକ ରହେ ।
  • ଆଲ୍‌ବୁମିନ୍ କମିଯାଏ ।
  • ପ୍ରୋଥ୍ରୋମ୍ବିନ ଟାଇମ୍ ବଢିଯାଏ ।
  • ଗ୍ଲୋବ୍ୟୁଲିନ୍ କମିଯାଏ ।
  • ହାଇପୋନାଟ୍ରେମିଆ: ରକ୍ତରେ ସୋଡିୟମ କମିଯାଏ ।
  • ଥ୍ରୋମ୍ବୋସାଇଟୋପିନିଆ
  • ଲ୍ୟୁକୋପିନିଆ ଓ ନ୍ୟୁଟ୍ରୋପିନିଆ
  • ରକ୍ତ ଜମାଟ ହେବାରେ ଅସୁବିଧା ହୁଏ ।

ଉପରୋକ୍ତ ପରୀକ୍ଷା ମଧ୍ୟରୁ ୬ଟି ସେରମ୍ ପରୀକ୍ଷାର ଫଳକୁ ନେଇ ଗୋଟିଏ ଫାଇବ୍ରୋ ଟେଷ୍ଟ କରାଯାଉଛି ।[୭] ଏହି ପରୀକ୍ଷାର ଫଳ ଯକୃତ ବାୟୋପ୍ସି ପରୀକ୍ଷାର ଫଳ ସହ ପ୍ରାୟ ମିଶି ଯାଉଛି ।
ନୂତନ ସିରୋସିସ୍ ରୋଗୀ ନିମନ୍ତେ ନିମ୍ନ ଲିଖିତ ପରୀକ୍ଷା କରାଯାଏ ।

  • ହେପାଟାଇଟିସ୍ ଭୁତାଣୁ ନିମନ୍ତେ ସେରୋଲୋଜି ପରୀକ୍ଷା, ଅଟୋଆଣ୍ଟିବଡ଼ି ପରୀକ୍ଷା ।(ANA, anti-smooth muscle, anti-mitochondria, anti-LKM)
  • ଫେରିଟିନ୍ ଓ ଟ୍ରାନ୍ସଫେରିନ୍ ସାଚୁରେସନ ପରୀକ୍ଷା । Ferritin and transferrin saturation (markers of iron overload), copper and ceruloplasmin (markers of copper overload)
  • କୋଲେସ୍ଟେରୋଲ୍ ଓ ଗ୍ଲୁକୋଜ୍
  • ଆଲ୍‌ଫା ୧-ଆଣ୍ଟିଟ୍ରିପ୍‌ସିନ୍

