ଆସାଇଟିସ ବା ଜଳୋଦର (ଇଂରାଜୀ ଭାଷାରେ Ascites) ରୋଗ ନାମ ଦିଆଯାଏ ଯେତେବେଳେ ଉଦର (abdomen) ଭିତରେ ତରଳ ପଦାର୍ଥ (fluid) ଜମିଯାଏ । [୧] ପ୍ରାୟ ୨୫ ମି:ଲି:ରୁ ଅଧିକ ତରଳ ପଦାର୍ଥ ପେରିଟୋନିଆଲ କାଭିଟିରେ ରହିଲେ ଏହି ରୋଗ ଜଣାଯାଏ ।[୩] ଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath) ଆଦି ଲକ୍ଷଣ ଦେଖାଯାଏ ।[୨] ରୋଗ ଜଟିଳ ହେଲେ ସ୍ପୋଣ୍ଟାନିଅସ ବ୍ୟାକ୍ଟେରିଆଲ ପେରିଟୋନାଇଟିସ (Spontaneous bacterial peritonitis) ହୋଇପାରେ ।[୨]

ଆସାଇଟିସ (Ascites)
Peritoneal cavity fluid, peritoneal fluid excess, hydroperitoneum, abdominal dropsy[୧]
ସିରୋସିସ୍ ରୋଗ‌ ହୋଇଥିବା ଫଳରେ ରୋଗୀର ଉଦରରେ (abdomen) ଅତ୍ୟଧିକ ଆସାଇଟିସ ଅଛି ଓ ବାହାରକୁ ଉନ୍ନତ ଶିରାଗୁଡ଼ିକ ଦେଖାଯାଉଛି ।
ଉଚ୍ଚାରଣ
ବିଭାଗGastroenterology
ଲକ୍ଷଣଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath)[୨]
କାରଣ(Liver cirrhosis୦, କର୍କଟ ରୋଗ, ହୃଦ୍‌ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein)[୩]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan)[୨]
ଔଷଧସ୍ପାଇରୋନୋଲାକ୍ଟୋନ, ଫୁରୋସେମାଇଡ [୨]
ଚିକିତ୍ସାସ୍ୱଳ୍ପ ଲବଣ‌ଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid[୨]
ପୁନଃପୌନିକସିରୋସିସ ରୋଗରେ ପ୍ରାୟ >୫୦% ଲୋକଙ୍କର ଆସାଇଟିସ ଥାଏ [୩]

ବିକଶିତ ଦେଶମାନଙ୍କରେ (developed world) ଏହି ରୋଗର ମୂଖ୍ୟ କାରଣ (Liver cirrhosis) ଥାଏ ।[୩] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ କର୍କଟ ରୋଗ, ହୃଦ୍‌ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein) ହୋଇପାରେ ।[୩] ସିରୋସିସ୍ ରୋଗରେ ପୋର୍ଟାଲ ହାଇପରଟେନସନ (high blood pressure in the portal system) ଓ ରକ୍ତନଳୀର (blood vessels) କାର୍ଯ୍ୟ ଠିକ ସମ୍ପାଦନ ନହେଉଥିବାରୁ ଏହି ରୋଗ ହୁଏ । [୩] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୨] ଉଦର ମଧ୍ୟସ୍ଥ ତରଳ ପଦାର୍ଥ ପରୀକ୍ଷା କରି କାରଣ ନିର୍ଣ୍ଣୟ କରାଯାଇପାରେ ।[୨]

ସ୍ୱଳ୍ପ ଲବଣ‌ଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୨] ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ ପୋର୍ଟୋସିସ୍ଟେମିକ ସଣ୍ଟ (transjugular intrahepatic portosystemic shunt ବା TIPS) ଦିଆଯାଇପରେ କିନ୍ତୁ ଏହାର ଜଟିଳତା ଅଛି ।[୨] ଅନ୍ତର୍ନିହିତ କାରଣ ଯକୃତ ଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଯାଇପାରେ ।[୩] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ଦଶ ବର୍ଷ ମଧ୍ୟରେ ପ୍ରାୟ ୫୦% ରୋଗୀଙ୍କର ଆସାଇଟିସ ହୁଏ ।[୩] ଏହି ରୋଗୀଙ୍କ ମଧ୍ୟରୁ ୩ ବର୍ଷ ମଧ୍ୟରେ ଅଧା ରୋଗୀ ମୃତ୍ୟୁ ବରଣ କରନ୍ତି ।[୩] ଆସାଇଟିସ ଶବ୍ଦଟି ପୁରାତନ ଗ୍ରୀକ (Greek) ଶବ୍ଦ ଆସକାଇଟେସ (askítes) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ "ମୁଣା ଭଳି" ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ "Ascites". National Library of Medicine. Retrieved 14 December 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Ascites - Hepatic and Biliary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). May 2016. Retrieved 14 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Pedersen, JS; Bendtsen, F; Møller, S (May 2015). "Management of cirrhotic ascites". Therapeutic advances in chronic disease. 6 (3): 124–37. doi:10.1177/2040622315580069. PMC 4416972. PMID 25954497.
  4. Staff writer (2010). "Ascites". Dictionary.com: An Ask.com Service. Oakland, CA: IAC. Retrieved December 14, 2017.