ହେପାଟାଇଟିସ ସି
ହେପାଟାଇଟିସ ସି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ସି ଭୁତାଣୁ (ଏଚସିଭି) ଯୋଗୁ ହୁଏ ଓ ଏହା ପ୍ରାଥମିକ ଭାବରେ ଯକୃତକୁ ଆକ୍ରମଣ କରେ ।[୧] ରୋଗ ଆରମ୍ଭରେ ସାମାନ୍ୟ ବା କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ବେଳେବେଳେ ଜ୍ୱର, ଗାଢ଼ ପରିସ୍ରା, ପେଟ ଯନ୍ତ୍ରଣା ଓ ହଳଦିଆ ଚର୍ମ ହୁଏ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ ୭୫%ରୁ ୮୫% ଲୋକଙ୍କର ଯକୃତରେ ଭୁତାଣୁ ବଞ୍ଚିରହେ । ରୋଗ ସ୍ଥାୟୀ ବା କ୍ରନିକ ହୋଇଗଲେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଏ ନାହିଁ । ଅନେକ ବର୍ଷ ପରେ ଏହାଦ୍ୱାର ଯକୃତ ରୋଗ ହୁଏ ଓ ବେଳେବେଳେ ସିରୋସିସ ହୁଏ ।[୨] କେତେକ କେଶ୍ରେ ସିରୋସିସରୁ ଯକୃତ ଫେଲ୍, ଯକୃତ କର୍କଟ ବା ଏସୋଫେଜିଆଲ ଓ ଗ୍ୟାସ୍ଟ୍ରିକ ଭାରିସେସ ହୁଏ । [୧]
ହେପାଟାଇଟିସ ସି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B17.1, B18.2 |
ଆଇସିଡ଼ି-୯-ସିଏମ୍ | 070.70,070.4, 070.5 |
ଓଏମ୍ଆଇଏମ୍ | 609532 |
ରୋଗ ଡାଟାବେସ | 5783 |
ମେଡ଼ିସିନ-ପ୍ଲସ | 000284 |
ଇ-ମେଡ଼ିସିନ | med/993 ped/979 |
Patient UK | ହେପାଟାଇଟିସ ସି |
MeSH | D006526 |
ହେପାଟାଇଟିସ ସି ମୂଖ୍ୟତଃ ରକ୍ତରୁ ରକ୍ତ ସଂସ୍ପର୍ଶରେ ଆସି ବ୍ୟାପେ ଯେପରିକି ଶିରାଭ୍ୟନ୍ତର ଡ୍ରଗ ବ୍ୟବହାର, ଅଣଶୋଧିତ ଡାକ୍ତରୀ ଯନ୍ତ୍ରପାତି, ସ୍ୱାସ୍ଥ୍ୟସେବାରେ ଛୁଞ୍ଚି ଆଘାତ ଓ ରକ୍ତ ସଂଚାରଣ ମାଧ୍ୟମରେ ହୁଏ ।[୨][୩] ରକ୍ତ ସ୍କ୍ରିନିଙ୍ଗ କଲାପରେ ୨ ନିୟୁତରେ ଗୋଟିଏ ସଞ୍ଚାରଣଦ୍ୱାରା ରୋଗ ସଙ୍କଟ ରହେ ।[୨] ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହୋଇପାରେ ।[୨] ଏହା ସ୍ଥୁଳ ସ୍ପର୍ଶରେ ସଞ୍ଚାରିତ ହୁଏ ନାହିଁ ।[୪] ପାଞ୍ଚ ପ୍ରକାର ହେପାଟାଇଟିସ ଭୁତାଣୁ ଅଛନ୍ତି ଯଥା:- ଏ, ବି, ସି, ଡି, ଓ ଇ.[୫] ରକ୍ତ ପରୀକ୍ଷା କରି ଭୁତାଣୁର ଆଣ୍ଟବଡି ବା ଆରଏନଏ ମିଳିଲେ ରୋଗ ନିଧାର୍ଯ୍ୟ ହୁଏ । ସଙ୍କଟାପନ୍ନ ସମସ୍ତ ଲୋକଙ୍କୁ ପରୀକ୍ଷା କରିବାକୁ ସୁପାରିସ କରାଯାଏ ।[୨]
ଏ ପର୍ଯ୍ୟନ୍ତ ହେପାଟାଇଟିସ ସି ନିମନ୍ତେ କୌଣସି ଟିକା ବାହାରିନାହିଁ ।[୨] ରକ୍ତ ସଞ୍ଚାରଣ ନିମନ୍ତେ ସଂଗ୍ରହ କରାଯାଇଥିବା ରକ୍ତ ପରୀକ୍ଷା କରି ଓ ଡ୍ରଗ ନେଉଥିବା ଲୋକଙ୍କୁ ନିବୃତ୍ତ କରି ଏହି ରୋଗ ପ୍ରତିଷେଧ କରାଯାଏ ।[୪] ସୋଫୋସବୁଭିର ବା ସିମେପ୍ରେଭିର ଔଷଧ ବ୍ୟବହାର କରି ୯୦% କ୍ରନିକ ରୋଗୀଙ୍କୁ ଆରୋଗ୍ୟ କରାଯାଇପାରେ ।[୨][୪] ଏହା ପୂର୍ବରୁ ପେଜିଣ୍ଟରଫେରନ ଓ ରିବାଭିରିନ ଔଷଧ ପ୍ରୟୋଗଦ୍ୱାର ୫୦% ଆରୋଗ୍ୟ ହେଉଥିଲେ କିନ୍ତୁ ସେଥିରେ ବହୁତ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିଲା । ନୂଆ ଔଷଧ ଅତ୍ୟଧିକ ଦାମିକା ଅଛି ।[୪] ସିରୋସିସ ବା କର୍କଟ ହୋଇଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ । ଟ୍ରାନ୍ସପ୍ଲାଣ୍ଟ ପରେ ଭୁତାଣୁ ପୁନଶ୍ଚ ଦେଖାଗଲେ ମଧ୍ୟ ଏହି ରୋଗରେ ଅଧିକାଂଶ ଟ୍ରାନ୍ସପ୍ଲାଣ୍ଟ ହେଉଛି ।[୬]