ଇମେଜିଙ୍ଗସମ୍ପାଦନ କରନ୍ତୁ

 
ପେଟର ଆକ୍ସିଆଲ୍ ସି.ଟି. ଚିତ୍ରରେ ପେଟରେ ଥିବା ଯକୃତ ସିରୋସିସ୍‌ର ଦୃଷ୍ୟ

ସିରୋସିସ୍ ରୋଗରେ ନିୟମିତ ଭାବେ ଅଲ୍‌ଟ୍ରାସାଉଣ୍ଡ କରାଯାଏ । ଏହି ରୋଗରେ ଯକୃତ ଗ୍ରନ୍ଥିଳ(Nodular) ଓ ଆକାରରେ ଛୋଟ ଦେଖାଯାଇ ପାରେ । ରୋଗ ଅଧିକ ହୋଇଥିଲେ ଚିତ୍ରରେ ଅନିୟମିତ ଛାୟା ଦେଖାଦିଏ । ଏହାର କଡେଟ ଲୋବ୍(Caudate lobe) ବଡ ଦେଖାଯାଏ । ବିଭିନ୍ନ ଲୋବ୍‌ରେ ଥିବା ଫାଙ୍କ ଚଊଡା ଦେଖାଯାଏ । ପ୍ଲିହା ବଡ ଦେଖାଯାଏ ।
ଫାଇବ୍ରୋ ସ୍କାନ ନାମକ ଏକ ନୂଆ ଯନ୍ତ୍ରଦ୍ୱାରା ଇଲାସ୍ଟିସିଟି ମପାଯାଉଛି । ମେଟାଭିର ସ୍କେଲ(METAVIR) ସ୍କେଲ୍ ଅନୁସାରେ ଯକୃତ କେତେ ନରମ ବା ଟାଣ ତାହା ଜଣାଯାଏ । ଫାଇବ୍ରୋ ସ୍କାନ ଯନ୍ତ୍ର ଯକୃତର ଏକ ଅଲ୍‌ଟ୍ରାସାଉଣ୍ଡ ଛବି ତୋଳେ । ଏହି ପରିକ୍ଷା ବାୟୋପ୍ସି ଠାରୁ ଶୀଘ୍ର ହୁଏ । ରୋଗ କେତେ ସଂଘାତିକ ତାହା ଏହି ପରୀକ୍ଷାଦ୍ୱାରା ପ୍ରାୟ ଜଣାପଡେ ।[୮]
ଏହା ବ୍ୟତିତ ପେଟର ସି.ଟି.ସ୍କାନ୍ ଓ ଯକୃତ ତଥା ପିତ୍ତ ନଳୀର ଏମ୍.ଆର୍.ଆଇ. କରାଯାଏ ।
ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ୍ ଗୋଟିଏ ପିତ୍ତ ନଳୀ ରୋଗ ଯାହା କ୍ୱଚିତ ସୋରୋସିସ୍ ରୋଗର କାରଣ ହୋଇପାରେ । ଏହି ରୋଗ ଜାଣିବା ନିମନ୍ତେ ଇ.ଆର୍.ସି.ପି. କିମ୍ବା ଏମ୍.ଆର୍.ସି.ପି. ପରୀକ୍ଷା କରାଯାଏ

ଏଣ୍ଡୋସ୍କୋପିସମ୍ପାଦନ କରନ୍ତୁ

ଏସୋଫେଗସ୍, ପାକସ୍ଥଳୀ ଓ ଡୁଓଡେନମ୍ ଭିତରର ଦୃଶ୍ୟ ଦେଖିବା ପାଇଁ ଗ୍ୟାସ୍‌ଟ୍ରୋସ୍କୋପି(Gastroscopy) କରାଯାଏ ।ଏସୋଫେଜିଆଲ୍ ଭାରିସେସ୍(esophageal varices) ରୋଗ ଥିଲେ ଏଥିରେ ଜଣାପଡେ ଓ ତାହାର ଚିକିତ୍ସା ସ୍କ୍ଲେରୋଥେରାପି ଓ ବିଟାବ୍ଲକର ଔଷଧଦ୍ୱାରା କରାଯାଏ ।

ନିଦାନସମ୍ପାଦନ କରନ୍ତୁ

ସିରୋସିସ୍ ରୋଗ ହେଲେ ପ୍ରଥମେ ଯକୃତ ଆକାରରେ ବଡ ହୋଇ ରୋଗ ବଢିବା ସଙ୍ଗେ ସଙ୍ଗେ ଛୋଟ ହୋଇଯାଏ । ଏହାର ପୃଷ୍ଠତଳ ଅନିୟମିତ, ଚିପିଲେ ଟାଣ ଲାଗେ ଓ ସ୍ଟିଏଟୋସିସ୍ ସହାବନ୍ଥାନ ଥିଲେ ହଳଦିଆ ଦେଖାଯାଏ । ଏହା ମୁଣ୍ଡା ମୁଣ୍ଡା (Nodular) ଦେଖାଯାଏ ଓ ଏହାକୁ ମୁଣ୍ଡାର ଆକାର ଅନୁସାରେ ତିନି ଭାଗରେ ବିଭକ୍ତ କରାଯାଏ: ମାଇକ୍ରୋନୋଡ୍ୟୁଲାର୍(୩ ମି.ମି.ରୁ କମ୍), ମାକ୍ରୋନୋଡ୍ୟୁଲାର୍(୩ ମି.ମି.ରୁ ବେଶୀ) ଓ ମିଶ୍ରିତ ।
ଅଣୁବୀକ୍ଷଣ ଯନ୍ତ୍ର୍ରର ଦୃଶ୍ୟ ଅନୁସାରେ ଯକୃତ କୋଷର ପୁନର୍ଜନ୍ମ ନୋଡ୍ୟୁଲ ଥିଲେ ୧ ନମ୍ବର ଓ ସୂତ୍ର ତନ୍ତୁ/ସଂଯୋଜକ ତନ୍ତୁ ଥିଲେ ୨ ନମ୍ବର ଦିଆଯାଏ । ରୋଗର କ୍ରିୟାଶୀଳତା ଅନୁସାରେ ସଂଯୋଜକ ତନ୍ତୁ ତିଆରି ହୁଏ । ଏହା ବୃଦ୍ଧି ପ୍ରାପ୍ତ ମଧ୍ୟ ହୋଇପାରେ । ଯକୃତ ଜୀବକୋଷ ନଷ୍ଟ ପ୍ରକ୍ରିୟା ବନ୍ଦ ହେବା ପରେ ମଧ୍ୟ ସୂତ୍ର ତନ୍ତୁ ତିଆରି ଚାଲୁ ରହେ । ଏହି ସୂତ୍ର ତନ୍ତୁ ବୃଦ୍ଧି ଯୋଗୁ ଯକୃତର ଅନ୍ୟ ଅଂଶ ଯଥା ସାଇନୁସଏଡ୍, ଡିସ୍ସେ ସ୍ଥାନ ଓ ବିଭିନ୍ନ ଶିରା, ଧମନୀମାନଙ୍କରେ ରକ୍ତର ଗତିପଥ ରୁଦ୍ଧ ହୋଇଯାଏ । ଏହା ଫଳରେ ପୋର୍ଟାଲ୍ ଉଚ୍ଚ ରକ୍ତ ଚାପ( portal hypertension) ସୃଷ୍ଟି ହୁଏ ।[୯] ଯକୃତ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ କାରଣ ଯୋଗ ନଷ୍ଟ ହେଲେ ସିରୋସିସ୍ ରୋଗରେ ପରିଣତ ହୁଏ । ଉଦାହରଣ ସ୍ୱରୁପ: କ୍ରନିକ୍ ହେପାଟାଇଟିସ୍ ବି ରୋଗରେ ଜୀବକୋଷରେ ଲିମ୍ଫୋସାଇଟ ଅନୁପ୍ରବେଶ ହୁଏ[୯] in cardiac cirrhosis there are erythrocytes and a greater amount of fibrosis in the tissue surrounding the hepatic veins;[୧୦], କାର୍ଡିଆକ୍ ସିରୋସିସରେ ହେପାଟିକ ଶିରା ଚାରିଆଡେ ଲୋହିତ ରକ୍ତ କଣିକା ଓ ସୂତ୍ର ତନ୍ତୁ ବେଢି ଯାଆନ୍ତି[୧୦] । ପ୍ରାଥମିକ ବିଲିଆରି ସିରୋସିସରେ ପିତ୍ତ ନଳୀ ଚାରିପଟେ ସୂତ୍ରତନ୍ତୁ ଓ ଗ୍ରାନୁଲୋମା ହୋଇ ପିତ୍ତ ବାହାରି ନ ପାରି ଜମା ହୋଇରହେ ।[୧୧] ଆଲକୋହୋଲିକ ସିରୋସିସରେ ନ୍ୟୁଟ୍ରୋଫିଲ୍ ଅନୁପ୍ରବେଶ ଦେଖାଯାଏ ।[୯]

ବର୍ଗୀକରଣସମ୍ପାଦନ କରନ୍ତୁ

ଚାଇଲ୍ଡ୍-ପୁଗ୍ ସ୍କୋର ଅନୁସାରେ ସିରୋସିସର ବର୍ଗୀକରଣ କରାଯାଏ । ବିଲିରୁବିନ୍, ଆଲ୍‌ବୁମିନ୍, ଆଇ.ଏନ୍.ଆର୍. ଉପସ୍ଥିତି ନେଇ ଏହାକୁ ଏ, ବି ଓ ସି ଶ୍ରେଣୀରେ ବିଭକ୍ତ କରାଯାଏ । ଏ ଶ୍ରେଣୀ ରୋଗର ପୂର୍ବାନୁମାନ ଉତ୍ତମ ରହେ, ସି ଶ୍ରେଣୀ ଅଧିକ ମୃତ୍ୟୁ ବରଣ କରନ୍ତି । ଏହି ସ୍କୋର ୧୯୬୪ ମସିହାରେ ଚାଇଲ୍ଡ୍ ଓ ଟୁର୍କୋଟଦ୍ୱାରା ପ୍ରକାଶିତ ହୋଇ ୧୯୭୩ ମସିହାରେ ପୁଗଦ୍ୱାରା ପରିବର୍ତ୍ତିତ ହୋଇଥିଲା ।[୧୨]
ଅଧୁନା ମଡେଲ୍ ଫର୍ ମଡେଲ୍ ଫର୍ ଏଣ୍ଡ୍-ସ୍ଟେଜ୍ ଲିଭର ଡିଜିଜ୍(MELD) ସ୍କୋର ଶଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଏଣ୍ଡ ସ୍ଟେଜ୍ ଲିଭର ଡିଜିଜ୍(PELD) ସ୍କୋର ବ୍ୟବହାର ହେଉଛି ।
ହେପାଟିକ୍ ଶିରାର ଆରମ୍ଭ ଓ ଶେଷ ମୁଣ୍ଡରେ ହେଉଥିବା ଚାପର ପାର୍ଥକ୍ୟ ରୋଗର ସ୍ଥିତି ଦେଖାଇ ପାରେ, ଏହା ଅବସ୍ଥା ଗମ୍ଭୀର ବା ନୁହେଁ ଜଣାଇ ଦେଇପାରେ ।