ଗୋଟିଏ ହିସାବରୁ ଜଣାଯାଏ ଯେ ପୃଥିବୀରେ ହେପାଟାଇଟିସ ସି ରୋଗରେ ପ୍ରାୟ ୧୩୦–୨୦୦ ନିୟୁତ ଲୋକ ଆକ୍ରାନ୍ତ ଅଛନ୍ତି ।[୪][୭][୮] ସନ ୨୦୧୩ରେ ପ୍ରାୟ ୧୧ନିୟୁତ ନୂଆ ହେପାଟାଇଟିସ ସି ରୋଗ ହୋଇଥିଲା ।[୯]ଏହି ରୋଗ ମୂଖ୍ୟତଃ ଆଫ୍ରକା ତଥା ମଧ୍ୟ ଓ ପୂର୍ବ ଏସିଆରେ ହେଉଛି ।[୪] ସନ ୨୦୧୩ରେ ହେପାଟାଇଟିସ ସି ରୋଗ ଜନିତ ଯକୃତ କର୍କଟରେ ପ୍ରାୟ ୩୪୩,୦୦୦ ମୃତ୍ୟୁ ଓ ହେପାଟାଇଟିସ ସି ଜନିତ ସିରୋସିସ ଯୋଗୁ ୩୫୮,୦୦୦ ମୃତ୍ୟୁ ହୋଇଥିଲା । [୧୦] ସନ ୧୯୭୦ରେ କେବଳ ଅଣ-ଏ ଅଣ-ବି ହେପାଟାଇଟିସ ରୂପେ ଗଣା ହେଉଥିବା ହେପାଟାଇଟିସ ସି ଅବଶେଷରେ ସନ ୧୯୮୯ରେ ଅଲଗା ରୋଗ ରୂପେ ମାନ୍ୟତା ପାଇଥିଲା ।[୧୧] ଏହି ଭୁତାଣୁ କେବଳ ମଣିଷ ଓ ସିମ୍ପାଞ୍ଜିକୁ ଆକ୍ରମଣ କରେ । [୧୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ Ryan KJ, Ray CG (editors), ed. (2004). Sherris Medical Microbiology (4th ed.). McGraw Hill. pp. 551–2. ISBN 0838585299.
{{cite book}}
:|editor=
has generic name (help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Hepatitis C FAQs for Health Professionals". CDC. January 8, 2016. Retrieved 4 February 2016.
- ↑ Maheshwari, A; Thuluvath, PJ (February 2010). "Management of acute hepatitis C". Clinics in liver disease. 14 (1): 169–76, x. doi:10.1016/j.cld.2009.11.007. PMID 20123448.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Hepatitis C Fact sheet N°164". WHO. July 2015. Retrieved 4 February 2016.
- ↑ "Viral Hepatitis: A through E and Beyond". National Institute of Diabetes and Digestive and Kidney Diseases. April 2012. Archived from the original on 2 February 2016. Retrieved 4 February 2016.
- ↑ Rosen, HR (2011-06-23). "Clinical practice. Chronic hepatitis C infection". The New England Journal of Medicine. 364 (25): 2429–38. doi:10.1056/NEJMcp1006613. PMID 21696309.
- ↑ Gravitz L. (2011). "A smouldering public-health crisis". Nature. 474 (7350): S2–4. doi:10.1038/474S2a. PMID 21666731.
- ↑ Mohd Hanafiah, K; Groeger, J; Flaxman, AD; Wiersma, ST (April 2013). "Global epidemiology of hepatitis C virus infection: new estimates of age-specific antibody to HCV seroprevalence". Hepatology (Baltimore, Md.). 57 (4): 1333–42. doi:10.1002/hep.26141. PMID 23172780.
- ↑ Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/s0140-6736(15)60692-4. PMID 26063472.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Houghton M (November 2009). "The long and winding road leading to the identification of the hepatitis C virus". Journal of Hepatology. 51 (5): 939–48. doi:10.1016/j.jhep.2009.08.004. PMID 19781804.
- ↑ Shors, Teri (2011-11-08). Understanding viruses (2nd ed.). Burlington, MA: Jones & Bartlett Learning. p. 535. ISBN 9780763785536.