ଚିକିତ୍ସାସମ୍ପାଦନ କରନ୍ତୁ

ସଧାରଣତଃ ଯକୃତର ନଷ୍ଟ ହୋଇଥିବା ଅଂଶ ଓଲଟାଇ ହେବନାହି।, କିନ୍ତୁ ଚିକିତ୍ସା ଦ୍ୱାର ଏହାର ଅଗ୍ରଗତିକୁ ରୋକି ହେବ ଓ ଜଟୀଳତାକୁ କମ କରିହେବ । ଯେହେତୁ ସିରୋସିସ୍ ରୋଗ ବହୁତ ଶକ୍ତି ନଷ୍ଟ କର ଏଣୁ ରୋଗୀକୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଉତ୍ସାହିତ କରିବା ଆବଶ୍ୟକ । ସଂକ୍ରମଣ ହେଉଥିବାରୁ ଆଣ୍ଟିବାୟୋଟିକ ଉପଦେଶ ଦିଆଯାଏ । କୁଣ୍ଡେଇ ହେବା ନିମିତ୍ତ ଅନେକ ପ୍ରକାରର ଔଷଧ ଦିଆଯାଏ । କୋଷ୍ଠକାଠିନ୍ୟ ଯୋଗୁ ଲାକ୍ଟୁଲୋଜ(Lactulose) ଦିଆଯାଏ ।
ମଦ୍ୟପାନ ଜନିତ ସିରୋସିସ୍ ହେବା ଜଣା ପଡ଼ିଲେ ମଦ ବନ୍ଦ କରିବା ଆବଶ୍ୟକ ହୁଏ । ଭାଇରାଲ୍ ହେପାଟାଇଟିସ୍ ନିମନ୍ତେ ଇଣ୍ଟରଫେରନ୍ ଓ ଅଟୋଇମ୍ମୁନ ହେପାଟାଇଟିସ ନିମନ୍ତେ କର୍ଟିକୋସ୍ଟିରଏଡ ଦିଆଯାଏ । ତମ୍ବା ବା କପର୍(Copper) ଆଧିକ୍ୟ ଯୋଗୁ ଉଇଲ୍‌ସନ ରୋଗ ହୁଏ, ଏଣୁ କପର୍ କାଢିବା ନିମନ୍ତେ ଚିଲେସନ ଥେରାପି ଯଥା ପେନିସିଲାମିନ୍ ଦିଆଯାଏ ।

ଅଧିକ ଯକୃତ ନଷ୍ଟ ରୋକିବାସମ୍ପାଦନ କରନ୍ତୁ

ଯାହା ବି ସିରୋସିସ୍‌ର କାରଣ ହେଉ ନା କାହିଁକି, ମଦ, ପାରାସେଟାମଲ୍ ଓ ଅନ୍ୟ ଜଣାଶୁଣା ନଷ୍ଟକାରୀ ପଦାର୍ଥ ଦେବା ଅନୁଚିତ । ହେପାଟାଇଟିସ୍ ଏ ଅଥବା ବି ନିମନ୍ତେ ଟୀକା ନେବା ଅତ୍ୟନ୍ତ ଜରୁରୀ ।

ପ୍ରତିରୋପଣସମ୍ପାଦନ କରନ୍ତୁ

ଯେତେବେଳେ ଯକୃତ ଅକର୍ମନ୍ୟ ହୁଏ ବା ଜଟୀଳତାକୁ ନିୟନ୍ତ୍ରଣ କରି ହୁଏନି ସେତେବେଳେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ । ୧୯୯୦ ମସିହା ପରଠାରୁ ଏହାର ଫଳାଫଳ ଉତ୍ସାହଜନକ ହେଉଛି ଓ ୮୦% ରୋଗୀମାନେ ନିଜ ଜଟୀଳତା ଓ ଅନ୍ୟାନ୍ୟ ରୋଗ ପରିସ୍ଥିତି ଅନୁସାରେ ପାଞ୍ଚ ବର୍ଷ ବଞ୍ଚିପାରୁଛନ୍ତି ।[୧୩] ଆମେରିକାରେ ଏମ୍.ଇ.ଏଲ୍.ଡି. ସ୍କୋର ଅନୁସାରେ ପ୍ରତିରୋପଣର ପ୍ରାଥମିକତା ଦିଆଯାଉଛି ।[୧୪] ପ୍ରତିରୋପଣ ପଦ୍ଧତିରେ ଶରୀରର ପ୍ରତିରୋଧ ଶକ୍ତି ବଢେଇବା ନିମନ୍ତେ ସାଇକ୍ଲୋସ୍ପୋରିନ୍ ଓ ଟାର୍କୋଲିମସ ଔଷଧ ଦିଆଯାଉଛି।

ନିର୍ଭରଣିକୃତ(Decompensated) ସିରୋସିସ୍ସମ୍ପାଦନ କରନ୍ତୁ

ଶରୀରର ଯେ କୌଣସି ଅଙ୍ଗ ରୋଗଗ୍ରସ୍ତ ହେଲେ ନଷ୍ଟ ହୋଇଥିବା ଅଂଶର କାର୍ଯ୍ୟ ଭରଣା କରିବା କ୍ଷମତା କିଛି ପରିମାଣରେ ଶରୀର ରଖିଥାଏ । ଏହାଠାରୁ ଅଧିକ ନଷ୍ଟ ହେଲେ ନିର୍ଭରଣ(Decompensated) କୁହାଯାଏ । ଅତ୍ୟଧିକ ମଦ୍ୟପାନ କଲେ, ସଂକ୍ରମଣ ହେଲେ, କୋଷ୍ଠକାଠିନ୍ୟ ହେଲେ, ଜଳାଭାବ ହେଲେ, ବିଭିନ୍ନ ଔଷଧ ସେବନ କଲେ ଓ ଏସୋଫେଜିଆଲ୍ ଭାରିସେସ୍‌ରୁ ରକ୍ତସ୍ରାବ ହେଲେ ଏହି ନିର୍ଭରଣ ଅବସ୍ଥା ଉପୁଜେ । ଏହି କାରଣ ଯୋଗୁ ଜଟୀଳତା ବୃଦ୍ଧି ପ୍ରାପ୍ତ ହୁଏ ।
ନିର୍ଭରଣିକୃତ(Decompensated) ସିରୋସିସ୍ ରୋଗ ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟାକ ହୁଏ । ପୋଷକ ଓ ଔଷଧ ଦେବା ପ୍ରତି ଧ୍ୟାନ ଦିଆଯାଏ । ତରଳ ପଦାର୍ଥ ସମୀକରଣ, ମାନସିକ ଦଶାକୁ ଅତି ନିକଟରୁ ନିୟନ୍ତ୍ରଣ କରାଯାଏ । ଆଣ୍ଟିବାୟୋଟିକ୍, ଡାଇୟୁରେଟିକ୍, ଝାଡା କରେଇବା ଔଷଧ, ଏନିମା, ଥାୟାମିନ୍ ଭିଟାମିନ୍ ଦରକାର ମୁତାବକ ଦିଆଯାଏ । ବେଳେ ବେଳେ ସ୍ଟିରଏଡ୍, ଆସେଟିଲ୍‌ସିସ୍ଟିନ୍ ଓ ପେଣ୍ଟୋକ୍ସିଫାଇଲିନ୍ ଦିଆଯାଏ । ରୋଗୀ ଶରୀରରେ ଅଧିକ ସୋଡିୟମ ଥିବାରୁ ସାଲାଇନ୍ ଦିଆଯାଏ ନାହିଁ ।

ଜଟୀଳତାସମ୍ପାଦନ କରନ୍ତୁ

ଜଳ ଉଦରୀ (Ascitis)ସମ୍ପାଦନ କରନ୍ତୁ

ସିରୋସିସ୍ ସାଥିରେ ଜଳ ଉଦରୀ ଥିଲେ ଲବଣ ଖାଇବା କମ୍ ଖାଇବାକୁ ଉପଦେଶ ଦିଆଯାଏ । ବେଶି ପରିଶ୍ରା କରେଇବା ନିମନ୍ତେ ଆଲ୍ଡୋସ୍ଟିରନ୍( aldosterone antagonists) ଆଣ୍ଟାଗୋନିଷ୍ଟ ଓ ଲୁପ୍(loop diuretics) ଡାଇୟୁରେଟିକ୍ ଦିଆଯାଏ । ଯେଉଁମାନେ ପାଟିରେ ଖାଇ ପାରୁଛନ୍ତି ଓ ତୁରନ୍ତ ଶରୀରର ତରଳ ପଦାର୍ଥର ପରିମାଣ କମେଇବା ଦରକାର ନାହିଁ, ସେହିମାନଙ୍କୁ ଏହି ଔଷଧ ଦିଆଯାଏ ।
ତୁରନ୍ତ ତରଳ ପଦାର୍ଥ କାଢିବା ଆବଶ୍ୟକ ହେଲେ ପରାବେଧନ(Paracentesis)ପଦ୍ଧତିଦ୍ୱାରା ପେରିଟୋନିଆଲ୍ କ୍ୟାଭିଟି ମଧ୍ୟକୁ ଗୋଟିଏ ପ୍ଲାସ୍ଟିକ ନଳି ପୁରେଇ ୪ରୁ ୫ ଲିଟର୍ କଢାଯାଇ ପାରେ କିନ୍ତୁ ଏହା ସହ ହ୍ୟୁମ୍ୟାନ ଆଲ୍‌ବୁମିନ୍ ଦ୍ରବଣ ଦିଆଯାଏ ।[୧୫]

ଏସୋଫେଜିଆଲ୍ ଭାରିସେସ୍ ରକ୍ତସ୍ରାବସମ୍ପାଦନ କରନ୍ତୁ

ପୋର୍ଟାଲ୍ ସିସ୍ଟମରେ ଉଚ୍ଚ ରକ୍ତ ଚାପ ହେଲେ ପ୍ରୋପ୍ରାନୋଲୋଲ୍ ଦିଆଯାଏ । ଅତି ସାଂଘାତିକ ଅବସ୍ଥା ହୋଇଥିଲେ ଟ୍ରନ୍ସଜୁଗୁଲାର୍ ଇନ୍‌ଟ୍ରାହେପାଟିକ୍ ପୋର୍ଟୋସିସ୍ଟେମିକ୍ ସଣ୍ଟିଙ୍ଗ କରାଯାଏ । ସ୍ୱଳ୍ପ ସଂକଟରେ ଥିବା ଏନ୍‌କେଫାଲୋପାଥି ଥିଲେ ଏହା କରାଯାଏ ।

ହେପାଟିକ୍ ଏନ୍‌କେଫାଲୋପାଥିସମ୍ପାଦନ କରନ୍ତୁ

ପୂର୍ବେ ଏହି ଅବସ୍ଥାରେ ଅତି ପୁଷ୍ଟିସାର ଖାଦ୍ୟ ମନା ଥିଲା କାରଣ ଏହା ଏନ୍‌କେଫାଲୋପାଥି ବଢେଇବ ବୋଲି ଧାରଣା ଥିଲା । କିନ୍ତୁ ଆଜିକାଲି ଅନୁଶୀଳନରୁ ଜଣାଯାଇଛି ଏହା ଭୁଲ ତଥ୍ୟ ଉପରେ ଆଧାରିତ ଥିଲା । ସୁତରାଂ ସଠିକ ପୋଷକ ନିମନ୍ତେ ଅତି ପୁଷ୍ଟିସାର ଖାଦ୍ୟ ଖାଇବାକୁ ଉତ୍ସାହିତ କରାଯାଉଛି ।[୧୬]

ହେପାଟୋରେନାଲ୍ ସିଣ୍ଡ୍ରୋମସମ୍ପାଦନ କରନ୍ତୁ

କୌଣସି ଡାଇୟୁରେଟିକ୍ ନ ଦେଇ ଯଦି

  • ପରିସ୍ରାରେ ସୋଡିୟମ ପରିମାଣ ୧୦ମି.ମୋଲ୍/ଲିରୁ କମ ଥାଏ କିମ୍ବା
  • ୨୪ ଘଣ୍ଟିଆ କ୍ରିଏଟିନ କ୍ଲିଅତାନ୍ସ୍ ୪୦ମିଲି/ମିନିଟରୁ କମ୍ ଥାଏ

ତାହା ହେଲେ ହେପାଟୋରେନାଲ୍ ସିଣ୍ଡ୍ରୋମ ହୋଇଛି ବୋଲି ନିର୍ଣ୍ଣୟ କରାଯାଏ ।[୧୭]

ସ୍ପୋଣ୍ଟାନିଅସ୍ ବ୍ୟାକ୍ଟେରିଆଲ୍ ପେରିଟୋନାଇଟିସ୍ସମ୍ପାଦନ କରନ୍ତୁ

ସିରୋସିସ୍ ରୋଗ ସହିତ ଆସାଇଟିସ୍ ଥିଲେ ସ୍ପୋଣ୍ଟାନିଅସ୍ ବ୍ୟାକ୍ଟେରିଆଲ୍ ପେରିଟୋନାଇଟିସ୍ ଅବସ୍ଥା ହେବା ସମ୍ଭାବନା ଅଧିକ ରହେ ।

ରୋଗ ଅନୁଶୀଳନସମ୍ପାଦନ କରନ୍ତୁ

 
୨୦୦୪ ମସିହାରେ ଯକୃତ ସିସୋସିସ୍ ରୋଗଦ୍ୱାରା ଏକ ଲକ୍ଷ ଜନ ସଂଖ୍ୟାରେ କାର୍ଯ୍ୟ ଅକ୍ଷମତା-ପୂରଣ ଜୀବନ ବର୍ଷର(Disability-adjusted life year) ସଂଖ୍ୟା[୧୮]
  no data
  <50
  50-100
  100-200
  200-300
  300-400
  400-500
  500-600
  600-700
  700-800
  800-900
  900-1000
  >1000

ଆମେରିକାରେ ୨୦୦୧ ମସିହାରେ ସମୁଦାୟ ମୃତ୍ୟୁ ସଂଖ୍ୟାର କ୍ରମ ଅନୁସାରେ କେବଳ ସିରୋସିସ୍ଦ୍ୱାରା ପୁରୁଷ ଓ ମହିଳା କ୍ରମାନୁସାରେ ୧୦ ଓ ୧୨ ସ୍ଥାନରେ ଥିଲେ । ପ୍ରତିବର୍ଷ ଏଥିଯୋଗୁ ୨୭୦୦ ଲୋକ ମରୁଥିଲେ । ଏହି ରୋଗ ଯୋଗୁ ଡାକ୍ତରଖାନା ଖର୍ଚ୍ଚ ବଢୁଥିଲା, ଦେଶର ଉତ୍ପାଦନ ସାମର୍ଥ୍ୟ କମୁଥିଲା ଓ ମାନବ ଯନ୍ତ୍ରଣା ବଢୁଥିଲା ।
ଦଶ ବର୍ଷ ମଧ୍ୟରେ ସିରୋସିସ୍ ମୃତ୍ୟୁ ହାର ୩୪ରୁ ୬୬% ଅଛି । ଆଲ୍‌କୋହୋଲିକ୍ ସିରୋସିସ୍ଦ୍ୱାରା ଅଧିକ ମୃତ୍ୟୁ ହୁଏ ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ "Cirrhosis". April 23, 2014. Retrieved 19 May 2015.
  2. ୨.୦ ୨.୧ ୨.୨ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
  3. Brower, Steven T. (2012). Elective general surgery : an evidence-based approach. New York: McGraw-Hill Medical. p. 36. ISBN 9781607951094.
  4. Alcohol-Induced Liver Disease; http://www.liverfoundation.org/abouttheliver/info/alcohol/
  5. Grant, A; Neuberger J (1999). "Guidelines on the use of liver biopsy in clinical practice". Gut. 45 (Suppl 4): 1–11. doi:10.1136/gut.45.2008.iv1. PMC 1766696. PMID 10485854. The main cause of mortality after percutaneous liver biopsy is intraperitoneal haemorrhage as shown in a retrospective Italian study of 68,000 percutaneous liver biopsies in which all six patients who died did so from intraperitoneal haemorrhage. Three of these patients had had a laparotomy, and all had either cirrhosis or malignant disease, both of which are risk factors for bleeding.
  6. Udell, JA; Wang, CS, Tinmouth, J, FitzGerald, JM, Ayas, NT, Simel, DL, Schulzer, M, Mak, E, Yoshida, EM (2012 Feb 22). "Does this patient with liver disease have cirrhosis?". JAMA: the Journal of the American Medical Association. 307 (8): 832–42. doi:10.1001/jama.2012.186. PMID 22357834.CS1 maint: multiple names: authors list (link)
  7. Halfon P, Munteanu M, Poynard T (2008). "FibroTest-ActiTest as a non-invasive marker of liver fibrosis". Gastroenterol Clin Biol. 32 (6): 22–39. doi:10.1016/S0399-8320(08)73991-5. PMID 18973844.CS1 maint: multiple names: authors list (link)
  8. Foucher J, Chanteloup E, Vergniol J,; et al. (2006). "Diagnosis of cirrhosis by transient elastography (FibroScan): a prospective study". Gut. 55 (3): 403–8. doi:10.1136/gut.2005.069153. PMC 1856085. PMID 16020491.CS1 maint: extra punctuation (link) CS1 maint: multiple names: authors list (link)
  9. ୯.୦ ୯.୧ ୯.୨ Brenner, David; Richard A. Rippe (2003). "Pathogenesis of Hepatic Fibrosis". In Tadataka Yamada (ed.). Textbook of Gastroenterology. 2 (4th ed.). Lippincott Williams & Wilkins. ISBN 978-0-7817-2861-4.
  10. ୧୦.୦ ୧୦.୧ Giallourakis CC, Rosenberg PM, Friedman LS (2002). "The liver in heart failure". Clin Liver Dis. 6 (4): 947–67, viii–ix. doi:10.1016/S1089-3261(02)00056-9. PMID 12516201. Unknown parameter |month= ignored (help)CS1 maint: multiple names: authors list (link)
  11. Heathcote EJ (2003). "Primary biliary cirrhosis: historical perspective". Clin Liver Dis. 7 (4): 735–40. doi:10.1016/S1089-3261(03)00098-9. PMID 14594128. Unknown parameter |month= ignored (help)
  12. Pugh RN, Murray-Lyon IM, Dawson JL, Pietroni MC, Williams R (1973). "Transection of the oesophagus for bleeding oesophageal varices". Br J Surg. 60 (8): 646–9. doi:10.1002/bjs.1800600817. PMID 4541913.CS1 maint: multiple names: authors list (link)
  13. "E-medicine liver transplant outlook and survival rates". Emedicinehealth.com. 2009-06-09. Retrieved 2009-09-06.
  14. Kamath PS, Kim WR (2007). "The model for end-stage liver disease (MELD)". Hepatology. 45 (3): 797–805. doi:10.1002/hep.21563. PMID 17326206. Unknown parameter |month= ignored (help)
  15. Moore KP, Aithal GP (2006). "Guidelines on the management of ascites in cirrhosis". Gut. 55 Suppl 6: vi1–12. doi:10.1136/gut.2006.099580. PMC 1860002. PMID 16966752. Unknown parameter |month= ignored (help)
  16. Sundaram V, Shaikh OS (2009). "Hepatic encephalopathy: pathophysiology and emerging therapies". Med. Clin. North Am. 93 (4): 819–36, vii. doi:10.1016/j.mcna.2009.03.009. PMID 19577116. Unknown parameter |month= ignored (help)
  17. Ginés P, Arroyo V, Quintero E,; et al. (1987). "Comparison of paracentesis and diuretics in the treatment of cirrhotics with tense ascites. Results of a randomized study". Gastroenterology. 93 (2): 234–41. PMID 3297907.CS1 maint: extra punctuation (link) CS1 maint: multiple names: authors list (link)
  18. "WHO Disease and injury country estimates". World Health Organization. 2009. Retrieved Nov. 11, 2009.